Unknown

 

 

 

 

 

 

 

 

 

 

ଅବସର ଗୀତିକା

ଯଦୁନାଥ ଶର୍ମ୍ମା

 

ରଚିତ ଓ ପ୍ରକାଶିତ

 

ଖଲ୍ଲିକୋଟ କଲେଜର ସୁପ୍ରସିଦ୍ଧ ଓଡ଼ିଆ ଅଧ୍ୟାପକ ପଣ୍ତିତ ଶ୍ରୀ ଲିଙ୍ଗରାଜ ମିଶ୍ର ଶାସ୍ତ୍ରୀ କାବ୍ୟ , ସାଂଖ୍ୟ , ତୀର୍ଥ ମହାଶୟଙ୍କ ଦ୍ଵାରା ସଂଶୋଧିତ ।

 

ଅଭିମତ

ଯୁବକ କବି ଶ୍ରୀମାନ୍ ଯଦୁନାଥ ରଥଙ୍କର ଏହି ଅବସର ଗୀତିକା ର ଆମୂଳାନ୍ତ ସବୁ ଦେଖିବାକୁ ପାଇଅଛି । ଲେଖକ ବହୁ ସମୟ ସାଧନା କରି ନିଜର ଅଭିରୁଚି ଅନୁସାରେ ନାନା ଭାବ ମନୋହରା ପୁଣି ଅତି ରୁଚିରା କରି ଏହି ଗ୍ରନ୍ଥ ପ୍ରଣୟନ କରି ଅଛନ୍ତି । ଥରେ ଏହି ଗ୍ରନ୍ଥ ପଢିଲେ ଲେଖକଙ୍କ ହୃଦ୍‌ଗତି ଭାବ ସାଧାରଣରେ ଅଗୋ-ଚର ରହିବ ନାହିଁ ।

 

ଏହି ଉଦ୍ଦାମ ଯୌବନରେ ଥାଇଲେଖକ ଯେଉଁ ଭକ୍ତି ,ପେମ ପ୍ରଭୃତି ନାନା ଚିନ୍ତାରେ ଆସକ୍ତ ଥିଲେ-, ତାହାର ପୂର୍ଣ୍ଣ ବିକାଶଏହି ଗ୍ରନ୍ଥରୁ ମିଳେ ।ଏହାର ଭାଷା ସଂମାର୍ଜ୍ଜିତ ଓ ମନୋହର । ବିଶେଷ କିଛି ବ୍ୟାକରଣ ଦୋଷପରିଲକ୍ଷିତ ହୁଏ ନାହିଁ। ଅନେକସ୍ଥଳରେ ରଚନାର ମୌଳିକତା ପରିତୃପ୍ତି ଦେଇଥାଏ । ଯୁବକ କବିଙ୍କପକ୍ଷେ ଏତାଦୃଶରଚନା ସବିଶେଷ ଚିତ୍ତାକର୍ଷକ ବୋଲିବା ଅସ୍ଵାଭାବିକନୁହେ । ଏହା ସର୍ବ ସାଧାରଣଙ୍କର ଆଦରର ସାମଗ୍ରୀ ହେବ ।

 

ଏଥିରେ ଯେ ଭ୍ରମ ପ୍ରମାଦ ନାହିଁ , ତାହା କହିବା ବାହୁଲ୍ୟମାତ୍ର । ଯାହା ହେଉ ଉତ୍କଳ ଯୁବକମାନଙ୍କ ପକ୍ଷେ ଏହା ଆଦର୍ଶ ବୋଲିମୁଁ ମନେ କରେ । ଲେଖକ ଏତାଦୃଶ ଆଉ କେତେ ସଦ୍‌ଗ୍ରନ୍ଥ ରଚନାକରି ନିଜର ସମ୍ମାନ ଚିର ସ୍ଥିର କରନ୍ତୁ । ପାଠକ ପାଠିକାଙ୍କଠାରୁ ସବିଶେଷାଦର ଲାଭ କରନ୍ତୁ । ଇତି ।

 

ବ୍ରହ୍ମପୁର

 

ଲିଙ୍ଗରାଜ ମିଶ୍ର ଶାସ୍ତ୍ରୀ

୨୧-୯-୨୮

 

କାବ୍ୟ , ସାଂଖ୍ୟ , ତୀର୍ଥ,

 

ପ୍ରଧାନ ପଣ୍ତିତ

ଖଲ୍ଲିକୋଟ କଲେଜ

 

 

ସମର୍ପଣ

ଏହି ଅବସର

ଗୀତିକା ନାମ୍ନୀ ପୁସ୍ତିକାଖଣ୍ତି ମୋର ପରମାରାଧ୍ୟା ବିଦୁଷୀ ପିତାମହୀ ଶ୍ରୀମତି ମୁକ୍ତାମାଳା ଦେବୀମହୋଦୟଙ୍କ ପବିତ୍ର କର ସରୋଜରେ ସମର୍ପଣକରି ପରମ ପରିତୃଷ୍ଟି ଲାଭ କରୁଅଛି ।

 

ଖଲ୍ଲି କୋଟ ଗଡ଼        ଅଧମ ନସ୍ତା

୨୧-୯-୨୮        ଯଦୁନାଥ

 

ନିବେଦନ

 

ପ୍ରିୟ ପାଠକଙ୍କ ନିକଟରେ ଏତିକି ମାତ୍ର ବ୍ୟକ୍ତ କରିପାରେଯେ, ଏହି ଅବସର ଗୀତିକା ନାମ୍ନୀ ମୋର ଯତ୍ନ ସାମାନ୍ୟ ବୁଦ୍ଧି ପ୍ରକର୍ଷପ୍ରଦର୍ଶିନୀ ପୁସ୍ତିକା ଖଣ୍ତି ନାନା ରସ ସମ୍ଵଳିତ ହୋଇ ଥିବାରୁ ପୁଣି ବିଶେଷରେ କିୟଦ୍ଦଂଶ ଆଦିରସ ସମ୍ବଳିତ କବିତା ଏହାର କଳେବରପୂର୍ଣ୍ଣ କରି ପାରିବା ସମ୍ଭାବନା ଥିବା ଯୋଗୁଁ ଏହି ଅବସର ଗୀତିକାରେତାହା ନିହିତ କରିଅଛି । ବୋଧହୁଏ ସହୃଦୟ ପାଠକେ ଏଥିଲାଗି କ୍ଷମାଦାନ କରିବାରେ ତୃଟି କରିବେ ନାହିଁ । ସମସ୍ତେ ଯେ ଭକ୍ତିବସାଗ୍ରହୀତାହା ନୁହେ,ଅନେକେ ଅଛନ୍ତି ଯେଉଁ ମାନେ କି ଆମୂଳଚୂଳ ଭକ୍ତିସମ୍ଵଳିତ ବହି ଦେଖିଲେ ପାଠ କରିବା ଦୂରେ ଥାଉ ଶତ ମୁଖରେତାହାର ଘନ ଘନ ନିନ୍ଦା କରିବାର ଦେଖାଯାଏ । ତେଣୁ ପାଠକଙ୍କନିକଟରେ ସାର୍ବଜନୀନ ବିଶ୍ଵ ପ୍ରେମର ନିଦର୍ଶନ ସ୍ଵରୁପ ଏହି ଗ୍ରନ୍ଥ ଖଣ୍ତିକଅର୍ପଣ କରୁଅଛି ଯେ ଏଥିରେ ପରିଲିକ୍ଷିତ ଯତ୍ନ ସାମାନ୍ୟ ଭ୍ରମ ସମସ୍ତଉଦାର ହୃଦୟରେ ମାର୍ଜ୍ଜନା କରି ମୋର ପରିଶ୍ରମ ସକଳ ସଫଳକରିବା ହେବେ ।ପରିଶେଷରେ ବକ୍ତବ୍ୟ ଏହି ଯେ ବ୍ରହ୍ମପୁର ସ୍ଥିଖଲ୍ଲିକୋଟକଲେଜର ପ୍ରଧାନ ସଂସ୍କୃତ ଅଧ୍ୟାପକ ପଣ୍ତିତ ଶ୍ରୀଯୁକ୍ତ ଲିଙ୍ଗରାଜ ମିଶ୍ର ଶାସ୍ତ୍ରୀକାବ୍ୟ, ସାଂଖ୍ୟତୀର୍ଥ ମହୋଦୟ ବହୁ ପରିଶ୍ରମ ସହକାରେ ମୋର ଏହିଗ୍ରନ୍ଥ ଖଣ୍ତିକ ସଂଶୋଧିତ କରି ଦେଇଥିବାରୁ ମୁଁ ତାଙ୍କ ନିକଟରେ ଚିକୃତଜ୍ଞତା ପାଶରେ ଆବଦ୍ଧ ରହିଲି

। ଇତି।

 

ଖଲ୍ଲିକୋଟ        ବିନୀତ

୨୧-୯-୨୮ ଶ୍ରୀ ଯଦୁନାଥ ରଥ ଶର୍ମ୍ମା

 

ସୂଚୀ

ବିଷୟ

 

୧ ଭଜନା ଭାଗ

ଭଜ ସତ୍ୟସନାତନ

ଭଜ ପୂତ ମନେ

ଦିନ ଗଲାଟି ଏପରି

ଦୀନନାଥ ଜଣାଣ

 

୨ ପ୍ରାର୍ଥନା ଭାଗ

ଶ୍ରୀବସ୍ତ୍ରଲାଞ୍ଚ୍ଥନ

ଆଉ କାହିଁ କିହେ ରହିବି

ଜଗତ ଜନମନ

ପଦେକର ଘେନା

କାହିଁ ଜନମିଛ

ହରିବେକି

ଅଘବିନାଶନ

ପରାଣେ ଜୀବିକା

କେତେ କାଳ

ଆହେ ଭଗବାନ

 

୩ ସ୍ତୁତି ଭାଗ

ସନ୍ଧ୍ୟା

ବୃନ୍ଦାରକ ବନ୍ଦ୍ୟା

କରୁଣାକର ଜଣାଣ

 

୪ ବାଣୀଆରାଧନା ଭାଗ

ବନ୍ଦଇ ଦେବୀ

ତାପପାପଧରା

ଦୁର୍ଗା ସ୍ତୁତି

ଜମ୍ଵୁ ଧାରଣହେ

ଜଗବନ୍ଧୁ ସପ୍ତକ

 

୫ ଅନୁବାଦ ଭାଗ

ମୋହ ମୁଦ୍ଗର

ବ୍ରହ୍ମ ନାମାବଳୀ

ଉମା ବୈବାହିକ ବ୍ରତ

ନବଗ୍ରହ ସ୍ତୋତ୍ର

 

୬ ବିକ୍ଷିପ୍ତଚିନ୍ତା ଭାଗ

ରତ୍ନାଷ୍ଟକ

ମୋ ଘରି

ରହିକି ପାରିବି

ବନ୍ଧୁ ହିତୈଷଣା

ବଙ୍ଗାଳ ପୋଥି

ମନବୋଧ

ବିଷାଦ କୋଇଲି

ଧିକ ଏ ଜଗତେ

ବନ୍ଧୁ ଚିରତେ

 

୭ ପ୍ରେମ ସଙ୍ଗାତ

ଅନୁକ୍ଷଣେ କାଳ

ଏତିକି ତୋପଦେ

କେ ପାଶେ ବସିବ

ଲବେ ମାତର

ଆସ ମୋହିନୀ

ମରେ ମୁଁ ଝୁରି

ପ୍ରାଣ ସଙ୍ଗୀନୀ ଧରି

ଦିନେକ ଦିନାନ୍ତେ

ବିଦେଶକ ନାୟକ

ରତନ ପାଇ ନପାଇଲା

ପ୍ରାଣ ମାନ୍ତ୍ର ଅଛି ପିଣ୍ତେ

ଜାଣି ନ ଥିଲି ଯେ

ଘେନରେ ରମଣୀ

ପ୍ରେୟସୀ ମୋର

ତେଜ ଜୀବ ଜୀବନ

ନଥିଲା ତ ମନେ

ଜାଣି କେ ପାରଇ

ଶୁଭ ପ୍ରଭାତରେ

ଯା ଦେଖିଲ ଆଜ

କେଳି କୁଶଳାରେ

କାହିଁ ତେଜି ତୋରେ

ଜାଣି ନ ଥିଲି ଯେ

ବନ୍ଧୁ ମୋର କାଲି

 

୮ ଋତୁ ବଳୟ ଭାଗ

ବସନ୍ତ

ଗ୍ରୀଷ୍ମ

ବର୍ଷା

ଶରତ

ହେମନ୍ତ

ଶିଶିର

 

୯ ଏଣୁ ତେଣୁ ଭାଗ

ନିଶୀଥ ଚିନ୍ତା

ସ୍ଵପ୍ନ

ଶ୍ରୀ ଶ୍ରୀ ଶ୍ରୀ ରାମଚନ୍ଦ୍ର ମର୍ଦ୍ଦ ରାଜଙ୍କ ପରିଣୟ

ଶ୍ରୀ ଶ୍ରୀ ଶ୍ରୀ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ରାଜ୍ୟପ୍ରାପ୍ତି

ଆଧୁନିକ ଯୁଗ

ଚିନ୍ତା

ଶ୍ରୀ ସକଳେଶ୍ଵରଙ୍କ ଠାରେ କାର୍ତ୍ତିକ ପୂର୍ଣ୍ଣିମା

ବନ୍ଧ ବିରହ

ବିହି ଏ ଦୁର୍ଦ୍ଦିନେ

ଜୀବନାନୁ ଚିନ୍ତନ

କେଳି କିଲ୍ଲୋଳିନୀ

ଲୋକେ ନୟନ ପିତୁଳା

କି ଅପୂର୍ବ ସୁଖେ

ଶ୍ରୀ ତାରିଣୈ ନମଃ

ଶ୍ରୀ ଶ୍ରୀ ଶ୍ରୀ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ଜିଲାବୋର୍ଡ଼

ଜୀବ ଜୀବନରେ

କଥା ଯଥାର୍ଥ ଯେ

ଆତ୍ମ ପରିତାପ

ବିଷାଦ ଷ୍ଟକ

ଆତ୍ମ ସାନ୍ତ୍ଵନା

ଆତ୍ମୋପଦେଶ

ରେ ମାନସ

ଅପରାଧ କ୍ଷମା

ବିଧବା ଉପଲକ୍ଷେ

 

ଅବସର ଗୀତିକା

ଭଜନ

 

ଭଜ ସତ୍ୟ ସନାତନା , ପ୍ରଭୁ ଅନାଦି କାରଣ,

କି ବିଚାରୁ ମୂଢ ମନ , ନକରୁ ତାହା ଚିନ୍ତନ । ଧ୍ରୁବ ।

ନିଖିଳ ସୁଖ ଆଧାର , ସକଳ ବୋଧ ଆକର ,

ଅନୁକ୍ଷଣେ ଯେ ଦିଅନ୍ତି ସର୍ବଶୁଭ ଅଗଣନ ।୧।

ଚାହିଁ ଶୁଣି ଚାଖି ଘେନି , କହି ସବୁ ପାରୁ ଜାଣି ,

ସମରସ ଏକପ୍ରାଣ ନ ଲଭୁ ତାହା ସ୍ମରଣ ।୨।

ପତିତପାବନ ବାନା , ଉଡ଼େ ଫରହର ସିନା ,

ମହାପାପୀ ହୋଇ ତହିଁ ପଶୁ ନାହୁଁ ତ ଶରଣ ।୩।

ସବୁକାଳେ ସବୁଠାବେ , ଯେ ପୂତଜ୍ୟୋତିଃ ସ୍ଵଭାବେ ,

ବିଜେକରି ରହିଛନ୍ତି ନମଣୁ ତୁ ଅକାରଣ ।୪।

ଧରି ବିବେକ କତୁରୀ , ଜଞ୍ଜାଳ ଦିଅ କତୁରି ,

ଉତୁରି ପାରିବୁ ହେଳେ ଏ ଭବର ନିବନ୍ଧନ ।୫।

ଭଜ ପୂତମନେ , ପ୍ରଭୁ ନିରଞ୍ଜନ , ରେ ମୂଢମନ । ଘୋଷା।

 

 

ଅଶେଷ ଗୁଣ ଯାହାର , ବର୍ଣ୍ଣିବାକୁ ବେଦକର , କ୍ଷମ ନୁହଇ ଆବର ,

ରଞ୍ଜନ ରଜନୀକର , ରମଣୀୟ ଯାର ଅପଘନରେ ।୧।

 

ଭୟଙ୍କର ଭବେ ପ୍ରାଣି , ପ୍ରାଣ ଏହାଅଛୁ ଜାଣି , ସର୍ବଂସହା ଗର୍ଭେ ଜନ୍ମି,

ନଲଭୁ ମୁକ୍ତି ସରଣି , କ୍ଷଣକାନ୍ତି ସମ୍ମାନ ଏ ଜୀବନରେ ।୨।

 

ଅବ୍ଧିଜାୟା ମନୋହରୀ, ସ୍ଵଭାବେ ତ ମଧୁହାରୀ , ଶୁଣିବେ ନିକି ଗୁହାରି

ଯୁଗ୍ମ ପଦେ ଅନୁସରି, ଥିବୁ ସଦା ପାଇ ଶୁଭକ୍ଷଣରେ ।୩।

 

ବିଶେଷେ ତତେ ବିନତି, ସେହି ତ ଜ୍ଞାନ ଗୀଷ୍ପତି, ଦିଏ ଭୟ ଆଶାଅତି

ନଲଭୁଁ ଏହି ଦୁର୍ଗତି , ହୃଦଗତେ ପୂଜ ଅନୁକ୍ଷଣରେ ।୪।

 

ରାଗ-ଖମ୍ଵାଜ

 

ଦିନ ଗଲାଟି ଏପରି ସରି ମୂଢ ମନ ନ ଭଜିଲୁ ହରି । ପଦ ।

ସେ ଅଧମ ତାରଣ ନାମ , ନ ଭଜୁରେ କିପାଁ ପାପପ୍ରାଣ !

ବୃଥା ଭ୍ରମି ହେଉ ଦୁଃଖେ ମରି ।୧।

 

ବିଭୀଷିକା ଜୀବିକା ସଂସାର ଏକୁହେଳେ ନ ଭୁଲୁ ପାମର !

ଭବେ ନୁହନ୍ତି କେହି କାହାରି ।୨।

 

ନୀରଦମାଳେ ତଡ଼ିଲ୍ଲତା- ସମ ଏ ଜୀବ କର ଚିନ୍ତା ,

ଭବ ଭୀମଜାଲେ ନୁହଘାରି ।୩।

 

ବୃଥା ଗର୍ବ ଦମ୍ଭ ଅଭିମାନେ ନଭୁଲି , ପାପୁଁ ପରିତ୍ରାଣେ

ମୁଦେ ପୂଜ ହୃଦେ କଂସ –ଅରି ।୪।

 

ଭୁଲିଯାଅ , ଯାଉ ଗତକଥା , ସ୍ମର ପୀତାମ୍ଵର ତୁ ସର୍ବଥା

କର ତାରକ ନାମ ମୁରାରି ।୫।

 

ଯା ଉଚ୍ଚାରନ୍ତେ ଖଣ୍ତେ ଦୁରିତ ଯଦୁନାଥ ଚିନ୍ତେ ତା’ ସତତ

ଭକ୍ତେଭବୁ ରଖନ୍ତୁ ଉଦ୍ଧରି ।୬।

 

ଦୀନନାଥ ଜଣାଣ

ଆହେ ଦୀନନାଥ ପଡ଼ି ଭବକୂପେ

ସହେ ଦୀନ ଘୋର କଷଣ ।

ଅନବରତରେ ଡ଼ାକେ ପାପୀ ତାପୀ

ନଡ଼େରିଲ ବାରେ ଶ୍ରବଣ । ଘୋଷା ।

କେତେ ଆତ୍ମକ୍ଳେଶ ଜଣାଇବି ଭାବି ,

ନେଲା ଜାଳି ପାପ ଜ୍ଵଳନ

ଏ ପାପ ଆତପ ସନ୍ତାପିତ ହୃଦେ

ତୁମ୍ଭେ ହେ ଶୀତଳ ଚନ୍ଦନ ।୧।

ଅଚିହ୍ନିତ ହୃଦ-ପିଞ୍ଜର-ଆବଦ୍ଧ

ପରାଣ ପତନ୍ତ୍ରି ଜୀବନ

ଯିବ ବୋଲି ପ୍ରଭୋ ! ହେଉଛି ଅଥୟ

ତେଜି ଏ ସଂସାର ଗହନ ।୨।

ମିଶିଯାଉ ଏ ମୋ ପ୍ରାଣ ପ୍ରବାହିନୀ

ତବ ସେ ଶାଶ୍ୱତ ଗରଭେ

ଦେଖୁ ବସୁମତୀ ସର୍ବତ୍ର ଯା ସ୍ଥିତି

ଅନନ୍ତ ମଙ୍ଗଳ ନିଦାନେ ।୩।

 

ପ୍ରାର୍ଥନା

 

ଶୀବତ୍ସ ଲଞ୍ଚ୍ଥନ ଦେବ ମୋ ହୃଦ ଗଗନେ

ରାଜି ପ୍ରୀତି ସୁଧାକର ଢାଳ ତପ୍ତ ପରାଣେ ।ପଦ।

 

ଷଡ଼ରିପୁକୁଳ ବେଢି ପ୍ରାଣେ ଆତଙ୍କ ଆଲୋଡ଼ି

ପ୍ରହରନ୍ତି ପ୍ରଭୁ କେତେ ଅନ୍ତରେ ଗୋପନେ ।୧।

 

ତହୁଁ ଜଠର ଯନ୍ତ୍ରଣା ଅଧିକେ ମର୍ମ୍ମ ବେଦନା

ଭୋଗେ ଅବିରତେ ପ୍ରଭୁ ଦୁଃଖ କି ପ୍ରଶମେ ।୨।

 

ନିତି ନିତି ଭବହାଟେ କିଣି ନାଥ କରପୁଟେ

ପାପଫଳ ମହାକାଳ ଭୁଞ୍ଜିଲି ଅଜ୍ଞାନେ ।୩।

 

ଭ୍ରମି ଭ୍ରମି ନିରନ୍ତରେ ନଲଭି ତହୁଁ ନିସ୍ତାର

ପଶିଲି କାତରେ ନାତ ଶରଣ ଚରଣେ ।୪।

 

 

 

[ ଘୋଟି ଆସୁଅଛି ହେ ଘେର ଅନ୍ଧକାର ରାତି –ବୁତ୍ତରେ ]

ଆଉ କାହିକି ହେ ରହିବି ଜୀବନ ଧରି

ତୁମ୍ଭେ ସିନା ପ୍ରାଣ ତାରଣେ କାରଣ ନତାରିଲ ଯେବେ ହରି । ଘୋଷା

 

ଜଣାଇଲି ଯାହା ଜୀବନେ ଯାତନା ସହିଲି କୁଳିଶ ସମ

କହ କାହାଲାଗି ବର୍ତ୍ତିବ ଜୀବନେ ହେଲ ତ କୁଳିଶ ସମ ।୧।

 

କି ଲାଗି ଦୋଷିବି ମୁଁ ତୁମ୍ଭଙ୍କୁ ପ୍ରଭୁ ! ଭୁଞ୍ଜେ କର୍ମଫଳ ଯାହା

କୁକର୍ମ୍ମେ ନିୟତି ବିଧାନ ସମ୍ପ୍ରତି ଦଣ୍ଡେ ନାହିଁ କେହି ସାହା ।୨।

 

ଅରଜିଲି କେତେ ନିରତେ ଗୁପତେ ଭବେ ପାପ ସୁଗୋପନେ

ସେ ପାପ ଖଣ୍ତନେ ଦେଖେ ନାହିଁ ଆନେ ବିଶ୍ଵବାସୀ ତୁମ୍ଭବିନେ ।

 

କଳ୍ପନା ଜଳ୍ପନା ପରି ପ୍ରତେ ସିନା ମନେ ବିପ୍ରଲମ୍ଵ କେତେ

ଲାଗେ ସଦା , ତୁଟୁ ଏ ମୋହ ଭାବନା ଜଣାଇଲି ଘେନି ଏତେ । ୪।

 

ଦ୍ଵିତୀୟା ଯାମିନୀ ରେ ପ୍ରାର୍ଥନା ମୋ ପ୍ରାଣସହି-ବୃତ୍ତରେ

( ରାଗ –କଳହଂସକେଦାର )

 

ଜଗତ ଜନ-ମନ –ନୟନ-ହାରୀ –

କୋଟି ହଦୟରେ ଢାଳେ ପୀୟୁଷବାରି –

ବିଶ୍ଵେ ବିରାଜେ ଯଶ ଯା’ ମହୀୟାନ-

ଚିନ୍ତେ ହୃଦୟଗତେ ସେ ଭଗବାନ ।

ଭବ ପ୍ରଳୟେ ଯାର ସ୍ଥିତି ନିଶ୍ଚିତ

ସାତ୍ବିକ ରସେ ହୃଦ ସଦା ପୁରିତ ।

ସିନ୍ଧୁ ତନୟା ସେବେ ଯା’ଙ୍କ ଚରଣ ।

ଚିନ୍ତେ ହୃଦୟଗତେ ସେ ଭଗବାନ ।

ଜୀବନ , ଯଉବନ କିବା ସମ୍ପଦ

ଭବେଅଟନ୍ତି ଏହୁ ଭୀମ ନିଷାଦ ।

ସମ୍ପଦେ ତରେ ପ୍ରାଣୀ ଭଜି ଯେ ନାମ ।

ଚିନ୍ତେ ହୃଦୟଗତେ ସେ ଭଗବାନ ।

ଊର୍ଣ୍ଣନାଭ ପାଳିତ ଜଟାଜୁଟରେ

ମୁନିପୁଙ୍ଗବେ ନ ଲଭନ୍ତି ଯାହାରେ ।

ଲଭିବି ମନେ ପାଞ୍ଚି ଶାଶ୍ଵତ ସ୍ଥାନ

ଚିନ୍ତେ ହୃଦୟଗତେ ସେ ଭଗବାନ ।

ଅଦୃଷ୍ଟ ପୂର୍ବ ଯା’ର କୀରତିରାଜି

ବିଭିନ୍ନ ରୂପେ ଯେ ସର୍ବନ୍ତ୍ର ବିରାଜି-

ଧରନ୍ତି ଯେହୁ ପୁଣି ବିଭିନ୍ନ ନାମ

ଚିନ୍ତେ ହୃଦୟଗତେ ସେ ଭଗବାନ ।

ନିରତେ ଚରାଚର ମଧ୍ୟେ ବସତି-

କରି ପ୍ରଭଞ୍ଜନ ଯାହା ସନ୍ତତି ;

ବିରାଜେ ଯା’ ନିଦେଶେ ନଭେ ତପନ

ଚିନ୍ତେ ହୃଦୟ ଗତେ ସେ ଭଗବାନ ।

ବିମଳ ତାରକିତ ଗଗନାଙ୍ଗଣ

ଚାହିଁ ହସନ୍ତି ନଭେ ମାନୁ ଷୀଗଣ

ଲଭି ସୁକୃତରାଶି ଯାହା ପ୍ରଦାନ

ଚିନ୍ତେ ହୃଦୟ ଗତେ ସେ ଭଗବାନ ।

ହରିତ ଦୁର୍ବାଦଳେ ଶୋଭେ ପ୍ରାନ୍ତର

ଦିଶେ କେଡ଼େ ଯତନ ଗିରିକନ୍ଦର ।

ଯାହା କଳ୍ପିତ ଏ ବିଶ୍ଵ ରଚନ

ଚିନ୍ତେ ହୃଦୟଗତେ ସେ ଭଗବାନ ।

ଅପାର ନୀଳ ପାରାବାର ଯାହାର

ନିଦେଶେ ରାଜୁଥାଏ ରୁଚିର ତର-

ହୁଅଇ ପୁଣି ଯା’ ଆଦେଶେ ଭୀଷଣ

ଚିନ୍ତେ ହୃଦୟଗତେ ସେ ଭଗବାନ ।

୧୦

ଜନମି ଭବେ ନାଥ ନ ଲଭି ତିଳେ

ଶାନ୍ତି ରତନ ମୃଦେ ମହୀମଣ୍ତଳେ –

ଡ଼ାକଇ , ସୃଷ୍ଟି ଆଦ୍ୟେ ଯା’ ର ସ୍ଥାପନ –

ଚିନ୍ତେ ହୃଦୟଗତେ ସେ ଭଗବାନ

୧୧

ନ ଲୋଡ଼େ ବନ୍ଧୁ ଜନ ଅବା ସମ୍ପଦ-

ନ ଲଭେ ତିଳେ ହର୍ଷ ଅବା ବିଷାଦ –

ଲୋଡ଼ି ସଦା ଶାଶ୍ଵତ-ଶାନ୍ତି –ଆଶ୍ରମ ,

ଚିନ୍ତେ ହୃଦୟଗତେ ସେ ଭଗବାନ

୧୨

ପଦକମଳେ କରି ଆୟତ୍ତ-ଚିତ୍ତ

ସଞ୍ଚିବି ଅବିରତ ଧରମ ବିତ୍ତ ,

ହେବ ଯେକାଳେ ଜୀବ ଦୀପ ନିର୍ବାଣ

ଲଭିବି ନାଥ ସେହି ଶାନ୍ତି ଆସ୍ଥାନ

 

 

[ ଦେଖା ଦିଅ ଦେ ଦୁଃଖୀ ଅନ୍ତରେ –ବୃତ୍ତରେ ]

ପଦେ କର ଘେନା ବିଭୁ ବାରେ

ଦୁଃଖେ ଜଡ଼ିତ ଦୁଃଖୀ ବାଧାରେ । ଘୋଷା ।

 

ନାହିଁ ଆଶା ମଘବା ବିଭବେ ଗଲି ଜଡ଼ି ସଂସାର ଆହବେ

ଯେବେ ନିଅ ଭବୁ ଶାନ୍ତି ଦ୍ଵାରେ ।୧।

 

ଦେଖାଉଛି ଭୟ ଘନ ଘନ ମରଣ , ତା’ ମଣି ମ୍ରି ୟମାଣ

ଦେଲେ ଯେଣୁ ଭକ୍ତେ ଭକ୍ତି ହେଳେ ।୨।

 

କି ବନ୍ଧୁର ନାଥ ! ଜୀବପଥ ନଭେ ଦଇବତ ଦୟାପାଥ

ଜଡ଼ିତ ଯେଣୁ ପାପ ପଙ୍କରେ ।୩।

 

ପ୍ରଭୋ ! କାମନା ପୂରଣ ଅଶେ ଚାହିଁ ଅଛି ଦୁଃଖ ନଇରାଶେ ।

କରେ ଅଳି ଆକୁଳ ଅନ୍ତରେ ।୪।

 

ପ୍ରାର୍ଥନା

 

କାହିଁ ଜନମିଛ ନାଥହେ

ଏହି ଭବ ଭବନେ ?

ଆଲୋକିତ କାହା ନିଳୟ

ଜ୍ୟୋତିର୍ମୟ ଆନନେ ? ।୧।

 

କେବା ଗୁଣବତୀ ଜନନୀ

କଲା ଗର୍ଭେ ଧାରଣ !

ଲଭିବଟି ଶାନ୍ତି ନିବେଖି

ରୂପ ବିଶ୍ଵ ମୋହନ ।୨।

 

କେ ଅମୃତମୟ ମୁହୂର୍ତ୍ତେ

ଡ଼ାକୁଥିବ “ରେ ସୁତ” !

ଯା ଅଲକ୍ଷ୍ୟ ମୁଖ ମୟୁଖେ

ଆବାସ ବିଭାସିତ ।୩।

 

ଶ୍ରୀଅଙ୍ଗ ସ୍ଵର୍ଗୀୟ ସୌରଭ

ଗନ୍ଧେ ଦିଗ ନିକରେ ,

ନିଉଛାଳି ଛନ୍ଦେ ନିରତେ

ମୁଦେ କଞ୍ଜପୟରେ ।୪।

 

ନନ୍ଦନ * ସୁସମା ବର୍ଦ୍ଧନ

ପାରିଜାତ ସୁମନ

ଅର୍ପୁ ଥିବେ କିବା ଉଲ୍ଲସେ

ଭକ୍ତି ଅଭିନ୍ଦନ ।୫।

 

ଜୋତିର୍ମ୍ମୟ ସୁର କିନ୍ନର

ଧରି ଅମର ବୀଣା-

କରୁଥିବେ ଅଭିବାଦନ ,

ପ୍ରମେ ମନ ଫୁରୁଣା ।୬।

 

ପୂଜୁଥିବେ ମହାଅମୋଦେ

ସୁରବୃନ୍ଦ ଗହଣେ

ରତ୍ନଗର୍ଭ ସିନ୍ଧୁ ତନୟା

ପ୍ରେମ ପୂର୍ଣ୍ଣ ସୁମନେ ।୭।

 

ଅନନ୍ତ ଗଗନ ବିତାନେ

ନବ ନୀଳ ନୀରଦ

ଭାଷଇ କି , ଚିତ୍ତେ ଆଭାସେ

ତବ ଶୋଭା ସମ୍ପଦ ।୮।

 

ପ୍ରଭାପୂର୍ଣ୍ଣ ତବ ଶ୍ରୀଅଙ୍ଗ ,

ସୁଧାମୟ ବଚନ

ଭକ୍ତିପ୍ରେମେ ମାତି ବିଲୋକି

ବଞ୍ଚୁ ଥିବ ଯେ ଦିନ ।୯।

 

*ନନ୍ଦନ ଇନ୍ଦ୍ରୋଦ୍ୟାନ ବା ସ୍ଵର୍ଗୋ ଦ୍ୟାନ

ସେ ସିନା ଦ୍ୟୁଲୋକେ ଭୁଲୋକେ

ପୁଣ୍ୟ ପୁର୍ଣ ଉଦର

ଅବହେଳେ ଲଘିଂ ପାରଇ

ଭବ ମରୁପ୍ରାନ୍ତର ।୧୦।

 

କିନ୍ତୁ କାହିଁ ପ୍ରଭୋ ! ସେ ଭାଗ୍ୟ

ଦୀନ ହୀନ କରମେ !

ଦିଶୁନାହିଁ ପଦ କମଳ

ଅନ୍ଧ, ମନ୍ଦ ସଙ୍ଗମେ ।୧୧।

 

ନଗାଉଛି ପ୍ରାଣ ଉଷତେ

ତବ ଅମୃତ ଗୀତ –

ପାପଗ୍ରସ୍ତ ଏ ମୋ ପରାଣ

ତେଣୁ ଲଭଇ ଭୀତି ।୧୨।

 

ନାହିଁ ସେ ସୁହାସ ଅଧରେ

ସେହି ଜ୍ୟୋତି ନୟନେ

ଦେଇଥିଲେ ଯାହା ନାଥ ହେ

ଅଭିନବ ଯୌବନେ ।୧୩।

 

ଆସନ୍ତି ଲାଳସା ପୂର୍ଣ୍ଣ ଏ

ହୃଦ ରୁକ୍ଷ-ପ୍ରାନ୍ତର

ଆଶାୟୀ ଜୀବ ପଥିକର

ମୃଗତୃଷ୍ଣିକାକାର ।୧୪।

 

ସେ ଭୀଷଣ ମରୁ ପ୍ରାନ୍ତରେ

ପୁଣ୍ୟ ସଲିଳ ଧାରେ

ବିଶ୍ଵ ପାରାବାର ଗମନ-

ଉନ୍ନ ମୁଖୀ ଆଶାରେ ।୧୫।

 

ଯାଉଥିଲା ହେଳେ ନବାରି,

ମୋହ ବାରଣ ବର

ସମ୍ମୁଖେ ଦେଖିଲା ଚକିତେ

ବାଲି ସ୍ତୂପ ଅପାର ।୧୬।

 

ଦ୍ଵେଷ କାମ ଲୋଭ ମି ଶ୍ରଣେ

ଭୀମ ସ୍ତୂପ ଆବଳୀ

ବିଲୋକି ବିସ୍ମୟେ ତଟିନୀ

ବୃଦ୍ଧି ନପାରେ କଳି ।୧୭।

 

ପୃଷ୍ଠେ ଲେଉଟିବା ମାନସେ

ଲୋକେ ଉଦ୍ ବିଗ୍ନ ମନେ

ଚାହୁଁ ଚାହୁଁ ପାପ ପ୍ରଳୟ

ବାତ୍ୟା ବହେ ସଘନେ ।୧୮।

 

ସେ ଅନିଳ ଦେଲା ଆଚ୍ଛାଦି

ହିଂସା ରଜ ଗଗନେ

ରଜଃ କଣା ସ୍ତୂପଂ ବୁହାଇ

କ୍ଷଣେ ପୁଣ୍ୟ ଜୀବନେ ।୧୯।

 

ପଡ଼ି ଅବଦାତ ପୂଣ୍ୟର

ନୀର ଅଶୁଦ୍ଧ ତର

ହେଲା ପୁଣ୍ୟମୟୀ ତଟିନୀ

ପାପ ପୁର୍ଣ୍ଣ ଆକର ।୨୦।

 

ମିଶେ ଯଥା ଭକ୍ତ ନିର୍ବାଣ-

କାଳେ ତବ ଚରଣେ

ମିଶିଗଲା ତଥା ତଟିନୀ

ରିପୁଗଣ ଗହନେ ।୨୧।

 

ସୁମରି ଆବର ଯାତନା

ମର୍ମେ ଦାବ ଦହନ

ଜ୍ଵଳଇ , ଜ୍ଵଳଇ ଯେମନ୍ତ

ହସନ୍ତିରେ ଇନ୍ଧନ ।୨୨।

 

କିଏ ନାଥ ପୁଣ୍ୟ ସଲିଳେ

ତପ୍ତ ହୃଦୟ ବନ –

ବଲୋକି କରିବ ତୃପତି

ଏ ମୋ ଦଗ୍ ଧ ପରାଣ ।୨୩।

 

କାହା ଦମ୍ବେ ଦମ୍ଭ ବାନ୍ଧିବି

ମୁଁ ଯେ ତବ ଆଶାୟୀ

ନାଶି ପାପ ଦୁଃଖ ଅରାତି

ହେବି ବିଶ୍ଵେ ବିଜୟୀ ।୨୪।

 

ଏ ଭଙ୍ଗୁର ଭବେ ଅଭଙ୍ଗ

ଚିନ୍ତି ତବ ମୂରତି

ଅପ୍ରକାଶେ କର୍ମ ମହୀରେ

ଦିନ ଯାଉ ହେ ବିତି ।୨୫।

 

 

[କହିବାକୁ ଲାଜ-ସଖି ଯାହାହେଲା ଆଜରେ-ବୃତ୍ତରେ]

ହରିବେକି ମୋର ହରି ଦୁଃଖଭାର ଭାରରେ । ଘୋଷା ।

 

କି ଅଲକ୍ଷିତେ ଆସି ଶତଦଳ ପ୍ରଶଂସି

ବିଦ୍ୟୁ ଝଟକ ନେତ୍ର ଅନୁକ୍ଷଣେ

ନବଘନେ ଚପଳା             କରଇ ଯଥା ଖେଳା

ଖେଳଇ ତଥା ବେନି ମୋ ନୟନେ ।୧।

 

ରୂପାଜୀବାରେ ମୋହି       ଜନେ ହୁଅନ୍ତି, କହି

ଥାଆନ୍ତି ସୁମନୀଷି ଗଣ ମୂଳେ

କିନ୍ତୁ ଏତି ବୈଷମ୍ୟ            ନୁହେଟି ସମୀଚୀନ

ବୃଥା ପ୍ରୟାସ କିସାଁ ଏ ଆକୁଳେ ? ।୨।

 

ବିଷମ ମନୋଗତି             କରେ ଯାରେ ପୀରତି

ନୋହି ତିଳେ ବରତି ତା ବିହୁନେ

ବିଚରଣେ ଶୟନେ             ସ୍ୱପନେ ଅନୁକ୍ଷଣେ

ନାଚଇ ମନେ କିବା ଜାଗରଣେ ।୩।

କି କାର୍ଯ୍ୟ ଏଥି ଆଉ ଗଲେ ଏ ଜୀବନ ଯାଉ

ଲଭିଲା ଯେତେ ସଙ୍ଗୁ ଉପରତି

ନାହିଁ ତହୁଁ ଶୋଚନା କିପାଁ ଉଦ୍ ବିଗ୍ନମନା

ନଶୁଣୁ ଲବେ ହୃଦ ମୋ ଆରତି ।୪।

ଅଜ୍ଞାତେ ଦୀନବନ୍ଧୁ ଦର୍ଶନେ ଭାବସିନ୍ଧୁ

ଉଦ୍ ବେଳଇ ଅନ୍ତରେ ମୁହୁର୍ମୁହୁ

ଶୁଣିବେ କି ଆରତ ଗୃହାରି ଉପଦୃତ

ଢାଳେ ତନଘେ ବଳେ ହୃଦ ଦାଉ ।୫।

ଶେଷେ ମିନତି ଏହି ଅରକ୍ଷ ବନ୍ଧୁ ଯେହି

ବେଳେ ନସ୍ମରିବେ କି ଦୀନହୀନେ

ଦେଖୁ ଜଗତ ନିଷ୍ଠା ପ୍ରେମର ପରାକାଷ୍ଠା

ଭିକ୍ଷା ଏତିକି ପ୍ରଭୋ ଶ୍ରୀଚରଣେ ।୬।

 

ପ୍ରାର୍ଥନା

 

ଅଘ ବିନାଶନ ପ୍ରଭୁ ଦାନବ ଅଇରି

ଭବାବ୍ ଧିତାରଣେ ନାଥ ତୁମ୍ଭେ ଆଶାତରୀ ।୧।

 

ଦଶରଥ ଅଙ୍କଶୋଭୀ ଆନନ୍ଦ ବର୍ଦ୍ଧନ

ଅନୁପମ କୀରତି ବର୍ଣ୍ଣନେ କେହୁ କ୍ଷମ ହେ ।୨।

 

ଜନକ ନୃପଜା ହର୍ଷେ ପ୍ରମୋଦ ସତତ

ମହୋଜ୍ଜ୍ଵଳ ପ୍ରେମ ମଣି ମସ୍ତକେ ରାଜିତ ।୩।

 

ଅଳୀକ ଭାରତୀ ଶ୍ରୋତା ଜନକଙ୍କ ଗୀର

ଶ୍ରବଣେ ତେଜିଲ ହେଳେ ସମ୍ପଦ ଆବର ହେ ।୪।

 

ସଙ୍ଗେ ଅନୁଜ , ପରାଣ ଦ୍ୟୋତିନୀ ଗହଣେ

ଶ୍ରାନ୍ତି ନମଣି ସୁଶାନ୍ତ ପ୍ରବେଶିଲ ବନେ ହେ ।୫।

 

ଦଣ୍ତଳ ଅଟବୀଚାରି ରକ୍ଷଃଶ୍ରେଷ୍ଠ-ଝର,

ଦୁଷଣ , ନ୍ତ୍ରି ଶିର ନାଶି କୀରତି ଅପାର ହେ ।୬।

 

କପି ମୁଖ୍ୟ ମହାବଳୀ ବାଳୀ ହେଳେ ମାରି

ସୁଗ୍ରୀବ ସୁଗ୍ରୀବେ ଅପହୃତ ରାଜ୍ୟେ ବରି ହେ ।୭।

 

କଲ ପୁଣି ଅଭିନବ ବନ୍ଧୁତା ସ୍ଥାପନ

ଭକତ ବତ୍ସଳ ନାଥ ସତ୍ୟ ସନାତନ ହେ ।୮।

 

ଅପାର ରତ୍ନ ଆକର ଅକୁପାର ହେଳେ

ନିର୍ମାଣି ଅପୂର୍ବ ସେତୁ କପି ଚମୂ ମେଳେ ।୯।

 

ସର୍ବଶେ ବିନାଶି ରକ୍ଷୋରାଜ ଦଶଶିର

ଉଡ଼ାଇଲ ବଜୟ କେତନ ଚୌଦିଗର ।୧୦।

 

ଅଭାଷଣ ବିଭୀଷଣେ ଦେଇ ଲଙ୍କା ଶୀରି

ପ୍ରମୋଦେ କୁମୃଦବନ୍ଧୁ-ମୁଖୀ କୋଳେ ଧରି ହେ ।୧୧।

 

ଚତୁର୍ଦଶ ବର୍ଷ ଅନ୍ତେ ବାହୁଡ଼ି ଭବନେ

ସାମ , ଦାନ ଭେଦ, ଦଣ୍ତ ସୁମରି ସୁମନେ ହେ ।୧୨।

 

ପରଜା ପାଳନେ ମନ ନିବେଶି ବିଶେଷେ

ପାପି ବଂଶ ଧ୍ଵଂସୀ ବୋଲଇଲ ଜନମୁଖେ ହେ ।୧୩।

 

ତୁମ୍ଭେ ତ ଦୟାଳୁ ମଣି ଜଗତ ସମ୍ପ୍ରତି ,

କିଅବା ଅତୀତେ ଘୋଷୁ ଥିଲା ଘୋଷେ ନିତି ହେ ।୧୪।

 

କିପଁ । ହେ କରୁଣାମୟ ଅକରୁଣ ମୋରେ

ମୁହିଁ ତ ତବ ସନ୍ତତି କହିବି କାହାରେ ହେ ।୧୫।

 

ତବନାମ ଜପେ ସଦା ରଜନୀ ବାସର

ଶୁଣାଅ ନାଥ ତୁମ୍ଭର ସୁମନ୍ତ୍ର ଓଁ କାର ହେ ।୧୬।

 

ଦେଖାଅ ପରାଣ ଗତି ସେ ପ୍ରେମ ଆନନ

କର ତୃପ୍ତି ଭକ୍ତି ପୟେ ଏ ଦଗ୍ ଧ ଜୀବନ ହେ ।୧୭।

 

ଆଶାମୟ ଭବେ ଜୀବ ଯିବା ସୁନିଶ୍ଚିତ

ଭୁଲୋକେ ଯେ ସୌଭାଗ୍ୟର ନିଳୟ ବିଦିତ ହେ ।୧୮।

 

ସେ ପ୍ରପଞ୍ଚୁ ଦୀନେ ନାଥ ତାର ଅବହେଳେ

ନିତ୍ୟେ ମନ ପ୍ରାଣ ବହୁ ସେ ପଦକମଳେ ହେ ।୧୯।

 

ଜୀବନ ଅନ୍ତିମ ଯାମେ ଏ ଦୀନ ପରାଣ

ଲଭି ଆଶା ପଦେ ଭବେ ହେଉ ହେ ପାବନ ହେ ।୨୦।

 

 

କହ କୃପାନିଧି କେତେ ନୀରନିଧି –ବୃତ୍ତରେ

ପରାଣେ ଜୀବିକା ମହା ବିଭୀଷିକା

ଏ ମର ମାନବ ଜୀବନେ

କେତେ ରବିଶଶୀ ଗଗନ ବିତାନେ

ଦେଖେ ରୋଗଗ୍ରସ୍ତ ପରାଣେ

 

କେତେ ବାରବାମା ବାରଣ ଶିରେ ,

ଲୋଡ଼ନ୍ତି ଆକୁଳେ ବିଟମନରେ

ଦେଇ ବାମପାଦ , ହୃଦେ ଭରି ମୋଦ

ଧିକ ସେ ଅଳୀକା ସ୍ଵାଦନେ ।୧।

 

କେତେ କ୍ଷୟକାଶ ରୋଗେ କଷଣ ,

ଲଭି ଏ ଜୀବନେ କି ହୀନମାନ

କେତେ ବା ଆକୃଷ୍ଟ , କୁଷ୍ଠେ ମହାକଷ୍ଟ ,

ଭୋଗୁଛନ୍ତି ରିଷ୍ଟ ବିମନେ ।୨।

 

ନୟନ ନିଷ୍ପ୍ରଭ କାହିଁ ଦେଖଇ ,

ଭାତା ହୃନ୍ଦୟରେ ଭ୍ରାତା ହରାଇ ,

କିପାଁ ଏ ଆହବ , କିବା ଘେନି ଯିବ ,

ଜୀବ ଯେବେ ଯିବ ଜୀବନେ ।୩।

 

କାହିଁବା ଜନନୀ ଅପତ୍ୟ ସ୍ନେହ ,

ନଛାଡ଼େ ଛଡ଼ାଏ ଅନ୍ନ ବିରହ ,

କିପାଁ ଏ ଆକୁଳ , ହେଲା କି ଅଜ୍ଞାନ ,

କି ଭୋଗେ ପରାଣ ଦୁର୍ଦ୍ଦିନେ ।୪।

 

ନାହିଁ ଆବରଣ ଆବୋରି ଅଙ୍ଗ ,

ଯିବ କୁଳନାରୀ କା-ବହିଙ୍ଗେ ,

କି ଥିଲା କି ହେଲା ଏ ଉତ୍କଳ ଭଲା ,

ସେହି ସ୍ଵର୍ଣ୍ଣପ୍ରସୁ ଭୂମେ ।୫।

 

ଚିନ୍ତନେ ଏ ମାନ ସ୍ପନ୍ଦନ ହୀନ ,

ନିରନ୍ତରେ ଭଜେ ନୟନ ମନ ,

କରେ ଅବିରତ , ଅଶ୍ରୁ ବିଜଡ଼ିତ ,

ବକ୍ଷେ ଧ୍ୟାନ ବିଭୁ ଚରଣେ ।୬।

 

ଅସ୍ଫୁଟ କରୁଣସ୍ଵନ ଦୁଃଖୀର ,

ସଦା ସୁମରଣ ନାମ ଅପାର ,

ସେହି କୃପାନିଧି , ଶୁଣିକ ଅବଧି ,

ତାରିବେ ଏ ଦୀନେ ସୁମନେ ।୭।

 

 

[ ଜାଣି ନ ପାରେ ମୁହିଁ ଯିବି ଦ୍ଵାରକା-ବୃତ୍ତରେ ]

କେତେକାଳ କାଳବଳେ ଜଡ଼ି ରହିବୁ

ନଚିନ୍ତିବୁ କିରେ ଚିତ୍ତ ଅନ୍ତରେ ବିବୁ ? ।ଘୋଷା।

 

ଯେ ରାମତାରକ ନାମ

ଦୁରିତ ଦାବ ଦହନ

ପୁତ ମନେ ହୃଦାସନେ

କି ନ ପୂଜିବୁ ! ।୧।

 

ପ୍ରତିଭା ତ ଅଙ୍ଗେ ଅଙ୍ଗେ

ଯା’ ପ୍ରତିପଟ ସ୍ୱଚ୍ଛନ୍ଦେ

ସେ ସର୍ବ ପ୍ରେମିକ ପ୍ରେମ

କି ନଲୋଡ଼ିବୁ ? ।୨।

ଯାର ଜଗତ ଘୋଷିତ

କୀରତ ଅପରିମିତ

ଦିନେ ସେହି ଦୀନବନ୍ଧୁ

କି ନସ୍ମରିବୁ ? ।୩।

ଯା’ର ପରିପୂର୍ଣ୍ଣ ଦୟା

ଲଭିଲେ , ଉଷତ କାୟା

ସେ କୃପାଭିକ୍ଷାର୍ଥୀ ଯୋଗ୍ୟ

କି ନହୋଇବୁ ? ।୪।

ଦିଗନ୍ତ ବ୍ୟାପ୍ତ ପ୍ରକୃତି

ଚିତ୍ରୁଛି ଯା’ ପ୍ରତିଇତି

ତା ବିନା ଭବ ଗହନେ

ଭ୍ରମି ମରିବୁ ! ।୫।

ଡ଼ାକରେ ଡ଼ାକ ବହନ

ସେ ପତିତ ଉଦ୍ଧାରଣ

ଚିନ୍ତ ଚିନ୍ତେ ମହାବାହୁ

ଭବୁ ତରିବୁ ! ।୬।

 

 

ଆରେ ପ୍ରାଣସଙ୍ଗୀ ମନ ମୋହନ ମନ୍ତର ତୋର ଭଙ୍ଗୀ-ବୃତ୍ତରେ

ଆହେ ଭଗବାନ- କଲ ଚିର ହାହାମୟ ଏଜୀବନ । ପଦ ।

 

ରଖିନାହିଁ ଲବେ ଅଭାବର

ସତ୍ତା ମାତ୍ର ଅର୍ଥ ଭୋଗବାର

ଦେଇଛ ସଦ୍‌ବୁଦ୍ଧି ଯା ଘେନି ସୃସିଦ୍ଧି

ଲଭେ ଭ୍ରମି କାବ୍ୟ କାନନର ।୧।

 

ବିଲୋକଇ ଯେଉଁ ଦିଶେ ମୁହିଁ

ସର୍ବତ୍ର ତୁମ୍ଭର ସ୍ଥିତିଧ୍ୟାୟି

ଏହି ସମଭାବ ଦୃଷ୍ଚି ତବ ଶୁଭ

କରୁଣା କଟାକ୍ଷୁଁ ଲଭିଲଇଁ ।୨।

ଦେଇ ଅଛ ଯେଉଁ କଳେବର

ପୂତିଗନ୍ଧ ପୁଣି ସେ ନଶ୍ଵର

କିସୁନ୍ଦର ପୁଣି ତା ଚର୍ମ ଛାଉଣୀ

ଦେଖି ପାଶୋରଇ ରତିବର ।୩।

ସେ ଶରୀର ରୋଗ କ୍ଳିଷ୍ଟ କର

ଅହର୍ନିଶ ଦୁଃଖେ ସଡ଼ାଇଲ

ଅଛ ତ ଅନ୍ତରେ ଅଲକ୍ଷ୍ୟଭାବରେ

ହେଉ ନଥିବ କି କଲବଲ ।୪।

ନିର୍ଲିପ୍ତ ବୋଲି ମୁଁ ବୋଲ ଯେବେ

ସ୍ଥାପିଛ ପୀରତି ଜୀବ ସଙ୍ଗେ

ତା ଦୁଃଖେ ଦୁଃଖୀ , ତା ସୁଖେ ସୁଖୀ

ନୋହିବ କି ଥିଲେ ହେଲେ ବହିରଙ୍ଗେ ।୫।

କର ନାଥ ଦାନ କୃପା ଭିକ୍ଷା

ନଆଚର ଦୀନ ଠାରେ କକ୍ଷା

ହର୍ତ୍ତା କର୍ତ୍ତା ହୋଇ ଲବେ ନଘେନିଲେ

ଆଉ କେ କରିବ ମୋତେ ରକ୍ଷା ।୬।

 

ସ୍ତୁତି

ସନ୍ଧ୍ୟା

[ଶ୍ରୀବତ୍ସ ଲାଞ୍ଚ୍ଥନ ଦେବ ମୋ ହୃଦଗଗନେ –ବୃତ୍ତରେ ]

ଆସୁଅଛି ଘୋଟି ଖରେ ଯାମିନୀ କାମିନୀ

ପୂଜିବକି ଅର୍ଘ୍ୟେ ସନ୍ଧ୍ୟା ଦୁତୀ ବିଶ୍ଵ-ବିନ୍ଧାଣି ।ଘୋଷା।

ଭାଜିଛି ବାସର ହାଟ ସର୍ବେ ସ୍ଵୀୟ ଗୃହାଗତ

ଭ୍ରମଣି ତେଜି ପତତ୍ରି ଗଣ ନୀଡ଼େ ଗଲେଣି ।୧।

ଅଟବୀ ତଟ ବୃକ୍ଷକେ ନିରୋଳେ କପୋତ ଡ଼ାକେ

ହଜାଇଛି ଭବାର୍ଣ୍ଣବେ ଯେଣୁ ପୁତ୍ରମଣି ।୨।

ରଥାଙ୍ଗ ରଥାଙ୍ଗୀ କାହିଁ ନିଶାଗମେ ଦୁଃଖୀ ହୋଇ

ହେଲେଣି ଅଲଗା ସ୍ଵୀୟ ଦୋଷ ଗୁଣି ଗୁଣି ।୩।

ପାଦପେ ସାୟାହ୍ନେ ପୂତେ ପୂଜନ୍ତି କି ହୃଦଗତେ

ସର୍ବଗ୍ରାହୀ ନିଶୀଥିନୀ ବିଶ୍ଵ-ଶାନ୍ତି-ଦାୟିନୀ ।୪।

ଆସହେ ସରବେ ମିଳି ଭିଭାବରୀ ପଦେଚଳି

ଜଣାଇବା ଆତ୍ମ ଦୁଃଖ ଘେନିବେ କଲ୍ୟାଣୀ ।୫।

 

 

[ ବିମଳା ଜଣାଣ – ଉଲ୍ଲିଖିତ ରାଗରେ ଗାଇବାକୁ ହେବ ,

ଏହା ‘ବ’ ନିୟମରେ ଲିଖିତ ] ୧୮

ବୃନ୍ଦାରକ ବନ୍ଦ୍ୟା ମାଗୋ ଜଗତ ଜନନି !

ବନ୍ଦେ ଭକ୍ତିଭରେ ମାତଃ ଘେନ ଦୀନ ଦୟିନୀ ।ପଦ ।

 

ବାସନ୍ତି ! ବିପ୍ଳବେ ଡ଼ାକେ ବୁଡ଼ି ମର୍ତ୍ତ୍ୟ କୁମ୍ଭୀପାକେ

ବିଗଳିତାଶୁ ସନ୍ଦୋହ-ବିନାଶି ସର୍ବାଣି ।୧।

 

ବିଦେହ ପାପ ଅନଳେ ହେଲିଣି ଅକର୍ମ ଫଳେ

ବାରିପାରୁ ନାହିଁ ହେଳେ ତବ ପାଦ ବେନି ।୨।

 

ବରଦା ବିପନ୍ନ ବଧ ଆଶେ କଳୁଷ ବିଷାଦ

ବଳି ସୁକୃତ ସମ୍ପଦ ହୃଦେ ଖେଳି ଗଲାଣି ।୩।

 

ବିକସିତ କି ବାରିଜ ବିମଳ ମୁଖ ପଙ୍କଜ !

ବିଲୋକି ଲଘିଂବି ହେଳେ ଭବ ଅବଣ୍ୟାନି ।୪।

 

ବିନୀତ ବନ୍ଦନ ଶେଷେ ବହନ ବିପନ୍ନ ଦାସେ

ବରାନନି ! ଦିଅ ଶାନ୍ତି ନିଳୟେ ମାଗୁଣି ।୫।

 

କରୁଣାକର ଜଣାଣ

 

କଉଣପ ନିବାରକ             ଯେହି ତ୍ରିଲୋକ ପାଳକ

କୋରକୀ କୃତ କରେ ଦୀନ

କୋୟର ନିବେଦନେ             ଶ୍ରୁତି କୁହର ସମେ

କଲ ନିର୍ମାଖି ତ୍ରାଣେ ଛଦ୍ମ ହେ ମହାବାହୁ ।

କିଳି୍ ବିଷ ବିଧୁ ନ୍ତୁଦ ବଳେ             କରମ ମଳିନତା ମେଳେ

କରୁଣା ନିଳୟହେ  ସେବି ମହାପ୍ରଳୟେ

ଯିବିକି ଭାସି ଚିତ୍ତେ ଭାଳେ ହେ ମହାବାହୁ ।୧।

 

ଖଳ ଶ୍ରେଣୀ ଖଣ୍ତନ  ଅଗଘନ ଶୋଭନ

ଯାଚଜ୍ଞା ଗୁରୁତର ଯେହି

ଖଣ୍ତନ କୃତେ କେତେ             ଦାସ କଳ୍ମଷ ଯେତେ

ସେ ପ୍ରଭୁ କେଡ଼େ ଭାବଗ୍ରାହୀ ହେ ମହାବାହୁ ।

ଖଟଣି କିଙ୍କର ପରିରେ              ଖଟେ କମଳା ଯା ପୟତେ ,

ଖଟେ ଅତ୍ରେୟ ଗୋତ୍ର             ସମୁଦ୍ଭବ ତ୍ରିନେତ୍ର

ସୁତ ସେ ପ୍ରଭୁପହରେ ହେ ମହାବାହୁ ।୨।

 

ଗୁରୁ ହେଲାଣି ବାଧା ,             ଅସହ୍ୟ ତ ଆସ୍ପର୍ଦ୍ଧା

ଯେହୁ ଦାୟାଦେ ଛନ୍ତି ଚାହିଁ

ଗଲାଟି ଗାତ୍ର ଭାସି  ଶୋକ ସମୁଦ୍ରେ ଝାସି

କି ଚିତ୍ର ଦେହି ଦେହ ବହି ହେ ମହାବାହୁ ।

ଗାତ୍ର ହେଲାଣି ମହାକ୍ଷୀଣ ,              ଗମନେ ପ୍ରାଣ କି ଶୋଚନ

ଗଗନ କୁସୁମହେ  ଖୋଜି ଲୋଡ଼ୁଛି ମୋହେ

ଭକ୍ତି ବିହୀନେ କର୍ମହୀନ ହେ ମହାବାହୁ।୩।

 

ଘଟକୁମାର ଚିନ୍ତି  ନୀରଦ ନାହୁଁ ବଞ୍ଚି

ତହୁଁ ଅଧିକ ଆଶାପ୍ରଦ

ଘଟକୁମାରେ ଚିନ୍ତା ପ୍ରବଳ ଦର୍ପ ହନ୍ତ।

ଶୁଣିକି ଜଡ଼ବର ଭାବ ହେ ମହାବାହୁ ।୪।

ଘେନଇ ମନପୂପେ ଫଳ,            ଘଟଇ ନିଶ୍ଚେ ଆଖଣ୍ଡଳ,

ଘଟନା ଉଚ୍ଚମନା            ଲଭେ ପୀୟୁଷ ସିନା

କୁତ୍ସିତ ଲଭେଟି ଗରଳ ହେ ମହାବାହୁ ।୪।

 

ନାକ ବାସି ଶେଖର  ନିନ୍ଦେ ନୀହାରକର

ଲେପନ ନିରଳସ ହେରି

ନାଗରିପୁ ମୋ ରିପୁ        ତୁଲ୍ୟ ହୃଦ ସଂପୁଟୁ

ଦିଅନ୍ତୁ ଅରିଷ୍ଟ ବିଦାରି ହେ ମହାବାହୁ ।

ନିଟିଳ ଲେଖା କେବା ଆନେନପାରେ କରି ତବ ସମେ,

ନବଦ୍ୟ ନିର୍ବାଣରେ              ପୂତ ପଦ ନିଳୟେ

କରୁ ଆଶ୍ରୟ ଆତ୍ମାଷେମେ ହେ ମହାବାହୁ ।୫।

 

ଚାତୁର୍ଯ୍ୟ କୃପାଳୁପଣ       ପଦେ ପଦେ ଶୋଭନ

ପ୍ରମାଣେ ଗଜ ସୁନାମାଦି

ଚିରାଳରେ ଆରତ              ପରିତ୍ରାଣ ଅଙ୍କିତ

ହେଲାକି ଦାସରେ ବିବାଦୀ ହେ ମବାବାହୁ ।

ଚିତ୍ତେ ଚିନ୍ତଇ ଚକ୍ରଧର , ଚକ୍ରଯୁଗ୍ଵହୁଁ ଦୁଃଖ ଘୋର ,

ଚଞ୍ଚଳା ତୁଳା ଖେଳା  ସର୍ବ ଜୀବାତ୍ମା –ଭେଳା

ଏ ନାମ ହେବ କି ଅସାର ହେ ମହାବାହୁ ।୬।

 

ଛିଦ୍ରେଶୟ ସଦୃଶ  ଅରିଙ୍କ ଆଶୀବିଷ

ଜ୍ଵାଳାରେ ଜୀବ ଯାଏ ଜଳି ,

ଛଦ୍ମ କିପାଇଁ ପ୍ରଭୁ            ଶ୍ରୀହସ୍ତେ ଅରି ଥାଉଁ

ଆଉଁ ଏ ଦୁର୍ଦ୍ଦଶା ନୋହେ କଳି ହେ ମହାବାହୁ ।

ଛଟପଟେ ଜୀବନ୍ମୃ ତ ଦେବ ଛପେନା ତିଳେ ହେ କୁ-ମୋହ

ଛଳ ବାହିନୀ ଶହେ             ବିନା ତବ ସହାୟେ

ନୋହିବି ଆତ୍ମା ଶାନ୍ତି ମୟ ହେ ମହାବାହୁ ।୭।

 

ଜଗତୀ ଭୋଗୀ ପରି  ଭୂସୁର ଦେହ ଧରି

ଜନମି ନାହିଁ ଜୀବ ଭାଳି ,

ଜୀବନ ଆଶା ଟଳି  ଯାଏ ନପାରେ କଳି

କୀଦୃଶ ଭବମୋହ ଭାବ ହେ ମହାବାହୁ ।

ଜାଣି ଜହର ପରି ପର , ନଗାଇ ତିହି ବହୁ ଦର

ତରତାବସ୍ଥା ଲଭି             ଭବ ଜମ୍ଵାଳେ ମଜ୍ଜି

ପର କି ହେବ ଆପଣାର ହେ ମହାବାହୁ ।୮।

 

ଝଗଡ଼ିବାକୁ ଦେହେ  ରଳ ଲବ ନସହେ

କରିବା ତାହା କିବା ଯଶ ,

ଝାଉଁଳିବାର ସିନା ଉତ୍ସୁକ ମନ ଘେନା

ଶ୍ଵାନ କି ମୃଗରାଜେ ବଶ ହେ ମବାବାହୁ ।

ଝଡ଼ିଲା ମନ୍ଦ କର୍ମ ଫଳ,             ଝୁରିମରିବାହିଁ ନିଷ୍ଫଳ,

ଝାସିଲେ ହେଲେ ଅନ୍ତ             ବିହୀନ ସ୍ରୋତେ ଚିତ୍ତ

ଜୀବିତ ହେବଟି ସଫଳ ହେ ମହାବାହୁ ।୯।

 

ନିଉଁଛାଳି ଅଶେଷ ଶୁଭ୍ରାଙ୍ଗେ ଭୃଙ୍ଗ କଷ

କରିଛି ଚିତ୍ତ ନିରୁପଣ ,

ନଭାଙ୍ଗ ଆଶାବାର  ପତିତୋଦ୍ଧାର ମୋର

ଇତରେ ଭବନ ଭିଆଣ ହେ ମହାବାହୁ ।

ଲୋତକ ନମରି ନେତ୍ରାନ୍ତୁ, ନିରତେ ଝରେ ହୃଦଗତୁଁ,

ନିଦାନ ମୋ ଆରତ  ପଦ୍ମଲୋଚନେ ହତ

ନତୁ ଅକାର୍ଯ୍ୟ ଜୀବ ହେତୁ ହେ ମହାବାହୁ ।୧୦।

 

ଟେକି ନୋହେ ଏ ମୁଖ  ଯାହା ନିର୍ଲ୍ଲଜ୍ଜମୁଖ

ପରେ ଶୋଭନ ଯା ଭବନ,

ଟାଣ ସିନା ଜୀବନ ତାର ହେ ନିରଞ୍ଜନ

ନୁହେ ସେ ପବିରେ ଛେଦନ ହେ ମହାବାହୁ ।

ଟଳନେ ପ୍ରାଣ ନାହିଁ ଭୀତି,             ଟିକେ ନୁହଇ କଳି ଗତ,

ଟୋପର ସମବାସେ             କୁଟୁମ୍ଵ ବାକ୍ୟ କ୍ଲେଶେ

ନପାରେ ସହି ସେ ଆରତି ହେ ମହାବାହୁ ।୧୧।

 

ଠବର୍ତ୍ତୁଳାନ ନହେ !       ପୁରଟ ପରି ଚାହେଁ

ଅସର ଦିବା ବିଭାବରୀ ,

ଠିକେ ମୁନିକି ଭୁତି  ଜୀବ ଦଶାରେ ବର୍ତ୍ତି

ଅଶନ ପଶୁ ସମ ହେରି ହେ ମହାବାହୁ ।

ଠକିତ ନେଲା ପୁତ୍ର ମଣି  ଠଉରାଇ ବିହି କି ମଣି ,

ଠାକୁରପଣ କେଉଁ  କାଳକୁ ମହାବାହୁ

ତାରେ କେ ଫୁ –ନରକୁ ପୁଣି ହେ ମହାବାବୁ ।୧୨।

 

ଡ଼ରୁଥିଲି ଯାହାକୁ             ଲଭି ସମ୍ପ୍ରତିତାକୁ

ବିଦାରେ ଦୁଃଖ ଶଲ୍ୟ ହୃଦ ,

ଡୋର ସମ ଘେରାଇ  ସମସ୍ତ ଦୁଃଖ ଏହି

ଜୀବନେ କଲି ଅନୁଭବ ହେ ମହାବାହୁ ।

ଡ଼ୁବୁଛି ଭେଳା ଭବ ନୀରେ             ଡ଼ାକେ କମଠ ରୂପ ଧରେ ,

ଡ଼ିଣ୍ତିମ କି ବାଜିବ             ସେବକ ନାଶ ଯିବ

ଈଶ୍ଵର କୃପା ବିହୁନରେ ହେ ମହାବାହୁ ।୧୩।

 

ଢାଳେତ ନଘେନିଲେ             ଢ଼ମ ନୋହେ ମୁଁ ବୋଲେ

ବିଶେଷ ମୋ ଆର୍ତ୍ତ       ଆରତି ,

ଢକ୍‌କା ବାଜିବ ଭବେ            ହୀନ କରୁଣେ ଯେବେ

ତେଜିବ ସର୍ବ ଜୀବଗତି ହେ ମହାବାହୁ ।

ଢଗେ ଦାୟାଦେ କେତେ ଟାହି            ଢମାଳି କରନ୍ତି ନିଠାଇ

ଢଳି ପଡ଼ୁଛି କାୟ             ହେରି ସ୍ଵୀୟ ଆତ୍ମୀୟ

କାହିଁ ଛ କ୍ଷୁଧା ତୃଷ୍ଣା ତହିଁ ହେ ମହାବାହୁ ।୧୪।

 

ଅଖିଳ ଅଙ୍କହାରୀ            ଅପବର୍ଗାନୁ ସରି

ଖଣ୍ତନେ ଅରିଷ୍ଟ ଅସୀମ

ଅୟନ ନଦିଶଇ ଅମର ଶ୍ରେଷ୍ଠ ଯେହି

କର୍ଣ୍ଣେ ଜପରେ କି ପ୍ରସନ ହେ ମହାବାହୁ ।

ଅଭାବ ବିହୀନ ଆହବେ ,            ଅରତେ ଜଡ଼ି ସର୍ବେ ଏବେ

ଅର୍ତ୍ତନାଶନ ଯେବେ ଅଭାବ କି ନାଶିବେ

ଜ୍ଵଳଇ ଯେ ଦାହ ଦୋହଦେହେ ହେ ମହାବାହୁ ।୧୫।

 

ତନୁ ହେଲାଣି ତନୁ  ଭାବନେ ଅନୁ ଦିନ

ଅପରେ ଅଚରି ସମର ,

ତପତ ତପନୀୟ ଉପମେୟ ଏ କାୟ

ଶ୍ଵାସଇ ଯେହ୍ନେ ନାଗେଶ୍ଵର ହେ ମହାବାହୁ ।

ତଥାପି ସ୍ନେହ ନାହିଁ ଯହିଁ ,            ତୁଛା ତା ଜୀବିତ ଭାବଇ ,

ତାର ତରଳ            ନୟନରୁ କମଳ

କୁବଧୁ ସଙ୍ଗମୁଁ ବହଇ ହେ ମହାବାହୁ ।୧୬।

 

ଥିଲା କିପରି ଚିତ୍ତେ             ସୁକବୁଣା କି଼ଞ୍ଚତେ

ନମାଗେ ଅଷ୍ଟ ଅଣିମାଦି

ଥୋକେ ମୋ ସଙ୍ଗତିର            ନୋହେ କିପାଁ ବିଚାର

ପ୍ରଖ୍ୟାତନାମା ଦୟାନିଧି ହେ ମହାବାହୁ ।

ଥରେ ପଡ଼ନ୍ତେ ଯେ କଟାକ୍ଷ,            ଥକା ମହାନ ଲଭେ ମୋକ୍ଷ,

ଥୋଇ ମାନସ ମୋଦେ             ତବଚରଣାମ୍ଵୁଜେ

ଡାକେ ନିରେଖ ରକ୍ଷ ରକ୍ଷ ହେ ମହାବାହୁ ।୧୭।

 

ଦରିଭୁତ ମୋ ଚିତ୍ତ ଆଲୋଡ଼ିତ ଅରତ

କଲ୍ଲୋଳେ ୟେବେ ଯାଏ ବହି;

ଦିନେଶ ସମ କିତି             ଜୀବ ଜୀବେଶ ଗତି

କରିବ ନିକି ବଳେ ତ୍ରାହି ହେ ମହାବାହୁ ।

ଦରିଦ୍ର ନିଧି ନିଭ ପାଇ,            ଦେଲି ଜଗତ ଜଳେ ଧୋଇ

ଦୁର୍ବାର ଦୁରିତ ରାଶି             ନିଜର ପ୍ରଭା ପ୍ରକାଶି

ଅଗାରେ ଆଉ କାର୍ଯ୍ୟ ନାହିଁ ହେ ମହାବାହୁ ।୧୮।

 

ଧରିତ୍ରୀ ମଧ୍ୟେ ଧୀର             ତୁଳେ କୁମଇ ମୋର

ଧିଷଣା ଦିଏ ଯୁଧିଷ୍ଠିରେ

ଧକ୍‌କା ଛାତିରେ ଦେଇ             ଗଲା ମୋରେ ଛଡ଼ାଇ

ଦୁର୍ବିଧି ବିଧି ଅବେଭାରେ ହେ ମହାବାହୁ ।

ଧରମ କଥା ଏ ନୁହଇ ,            ଧର୍ଷଣା ଦୀନ ହୀନରେ ହିଁ

ଧୃଷ୍ଟତା ପଣ ମୋରେ             ପଦ୍ମ ଲୋଚନ କଲେ

ସପକ୍ଷେ ଦେବ କେ ଚେତାଇ ହେ ମହାବାହୁ ।୧୯।

 

ନକ୍ଷତ୍ରେଶ ହାସିନୀ ନିଭ ସୁତ ନନ୍ଦିନୀ

ତାର ବୈଧବ୍ୟନେତ୍ରେ ଦେଖି,

ନିଶିଦିନ ନୟନ  ନଦେଖଇ ଅୟନ,

ଯେହି ଶୟନ ନାମେ ଲେଖି ହେ ମହାବାହୁ ।

ନିମିଷେ ନଲଭେ ଏ ସତ୍ତା,            ନିରତ ଜାତ ଅତିଚିନ୍ତା,

ନିନ୍ଦାର ନିକେତନ             ହେବ ଦୀନ ଶରଣ

ନାମର ନରହିବ ସତ୍ତା ହେ ମହାବାହୁ ।୨୦।

 

ପ୍ରମାଦ ତନବଦ୍ୟ ବାରେ ଆର୍ତ୍ତନିନାଦ

ଶୁଣିଛି ଯେ ତାର ଶ୍ରୁତିରେ

ପରିଣତ ହେବ ହେଳେ  ପ୍ରସ୍ତର ଶୀଘ୍ର ସଲିଳେ

ସହିବି କିବା ଉପାୟରେ ହେ ମହାବାହୁ ।

ପ୍ରବଞ୍ଚନାରେ କି ବର୍ତ୍ତିବି  ପ୍ରୟାସ କି ଲାଗି କରିବି,

ହୋଇବା ପାଇଁ ପ୍ରେତ- ପତି ଭୟରୁ ମୁକ୍ତ

ପ୍ରାକୃତେ କିପାଁ ନିବେଦବିହେ ମହାବାହୁ ।୨୧।

 

ଫାଟି ପଡ଼ୁ ଅଛି ପ୍ରାଣ ଠାଠିକ ମୁଖ ପ୍ରମାଣ

କେଉଁ ଚିନ୍ତାରେ ଦିନ ଯିବ

ଫଳିତ ଏ ଜଗତୀରେ  ଯେତେ ତହୁଁ ଏ ମୋ ଭାଲେ

ଅଧିକ ସିନା ସମ୍ଭାଇବ ହେ ମହାବାହୁ ।

ଫେରି ଚାହଁକ ପ୍ରଭୁ ପୁଣି, ଫତୁରି ନକରେ ପ୍ରମାଣି

ଫଟା କପାଳରେ ବିହି ଦେଇଛି ତ ନାଥଲିହି

ମନାନୁ ରୂପ ଫଳ ଜାଣି ହେ ମହାବାହୁ ।୨୨।

 

ବ୍ୟଙ୍ଗ ନୋହେ ଏ ପ୍ରଭୁ  ବିଶେଷ କହୁ କହୁ

ବିଶ୍ଵାସ ହୀନ ମନ୍ଦ ଦଶା

ବ୍ୟକ୍ତ କରିବ ସିନା  କି ଲାଭ ମହାମନା

ବିଶେଷ ବ୍ୟକ୍ତ ଲୋକହସା ହେ ମହାବାହୁ ।

ବିକୃତ କରିବି ହେ କେତେ             ବିଷକି ଅର୍ପିଲ ଅମୃତେ,

ବିଜ୍ଞେକି ବୋଲିବେଟ            ମହାମନ୍ଦ ଭାଗ୍ୟଟି

ଗଲାକି ଦୁଃଖନୀରେ ଦୃତେ ହେ ମହାବାହୁ ।୨୩।

 

ଭାଙ୍ଗିଦେଲା ସିନା ମୋର ଭରସା ଦୁର୍ବିଧି ଘୋର

ଭସାଇ ସନ୍ତାପ ସରିତେ ,

ଭଗାର ହସାଇ ଦେଇ ଭ୍ରମ ନଦେଲା ତୁଟାଇ

ସନ୍ତପତ କରୁଅଛି କେତେ ହେ ମହାବାହୁ ।

ଭରସା ତବ ବିନୁ ଆନ             ଭୂରେ ନାହିଁ ହେ ଭଗବାନ

ଭ୍ରମେ ହେ ଭବଭରା,            ହାରୀ ମେଢ଼ ପସରା

ନାମ ନୋହିବ ବିସ୍ମରଣ ହେ ମହାବାହୁ ।୨୪।

 

ମହୀ ମହୀଳା ଦେହୀ             ଦୋହଦେ ବେହ ବହି

ନୋହିଲେ ସାର୍ଥ ଜୀବୋଦ୍ଦେଶ୍ୟ ।

ମୃତ ତଦ୍ରୂପତନୁ  ସତତ ମହାତନୁ

ତନୁ ରକ୍ଷକ କାହିଁ ଆଶା ହେ ମହାବାହୁ ।

ମନ୍ଦ ଯେ ଗ୍ରହ ନକ୍ଷତ୍ରହିଁ  ମହାରିଷ୍ଟକି ନ ସମ୍ଭବେ ତହିଁ

ମଙ୍ଗଳର ସ୍ଵରୂପ ବିଦିତ ଯେହି ଲୋପ

ହେଲେ କେ ମୁକ୍ତି ନବାଞ୍ଚ୍ଥଇ ହେ ମହାବାହୁ ।୨୫।

 

ଯଦୁବଂଶ ନାଥହେ             ଜୀବନ ତ ନସହେ

ତାରକି ନାହିଁ ନିର୍ମାଖୀରେ ,

ଯୁକ୍ତ କରି ଜଗତ  ସୁକୀର୍ତ୍ତି ଯା ମହତ

ହେବ କଳ୍ମଷ ଲାଗି ମୋର ହେ ମହାବାହୁ ।

ଯୁକତି ପ୍ରତି ଏ ନୁହଇ ,             ଜୀବନ ଥିଲେ ସର୍ବ ପାଇ

ଯମ ଗ୍ରାମର ନାମ             ଏ ତୁଲେଟି ତୁଳନ

ଯେ ଦିଏ ବଡ଼ ସିନା ସେହି ହେ ମହାବାହୁ ।୨୬।

 

ରମା ରମଣ ହେ ଦଣ୍ତ            କିନ୍ତୁ ଯେହି ଦୁର୍ଦ୍ଦଣ୍ତ

ନୋହି ତା ଦଣ୍ତକୁ ନଭାବ,

ରସାରେ ଲୋକ ହସା             ହେବା ସିନା ଦୁର୍ଦ୍ଦଶା

ଦଶାର ବସା ହେବ ମଳ ହେ ମହାବାହୁ ।

ରୁଷିକି ଏପାଇଁ ବସିବି , ରୁକ୍‌ଦ୍ଵିଜ ସେବି ଦିନ ନେବି ,

ରଖିଲେ ହେଲେ ମନ            ଗୃହ ଜଞ୍ଜାଳେ ପ୍ରାଣ

ଯିବଟି ଅନ୍ତେ ତୋରେ ଭାବି ହେ ମହାବାହୁ ।୨୭।

 

ବିଷୟ ତ ଆଖର             ହେଉଛି ଲୋକେଶ୍ଵର

ଦୁଃଖ ଅବାର ନୋହି ଭଳି,

ବିଶ୍ଵାସରେ ବିଷ ତ            ଦେଉଛ ଦଇବ ତ

ହେଲେହେଁ କୃପା ନାହିଁ ଟଳି ହେ ମହାବାହୁ ।

ବାରି ପାରି ନାହିଁ ହେ ବିଶ୍ଵମ୍ଭର , ବିଶ୍ଵ ଅଟଇ ବିନଶ୍ଵର ,

ବିଦିତ ଥାଉଁ ଲୋକେ        ଘାଣ୍ଟି ହୁଏ ତ ଶୋକେ

ଭାସୁଛି ଲଗାଅ କୂଳର ହେ ମହାବାହୁ ।୨୮।

 

ଶତ କୋଟି ତ କୋଟି       ପଡ଼ଇ ହେଇ ଗୋଟି

କାହାରେ ସହାୟ ପୁଛିବି

ଶତଦ୍ରଦା ଚିନ୍ତାମାଳା, ସତତ ଅନ୍ତରେ ଖେଳ ।

କରଇ ତିଳେହେଁ ନ ଭାବି ହେ ମହାବାହୁ ।

ଶମନ ଭୀବୁ ମୁଁ ନୁହଇ  ଶରଣ କେବଳ ମାଗଇ,

ଶିବ ହେବ ମୋ ସଦା ସଦାଶିବେ ଅଶ୍ରଦ୍ଧା

ନୋହିବା ହେଉ ଲବେ ପାଇଁ ହେ ମହାବାହୁ ।୨୯।

ଷଡ଼ାନନ ତାତଙ୍କୁ              ବିଶେଷି ମାଗିବାକୁ

ଅସ୍ପର୍ଦ୍ଧା ଲବେ ସହୁ ନାହିଁ

ଷଣପୁଷ୍ପେ ବିଶେଷେ       ନଲୋଡ଼େ ୟେ ଲାଳସେ

ଦିଗମ୍ଵରକୁ ବହିଥଇ ହେ ମହାବାହୁ ।

ଷଣ୍ଢ ହେଲ ତ ସଣ୍ଢ ହୋଇ       ଷଷ୍ଠୀଙ୍କି କିପାଁ କହିବଇଁ

ଷଷ୍ଠଦଶ ସମ୍ଵତ୍ସର       ବୃଦ୍ଧି କ୍ରମେ ଲୋଳସାର

ବିସ୍ତୃତି ଦେଉଛି ବଢାଇ ହେ ମହାବାହୁ ।୩୦।

ସୁରପତିର ପତେ       ବିଶେଷ ସଦାଗତି

“ଅଗତି ଗତି” ନ ମ ଯାର

ସାରସ ଚରଣରେ        ସଦାକର ମସ୍ତକରେ

ନିବେଶିବି ହେ ବହୁ ନମସ୍କାର ହେ ମହାବାହୁ ।

ସାରଙ୍ଗଧର ହେ ଜୀବ ଯିବ ସର୍ନ୍ଦଭ ଭାବେ କେ ବୋଲିବ

ସରି ଯାଉଛି ମୋର  ଭବ ହାଟର ଘର

ସୁସ୍ଥିରେ ବାସେ କେ ରହିବ ହେ ମହାବାହୁ ।୩୧।

ହତ ସର୍ବସ୍ଵ ବିଧି             ଲୋଡ଼ିବାତ ଅପ୍ରସିଦ୍ଧି

ହରି ଆଶାୟୀ ନରଭାବ

ହିଣ୍ତର ତୁଳେ ତୁଳ ପରି ହେ ମୋ ଆଶା ବାର

ତା’ ତହୁଁ ଦେଖେ ତା ଅଭାବ ହେ ମହାବାହୁ ।

ହାଟକ ଚୂର୍ଣ୍ଣ କ୍ଷେପି ହସନ୍ତୀରେ ହାରି ଖୋଜି କି ମିଳେବାରେ

ହରବର ତଦ୍ରୂପ       ହିୟାର ଅନରୂପ

ହରିହର ଭାର ତାରି ପାରେ ହେ ମହାବାହୁ ।୩୨।

କ୍ଷଣ କ୍ଷଣକେ ପ୍ରାଣ  ବିତ୍ରସ୍ତ ଛନ୍ନ ଛନ୍ନ

କ୍ଷଣଦା ମହା ଆଶା ତହିଁ

କ୍ଷିପ୍ତେ ବିସ୍ମୃତି ଗର୍ଭେ  ଲୁଚେତ ଏବି ଭାବେ

ଜୀବନ ସିନା ଯିବ ବହି ହେ ମହାବାହୁ ।

କ୍ଷମା ମାଗଇ ଯଦୁ        ନାଥ ହେ କୃପା ମୃଦୁ

ରଖ ନରଖ ଶ୍ରାଚରଣେ ହେ ମହାବାହୁ ।୩୩।

 

ବାଣୀ ଆରାଧନା

[ ରାଗ ଶଙ୍କରାଭବଣ ]

 

ବନ୍ଦଇ ଦେବୀ ଭାରତୀ ଖିଳ ବାଣୀ ରାଣୀ

କାବ୍ୟ କଳା ଠାକୁରାଣୀ ସୁକବି ଜନନୀ ଗୋ ।

ବିଶେଷରେ ଜ୍ଞାନ ହେତୁ , ମହାଶକ୍ତି ସନା ତନୀ ତୁ ମହିମା ସେତୁ ଗୋ

 

ବ୍ୟାସ ବାଲମିକ ବର୍ତ୍ତି ଅଚନ୍ତି ତୋ ବରେ

ନିପତିତ ଶରୀରହିଁ ଦୁର୍ବିଧି ବିଚାରେ ଗୋ

ବହି ଦ୍ଵିଗୁଣିତ ତେଜ , ଉର୍ଜ୍ଜସ୍ଵଳେ ଉଡ଼େ କାବ୍ୟ ମନ୍ଦିରେ ଯା ଧ୍ଵନ ଗୋ

 

ସେ ମହାନ ସ୍ଵନେ ମୁହିଁ ମହା କ୍ଷୁଦ୍ରତମ

କୁମୁଦ ବନ୍ଧୁ ସେ ନିଶ୍ଚେ ମୁଁ ଜ୍ୟୋତି ରିଙ୍ଗଣ ଗୋ ।

ହେଲେ ଗରିଷ୍ଠ ସନ୍ନିଧି-ତେଜିଦେଇ କି ମହତ୍ନ ତୁଚ୍ଛ ସ୍ଵଳ୍ପ ବିଧି ଗୋ ।

ପ୍ରାପ୍ତ ବୟସ୍କ ନୁହଇ , ଯା ଲାଗି ଭାବିତ

କରିଦେବେ ପରା କବି କୁଳେ ପରାଜିତ ଗୋ

ଲଭି ଯୋଗ୍ୟକୁଳେ ଜନ୍ମ , କଦା ନ କରିବି ବ୍ୟର୍ଥ ମାତୃ ପିତୃ ନାମ ଗୋ ।

ତେଣୁ ଗର୍ହିତ ଗର୍ବିତ ଅନ୍ତରେ ଆହ୍ୱାନ

କରି କୃତାଞ୍ଜଳି ପୁଟେ ଗଲିଟି ଶରଣ

ନିର୍ବିଘ୍ନରେ କଣ୍ଠେ ତୁହି ସଦା ବାସକର ମାତଃ କରୁଣାର୍ଦ୍ର ହୋଇ ଗୋ ।

ଉତ୍କୃଷ୍ଠ କବିତା ଉର୍ମ୍ମି ସୁବିଦ୍ୟା କୂପାରୁ

ଉଠି ସାହିତ୍ୟ ମନ୍ଦିର ସଦା ସିକ୍ତ କରୁ ଗୋ

ବ୍ୟସନରେ ମାତିବାର ତେଜୁ ନିନ୍ଦା କଳଙ୍କିନୀ , ଦିଅ କୃପାବର ଗୋ ।

ସାଧ୍ୟ ଅତିରିକ୍ତ ସେବିଲେ କି ବିଦ୍ୟାଦାତ୍ରୀ

ସୁସମେ ସର୍ବ ସହାୟ ହେଉ କୃପା ପାତ୍ରୀ ଗୋ

ହେଲେ ସନ୍ତତି ଅବାଧ୍ୟ ତେଜି ଦେଇଛିକି ମାତା କରି କ୍ରୋଧ ସଧ ?

କରୁଣାରେ କରୁଣାଳୟ ତ ଅଟୁ ତୁହି

ଦୀନ କାଳିଦାସେ ଅର୍ପିଅଛୁ ସୁବଡ଼ାଇ ଗୋ

ତେଣୁ ବିବେକ ଉଦିତ – ବୋଲାଇଲେ କବି କଳାପର ସାରସ୍ଵତ ଗୋ ।

ପ୍ରଧାବିତ ମତି ଯାର ଏକାଗ୍ର ଚିତ୍ତରେ

ତୋ ପ୍ରସାଦେ ଦେବଗୃରୁ ହେଳେ ଜିଣି ପାରେ ଗୋ

ସବିଶେଷରେ ଭୁଦେବ ପରାକାଶ ଅନୁଗ୍ରହେ ସୁଗଦ ବିଭବ ଗୋ ।

ଏତିକି ମା ଭିକ୍ଷା ତୋର ଶ୍ରୀପାଦ ପଙ୍କଜେ

ତବ କୃପା ଦତ୍ତ ଜ୍ଞାନ ସାହିତ୍ୟ ସମାଜେ ଗୋ

ସ୍ଥାପି, ପଶ୍ଚିମ ଜୀବନ –ଯାପୁ ଯଦୁନାଥ ତୋ ସେବାରେ ଚିରଦିନ ଗୋ ।

 

 

( କହ କି କରିବି ବୁଦ୍ଧି ଦିଶୁନାହିଁ ଗୋ ପ୍ରିୟସହି –ବୃତ୍ତରେ )

ତାପ ପାପଧରା ଭାରା ନିବାରିଣୀ ଗୋ ନାରାୟଣୀ । ଘୋଷା।

 

ସେବକ ଗୁହାରି ଶ୍ରୁତି  ପୁଟପଟୁ ପରାଖ୍ୟାତି

ଦୀନେ ଦୟାଳୁତା ଅତି ଦୀନ ବାନ୍ଧବୀ ବୋଲନ୍ତି

ଯାହା ତତେ ବିବୁଧେ ବଖାଣି ଗୋ ।୧।

 

ପୁରା ଯଶୋଦା ଗରଭେ  ସମ୍ଭୁ ତା ବିଦ୍ୟୁତପ୍ରଭେ

ସ୍ଥାନେ ସ୍ଥାନେ ନବ ନବ  ଖ୍ୟାତନାମ ମହୀଶାଦ

ମହୀତଳେ ନାହିଁ କେହି ଜାଣି ଗୋ ।୨।

 

ମହା ବିଜନ ଆସ୍ଥାନେ        ନର ଉଥାନ ପତନେ

ନିଶି ବାସରାଗମନେ        ବିଲୋକୁ ସମ୍ମୋଦ ପ୍ରାଣେ

ତୁହିପରା ଆର୍ତ୍ତାର୍ତ୍ତି ହାରିଣୀ ଗୋ । ୩।

କିଛାର ବିପତ୍ତି ମୋର        ଅସାର କର୍ମୁ ବଧିର

ହେଲା ଶ୍ରୁତି ଯୁଗ୍ମ ତୋର        ଖ୍ୟାତି କୀର୍ତ୍ତି ବସୁଧୀର

କିପାଁ ମୋରେ ବିପକ୍ଷ ପାତିନୀ ଗୋ ।୪।

ପ୍ରସନ୍ନ ସେବୀ ଆରତେ  ପ୍ରସନ୍ନ ଅନବରତେ

ବ୍ୟୁତ୍ପନ୍ନେ ଭବେ ବିଦିତେ  ସେବକେ ଦୃଷ୍ଟି କିଞ୍ଚିତେ

ବିତରିବୁ ଜଗତ ଜନନୀ ଗୋ ।୫।

ଆଦିଶକ୍ତି ଶକ୍ତିମତୀ, ବାଦ ତୁମ୍ଭରେ ଅକୀର୍ତ୍ତି

ବିରଞ୍ଚି ହେଲେ ବରତି  ନପାରଇ ମୂଢ଼ମତି,

ଜାଣେ କିଛି ମାତ୍ର ତୋ କାହାଣୀ ଗୋ ।୬।

ତୋ ଚିଦାନନ୍ଦ ସନ୍ଦର୍ଭ ହୃଦପୟେ ଆତ୍ମ ନାବ

ଅହର୍ନିଶ ସୁଆଶଦ       ଭାଷେ ଏ ମୋ କି ପ୍ରମୋଦ

ଲଭି ମନେ ଅଭାଗା ତାରିଣୀ ଗୋ ।୭।

ଅପାରେ ମହା ଦୁସ୍ତରେ        ନିରାଶେ ବିପଦେ ଘୋରେ

ମର୍ଜ୍ଜି ବିପଦ ସାଗରେ        ନାହିଁ ଅନ ତୋ ବାହାରେ

ତରୀ ମୋର ତାରଣେ ଭବାନୀ ଗୋ ।୮।

ସିଦ୍ଧ ବିଦ୍ୟାଧର ସୁର, କିନ୍ନର ଶରଣ ଯାଇ

ଜ୍ଞାତ ବଦ୍ଧପରିକର       ବ୍ୟାଧିହା ସଚରାଚର,

ରିପୁକୁଳ ଗରବ ଗଞ୍ଜନୀ ଗୋ ।୯।

ବିଭୀଷି କାମୟ ଭବ- ଭୀମ ବନେ ସଦାଭବ

ଆରତ ତୋୟେ ଯାଦବ ବୁଡ଼ି ଡ଼ାକେ ରକ୍ଷାନାବ

ବିତରଣ ଉଦ୍ଧରିଣ ପାବିନୀ ଗୋ ।୧୦।

 

ଦୁର୍ଗାସ୍ତୁତି

 

ଜୟ ଜୟ ଶିବେ ମାଗୋ ଜଗତ ଜନନୀ

ଜୟ ଜୟ ପତିତ ପାବିନୀ ନାରାୟଣୀ ।୧।

 

ଜୟ ଜୟ ଦଶଭଭୁଜା ଜୟ କାଳୀମାତା

ଜୟ ଜୟ ତାରାରୂପେ ବିଶ୍ଵରେ ବିଦିତା ।୨।

 

ଜୟ ଜୟ ବନଦୁର୍ଗା ବିଖ୍ୟାତ ଜଗତେ

ଜୟ ଜୟ ସଙ୍କଟ ତାରିଣୀ ମହାସତ୍ରେ ।୩।

 

ଜୟ ଜୟ ଲକ୍ଷୀ ଅଷ୍ଟ ଅଣିମା ଦାୟିନୀ

ଜୟ ଜୟ ଆରତାର୍ତ୍ତି ସର୍ବତ୍ର ହାରିଣୀ ।୪।

 

ଜୟ ଜୟ ସରସ୍ଵତୀ ମହା ବିଦ୍ୟା ଦାତ୍ରି

ଜୟ ଜୟ ଅଭୟା ସମସ୍ତ ଦରହନ୍ତ୍ରୀ ।୫।

 

ଜୟ ଜୟ ଭୁବନଈଶ୍ଵରୀ ତୁ ଭୁବନେ

ଜୟ ଜୟ ପ୍ରାଣ ତ୍ରାଣ କାରଣ ଶୋଭନେ ।୬।

 

ଜୟ ଜୟ ଯୋଗମାୟା ମାତଙ୍ଗୀ ଷୋଡ଼ଷୀ

ଜୟ ଜୟ ଧୂମାବତୀ ଭୈରବୀ ଉର୍ବଶୀ ।୭।

 

ଜୟ ଜୟ ଅନ୍ନଦା ମୋକ୍ଷଦା ଚନ୍ଦ୍ରଚୁଡ଼ା

ଜୟ ଜୟ କାଳୀ ପାର୍ବତୀ ପାରୀନ୍ଦ୍ରାରୁଢା ।୮।

 

ଜୟ ଜୟ ମହାଶକ୍ତି ସନାତନୀ ଶିବା

ଜୟ ଜୟ ଗଣେଷ ଜନନୀ ଛିନ୍ନଗ୍ରୀବା ।୯।

 

ଜୟ ଜୟ ତ୍ରି ଲୋକ ତାରିଣୀ ଯୋଗେଶ୍ଵରୀ

ଜୟ ଜୟ ନୃ ମୁଣ୍ତ ମାଳିନୀ ଶାକରୀମ୍ଭ ।୧୦।

 

ଜୟ ଜୟ ମଧୁ କଇଟଭ ନିସୂ ଦନୀ

ଜୟ ଜୟ ଉଗ୍ରଚଣ୍ତା ମହିଷ ମର୍ଦ୍ଦିନୀ ।୧୧।

 

ଜୟ ଜୟ ହୈମବତୀ କରାଳୀ ଚଣ୍ତିକା

ଜୟ ଜୟ ମହୋଦରୀ କରାଳୀ ଅମ୍ଵିକା ।୧୨।

 

ଜୟ ଜୟ ଦିଗମ୍ଵରା ଅପର୍ଣ୍ଣା ଅଭୟା

ଜୟ ଜୟ ତ୍ରି ତାପହାରିଣୀ ଜଗନ୍ମାୟା ।୧୩।

 

ଜୟ ଜୟ ଧୂମ୍ର ନେତ୍ର ଘାତିନୀ ଈଶାନୀ

ଜୟ ଚଣ୍ତମୁଣ୍ତ ଶୁମ୍ଭ ନିଶୁମ୍ଭ ଘାତିନୀ ।୧୪।

 

ଜୟ ଜୟ ତ୍ରିଲୋକ ତାରିଣୀ ତାରା ଜୟା

ଜୟ ଜୟ ରଣଜୟା ତୁ ଗିରିତନୟା ।୧୫।

 

ଜୟ ଜୟ ଶତାକ୍ଷୀ ସାକାରା ନିରାକାରା

ଜୟ ଜୟ ଅନ୍ନପୂର୍ଣ୍ଣା ତ୍ରିଶୂଳୀଙ୍କ ଦାରା ।୧୬।

 

ଜୟ ଜୟ ସତୀ ବିଧି ସୁରେଶ ସେବିନୀ

ଜୟ ଜୟ ମୃଡ଼ାନୀ ସର୍ବାଣୀ ମୁକ୍ତିଦାନୀ ।୧୭।

 

ଜୟ ଜୟ ଶମନ ତ୍ରାସିନୀ ପରାତ୍ପରା

ଜୟ ଜୟ ଅରିଷ୍ଟ ନାଶିନୀ ଦିଗମ୍ଵରା ।୧୮।

 

ଜୟ ଜୟ ଭବେଶ ଭାବିନୀ କୁପାଳିନୀ

ଜୟ ଜୟ ଚାରୁ କଇଳାସ ନିବାସିନୀ ।୧୯।

 

ଜୟ ଜୟ ବନଦୁର୍ଗା ଘୋରା ଗିରିଦୁର୍ଗା

ଜୟ ଜୟ ଦୁର୍ଗା ଶୂଳି ଦୁର୍ଗା ଚଣ୍ତଦୁର୍ଗା। ।୨୦।

 

ଜୟ ଜୟ ଶକ୍ତି ଦୁର୍ଗା ମହିଷ ମର୍ଦ୍ଦିନୀ

ଜୟ ଜୟ ଖ୍ୟାତ ନବ ଦୁର୍ଗା ସନାତନୀ ।୨୧।

 

ସଙ୍କଳ୍ପ ପୂର୍ବକ ଶତବାର ପାଠଫଳ

ବିମୁକତ ମହାରୋଗୁଁ ହେବଟି ତତ୍କାଳ ।୨୨।

 

ପଞ୍ଚଶତ ବାର ଜପେ ମହା ମନ୍ଦଗ୍ରହ ।

ଉପଶାନ୍ତି ମହାଭୟୁଁ ବିଦିତ ନିଗ୍ରହ ।୨୩।

 

ଭକ୍ତିଭରେ ସହସ୍ର ବାର ଯେ ପାଠକରେ

ମଜ୍ଜେ ସ୍ଵଛେ ନୃ ପତା’ର ସ୍ନେହ ସରସୀରେ ।୨୪।

 

ଦ୍ୱାବିଂଶବାର ପଠନେ ହେଲେହେଁ ଅରାତି ,

କିବା ଦୁଷ୍ଟା ନାରୀ ପଦେ କରୁଥାନ୍ତି ନତି ।୨୫।

 

ସର୍ବଦା ପଠନେ ପୁତ୍ର ପୌତ୍ର ଧନ ଧାନ୍ୟ ।

ଭୋଗି ମୋଦେ ଲଭେ କରୁଥାଏ ଯାହାକାନ୍ୟ ।୨୬।

 

ଜାତିଧ୍ଵଂସ , କୁଳଛେଦ , ଆୟୁ ଧନ ଆଶୁଁ

ଆଦି ଅଭାବ ଅରାତି ,ବ୍ୟାଧି ବୃଦ୍ଧିବଶୁଁ ।୨୭।

 

ବଞ୍ଚିତ ହୋଇବ ସଦା ପଠନୁ ନିଶ୍ଚତ,

ଏଥିତୁଲେ ଅଶ୍ଵମେଧ ବାଜପେୟ ଶତ ।୨୮।

 

କରିବାର ନୋହେ ସରି ସର୍ବଦା ପଠନେ

ଚଞ୍ଚଳା ଅଚଳା ତୁଳା ରହନ୍ତି ଭବନେ ।୨୯।

 

ସର୍ବ ବିପତ୍ତି ନାଶନ ପରେ ପରାଗତି

ଲଭନ୍ତି ଈପ୍ସିତ ହେଳେ ଯେ ଏହା ପଠନ୍ତି ।୩୦।

 

ନ୍ତ୍ରତୁ ଶ୍ରେଷ୍ଠ ଅଶ୍ଵମେଧ ଯଥା ଦେବେ ହରି ।

ତଥା ଏହି ସ୍ତବରାଜ ବିବୁଧେ ବିଚାରି ।୩୧।

 

ବାଳୁତ ବୟସୁଁ ମାଗୋ ମୋ ଭରସା ତୁହି

ବିପତ୍ତି ନାଶନ କରି ନ ବାରୁ କିପାଇଁ ! ।୩୨।

 

ଚିର ଖ୍ୟାତ ପ୍ରତିଭାର ବିକାଶ ଏକାଳ

ଆସନ୍ନ ଦୁର୍ଗତି ଦୁର୍ଗା ନିବାର ତତ୍କାଳ ।୩୩।

 

ଅନାଥ ଏ ଯଦୁନାଥ ତୋ ଚରଣ ତଳେ

ସେବିବର ଆଖ୍ୟା ଲଭି ଥାଉ କାଳେ କାଳେ ।୩୪।

 

 

( ଆଜ ଦେଖିଲି ରେ ନବୀନ ବୟସୀ ବାଳା – ବୃତ୍ତରେ )

କମ୍ଵୁ ଧାରଣହେ କଞ୍ଜ ପଦେ ନିବେଦନ

କଳାପି କଳାପଚୂଳ ଭାବତାପ ଯାଉ ତୁଟି ଅନୁକ୍ଷଣ । ଘୋଷା ।

 

ଖଣ୍ତପରଶୁ ଭୂଷଣ ନିରନ୍ତର ସେବ୍ୟ ଚରଣାର ବିନ୍ଦ ,

ଖର୍ବ ଦ୍ଵିଜଭାବେ ବଳୀ ଗର୍ବ ଯେବେ ଗଞ୍ଜିଲ ହେରି ପ୍ରମାଦ ।୧।

 

ଗଭୀର ଗୁଣକୁ ବିବୁଧ ସନ୍ନିଧୁଁ ପ୍ରଭୋ ଶିକ୍ଷାଦେଇ ପରା ,

ଗଉରବ ବର ବିକାଶେ ରସାର ସୁବିଧାନ ସିନା ସାରା ।୨।

 

ଘନରସ ବିନା ନ ଶମେ ଅନଳ ତବ କୃପାବନ ବିନା ,

ଘଟହସନ୍ତୀ ଜ୍ଵଳିତ ତାପାନଳ ଦିଏ ଦ୍ଵିଗୁଣ ଯାତନା ।୩।

 

ଚିତ୍ରଭାନୁ ଦ୍ୟୁତି ନିନ୍ଦେ ଯାସୁକାନ୍ତି ଏକୀଭୂତେ ଶତ ଶତ ,

ଚିତ୍ରକିତା ସ୍ଥାନେ ବୃଜିନ ବିଷମେ ଭଜିବାର ତିରୋହିତ ।୪।

 

ଛିଦ୍ରେଶୟ ସାର ଶିରସି ବିହାର ଗର୍ବ ଖର୍ବକ ରସିକ ,

ଛିନ୍ନ ଭିନ୍ନ ହୃଦ ଛଅର ବିବାଦେ ହୁଅ ତାର ବାବଦୂକ ।୫।

 

ଜଙ୍ଗମ ସ୍ଥାବରାବର ଚରାଚର ସର୍ବ କ୍ରୀଡ଼ନକ ତବ

ଜଗତ୍ କୃତ , ଜଇବାତୃକ , ଜଗତ ଜୀବନ କି ସଦାଶିବ ।୬।

 

ଝଗଡ଼ିବି କେତେ ଷଡ଼ରି ସାକ୍ଷାତେ ପ୍ରସିଦ୍ଧି ପ୍ରପଞ୍ଚେ ଯାର ,

ଝାଞ୍ଜି ତପ୍ତ ଅଳ୍ପ ଜୀବନ ଜମ୍ଵାଳ-ବାସ –ଝସ ଦଶା ମୋର ।୭।

 

ଟାଣ ପଣେ କେତେ ଅରାତି ସହିତେ ଯୁଝି ଦେଖାଇବି ବଳ

ଟଳିଯିବ ଘଟ ବିହୀନେ ଆକଟ ନିର୍ବାକର ନିରାଧାର ।୮।

 

ଠୁଳେ ଦୟାନିଧି ଭକ୍ତେ ନିରବଧି କର କୃପା ବିତରଣ ,

ଠଉରାଇ ଦେଲେ ପ୍ରପଞ୍ଚ ମଣ୍ତଳେ କି ବୋଲିବେ ଜ୍ଞାନୀ ଜନ ! ।୯।

 

ଡ଼ୁବାଉଛି ଆଶାକୁଝଟୀ ବିବେକ ଭୁବିଧରେ ଅବିରତ ,,

ଡ଼ାକେ ଶତାଦିତ୍ୟ ସ୍ଵରୁପ ଉଦିତ ହେଲେ ନ ହେବି ଭାବିତ ।୧୦।

 

ଢାଳେ ଅନ ଅନୁଭବୀ , ତଥା-ଦୀନ ଧବ ପରପରିପନ୍ଥୀ ,

ଫଳେ , ବିଭୁ , ମଦେ ,ଯୁଦ୍ଧ, ରସେ , ଲାଗେ ,ବରଦ ,ଶୁଭେ ଶ୍ରୀପତି ।୧୧।

 

ଷଷ୍ଠ ଦଶାଂଶରୁ , ସରିକେ ଗୁଣକେ, ହେଲେ କ୍ଷୋଣୀ ମଧ୍ୟ କେହି ,

ସଦା ଅଭିନବ ସ୍ଵରୁପ ମାଧବ କରିବେ ଯାଦବେ ତ୍ରାହି ।୧୨।

 

ଶ୍ରୀ ଜଗବନ୍ଧୁ ସପ୍ତକ

 

ଜଗବନ୍ଧୁ ହେ ପଦେ ନିବେଦେ ହୃଦାବେଗେ

ସ୍ଵତଃ ଶ୍ରବଣ ସିନା ନାହିଁ , ଜଗତଜାତଙ୍କର ବରବିପଦବାର ବିନାଶ

ନେତ୍ରଶ୍ରବା ହୋଇ ହେ ଜଗବନ୍ଧୁ ।

ବିଦିତ ଦାରୁ ବ୍ରହ୍ମରୁପ            ପରମବ୍ରହ୍ମ ଅନୁରୂପ

ଜୈବାତୃ କାନନହେ  ମୋହ ପରାକୁ ମୋହେ

ନ ପଡ଼ିଥିବ କେ ଜଗତେ ହେ ଜଗବନ୍ଧୁ ।୧।

 

ବିଦିତ ମହାଭୁଜେ , ପ୍ରଶୟ ଗୃହ ହେଜେ ,

ପ୍ରତ୍ୟକ୍ଷେ ମହାଭୀମ ସେହି

ବହୁତ ସନ୍ନି କଟେ , ଆହାନେ ଅକପଟେ ,

ନିଅ ଦର୍ଶନ ଭାବେ ଦେଇହେ । ମହାବାହୁ।

ବଡ଼ ଭୀମ ସେ ଦେଶେ ଯେଣୁ      ନିଶ୍ଚିତ ଚିତ୍ତେ ଚିନ୍ତେ ତେଣୁ

ବହୁ ଜୀବର ଭାର             ରକ୍ଷଣା ବେକ୍ଷଣର

ନୁ ହନ୍ତା ସମର୍ଥ ସେ ଅଣୁ ହେ । ଜଗବନ୍ଧୁ ।୨।

 

ଶ୍ରାମୁଖେ ରକ୍ତାଧର        ଦ୍ଵିତୀୟା ବିଧୁବର

କଳା ଘନେକି ଉଦିତ ସେ ,

ତହିଁ ନୟନ ଯୁକ୍ତି  ଗୁରୁ କବି ସୁଦ୍ୟୁତି

ଇଙ୍ଗିତେ ନୃ ଲୋକେ ଆଭାସେ ହେ ।

କବି କି ବିବର୍ଣ୍ଣିବ ସୀମା             ଶ୍ରୀମୁଖ ଭବେ ଅତୁଳନା

ଦାରୁ ବ୍ରହ୍ମ ପଦାର୍ଥ କଥିତ ଯା ଯଥାର୍ଥ

ମୁମୁକ୍ଷୁ ନିସ୍ତାରଣ ବାନା ହେ ! ଜଗବନ୍ଧୁ ।୩।

 

ଦ୍ଵାଦଶ ଚତୁର୍ଦ୍ଦଳ,       ଅନ୍ତରେ ଅଷ୍ଟଦଳ ,

ଅନ୍ତରେ ଷଟ୍ କୋଣ ବିଚାରି

ମଧ୍ୟେ ମହାମାୟାର       ଶ୍ରାବୀଜର ସଞ୍ଚାର

ମସ୍ତକ ଭୂଷା ଯା ଆଚାରି ହେ । ଜଗବନ୍ଧୁ ।

ମହାପ୍ରସାଦ ବୋଲି ଖ୍ୟାତ  କରଇ ସ୍ଵନାମ ପ୍ରଖ୍ୟାତ

ତହିଁ କିବା ଭୂଦେବ        କିବା ହୀନ ବିଭବ

ଅଶନେ ଏକତ୍ର ନିରତେ ହେ । ଜଗବନ୍ଧୁ । ।୪।

 

ଅହର୍ମୁଖ ଆରତି        ଦର୍ଶନେ ଦେବ ବ୍ରତୀ

ନିଶି ଅଲପ ମାତ୍ର ଥାଉଁ

ଜଗନ୍ତି ପରିକର  ଭାବେ ତ୍ରିଦଶ ବାର

ବ୍ରହ୍ମେ ତନ୍ମୟ ଭାବ ରହୁଁ ହେ । ଜଗବନ୍ଧୁ ।

କିବା ପବିତ୍ର ସେ ସମୟ , ଚିତ୍ତୁଁ ବିଶୋରେ ରସା ହାୟ !

କେତେ ମନୁଜ ଚିତ୍ତ ନୋହିବ ଦ୍ରବୀଭୂତ

ଲୋକେ ସାଯୁଜ୍ୟ ନିଳୟ ହେ । ଜଗବନ୍ଧୁ ।୫।

 

ନବ ନବ ଉତ୍ସବ  ନିରତ ଅଭିନବ

ଭାବେ ଉଦିତ ଯାହା ଘେନି ,

ଅସଂଖ୍ୟ ଯାତ୍ରୀ ଆସେ             ଦରଶନ ଲାଳସେ

ତୁମ୍ଭେକି ଅୟସ୍କାନ୍ତ ଗଣିହେ । ଜଗବନ୍ଧୁ ।

କି ଭାବ ବହିଅଛ ଜନେ  ବାରେନେ କୃତାର୍ଥ ଦର୍ଶନେ

ତେଜି କଳତ୍ର ବାର  ଅର୍ଥ ସମ୍ପଦ ଜୂର

କରଇ ସ୍ଵଛେ ଶ୍ରୀଚରଣେ ହେ । ଜଗବନ୍ଧୁ । ।୬।

 

ଦର ଧରହେ ନୀଳ        ଧର ବିହାର ଶୀଳ

ଧର ଧର ସୁନାମ ବହିଛତ

ଧରା ପରେ ମୋ ଚିତ୍ତ କିଳ୍ବିଷେ ବିଜଡ଼ିତ

ଉଦ୍ଧରିବ କି ନା କହତ ହେ । ଜଗବନ୍ଧୁ ।

ଦୃଗଞ୍ଚଳ ବିନ୍ୟସ ବାରେ , ତ୍ରିବିଂଶ ଯୋଗ ହେଉ ମୋରେ

ଶିରୀଧର ଦୂରିତ ଅମ୍ବରହେ ମନାକ

ନିର୍ବାଣେ ବହି ସଦଗତି ହେ । ଜଗବନ୍ଧୁ ।୭।

 

ଅନୁବାଦ

ମୋହ ମୁଦ୍ଗର

 

ରେ ମୂଢ ପରିହର ଧନ ଲାଳସା

ନୂହେ ଉତ୍କଣ୍ଠା ସଦା ଅଳୀକ ଆଶା ।

ଲଭିବୁ ଭାଗ୍ୟେ ଯାହା କରମବଳେ

ଜନ୍ମାଅ ପରିତୋଷ ତହିଁ ଚିତ୍ତରେ ।୧।

 

କିଏ ତୋ ପ୍ରଣୟିନୀ କିଏ ବା ସୁତ !

ଦେଖ ଭବ ବ୍ୟାପାର ଅତି ବିଚିତ୍ର ।

ଆଗତ କେଉଁଠାରୁ ତୁ ବା କାହାର !

ଚିନ୍ତ ଏହି ନିଗୂଢ଼ତତ୍ଵ ମନର ।୨।

 

ତେଜ ଗର୍ବ ଯୌବନ , ବିଭବ , ଜନ ,

ନିମିଷେ କାଳ କରି ନିଏ ହରଣ ।

ପରମ ବ୍ରହ୍ମ ପଦ ହୋଇ ବିଦିତ

ପ୍ରବେଶିବାକୁ ଜବେ ହୁଅ ଚେଷ୍ଟିତ ।୩।

 

ନଳିନୀ ଦଳଗତ ଜଳମାତର,

ଅତିଶୟ ଏ ଜୀବନ ଚପଳନ୍ତର ।

ସୁସାଧୁ ସଙ୍ଗ ଏକା ଭବ ବାରିଧି –

ତାରଣେ ତରୀ ଏହା ଅଟେ ପ୍ରସିଦ୍ଧି ।୪।

 

ଜନମ ସଙ୍ଗେ ପଶ୍ଚାଦ୍ଗାମୀ ମରଣ ,

ମୃତେ ଜନନୀ ତ୍ରୋଡ଼େ ପୁଣି ପତନ ।

ପ୍ରକାଶେ ଏହି ଦୋଷ ଦେଖିଲେ ହେଲେ

ହେ ନର ନୁହଁ କିପାଁ ବିରସ ତିଳେ ! ।୫।

 

ଯାମିନୀ ସନ୍ଧ୍ୟା ପ୍ରାତଃ ଆଉ ଦିବସ-

ଶିଶିର ବସନ୍ତ ପୁଣି ପୁନଃ ପ୍ରବେଶ ,

ଖେଳୁଛି କାଳ ସରି ଯାଉଛି ଆୟୁ

ନପରିହରେ ତଥାପି ଆଶା ବାୟୁ ।୬।

 

କାୟ ଗଳିତ ଶିରୋଦେଶ ପଳିତ

ହେଲେହେଁ ମୁଖ କାଳେ ଦନ୍ତ ରହିତ ।

ଅବସନ୍ନତା ବଶୁଁ ହସ୍ତ ସ୍ଖଳିତ ,

ଆଶା ଭାଣ୍ଡି ତଥାପି ଅପରି ତ୍ୟକ୍ତ ।୭।

 

ଦେବ ମନ୍ଦିର ତରୁତଳ ବସତି ,

ମୃଗଚର୍ମ ଅମ୍ଵର ଶୟନ କ୍ଷିତ ।

ଏ ସର୍ବ ପରିଗ୍ରହ ବିଭବ ତ୍ୟାଗ ,

ନ ଜନ୍ମାଏ କା ପ୍ରୀତି ଏହି ବୈରାଗ୍ୟ ।୮।

 

ଶତ୍ରୁ , ମଇତ୍ର ,ପୁତ୍ର ଅବା ବାନ୍ଧବ-

ସରବ ସମ ବ୍ୟବହାରେ ତୋଷିବ,

ପରମ ପଦ ପ୍ରାପ୍ତି ଆଶାୟୀ ନର ,

ଭେଦା ଭେଦି ନକରେ ତିଳେ ବିଚାର ।୯।

 

ବାସବ , ରୁଦ , ଧାତା ,ବାରିଧି , ଅର୍କ,

ଏ ଲୋକ ତୁମ୍ଭେ –ଆମ୍ଭେ ନାହିଁ ସମ୍ପର୍କ ,

ତେବେ ବିଅର୍ଥେ କିପାଁ ବିମୂଢ ପରି ,

କରି ରୋଦନ ଭବିତବ୍ୟ ନ ହେରି ।୧୦।

 

ବିରାଜେ ପରଂବ୍ରହ୍ମ ସର୍ବ ଜୀବରେ ,

ନ କର ଭେଦାଭେଦ ଆତ୍ମା- ବିଚାରେ ।

ସର୍ବ ଭୂତର ଆତ୍ମା ଦେଖ ଏ ହୃଦେ ,

ଭେଦା ଭେଦ ସର୍ବତ୍ର ତ୍ୟଜ ସମ୍ମଦେ ।୧୧।

 

କ୍ରୀଡ଼ା ଆମୋଦେ ଶିଶୁ ଦିବସ ହରେ ,

ସଦାନୁ ରକ୍ତ ଯୁବା ଯୁବତୀଠାରେ ।

ବାର୍ଦ୍ଧକ୍ୟ ପ୍ରାପ୍ତ ନର ଚିନ୍ତା ନିମଗ ,

ନ ଭଜେ ମାତ୍ର କେହି କଦାପି ବ୍ରହ୍ମ ।୧୨।

 

ଅନର୍ଥ ବିନା ଲେଶ ଅର୍ଥ ରେ ତିଳେ ,

ନ ଥାଇ ,ସୁଖ ଏହା ଧ୍ରୁବ ବିଚାରେ

ସର୍ବତ୍ର ଏହି ନୀତି କଥିତ ଖ୍ୟାତ ,

ଲଭଇ ଭୀତ ସୁତଠାରୁ ଧନିକ ।

ଯେ ଯାଏଁ ଥିବ ଶକ୍ତି ବିତ୍ତ ଅର୍ଜନେ ,

ଅବୋରି ଥିବେ ସଦା ବାନ୍ଧକ ଜନେ ।

ଅକ୍ଷମଉପାର୍ଜନେ ଜରା ଆଗତେ

ସେ କାଳେ ନ ଲୋଡ଼ିବେ କେହି କିଞ୍ଚିତେ ।୧୩।

 

ଅତ୍ୟାଶା , କାମ , କ୍ରୋଧ ମୋହ ଏମାନ

ତେଜି କର ଏ ଅତ୍ମା – ଅନୁସନ୍ଧାନ ।

ଯେ ମୂଢ ଆତ୍ମଜ୍ଞାନେ ବିହୀନ ମନ

ହୁଅଇ ନିସଃନ୍ଦେହେ ନରକେ ଲୀନ ।୧୪।

 

ଲିଖିତ ଷୋଡ଼ଶ ଶ୍ଳୋକ ପଝଟିକାରେ

ପ୍ରଦତ୍ତ ଉପଦେଶ ଶିଷ୍ୟ ଗୋଷ୍ଠୀରେ ।

ପଠନେ ବିବେକ ଯାର ନୋହେ ଉଦୟ

ଅନ୍ୟଥା ଜନ୍ମିବାର କିବା ଉପାୟ ।୧୬।

 

ବ୍ରହ୍ମ ନାମାବଳୀମାଳା

ଯାହା ଶ୍ରବଣେ ବ୍ରହ୍ମ ଜ୍ଞାନେ

ଉଦୟ ବାରେକ ଶ୍ରବଣେ

ସେ ବ୍ରହ୍ମ ନାମାବଳୀ ମାଳା

ମୁକ୍ତିର ସିଦ୍ଧିଦାତ୍ରୀ ଭେଳା ।

କହଇ ସର୍ବ ଅଗ୍ରେ ମୁହିଁ

ବିଜ୍ଞେ ନ ଘେନ ଦୋଷ ତହିଁ ।

ମୁଁ ସଙ୍ଗ ରହିତ ନିର୍ଲିପ୍ତ

ବିନା ସନ୍ଦେହାନନ୍ଦ ରୂପ ।

ମୁହିଁ ସେ ଅହଂ ପଦବାଚ୍ୟ

ଅବ୍ୟୟ ବ୍ରହ୍ମ ଯାହା ଖ୍ୟାତ ।

ମୁ ନିତ୍ୟ ଶୁଦ୍ଧ ଯେ ବିମୁକ୍ତ

ମୁ ନିରାକର ହିଁ ଅବ୍ୟକ୍ତ ।

ମୁଁ ବଡ଼ ଆନନ୍ଦର ରୂପ

ମୁଁ ବ୍ରହ୍ମ କ୍ଷୟରେ ଅଲୋପ ।

ମୁଁ ଆତ୍ମା ରାମ ଚଇତନ୍ୟ

ଶୁଦ୍ଧ ସ୍ଵରୂପ ମୋକ୍ଷଧାମ ।

ଅଖଣ୍ତାନନ୍ଦ ରୂପ ମୁହିଁ ,

କ୍ଷୟ ରହିତ ବ୍ରହ୍ମ ସେହି ।

ମୁଁ ସ୍ଵୟଂ ପ୍ରକାଶ ସ୍ଵରୂପ

ଚିନ୍ମୟ ପରମାତ୍ମା ଭୂପ ।

ଜାଣ ମୁଁ ଅଦ୍ଵୈତ-ଆନନ୍ଦ

ଅହଂ ବାଚ୍ୟ ଅବ୍ୟୟ ପଦ ।

ମୁଁ ନିତ୍ୟାନନ୍ଦ ସ୍ଵ ସ୍ଵ ରୂପ

ଜଗତେ ସର୍ବତ୍ର ଅରୂପ ।

ପ୍ରକୃତି ପର ଚଇତନ୍ୟ

ଶାନ୍ତ ଅବ୍ୟୟ ଅହଂବ୍ରହ୍ମ ।

ତତ୍ତ୍ଵ ଅତୀତ ପରମାତ୍ମା

ଶ୍ରେଷ୍ଠ ମୁଁ ଶିବ ପରମାତ୍ମା ।

ମୁହିଁ ପରମ ଜ୍ୟୋତିଗତ

ଅକ୍ଷୟ ବ୍ରହ୍ମ ମାୟାତୀତ ।

ନାହିଁ ମୋ ମାୟା ଅବା କାର୍ଯ୍ୟ

ଦେହ ଇତ୍ୟାଦି ଏ ନିର୍ଦ୍ଧାର୍ଯ୍ୟ ।

ସଦା ମୁଁ ସ୍ଵପ୍ରକାଶ ବିତ୍ତ

ମୁଁ ବ୍ରହ୍ମ କ୍ଷୟ ବିରହିତ ।

ମୁଁ ସାକ୍ଷୀ ସ୍ଵରୂପ ଅମରେ

ତ୍ରୀଗୁଣାତୀତ ଜ୍ଞାତ ଭୂ-ରେ ।

ଅନନ୍ତାନନ୍ଦ ରୂପ ମୁହିଁ

ବିରାଜେ ବ୍ରହ୍ମ ସ୍ୱୟଂ ସେହି ।

ମୁଁ ଅନ୍ତର୍ଯ୍ୟାମୀ ସବୁଠାରେ

ସର୍ବଗ କୂଟସ୍ଥ ପ୍ରକାରେ ।

ପରମାନନ୍ଦ ସ୍ଵରୂପରେ

ବିରାଜେ ଅକ୍ଷୟ ବେଭାରେ ।

ମୁଁ ସାକ୍ଷୀ ରୂପେ ଦ୍ଵନ୍ଦ୍ଵାଦିରେ

ନିଶ୍ଚଳେ ନିତ୍ୟୋଦିତ ଭଲେ ।

ସର୍ବ ରୂପର ବେଶ ଧରି

ରାଜେ ଅକ୍ଷୟ ବ୍ରହ୍ମପରି ।

ମୁହିଁ ନିଷ୍କଳ କ୍ରିୟାହୀନ

ବିଶ୍ଵ ଜୀବନ ସନାତନ ।

ବିଶେଷେ ଅକ୍ଷର ସ୍ଵରୂପ

ମୁଁ ରାଜେ କ୍ଷୟରେ ଅଲୁପ୍ତ .।

ଘନ ବିଜ୍ଞାନ ଘନ ଜ୍ଞାନ

ଅବକ୍ତା ଅଭୋକ୍ତା , ପ୍ରମାଣ

ବ୍ୟୟ ରହିତ ଅହଂ ବାଚ୍ୟ

ଅପରି ଜ୍ଞାତ ବ୍ରହ୍ମରୂପ ।

ମୁଁ ନିରାଧାର ସର୍ବାଧାର

ଅକାମ ରୂପ ଅଗୋଚର ।

ଯେ ଅବିଦିତ ନିତ୍ୟ ଖ୍ୟାତ

ମୁହିଁ ସେ ବ୍ରହ୍ମ ଭବେ ମାତ୍ର ।

ତାପତ୍ରୟୁଁ ମୁଁ ଉନମୁକ୍ତ

ତଥାହି ଦେହେ ତ୍ରୟୁଁ ମୁକ୍ତ ।

ମୁହିଁ ଅବସ୍ତା ତ୍ରୟ ସାକ୍ଷୀ

କ୍ଷୟର ହିତ ବ୍ରହ୍ମ ପକ୍ଷୀ ।

ଦୃକ୍ ଦୃଶ୍ୟାଦି ଯେ ପଦାର୍ଥ

ଗଟ , କୁଡ଼୍ୟ ମୃତ୍ତିକା ପାତ୍ର ।

ବେଦାନ୍ତ ଶାସ୍ତ୍ର ଅଭିପ୍ରେତ

ଜାଣ ଏ ଅଟଇ ନିଶ୍ଚତ

ଘନ ଘନ ବିବେଚନାରେ

ମୁଁ ଶାନ୍ତରୂପ ଯେ ବିଚାରେ

ଜାଣ ସେ ସତ୍ୟ ସୁବିଦ୍ଵାନ

ବିମୁକ୍ତ ବେଦାନ୍ତ ପ୍ରମାଣ

ନୁହଇ ଆନ ଜୀବ ବ୍ରହ୍ମ

ସଂସାର ମିଥ୍ୟା ସତ୍ୟ ବ୍ରହ୍ମ ।

ଏ ସତ୍ ଶାସ୍ତ୍ର ଏହି ବାକ୍ୟ

ସମସ୍ତ ବେଦାନ୍ତେ ବିଦିତ ।

ସର୍ବହୃତ୍ ତେଜ , ବହିଃ ତେଜ

ପରାତ୍ପର ଶୂନ୍ୟସ୍ଥ ତେଜ ।

 

ଜ୍ୟୋତିର ଜ୍ୟୋତିଃ ସ୍ଵୟଂ ଜ୍ୟୋତି

ବିଶେଷେ ଶିବ ରୂପେ ଚିନ୍ତି ।

 

Unknown

ଉମା ବୈବାହିକ ବ୍ରତ

 

ମନ୍ଦାର ମାଳେ ଶୋଭିତ ଅଳକା ଯାହାର-

ମସ୍ତକମାଳେ ଶୋଭିତ କଣ୍ଠ ଯେ ପ୍ରଭୁର ।

ଦିବ୍ୟ ଅମ୍ଵର ଏକର ଦିଗମ୍ଵର ଅନ୍ୟେ –

ସଦା ଏପର ଯେ ଶିବା ଶିବଙ୍କୁ ପ୍ରଣମେ ।୧।

 

ପୁଚ୍ଛନ୍ତି ରମ୍ୟ କୈଳାସେ ଗୌରୀ ଶଙ୍କରଙ୍କୁ-

ଗରିଷ୍ଠୁଁ ଗରିଷ୍ଠ ପୁଣ୍ୟ ବୋଲନ୍ତି କାହାକୁ ହେ ।

ଅନାୟାସେ ଫଳପ୍ରଦ ,ଏପରି ଯେ ଧର୍ମ

ପ୍ରସନ୍ନରେ ନାଥ ସତ୍ୟ ବୋଲ ତାର ମର୍ମ୍ମ ।୨।

 

କିପରି ବା ଦାନ ତପସ୍ୟାରେ ମହାପ୍ରଭୁ

ଲଭିଲି ତୁମ୍ଭଙ୍କୁ କରି ଜୀବନର ପ୍ରଭୁ ।

ଈଶ୍ଵର ବୋଲନ୍ତି ଶୁଣ ଯେ ବ୍ରତ ଉତ୍ତମ

ଅନବହେଳେନ ଅପ୍ରକାଶ୍ୟ ନିରୂପମ ।୩।

 

ନକ୍ଷତ୍ର ସମାଜେ ବିଧୁ , ଗ୍ରହେ ଯଥା ଭାନୁ

ବର୍ଣ୍ଣେ ବ୍ରାହ୍ମଣ ଗରିଷ୍ଠ ଦେବବୃନ୍ଦେ ବିଷ୍ଣୁ ।

ସ୍ରୋତସ୍ଵିନୀ ମଧ୍ୟେ ଗଙ୍ଗା , ପୁରାଣେ ଭାରତ ,

ବେଦରେ ସାମ , ଇନ୍ଦ୍ରିୟେ ମନ ଯଥା-ଯାତ ।୪।

 

ଏକାଗ୍ର ଚିତ୍ତରେ ଶୁଣ ସୁଲକ୍ଷଣେ ! ଗୀତି

ଏ ବ୍ରତ ପ୍ରଭାବେ ଜବେ ଚଳେ ମୋର ସ୍ଥିତି ।

ଭାଦ୍ର ହସ୍ତା ସଂଯୁତା ତୃତୀୟା ତିଥିରେ

ପୂଜିବାର ବ୍ରତ ସବୁ ଶୁଣ ଏକାଗ୍ରରେ ।୫।

 

ଯେ ବ୍ରତେ ପୁଜିଲେ ମତେ ଅଜ୍ଞତାବଶରେ

ସେ ସର୍ବ ପ୍ରେୟସୀ ସର୍ବ ପାପୁଁ ତରିପାରେ ।

କିପରି ମୁଁ କରିଥିଲି ଯେ ବ୍ରତ ଉତ୍ତମ

କହ ପୁନର୍ବାରେ ଅନୁ ଗ୍ରହେ ଦେବୋତ୍ତମ ।୬।

 

ଉତ୍ତରେ ଉତ୍ତମ ନଗ ହିମବାନ ନାମେ-

ବିରାଜନ୍ତି ନାନା ଲତା ଦ୍ରୁମ ସମାକୀର୍ଣ୍ଣେ ।

ନାନା ପକ୍ଷି ସମାଯୁକ୍ତ ନାନା ମୃଗଗଣ

ବିଚରନ୍ତି ଯହିଁ ସିଦ୍ଧ , କିନ୍ନର , ଚାରଣ ।୭।

 

ଗୁହ୍ୟକ ଗନ୍ଧର୍ବ ଗୀତ ତତ୍ପର ଯହିଁରେ

ବିଚରନ୍ତି ମହା ମୋଦେ ବିଳାସ ଲୀଳାରେ ।

କାଞ୍ଚନ, ସ୍ଫଟିକ , ମଣି ବୈଡ଼ୁର୍ଯ୍ୟ ଖଚିତ ,

ଶୃଙ୍ଗମାନ ଥାଇ ହିମବାନ ବିରାଜିତ ।୮।

 

ତୁଷାର ପୂରିତ ଗଙ୍ଗା ଜଳ ପ୍ରତିକୃତ

ନଗେଶ୍ଵର ଅପ୍ସରାଙ୍କ ସଂଗୀତେ ଶୋଭନ୍ତି ।

ସେଠାରେ ଗୋ ଆଦିମାତା ତୁମ୍ଭେ ବାଲ୍ୟକାଳେ –

କଲ ମହାତପ ଧୂମପାନେ ଅବହେଳେ ।୯।

 

ଗଲା ଦ୍ଵାଦଶ ବରଷ , ତହୁଁ ପର୍ଣ୍ଣାଶନେ ,

ବିତିଗଲା ଚତୁଃଷଷ୍ଠି ସମ୍ଵତ୍ସର ପ୍ରାଣେ ।

ପିତା ଦେଖି କନ୍ୟାରୀତି ଦୁଃଖିତ ଅନ୍ତରେ

କାହାକୁ ଅର୍ପିବି କନ୍ୟା ବିଚାରୁଁ ଚିତ୍ତରେ ।୧୦।

 

ନାରଦ ଆସି ପ୍ରବେଶ ଏ ସମୟେ ଦେଖି ,

ପାଦ୍ୟ ଅର୍ଘ୍ୟ ଦେଇ ରାଜା ଭାଷଇ ଭାରତୀ ।

କି ନିମନ୍ତେ ଆସିଛ ହେ ମୁନିଙ୍କ ଉତ୍ତମ

ମୋ ଠୁଳ ସୁକୃତ ରାଶି ଫଳେ ନାହିଁ ସମ ।୧୧।

 

ଶୁଣ ଶୈଳ ମହାକାର୍ଯ୍ୟେ ବିଷ୍ଣୁଙ୍କ ପ୍ରେରଣେ

ଆସିଅଛି ଦିଅ ତାଙ୍କୁ ତୋ କନ୍ୟା ରତନେ ।

ବ୍ରହ୍ମଶକ୍ତି ଶିବାଦିରେ କେହି ବିଷ୍ଣୁ ତୁଲେ ,

ସମ ନୋହି , ଚିନ୍ତା ନାହିଁ ଦିଅ କନ୍ୟାତାରେ ।୧୨।

 

ବାସୁଦେବ ଯଦି ଶ୍ରେଷ୍ଠ ମାଗୁଛନ୍ତି କନ୍ୟା

ନ ଦେଇ କି ହେବି ତାଙ୍କ ସଙ୍ଗତେ ବିମନା ।

ଗଲେ ଶୀଘ୍ରେ , ସ୍ଵର୍ଗେ ତାହା ଶୁଣିଣ ନାରଦ

ଶଙ୍ଖ, ଚକ୍ର, ଗଦା , ଅବ୍ଜ, ଯାହାର ଆୟୁଧ ।୧୩।

 

ଏପରି ଯେ ଜଗନ୍ନାଥ ଶୀମନ୍ନାରାୟଣେ ,

କୃତାଞ୍ଜଳି ପୁଟେ ନିବେଦିଲେ ଶ୍ରୀ ଚରଣେ ।

ନଗ ହିମବନ୍ତ ଦେବେ ଆପଣଙ୍କୁ କନ୍ୟା-

ଯାଚିଲେ କି ବା କରିବା ତହିଁକି ଭାବନା ।୧୪।

 

ପାର୍ବତୀ ଅଗ୍ରତେ ଆଳି ଆବଳୀ ପୁରତେ –

କହେ ହିମବନ୍ତକନ୍ୟା ଦେବି , ଜଗନ୍ନାଥେ ।

ଏହିପରି ପିତୃବାଣୀ ଶୁଣିଣ ପାର୍ବତୀ

ଦୁଃଖ ସନ୍ତାପେ କହନ୍ତି ଡ଼ାକି ସଖୀ ପ୍ରତି ।୧୫।

 

ଭଦ୍ର ହେଉ କହେ ସଖୀ କି ଲାଗି ମିଳନ

ଅମ୍ଵୁଜବଦନେ କହ ନକରି ଗୋପନ ।

ଶୁଣ ବୁଦ୍ଧି ମତ ସଖୀ ଯାହା ମୋ ଈପ୍ସିତ

ଦେବଦେବ ମହାଦେବେ ଦେଇଛି ମୋ ଚିତ୍ତ ।୧୬।

 

ପିତାଙ୍କର ଇଛା ମାତ୍ର ଆନେ ଦେବା ପାଇଁ

ଏଣୁ ଦେହ ତ୍ୟାଗ ମୋର ନିଶ୍ଚିତ ଅଟଇ ।

ପାର୍ବତୀ ବଚନ ଶୁଣି ସଖୀ କହେ ପୁନଃ-

ଜନମୁଖ ଗୋଳ ଅଗୋଚର ଘୋରବନ ।୧୭।

 

ମଧ୍ୟେ କଲେ ବାସ ସଖୀ ନଜାଣିମେ କେହି

ଏମନ୍ତ ବିଚାରି ଶଙ୍କରୀଙ୍କି ବନେ ନେଇ ।

ରଖନ୍ତେ ଖୋଜନ୍ତେ ପିତା କନ୍ୟା ଘରେ ଘରେ

କାହିଁ ନପାଇଣ ଭେଟ ଦୁଃଖିତ ଅନ୍ତରେ ।୧୭।

 

ବିଚାରନ୍ତି କେହି ଦେବ କିନ୍ନର ଦାନବ

ରକ୍ଷ , ଯକ୍ଷ, ଅପସରା ଉରଗ , ଗନ୍ଧର୍ବ ।

କେହିଁ ବା ଚୋରାଇ ନେଲା ମୋ କନ୍ୟା ରତନ

ଦେବାକୁ ଗରୁଡ଼ ଧ୍ଵଜେ ଥିଲା ମୋ ବଚନ ।୧୯।

 

ଏପରି ଭାବି ତଳେ ପଡ଼ି ମୂର୍ଚ୍ଛା ଦ୍ଵାରେ .

ହାହାକାରେ ଦଉଡ଼ିଲେ ଗିରି ପ୍ରତି ଖରେ ।

ଦୁଷ୍ଟ କାଳସର୍ପ ଅବା ସିଂହ ବ୍ୟାଘ୍ର ଆଦି ,

ଭକ୍ଷିଲେ , ବଧିଲା ବନେ ଥିଲାକି ବିବାଦୀ ।୨୦।

 

ବିଚାରୁ ବିଚାରୁ ମୂର୍ଚ୍ଛାଘାତେ ପଡ଼ି ତଳେ ,

ପବନେ କଦଳୀ ପରି କମ୍ପନ୍ତି ବିକଳେ ।

ଜନ ବିବର୍ଜ୍ଜିତ ଘନ ବନେ ଯାଇ ତୁମ୍ଭେ

ବିଚାରନ୍ତି ଯହିଁ ସିଂହ , ବ୍ୟାଘ୍ର ମୃଗ ଦମ୍ଭେ ।୨୧।

 

ସେହି ମହାବନେ ସଖୀ ସହ ଏକାକୀରେ

ଅନଶନେ ତହିଁ ଏକ ସରୋବର ତୀରେ ।

ବସି ତିଆରି ସିକତା ଶଙ୍କର ପାର୍ବତୀ ,

ଭାଦ୍ର ତୃତୀୟେ ପୂଜିଲ ଅର୍ପି ଭକ୍ତି ପୀତି ।୨୨।

 

ତହିଁ ଗୀତବାଦ୍ୟେ ରାତ୍ରି କରି ଉଜାଗର

ଚଳିଲା ସେ ବ୍ରତେ ସଖୀ ଆସନ ମୋହର ।

ସେହି ବ୍ରତ ଲାଗି ସଖୀ ଅଇଲି ତୋ ପାଶେ

ତୋ ଇପ୍‌ସିତ ବର ଦେଇ ଯିବା ପାଇଁ ତୋଷେ ।୨୩।

 

“ପ୍ରସନ୍ନ ହୋଇଲ ଯଦି ହୁଅ ତେବେ ବର”

କହଣ ପାର୍ବତୀ ପ୍ରଣମିଲେ ବାରମ୍ଵାର ।

ପରଦିନ ପ୍ରାତେ ତାହା ଉଦ୍‌ଯାପନ କରି

ବିସର୍ଜନ କରି ଦେଲ ପାରଣା ବିଚାରି ।୨୪।

 

ସର୍ବଶେଷେ ଶୟନକୁ କଲ ସଖୀ ସଙ୍ଗେ

ହିମବାନ ପ୍ରବେଶିଲେ ସେଠାରେ ଅଦମ୍ଭେ ।

ଚତୁର୍ଦ୍ଦିଗ ଚାହିଁ ମହା ବ୍ୟାଥାମାନ ପାଇ

ଦେଖିଣ କନ୍ୟାକୁ ସଖୀ ସଙ୍ଗେ ଅଛି ଶୋଇ ।୨୫।

 

ତ୍ରୋଡ଼କରି ସ୍ନେହ ଭାବେ ଭାଷନ୍ତି ବଚନ ।

କି ଲାଗି ଆସି ଲୁ ହିଁସ୍ର ସମାକୀର୍ଣ୍ଣ ବନ ।

ଶୁଣ ତାତ ଦେଇଅଛି ଶିବଙ୍କୁ ପରାଣ

ନ ଜାଣିଣ କଲ ତାହା ଅନ୍ୟ ଆଚରଣ ।୨୬।

 

ତେଣୁ ପ୍ରବେଶିଲି ବନେ ଶୁଣିଣ ଜନକ

ପୁରେ ନେଇ କନ୍ୟା ବିରଚିଲେ ବୈବାହିକ ।

ସେ ବ୍ରତ ପ୍ରଭାବେ ତୁମ୍ଭ ସୌଭାଗ୍ୟ ବର୍ଦ୍ଦିତ

ଆଦିବ୍ରତ କଲି ତୁମ୍ଭ ଲାଗି ପ୍ରକାଶିତ ।୨୭।

 

ଆଳି ସଙ୍ଗେ ହୃତି ଯୋଗୁଁ ଯେ ହରିତାଳିକା

ନାମେ ଖ୍ୟାତ , ଏହି ସ୍ତବ ସମସ୍ତୁ ଅଧିକା

ବିଧିବନ୍ତ କରି ମତେ କହିଲ ଯା ପ୍ରଭୁ

ବ୍ରତ କରି କିବା ପୁଣ୍ୟ ଫଳ ତହୁଁ ଲଭୁଁ ! ।୨୮।

 

ସୌଭାଗ୍ୟ ଲାଳସୀ ନାରୀ କରେ ଯଦି ବ୍ରତ

ଯା’ ବେଦ ବିଧି ବିଧାନେ ଈଦୃଶ କଥିତ ।

ଦିବ୍ୟ ମନ୍ଦିରେ ତୋରଣା ବିଚିତ୍ର ଚିତ୍ରରେ

ଚିତ୍ରିତ କରିବ ମଣ୍ତି କଦଳୀ ସ୍ତମ୍ଭରେ ।୨୯।

 

ନାନା ବର୍ଣ୍ଣ ପଟବସ୍ତ୍ରେ କରି ଆଛାଦିତ ।

ଚନ୍ଦନ କର୍ପୂରାଦିରେ ମଣ୍ତପ ମଣ୍ତିତ

କରି , ବଜାଇବ ଶଙ୍ଖ , ମର୍ଦ୍ଦଳ , ମୃଦଙ୍ଗ,

ଭେରୀ ତୁରୀ ଆଦି ଯେତେ ସୁବାଦ୍ୟ ଗୋ ଶୃଙ୍ଗ ।୩୦।

 

ନାନା ମଙ୍ଗଳ ଆଚାର ପରେ ମତେ ନେଇ

ପାର୍ବତୀ ସହିତ ସ୍ଥାପିବଟି ଭକ୍ତି ବହି ।

ଉପଯୁକ୍ତ ବସ୍ତ୍ରେ ମଣ୍ତି ନାରିକେଳ ଜଳେ

ସ୍ନାନକୁ କରାଇ ସାମୟିକ ପୁଷ୍ପହାରେ ।୩୧।

 

ନାନା ନଇବେଦ୍ୟ ଦେଇ ଧୂପ ଦୀପ ଗନ୍ଧେ

ପୂଜିବ ଏକାଗ୍ରେ ମନ୍ତ୍ରେ ସତତ ଆମୋଦେ ।

ନମଃ ଶାନ୍ତମୂର୍ତ୍ତେ ଶିବ , ନମଃ ପଞ୍ଚବକ୍ର

ନନ୍ଦି ଭୃଙ୍ଗୀ ମହାକାୟ ଗଣ ଯୁକ୍ତ ଗାତ୍ର ।୩୨।

 

ସଂସାର କାରିଣି ଶିବେ ହର ବରାନନେ !

ପୁତ୍ର ସୌଭାଗ୍ୟଦାୟିନୀ ଦେବୀଙ୍କି ପ୍ରଣମେ ।

ମନ୍ଦାରମାଳା ଲସିତ ଶ୍ରୀଅଙ୍ଗ ନିକର

ଶିବେ ସର୍ବାର୍ଥ ଦେବି କୋଟି ନମସ୍କାର ।୩୩।

 

ଜଗଦ୍ଧାତ୍ରୀ ସର୍ବରୂପେ ଶିବେ ନମୋସ୍ତୁତେ

ସଂସାର ଭୀତି ସନ୍ତପ୍ତେ ରଖ ମହାମତେ ।

କେତେ ଆଶା ରଖି ପୂଜୁଛି ଗୋ ମାହେଶ୍ଵରୀ ,

ରାଜ୍ୟ ସଉଭାଗ୍ୟଦାତ୍ରୀ ପାର୍ବତୀ ଈଶ୍ଵରୀ ।୩୪।

 

ଏହି ମନ୍ତ୍ରେ ତୁମ୍ଭ ପୂଜା ଆଗୋ ବରାନନେ

କଥାଶୁଣି ଯେହୁ ଦାନ ଦେବ ତୋଷମନେ ।

ବ୍ରାହ୍ମଣଙ୍କୁ ବସ୍ତ୍ର ଦାନ ସୁଧେନୁ ହିରଣ୍ୟ ,

ଆବର ଦିଅଇ ଅଶ୍ଵ ହସ୍ତୀ ଧନ ରତ୍ନ ।୩୫।

 

ଗନ୍ଧ , ପୁଷ୍ପ , ଧୂପ , ଦେଇ ଶିବା ଶିବଙ୍କୁ ଯେ

ବ୍ରତେ ପ୍ରଣିପାତ କରି ସର୍ବପାପ ତେଜେ ।

ରାଜ୍ୟଭ୍ରଷ୍ଟ ରାଜା କଲେ ସ୍ଵରାଜ୍ୟ ସମ୍ପତ୍ତି ,

ଲଭେ , ଅନାୟାସେ ସପ୍ତ ଜନ୍ମ ଭୋଗେ କ୍ଷିତି ।୩୬।

 

ତୃତୀୟା ତିଥିରେ ନାରୀ ଯେ ଅନ୍ନ ଭକ୍ଷଣ

କରେ ସପ୍ତଜନ୍ମ ବନ୍ଧ୍ୟା ବିଧବା ଲକ୍ଷଣ ।

ଅନଶନ କ୍ଳେଶ ପୁତ୍ର ଶୋକ ଅଭାଗିନୀ ,

କୃତ ପାପୁଁ କାନ୍ଦେ ଯେହ୍ନେ ଭବେ ଅନାଥିନୀ ।୩୭।

 

ପୂର୍ବ ବିଧି ପରି କରି ସାରିଣ ପାରଣ-

କରନ୍ତେ ଲଭଇ ନାରୀ ତୁମ୍ଭର ଆସନ ।

ତୁମ୍ଭ ପତି ସମ ପତି ଲଭେ ଅବହେଳେ

ଅନ୍ତେ ଯାଏ ଚିର କାଳ ପାଇଁ ଶିବ ଆଳେ ।୩୮।

 

କଥା ଶ୍ରବଣରେ ବାଜପେୟ ଏକଶତ-

ଅଶ୍ଵମେଧ ସହସ୍ରେକ ଫଳ ପରାପତ ।

ଆପଣ ଭଣିବା କଥାମାନଙ୍କ ଉତ୍ତମ ,

ବ୍ରତ ଅବିଘ୍ନରେ କଲେ ଜନ ଲଭେ କାମ ।୩୯।

ଇତ ଶ୍ରୀ ଲିଙ୍ଗପୁରାଣେ ଉମା ମହେଶ୍ଵର ସମ୍ଵାଦେ ହରିତାଳିକା କଥା ।

 

ନବଗ୍ରହ ସ୍ତ୍ରୋତ୍ର

( ରାଗ ଶଙ୍କରାଭରଣ )

 

କଶପ ନନ୍ଦନ ଜବାକୁସୁମ ପ୍ରତିମ

ମହାଦ୍ୟୁତିମନ୍ତ ସର୍ବ ପାପ ବିନାଶନ

ଲୋକଚକ୍ଷୁ ବିବଶ୍ଵାନେ ସ୍ଵୀୟ ଅରିଷ୍ଟ ନାଶନେ ସତତ ପ୍ରଣମେ ।୧।

 

ଦିବ୍ୟଶଙ୍ଖ ତୁଷାରାଭ କ୍ଷୀରୋଦ ସମ୍ଭବ

ଈଶ ମସ୍ତକ ଭୂଷଣ କାମୀ ବରପ୍ରଦ ।

ସୂନିର୍ମଳ ନିଶାପତି- ସ୍ଵୀୟ ଅରିଷ୍ଟ ନାଶନେ ନିରତ ମିନତି ।୨।

 

ସୌଦାମିନୀ ନିନ୍ଦେ ପ୍ରଭା ଧରଣୀ ସମ୍ଭୁତ

ଶକ୍ତିହସ୍ତ କୁମାର ଯା ଶ୍ରୀଅଙ୍ଗ ଲୋହିତ

ସୌମ୍ୟ ଗ୍ରହ ସେ ମଙ୍ଗଳେ-ସ୍ଵାରିଷ୍ଟ ନାଶନେ ଶରଣ ସେ ପାଦତଳେ ।୩।

 

ପ୍ରିୟଙ୍ଗୁ କଳିକାର ତାର ଯା ଶରୀର

ଅପ୍ରତିମ ରୂପ ସର୍ବ ଗୁଣର ଆଧାର

ସେହି ବିଧୁସୁତ ବୁଧେ-ସ୍ଵୀୟ ଅରିଷ୍ଟ ନାଶନେ ପଦଯୁଗ୍ମେ ଭଜେ ।୪।

 

କନକ ସନ୍ନିଭ ଅମରଙ୍କ ଶ୍ରେଷ୍ଠ ଗୁରୁ

ଶ୍ରେଷ୍ଠ ବାଚସ୍ପତି ଭାଗ୍ୟପ୍ରଦ ମହାଚାରୁ

ଗ୍ରହରାଜ ବୃହଷ୍ପତି-କରଇ ସ୍ଵୀୟ ଅରିଷ୍ଟ ଉପଶମେ ନତି ।୫।

 

ହିମକୁନ୍ଦ ମୃଣାଲାଭ ଯା’ତେଜ ସୁଷମ

ଦାନବ ଗୁରୁ ସକଳ ଶାସ୍ତ୍ର ପାରଙ୍ଗମ

ଭୃଗୁସୁତ ଶୁତ୍ରେ-ମୋର ମହା ଅରିଷ୍ଟ ନାଶନେ କୋଟି ନମସ୍କାର ।୬।

 

ଦଳା ନୀଳାଞ୍ଜନ ନିଭ ଶରୀର ଯାହାର

ରବିସୁତ ଛାୟା ଗର୍ଭ ସମ୍ଭୂତ ଈଶ୍ଵର

ଭୟାନକ ଶନିଗ୍ରହେ-ସ୍ଵୀୟ ଅରିଷ୍ଟ ନାଶନେ ପ୍ରଣମେ ସାଗ୍ରହେ ।୭।

 

ଗ୍ରହ ହର୍ଯ୍ୟକ୍ଷ ଅର୍ଦ୍ଧାଙ୍ଗ ଚନ୍ଦ୍ର ଦିବାକର

ଅଶନ ଲିପ୍ସୁ ସିଂହିଁ କା ସୁତ ରୁଦ୍ରତର

ଭୀମଗ୍ରହ ରାହୁ ଘୋରେ-ବିହେ କୋଟୀ ନମସ୍କାର ନତମସ୍ତକରେ ।୮।

 

ପଲାଳ ଧୂମ ପ୍ରତିମ ତାରା ବିମର୍ଦ୍ଦକ

ଗ୍ରହ ଉତ୍ପୀଡ଼କ ରୁଦ୍ର ରୁଦ୍ରଜ ବଞ୍ଚକ

କ୍ରୂରକେତୁ ମହାଗ୍ରହେ-ସ୍ଵୀୟ ଅରିଷ୍ଟ ନାଶନେ ମଣମେ ସଭୟେ ।୯।

 

ବିକ୍ଷିପ୍ତ ଚିନ୍ତା

ରତ୍ନାଷ୍ଟକ

 

(୧)

ଅତୀତ କଥା ଜାଗେ ପରାଣେ ମୋର

ଯା ଘେନି ଚିତ୍ତ ସଦା ହୁଏ ଅସ୍ଥିର ।

ହରାଇ ନାହିଁ ମୁହିଁ ଅତୁଳ ଧନ

ହଜାଇ ଖୋଜେ ଅମୂଲ୍ୟ ରତନ ।

(୨)

ନାଚଇ ମନେ ଯେବେ ସଖା ସ୍ଵଭାବେ

ବଞ୍ଚିଲି ଦିନ ପୂତ ପ୍ରଣୟ ଭାବେ ।

କି ସ୍ନିଗ୍ଧ ଆହା ସେ କଟାକ୍ଷ ପତନ !

ହଜାଇ ଖୋଜେ ମୋ ଅମୂଲ୍ୟ ରତନ

(୩)

ଲବ ପରାୟେ ବିଭାବରୀ ବାସର

ପରତେ ହୁଏ ବନ୍ଧୁ ଥିଲେ ପାଶର

ଲଭେ ବଲୋକି ଶାନ୍ତି ସୌମ୍ୟବଦନ

ହଜାଇ ଖୋଜେ ମୋ ଅମୂଲ୍ୟ ରତନ ।

(୪)

ଉଜ୍ଜ୍ଵଳ ମୁଖାକାଶେ ଶରଦ ଶଶୀ-

ଭାନୁ କି ଉଦେ ବେନି ନେତ୍ର ପ୍ରଶଂସି !

ବର୍ଣ୍ଣନେ ଅଙ୍ଗ ରଙ୍ଗ କି ପ୍ରୟୋଜନ

ହଜାଇ ଖୋଜେ ମୋ ଅମୂଲ୍ୟ ରତନ ।

(୫ )

ସାମଳି ବାରେ ଚାରୁ କୁନ୍ତଳ ଶୋଭା

ସ୍ଵଭାବେ ଅବିରତ ନୟନ ଲୋଭା

ପାରବିକ ବିସୋରି ଗ୍ରୀବା ସୁସମ !

ହଜାଇ ଖୋଜେ ମୋ ଅମୂଲ୍ୟ ରତନ ।

(୬)

ମୃଣାଳ ନାଳୁଁ ସୁକୋମଳ ଯା’କର –

ଯୁଗଳେ ବାନ୍ଧେ ଗଳା ଏ ଅଭାଗାର

ଆଉକି ଲଭିବି ସେ କରପୀଡ଼ନ !

ହଜାଇ ଖୋଜେ ମୋ ଅମୂଲ୍ୟ ରତନ ।

(୭)

ତିଷ୍ଠିବା ବେଳେ ଏକ ଆସନେ ଦିନେ –

କଲା ନିୟମ ନ ତେଜିବାକୁ କ୍ଷଣେ ,

ରଖିତ ନ ପାରିଲା ସ୍ଵୀୟ ଭାଷଣ !

ଚିନ୍ତନେ ତେବେ ତହିଁ କି ପ୍ରୟୋଜନ !

(୮)

ସୁମରି ଏତେ ଆଉ କି ଲାଭ ତହିଁ !

ପାଶୁଁ ନିର୍ଦ୍ଦୟେ ଯେହୁ ଗଲା ପଳାଇ

“ବିଶ୍ଵାସ ଘାତକରେ ନାହିଁ ଆଶ୍ଵାସ”

ଉକତ ଏ ମହତ ଜନଙ୍କ ଭାଷ ।

 

ମୋଘର

 

କି ତ୍ରୂର ଅଟେ କାଳ କି ଅବିଶ୍ଵାସୀ

ମହତ ପାପ ପରାବାରେ ବିଳସି ।

କି ଦିବ୍ୟଜ୍ଞାନ ତାଙ୍କ ହେଲା ଅସାର !

ନାହିଁ ତସ୍କରେ ଇହ ପରେ ନିସ୍ତାର

(୨)

ପାପିନୀ ଯେହୁ କୁଳକ୍ଷୟ-କାରିଣୀ

ମଜ୍ଜି ଦୁଷ୍କୃତେ ଆନ-ବାସ ନାଶିନୀ ।

ପରସ୍ୱାପହରଣେ ପଟୁ ଯା କର

ନାହିଁ ତସ୍କରେ ଇହ ପରେ ନିସ୍ତାର ।

(୩)

ସ୍ୱୀୟ ସୋଦରେ ସେ କୁଳ ସଳଙ୍କିନୀ

ବିତ୍ତ ଯେ ସ୍ଵଛେ ଦାନ କରେ , ଗୃହିଣୀ

ନଜାଣେ ତା ଅନ୍ତରେ କୀଟ ବେଭାର

ନାହିଁ ତସ୍କରେ ଇହ ପରେ ନିସ୍ତାରେ ।

(୪)

ମୁଁ ମୂଢ ସେ ଜନନୀ ସ୍ନେହ ସନ୍ତାନ

ପାରେ ଆୟତ୍ତେ ରଖି ପାପିନୀ ମନ ।

ଡ଼ାକିନୀ ତେଣୁ ମୋରେ ଆଚରେ ତ୍ରୂର

ନାହିଁ ତସ୍କରେ ଇହ ପରେ ନିସ୍ତାର ।

(୫)

ସଖା ସଙ୍ଗମେ ଯେବେ କରେ ଭୋଜନ –

ନ ଲୋଡ଼େ ତାର ତ୍ରୂର ଅଶନ ଦାନ !

ଜାଣେ ମୁଁ ଯେଣୁ ପାପୀୟସୀ ଆଚାର

ନାହିଁ ତସ୍କରେ ଇହ ପରେ ନିସ୍ତାର ।

(୬)

ଭ୍ରାତୃତା ନାମ ଶମ୍ଭୁ ପ୍ରକାରାନ୍ତ ରେ

ଉପଗତ ଏକଦା ମୋ ଆବାସରେ ।

ଜାତ ପାଦପ ତଥା ଯଥା ଅଙ୍କ ର

ନାହିଁ ତସ୍କରେ ଇହ ପରେ ନିସ୍ତାର ।

(୭)

ପୁଚ୍ଛୁତା ଆଗମନ ମନ ପ୍ରସଙ୍ଗେ

ପ୍ରତ୍ୟୁତ୍ତରେ ବିହିଲା ମୋ ପିତା ସଙ୍ଗେ ।

ଆସିଛି କଥନେ ଯା ନାହିଁ ଗୋଚର

ନାହିଁ ତସ୍କରେ ଇହ ପରେ ନିସ୍ତାର ।

(୮)

ଆବାମୁଁ ଥିଲେ ପିତା ବହୁ ଦୂରର

ଭବନେ ଉପଗତ ତଦ୍ଦି ବସର ।

ହେଲା ଆଳାପେ ରତ ତସ୍କରବର

ନାହିଁ ଯାହାରେ ଇହ ପରେ ନିସ୍ତାର ।

(୯)

 

ପାପୀୟସୀ ସୋଦରେ ଇତ୍ୟବସରେ

ଗୁପତେ ଦେଲ ଯେ ତଣ୍ତୁଳ ତାହାରେ ,

ରଖିଲା ମହେ ଲ୍ଲାସେ ଶମ୍ଭୁ ପ୍ରବର

ନାହିଁ ତସ୍କରେ ଇହ ପରେ ନିସ୍ତାର ।

(୧୦)

ଦେଖିତା ଥିଲେ ସ୍ଵଚ୍ଛେ ମୋପରି ଜନେ

ଗୁପତେ ତାହା ନିବେଦିଲେ ସଦନେ

ଜାଣିଲି ଅବଲୋକି ଚୌର ବେଭାର

ନାହିଁ ତସ୍କରେ ଇହ ପରେ ନିସ୍ତାର

(୧୧)

କିପରି ତାହା ଜାଣି ନେଇ ଝଟତି

ଦେଲ ବିପଣୀ ମଧ୍ୟେ ମନ ସଂପ୍ରତି ।

ହେଲା ତା ସୁସ୍ଥିର କିମୂଢ଼ ଆଚାର !

ନାହିଁ ତସ୍କରେ ଇହପରେ ନିସ୍ତାର ।

(୧୨)

ନଜାଣଇ ସେ ବାର୍ତ୍ତା ଶମ୍ଭୁ ପ୍ରବରେ

ରଖିଲା ତା ଅନ୍ତରେ , ସେ ଗ୍ରାମାନ୍ତରେ ।

ଯହୁଁ କଲା ପ୍ରସ୍ଥାନ, କଲି ପ୍ରଚାର

ନାହିଁ ତସ୍କରେ ଇହ ପରେ ନିସ୍ତାର ।

(୧୩)

ନୁହେ ଏତିକି , ପୂର୍ବଁ ବହୁତ ବିତ୍ତ

ଦିଏ ଯେ କାଳେ ସୁହୃଦ ଉପଗତ ।

ପୁଛୁ ତାହାରେ କରେ ନାସ୍ତି ଆବର

ନାହିଁ ତସ୍କରେ ଇହ ପରେ ନିସ୍ତାର ।

(୧୪)

ନ ସହି ସେ ଅନୀତି ଜନକ ପଦେ-

ନିବେଦିଲି ପାପିନୀ ଗୁଣ ବିଷଦେ ।

ହେଲା ଆଦେଶ ହେବ ସେ ସ୍ଥାନାନ୍ତର

ନାହିଁ ତସ୍କରେ ଇହ ପରେ ନିସ୍ତାର ।

(୧୫)

ଜନକାଦେଶେ ଭୃତ୍ୟେ ଆଣି ବହନ-

ଶକଟ ହେଲା ପୁରତେ ସମାସୀନ ।

ଲୋକନେ ଦୁଷ୍ଟ ଚିତ୍ତ ଅତି କାତର

ନାହିଁ ତସ୍କରେ ଇହ ପରେ ନିସ୍ତାର ।

(୧୬)

‘ସତେ କି ସ୍ଥନାନ୍ତର କରିବେ’ ବୋଲି

ସୁଦୃଢେ ମନେ ସିନା ଥିଲା ସେ ଭାଳି ।

ଅବଲୋକି ଶକଟ ପୁରତେ ଉଭା

ସଜୀବେ ଜୀବ ଛାଡ଼ି ଗଲା କିଅବା !

(୧୭)

ଜାଣିଲା ତହୁଁ ନିଶ୍ଚେ ତେଜି ଆବାସ

ଯିବ ଶ୍ଵଶୁରାବାସେ ମନେ ବିରସ-

ବହି , ସ୍ଵ-ଜନନୀକି , କରି ସଙ୍ଗତେ

ଗମନେ ନୋହେ ମନ ଆପଣା ପଥେ ।

(୧୮)

ଅବିଳମ୍ଵେ ବେନିଙ୍କି ଶକଟପରେ-

ବସାଇ ସ୍ଵୀୟାବାସେ ଫେରିଲି ଖରେ ।

କିବା ବର୍ଣ୍ଣିବି ଦେଲା ଯେ ନିନ୍ଦା ଘୋର,

ନାହିଁ ତସ୍କରେ ଇହ ପରେ ନିସ୍ତାର ।

(୧୯)

ତୁଟିଲା ଏବେ ମମ ମନ ଭବନୁ-

ଅଶାନ୍ତି,ଶାନ୍ତି ଆହାର ଯେ ସେ ଦିନୁ ,

ନିଶୁଭେ ମୁଖ ଗୋଳ ନିଶିବାସର,

ନାହିଁ ତସ୍କରେ ଇହ ପରେ ନିସ୍ତାର

(୨୦)

ଶିଶୁମାର୍ଜ୍ଜାର ଖେଳେ ହରଷ ଭରେ

ଅନୋନ୍ୟେକଦା ହିଁସା ନୋହିଲା ତିଳେ

କୁସଙ୍ଗ ସିନା ସାରି ଦିଏ ଏପରି

ଭବେ ମହତ ଆଶ୍ରା ନିସ୍ତାର ତରୀ ।

 

 

( ସରି ଯିବନି ଜୀବନେ କିଶୋରୀ-ହେ ବଂଶୀଧାରୀ। ବୃତ୍ତରେ )

ରହି କି ପାରିବି , ବନ୍ଧୁ ଏ ଭବନେ-ହେ ତୁମ୍ଭବିନେ । ଘୋଷା ।

 

ସ୍ମରୀ ସଦା –ସଖା ହେଉଛି କାତର ,

ନିଦିଶେ ସୁପଥ ନାହିଁ ଗତି ମୋର

ଭାବେ ଏ ଭବନେ କି ନିଶିବାସରେ ,

ଦେଖା ହେବନିକି ମଣେ ।୧।

 

ନୋହୁଛି ସରସ ଏ ଜୀବ କିଞ୍ଚିତେ ,

ଭାଳି ଭାଳି ସଙ୍ଗ ତବ ଅନୁବ୍ରତେ

ଅଖଣ୍ତମଣ୍ତଳ ଅବ୍ମାନନ ଦୃଢେ-

ନଝେଳିବ କି ନୟନେ ।୨।

 

ନୁହେ ଲବେ ଜଣା ବାହ୍ୟେ ସେ ଯନ୍ତ୍ରଣା ,

ବିବେକ ବୁଦ୍ଧିଯାକରେ ହେଳେ ବଣା

ନୁହେ ନିବେର୍ଦିବା ଅନ୍ୟେ ସେ ବେଦନା ,

ମର୍ମ୍ମ ଦହେ ଅନୁକ୍ଷଣେ ।୩।

 

ମନ ଲୋଡ଼େ ସ୍ଵତଃ ଯେ ସମ ସଙ୍ଗକୁ ,

ବିଶ୍ଵ-ଶୋଭା ସାର ସେ ଦିଶେ ତାହାକୁ

ଅତୃଳନୀୟ ତା ରୂପ ଉପମାକୁ ,

ଖୋଜେ ସଦା ବିଚକ୍ଷଣେ ।୪।

 

ଏକାକାର ହେଲା ଅକାତରେ ମନ ,

ପ୍ରାଣ, ଭାବ ଯଥା ତ୍ରିବେଣୀ ସଙ୍ଗମ

ମାତ୍ର ଥିବ ବନ୍ଧୁ ସମେ ସଦାଦିନ

ମନ ବଳୁ ଏ ବିଧାନେ ।୫।

ବିତରନ୍ତୁ ସୁକଲ୍ୟାଣ ଜଗଦ୍‌ଗୁରୁ,

ବଢୁ ଗଉରବ ବନ୍ଧୁ ତା ବେଭାରୁ

ନୋହୁ ହେ ନିଷ୍ପ୍ରଭ ପ୍ରେମ ପ୍ରତିଭାରୁ-

ଲବେ , ଥିବଟି ସ୍ମରଣେ ।୬।

 

ବନ୍ଧୁ ହିତୈଷଣା

 

ଏତେକାଳେ ଆଗତ ନେତ୍ର ଆୟନେ

ବର୍ଣ୍ଣନେ ଅକ୍ଷମ ଯା କଥା ବଚନେ ।

ସ୍ୱଦେଶ ବୈଦେଶିକ ସୁଖେ ବିଳସେ,

ବାନ୍ଧବେ ଆବଦ୍ଧ ଯା ସୁଦୃଢ ପାଶେ ।୧।

 

ନାଚଇ ମନେ ସେହି ତ୍ରୁର ଦିବସ ,

ଯାହା ଚିନ୍ତନେ ମନୁ ତୁଟେ ସାହସ ।

ବଞ୍ଚିତ ଯେ ବରଷାଧିକ ଚେଷ୍ଟାରେ ,

ବିଦେଶୀ ପୂର୍ଣ୍ଣକରେ କିବା ବିଚାରେ ।୨।

 

ସର୍ବଜ୍ଞତା ନାମ ତା ପ୍ରକାରାନ୍ତରେ ,

ମନ ମାଦକେ ମୋହି ସର୍ବ ବନ୍ଧୁ ରେ ।

ନିମିଷେ ଉତ୍ସଙ୍ଗ ସଙ୍ଗ ଉଣା ବାରଣେ

ଲଗାଏ ମୋହମନ୍ତ୍ର କିବା ପ୍ରମାଣେ ।୩।

 

ନଜାଣେ ପାପୀ ବୈଦେଶିକ କ୍ଷଣିକ-

ସୁଖ ସେ ଯାହା ଲୋଡ଼େ ବୃଥା ଅଲୀକ ।

କ୍ଷଣିକ ସ୍ଥିତି ସଦା ସୁଖ ବିରୋଧୀ

ନଜାଣି ଯା ଜଘନ୍ୟ ଆଲୋଡ଼େ ସିଦ୍ଧି ।୪।

 

ମଧ୍ୟେ ଦିବସ ଦୁଇ ଦେଶେ କଣ୍ଟକ ,

ଖେଳିଲା ବନ୍ଧୁ ମଧ୍ୟେ ଯଥା କନ୍ଦୁକ ।

ଅନ୍ତର ସଙ୍ଗୀ ଧାତା ବିଷ୍ଣୁ ଶଙ୍କର

ନୁହନ୍ତି ପାଶୁ ତାର ଲବେ ଅନ୍ତର ।୫।

 

ବର୍ଣ୍ଣଇ ସବିଶେଷେ ସ୍ନେହ ଆଳାପ

ଏକାନ୍ତେ ଯଥା ପରସ୍ପରେ ସନ୍ତାପ ।

ସୁଶ୍ରାବ୍ୟ ଅତୀବ ସେ ମିଷ୍ଟ କଥନ ,

ମୁମୂର୍ଷୁ ପିଣ୍ତେ ସଞ୍ଜୀବନୀର ଧନ ।୬।

 

ଶେଷ ନୋହୁ ଏକର ଆଳାପ , ଅନ୍ୟ-

ଭାଷଣ ଆସି ସ୍ଥାନ କରେ ପୂରଣ ।

କହଇ ଏ କି ତୁ ମୋ ଜୀବ ଜୀବନ

ଭାବଇ ତୁ ମୋ ଗଳା ଗଣ୍ଟି ରତନ ।୭।

 

କହେ ବିଶେଷେ ଜୀବ ତୁମ୍ଭରି ପାଇଁ

ଜୀବସଙ୍ଗମ କେଡ଼େ ସୁଖଦ ଭାଇ ।

ଭାଗ୍ୟେ ନଥାନ୍ତେ ଯେବେ ଭବେ ନିୟତି

ସ୍ନେହେ ହୁଅନ୍ତି ଚିରନ୍ତାନୁ ବର୍ତ୍ତୀ ।୮।

 

ଏକା ଭାବନା , ମନଃ ପ୍ରାଣ , ପସରା

ଶୋଭନ୍ତା , ବଙ୍ଗେ ଯଥା ତ୍ରିବେଣୀ ଧାରା ।

ନାହିଁ ରହନ୍ତା ଭେଦାଭେଦ ବିଚାର

କିବା ବିଷମ ଅହୋ ! ବିଧିବେଭାର ! ।୯।

ଈଦୃଶ ବୈଦେଶିକ ମିଷ୍ଟ ଭାଷଣ ,

ତୋଷିଲା ଆତ୍ମା ବନ୍ଧୁ ପରାଣ ମନ ।

ସ୍ଵଳ୍ପ ବସତି ମାତ୍ର ଏଥେ ନଜାଣି ,

ଲଗାଇଲା କି ଲୀଳା ମନ ମୋହିନୀ ।୧୦।

ବିଦେଶୀ ମାୟାଜାଲେ ପଡ଼ି ସରବେ ,

ହେଉଛ ମତ୍ତ ଅନ୍ଧ ଗର୍ବ ବିଭବେ ।

ନଜାଣ ଭାଇ ! ସ୍ଵୀୟଭ୍ରାତା ଯା’ ଦେଖି

ନିନ୍ଦଇ ଧାତା , ନିଜେ ଅନ୍ତରେ ଦୁଃଖୀ ।୧୧.

କଦା ନଛାଡ଼ ଭାଇ ସ୍ଵଦେଶ ଜନେ ,

ବିପଦେ , ସୁଖେ , କି ଜୀବନେ , ମରଣେ ।

ଉପଗତ ଆସନ୍ନ ସଂକଟ ବେଳେ

ସ୍ଵଦେଶୀ ବନ୍ଧୁ ସିନା ତାରିବ ହେଳେ ।୧୨।

ମୋ ଶପଥ ତୁମ୍ଭଙ୍କୁ ବାନ୍ଧବେ ଶୁଣ ,

ନୁହ ବିଦେଶାଗତ ଆୟତ୍ତ ପ୍ରାଣ ।

ସମୁତ୍ସୁ କେ ସ୍ଵଜନ ଜନେ ଆବୋରି

କଟାଅ କାଳ ବିଭୁ ଦୟା ସୁମରି ।୧୩।

( ଏହି ପଦ୍ୟ ଜନୈକ ସ୍ନେହୀର ବନ୍ଧୁ ବିଛେଦରେ ଲିଖିତ-)

 

ବଂଗାଳୀପୋଥି

( ରାଗ-ରାମକେରୀ )

 

ରଖିଲା ଏ ଯୁଗେ ମହତେ କି ସୁକୀର୍ତ୍ତି ସଭ୍ୟତା

ବିଧି ଦୁର୍ବି ଚାର ଯା’ ଯୋଗୁଁ ନୀଚେ ଦତ୍ତ ପ୍ରତିଷ୍ଠା।୧।

 

ବୃଥା ବିରୋପନ୍ତି ମାନବେ ଅନ୍ୟେ କଳାକଳଙ୍କ

ସୁବିଦିତ ଯେହୁ ପ୍ରପଞ୍ଚେ ମଥାମଣି ସଭିଙ୍କ ।୨।

 

ଅନୁକ୍ଷଣେ ଭବେ ଘୋଷିତ ଯେ’ ବଙ୍ଗାଳି ମହିମା

କିପାଁ ଆରୋପୁଛ ସେ କାବ୍ୟେ ଏ କଳଙ୍କ କାଳିମା ।୩।

 

କହ ଦେଖି କେତେ କାଳ ଏ ଅପକୀର୍ତ୍ତି ରଟିବ

ନିନ୍ଦୁଛ ଯାହାକୁ ଓଲଟି ମହା ଦୁର୍ଦ୍ଦଶା ଦେବ ।୪।

 

ଜାଣୁଛ ସତତ ଗୁପତେ ଯିବ ସୁଦିନେ ମାନ ,

ପ୍ରକଟିତ ଏବେ ହେଲାଣି କ୍ରମେ କାନକୁ କାନ ।୫।

 

ଆସି ଯିବ ମହା ବିପତ୍ତି ଯଦି ଜାଣିମେ ନେତା,

କଳି ହେଉନାହିଁ କିଦଣ୍ତ ଦେବେ ଜଗତ କର୍ତ୍ତା ।୬।

 

ଲୋକ ପ୍ରେମ ମହା ଦୀକ୍ଷାରେ ହେଲେ ନରେ ଦୀକ୍ଷିତ-

ଗୃହ , ଧନ , କିବ ! ସ୍ଵଜନ ନୁହେ ମନେ ଆଗତ ।୭।

 

ତେମନ୍ତ ହେଲେହେଁ ବଙ୍ଗାଳି କାବ୍ୟ ନିନ୍ଦିବା ପାଇଁ

ମହା ଗୁରୁତର ଅଶିକ୍ଷା କାହୁଁ ଶିଖିଲ ଭାଇ ।୮।

 

ବଙ୍ଗାଳି କାବ୍ୟ କି ରୋଧଇ ତବ ପ୍ରେମ ଅୟନ

ନଖାଇ ପନସ ବହଇ ବୃଥା କଳଙ୍କ ଦାନ ।୯।

 

ହେଲେ ଉଚ ତଥା ସୁସଭ୍ୟ ତବ ମୁଖେ ନିନ୍ଦିତ-

କିପାଇଁ ହେଉଛି ତଦୀୟ କାବ୍ୟ ଭାବପୂରିତ ।୧୦।

 

ଇଚ୍ଛା ଯେବେ ଲୋକ ପ୍ରେମରେ ପ୍ରକାଶ୍ୟରେ ଆଚର

ଘୋଷୁ ଅବିରତେ ଜଗତ ତବ ସୁଖ୍ୟାତି ସାର ।୧୧.

 

ଯେ ମହା କୁତ୍ସିତ କରମ ପରସ୍ଵାପହରଣ

ତହିଁ କିପାଁ ମନୋନିବେଶ ଏକି ଜାତି ଧରମ ! ।୧୨।

 

ଶୁଣିଥିବ ନୀତି ଅପର ଧନ , ଦାରା , ସମ୍ମାନ

ଲୋଷ୍ଟ୍ର , ମାତା, ଆତ୍ମା ସମାନ କର କ୍ଷଣେ ଚିନ୍ତନ ।୧୩।

 

ଜାଣି ଶୁଣି ଏହା କିରୂପେ ଚକ୍ଷୁ ବୁଜି ଉଷତ

ପ୍ରାଣେ ଅଚରୁଛ ଜଘନ୍ୟ କର୍ମ ମହା କୁତ୍ସିତ ।୧୪।

 

ଏ ନୁହେ ପୁରୁଷ ଉଚିତ ଜାଣେ ଏହା ସର୍ବଥା

ତିରସ୍କାର କର , ନକର ତିଳେ ନାହିଁ ମୋ ବ୍ୟଥା ।୧୫।

 

ଘେନ ଶତବାର ବିନତି-କାକୁ ମିନତି ମୋର

ନୁହ ପରଧନ ପ୍ରଦୀପେ ଆଶା ପତଙ୍ଗ ଘୋର ।୧୬।

 

ଶତ ଶପଥ ମୋ ତୁମ୍ଭଙ୍କୁ ଶୁଣ ସୁହୃଦ ଜନେ ।୧୭।

 

ହେଲା ଯା’ ଆବର ନହୁଅ ଆଉ କୁକର୍ମେ ରତ

ସୁମାର୍ଗେ ବିହର ସ୍ଵଛନ୍ଦେ କର ଗୁଣ ପ୍ରଖ୍ୟାତ ।୧୮।

 

ମନବୋଧ- ଆମୋପଦେଶ

 

ସତେ କି ଏ ନବ ପ୍ରଭାତ ଏହି ନବ ଯୁଗର

ଘୋଷଇ ଧିଆନେ , ବିଶ୍ରାମେ , ଅଳୀକତା ଭବର ।

 

ସୁମନ୍ଦ ଶୀତଳ ମରୁତ ସଦା କି ବା କହଇ ,

କିପାଇଁ ରେ ମୂଢ ମନୁଜ ! ଭବେ ଏ ଡ଼େ ତୁ ବାଇ ?

 

ନାହିଁ କିଛିସଦା ଶାଶ୍ଵତ , ଏ ନଶ୍ଵର ବିଶ୍ଵର-

କିରୂପ, ଯୌବନ , ସ୍ଵଜନ କି ବିଭବ ଆବର ।

 

କି ମାନ , ମହତ୍ତ୍ଵ , ମର୍ଯ୍ୟଦା, କି ପ୍ରତିଷ୍ଠା କିରତି-

ସବୁକାଳ ଗର୍ଭେ ସ୍ଵକାଳେ ଲଭେ ସିନା ବିସ୍ମୃତି ।

 

ଚକ୍ଷୁ ଦୋଷେ ଅନ୍ଧ ନୟନ ସିନା ସଦା ମାନବ

ଲୋଡ଼ଇ ଯା ସୁଖ ବୋଲି ସେ ଦିଏ କି ପରାଭବ ।

 

ଦୂରୁ ଦେଖି ଡ଼ରେ ଜୁହାରେ କ୍ଲେଶ ମଣି ଯାହାକୁ

ସୌଖ୍ୟ ନିଦର୍ଶନ ସିନା ସେ ଭାବୀ ଭବିତବ୍ୟକୃ ।

 

ଯଥା ସାଧ୍ୟ ମଣି ନିସତେ ନିବର୍ତ୍ତଇ ତହିଁରୁ

ଫଳପ୍ରଦ ପ୍ରତି ଫଳେ ସେ ସ୍ଵଳ୍ପ ଅତିସାଧ୍ୟରୁ

 

କର୍ମକ୍ଷେତ୍ରେ କିବା ଅସାଧ୍ୟ ନଜାଣଇ କିଞ୍ଚିତେ

ସୁଦୃଢ ପ୍ରତିଜ୍ଞ ସୁଧାଂଶୁ ପାରେ ରଖି ଆୟତ୍ତେ ।

 

ତେବେ ନାହିଁ ତଳେ ହୃଦୟେ ପାଞ୍ଚ ମନକୁ ମନ

ନାହିଁ ସଦା ସଭ୍ୟ ସମାଜେ ଆପଣାର ସମାନ ।

 

ସବିଶେଷେ ଜ୍ଞାନ ବିହୃନେ ଅପ୍ରକାଶ୍ୟେ ଜୀବନ-

ଯାପନେ ନୋହୁଛି କୁଣ୍ଠିତ କିବା ହୀନ କରମ !

 

ଆବର ଦେଖୁଛୁ ପୁରତେ ମର୍ତ୍ତ୍ୟ ମନୁଜ ଲୀଳା

ସୁଶାନ୍ତି ଅଙ୍କିତ ବଦନେ ଲୋଡ଼େ ସ୍ଵକୀୟ ଭେଳା ।

 

ଆଲୋଡ଼ିତ ପ୍ରାଣେ ଅସ୍ଥିରେ କିବା ଚିତ୍ତ ତୋହର

ନୈରାଶ୍ୟ ନିଦାଘେ ବ୍ୟଥିତ କାହିଁ ଶାନ୍ତି ନିର୍ଝର !

 

ଜରା ଆକର୍ଷିତ ପରାଣ ପରିଣାମ ଲକ୍ଷିତ

କିପାଇଁ ହେଉଛି ଜୀବନେ-ଯଉବନ ସଞ୍ଚିତ !

 

ବିଷର୍ଣ୍ଣ ,ବିରାଗ କୁଞ୍ଚିତ ଅବସନ୍ନତା ଆଦି

ଯେଯାହା ବିଗ୍ରହେ ଆସେ ଆଗ ସମ୍ପାଦ ।

 

ବିଷମ କରମ ପ୍ରାପତେ ବିହି ବିଚାର ଆନ

କେତେ ମତେ ବାଞ୍ଚ୍ଥେ ଅପରି ସୀମ ବିହି କଦନ ।

 

ଅତୀବ ଆରତେ ସଂଲଗ୍ନ କରି , କର ପତର

କହଇ ଅବିଧି ବିଧାନେ ଶତ ମୋ ନମସ୍କାର ।

 

ବିହି ଯେବେ ଭାଗ୍ୟେ ଭିଆଏ ଗୁରୁତର କଷଣ

ବଳିଟପି ଯିବ ରସାରେ ନାହିଁ ଈଦୃଶ ଜନ ।

 

ଜଗତୀ ଭୋଗୀ ଯା ବିଲୋମେ ଭବେ ଭିକ୍ଷୁକ ଜନ

ସମ୍ଭବ ଜୀବନେ ଭୋଗଇ ଅସମ୍ଭବ କଦନ ।

 

ଆଶାର ଉଲ୍ଲାସେ ଆକ୍ଷେପି ଭୁବ୍ର ସୁଖ ସୁରୁତି

କେତେ ମନେ ମନେ ପ୍ରଶଂସେ ପୁଣି ବିରସେ ଅତି ।

 

ଏହିଟି ବିଭବ ବୈଭବ ଅନ୍ୟେ କିବା ପ୍ରମାଣି

କଥନେ ନରସେ ମାନସ ଆଶା ଅମିୟବାଣୀ ।

 

ତେବେ ‘‘ମୁଁ ମହତ ଜଗତେ’’ ବୃଥା ଭାବ ଆଶାୟୀ-

ପ୍ରାଣ ଆଲୋଡ଼ନ ଅଗ୍ରତେ କ୍ଷଣେ କ୍ଷଣେ ରାଜଇ ।

 

ଅଶେଷ ଯନ୍ତ୍ରଣା ଦାୟକ ତା ମହତ ଗାରିମା ।

ଲୋତକ ସଂସିକ୍ତ ବଦନେ କଳ୍ପେ ମନେ କଳ୍ପନା ।

 

ଜାଣୁଛେ ମସ୍ତକେ କରାଳ କାଳଚକ୍ର ସତତ

ଘୁରଇ ନାହିଁ ଯା ବିଶ୍ରାମ ନୁହେ ତିଳେ ନିସତ ।

 

ସେ ନମାନେ ଧନୀ ନିର୍ଦ୍ଧନ କିବା ହାସର ଚ୍ଛଟା

ଜଗି କାଳବେଳ ଅଜ୍ଞାତେ ଦିଏ ଖଇ ହଟହଟା ।

 

ମୂହୂର୍ତ୍ତକ ପାଇଁ ସ୍ଵଛନ ତଥା ବାନ୍ଧବ ଜନେ

ଅଶ୍ରୁସିକ୍ତ ମୁଖେ ରୋଦନ୍ତି କର ମାରି ସୁଘନେ ।

 

ଏଥୁ ଅନ୍ତେ ଦଶ ଦିବସ ଅନ୍ତେ ମାତ୍ର କଥାରେ

ରହି ପୁଣି କ୍ରମେ ମିଶାଇ ବିସ୍ମୃତିର ଅନ୍ଧାରେ ।

 

ମୃତେ ମହାଯଶା ବିଶେଷେ ସର୍ବ ସମ ବରତୀ

କେତେ କାଳ ପାଇଁ ଜାଜ୍ଵଲ୍ୟ ମାନ ଥିବ କୀରତି ।

 

ଦୀନୁ ଦିନ କ୍ଷୀଣ ପ୍ରଭାସେ ହେବ ପୁରୁଷ କ୍ରମେ

ସର୍ବ ଶେଷେ ନିର୍ବିଶେଷତା ବିଧି-ବାଧ୍ୟ ନିୟମେ ।

 

ଏ ସିନା ଭାଗ୍ୟର ବିଷମ ନିଦାରୁଣ ଦୁର୍ଗତି

ଯା’ ସହନେ ମହା ଦୁସ୍ତରେ ଫାଟି ପଡ଼ଇ ଛାତି ।

 

ତେବେ କହେ ମନ ଅଭାବେ ବୁଡ଼ିଲେହିଁ ସର୍ବଥା

କଦା ନତେଜିବୁ ଜଗତ ପିତା ତବ ନିର୍ମାତା ।

 

ଯେ ଅପାର ମହା ଦୁସ୍ତର ଅତି ଘୋର ବିପଦ-

ସାଗରମଗ୍ନଙ୍କ ନିସ୍ତାର-ତରୀ , ବୀଚିର ସମ୍ପଦ

 

ପୁଣି ସେଚରଣେ ତନ୍ମନ ହୋଇଥିବା ସଜ୍ଜନ

ନଦେଖେ ତା’ ସମ ଜଗତେ ଜନ ଆମ୍ଭ ନୟନ ।

 

ପୁଣ୍ୟବନ୍ତ ମହା ଉଦାର ଭବେ ସେହି ଧାର୍ମିକ

ଦେଖେ ସେ ଭୁବନ ପୁରତେ ଯେହ୍ନେ ମିଥ୍ୟା କ୍ଷଣିକ ।

 

ହରିପ୍ରେମ ମହା ଦୀକ୍ଷାରେ ପ୍ରେମେ ହୋଇ ଦୀକ୍ଷୀତ

ଶୁଭରେ ବିନୋଦ ବିହାରି-ନାମ ଜପେ ସତତ ।

 

ଅବହେଳେ ସେହୁ ଲଂଘଇ ମିଥ୍ୟା ଦୀକ୍ଷା ଭବର

ଚିରଶାନ୍ତି ନିକେତନ ସେ ଆଚରଇ ବିହାର ।

 

ତେଣୁରେ ମାନସ ! ସୁମନେ ସ୍ମର ଶ୍ରୀହରି ନାମ

ବିଶେଷେ ହୃଦୟୁ ତଡ଼ଇ ପାପୀ ଆଶା ବିଷମ ।

 

ସ୍ମରି ପୀତାମ୍ଵର ତୁରିତେ ଲଭ ଅମର ବାସ

ଯହିଁ ନ ଭାବିବୁ ସୁମନ ! ଆଉ ନିଜ ନିବାସ ।

 

ଦେଖୁଛୁ ତ ମନ ଏ ରୂପେ ଭବ ଭାବନା ରାଜି

କ୍ଷଣେ କ୍ଷଣେ କିପଁ । ସମ୍ମଦେ ରହୁ ନୟନ ବୁଜି ।

 

ସେହିଟି କ୍ଷଣିକ ସମ୍ଭୋଗ ଆଶା ଚପଳା ଲୀଳା

ପଛେ ପଛେ ଦୁଃଖ ସାଗର ଜଳେ ବୁଡ଼ାଏ ଭେଳା ।

 

ତେଣୁ ସତର୍କେ ତୁ ଦେଖରେ ବାହ୍ୟ ବଡ଼ ବଡ଼ିମା

ଅବିବେକେ ଯାହା କବଳୁ ଲଘିଂ ନପାରୁ ସୀମା ।

 

ନୁହେ ସେହି ସୁଖୀ ସସ୍ତ୍ରୀକ ଆଶା ଅମଳେ ସିନା

ବିହ୍ଵଳେ ଆବର ସମ୍ପାଦେ ବନ୍ଧୁ ସୁତ କାମନା ।

 

ମହା ପ୍ରସ୍ଥାନରେ ଏ ସଙ୍ଗୀ କିବା ସଙ୍ଗ ହୋଇବେ

ଜନମି ଜନକ ଜୀବନେ ଯେ ବା କଷ୍ଟ ବିହିବେ ।

 

କ୍ରନ୍ଦନେ ଅସର ଦିବସ ପୁଣି ଘୋର ଶର୍ବରୀ ।

ଯାପନେ , ଯାପିବେ କାଳକି ହେଲା ଯୁଗର ସରି !

 

ଅତୀବ ଆରତେ ତ୍ଵରିତେ କରି କରକୋରକ

କହେ ଘେନ କୁଳ ନନ୍ଦନେ ! ଅନୁ ଶୋଚନାଟିକ ।

 

ଅନବରତରେ ଉତ୍ତରୋତ୍ତର ପିତୃ ଭକତି-

ତତ୍ପରେ ସ୍ଵପ୍ରଭା ବିଗ୍ରହେ ଫୁଲି ଉଠୁ ହେ ଛାତି ।

 

ଅବିରତ ଯଶ ବିକାଶୁ ତବ ମାତୃ ବସତି

ଲଭି ସୁଆଶୀଷ ଜୀବିତେ ଯାପ ବାସର ରାତି ।

 

ନୁହ ମାତ୍ର ସୁତେ ପ୍ରେମିକ ବାହ୍ୟ ଶୋଭା ସଙ୍ଗମେ

ବିଶେଷେ ସ୍ତ୍ରୀଜାତି ସଂପ୍ରତି ପରିଣାମ ବିଷମେ ।

 

ଅଙ୍ଗେ ଅଙ୍ଗେ ପ୍ରତି ଫଳିତ ମେହ ଉପଦଂଶାଦି

ବାହ୍ୟେ ଅତି ତୋରା ସୁବେଶ ସଦା ଇଚ୍ଛା ସମ୍ପାଦି ।

 

ଥରେ ଯା’ କବଳ କଳିତ କରେ ବିବେକ ବଣା

ଅବିବେକେ ମନ ଉଷତେ କରି କିଳ୍ପେ କଳ୍ପନା ।

 

ଯେ ମୁକୁର ମୁହିଁ ଉଷତେ ତବ ପୁରତେ ଥାଇ

ଜାଣୁଛ କି ଆପେ ଆପଣା ମୁଖ ନଲୋକେ ତହିଁ !

 

ସୁବିଦିତ ଭବେ ଅଙ୍ଗନା-ବାରବାମା ବିଶେଷେ

ମିଥ୍ୟା ପ୍ରେମେ ମନ ମନାଇ ସଦା ବିଭବ ଆଶେ ।

 

ସତେ କି ସେ ଯିବେ ସଙ୍ଗତେ ଚିର ଶାନ୍ତି ନିଳୟେ

ନ ଭାବ ଏ ଭାବେ ଭାବୁକ ଆଶୀବିଷ ପରାୟେ ।

 

ବାହ୍ୟ ଆଡ଼ମ୍ଵରେ ମସୃଣ ବାମା ଚାରୁ ସୃଜନ

ନରକ ନିଳୟ ତଦୀୟ ଦେହ ଅଗମ୍ୟ ସ୍ଥାନ ।

 

ତେମନ୍ତ ହେଲେହେଁ ତୃପତି ମତି ଲଭି ପ୍ରେମିକେ

ସଦାଭ୍ୟସ୍ତ ବାର ରମଣୀ ବୃଥା ପ୍ରେମ ପ୍ରପାତେ ।

 

ଅବଗ୍ରାହି , କିବା ସୁଶାନ୍ତି ଲଭ କିହୁ ପମାଣି

ଅପ୍ରମାଣିକ ସେ ପୀରତି କେବା ନାହିଁ ଛି ଜାଣି ।

ସବିଶେଷେ ଆଜି ଜଗତି ଭୋଗୀ ଯେହି ତା ସୁତା

 

ଯାର ଗୁପ୍ତ ପାପ ଅଭିଷା ଭିକ୍ଷା ଲୋଭେ ନିରତା ।

ନଜାଣନ୍ତି ଯେହୁ ଆସନ କାହିଁ ତା ଅବସ୍ଥିତି

 

କୁଳୀନ ଜନମେ , ଜୀବନେ , ଯେ କାଳିମା ଲେପନ୍ତି ।

ବିରାଜଇ ତାହି ରୁଚିରେ ମୃତେ ତଥା ଜୀବିତେ

 

ସଦା ଅପକୀର୍ତ୍ତି ରଟଇ ଶତମୁଖେ ପୁରତେ ।

ତେବେହେଁ ସଂକୋଚ ଉତ୍କୋଚ ନ ଘେନନ୍ତି ପାପୀଏ

 

ପାପ ଏକେ ହଜେ ନରକ ବାସ ମନେ ନବହେ ।

ଦୀନ ସଂରକ୍ଷଣ ପୁରୁଷ ଉତ୍ତମରେ ଭକତି

 

କରି କରଭୋରୁ ରଭସେ ଲଭ ଅମର ଗତି ।

ସହସ୍ର ରମଣ ସତୀଶ ଶିଭୋଭୂଷା ଉତ୍ତମ

 

ଉତ୍ତମ ଇତର ସଙ୍ଗତି ଲଭିବା ଏ ପ୍ରମାଣ ।

ତେବେ ତାରେ ତେଜିକି ଜାରେ ଲଭ ପ୍ରକୃତ ପ୍ରେମ ?

 

ବିଶେଷେ ସୁଗତି ତଥାଚ ଜୀବ ଜାତି ସ୍ମରଣ ।

ନୁହଇ ଏ ତଥ୍ୟ ସୁପଥ୍ୟ ହିତ ପୂର୍ଣ୍ଣ ବଚନ

 

ମାନ ଏ ମାନିନୀ ଉଷତେ ନୁହ ତିଳେ ବିମନ ।

ନିମିତ୍ତ ମାତ୍ରକ ନିମିଷେ କର ବିଭୁ ଧିଆନ

 

ବିନିଷ୍କ୍ରାନ୍ତ ଅଘ ବାରଣ ଯିବୁ ଅମର ସ୍ଥାନ ।

ପରପଞ୍ଚ କ୍ରୀଡ଼ନକ ତା ପରପଞ୍ଚ ଭିଆଣ

 

ବଶୀକରଣେ ଯା ମୋହନ ମୂରତିର ଘଟନ ।

ସେହି ଦେବ ଦେବ ଯାଦବ ଅବିରତ ଆଶ୍ରିତ

 

ଦାସ ଅନୁ ଦାସ ପଣକୁ ଭାଜନ ସେ ହେବତ !

କହଇ ବଡ଼ିମା ଅମର ବାସ ଲଭିଟି ସେହି !

 

ଚିରଞ୍ଜୀବ ଆଖ୍ୟା ଲଭିବ ବିଭୁ ବରେଟି ସେହି ।

 

ବିଷାଦ କୋଇଲି

 

କୋଇଲି କହ ଯାଇ ଜୀବଧବ ପାଶ

କରୁଣା ବିହୁନେ ଏଣେ ହୁଏ ମୁହିଁ ନାଶ ଲୋ ।୧।

 

କୋଇଲି ଖଟିଥିଲି ଦେହେ ଛାଇ ପରି

ଖରାପକି ମନ୍ଦ ବିହି ନେଲା ସ୍ନେହ ହରି ଲୋ ।୨।

 

କୋଇଲି ଗୃହ ତାଙ୍କ ସୁଧର୍ମ୍ମା ସଦନ

ଗଲେ କ୍ଷଣେ ବସି ମନ ହୁଏକି ପ୍ରସନ୍ନ ଲୋ ।୩।

 

କୋଇଲି ଘଟେ ଜୀବ ଥିବ ଦିନ ଯେତେ

ଘଡ଼ିଏ ନପାରେ ତେଜି ବିଶ୍ଵନାଥ ସୁତେ ଲୋ ।୪।

 

କୋଇଲି ମନ ମୋର ଡ଼ାକୁଥିଲା ଯାହା

ମତେ ଆହା ବୋଲିବାକୁ ନାହିଁ କେହି ସାହା ଲୋ ।୫।

 

କୋଇଲି ଚକୋର ଦମ୍ପତ୍ତିର ଯେ ସୁଖ

ଚନ୍ଦ୍ର ଲଭି ନଲଭିଲି ଅସର ମୋ ଦୁଃଖ ଲୋ ।୬।

 

କୋଇଲି ଛଟା ତାଙ୍କ ବିଦ୍ୟୁତ ଉପମ

ଛାଡ଼ି ପାଶୁଁ ରଙ୍କ ନିଧି ଅନ୍ଧ ମୋ ନୟନ ଲୋ ।୭।

 

କୋଇଲି ଜଗତରେ ନାହିଁ କେ ବିରହୀ

ଜାଣଇ ମୋ ସମ ଦ୍ରୋହୀ ନ ଥିବେଟି କେହି ଲୋ ।୮।

 

କୋଇଲି ଝଞ୍ଜାନିଳେ ବ୍ୟଜନ ଚାଳନେ

ଝଟତିରେ ରତଲୋକି ଘର୍ମ ଅପଘନେ ଲୋ ।୯।

 

କୋଇଲି ନୟନର ଆନନ୍ଦ ବର୍ଦ୍ଧନ

ନିଃଶଙ୍କେ ଉତ୍ସଙ୍ଗେ ରଙ୍ଗେ ବର୍ତ୍ତୁ ଥିଲା ଦିନ ଲୋ ।୧୦।

 

କୋଇଲି ଟିକକ ଦୋଷରେ ଏତେ ସରି

ଟଳିଗଲା ସ୍ନେହ ସୁଧା ବିସୁଧା ବିସ୍ତାର ଲୋ ।୧୧।

 

କୋଇଲି ଠକି ଘରେ ଦିନେ ରହିନାହିଁ

ଠଣ ପ୍ରାଣକାନ୍ତ ମୁଖ ବିଲୋକିବି କେହି ଲୋ ।୧୨।

 

କୋଇଲି ଡ଼ର ନଥିଲା ମୋ ଗୁରୁଜନେ

ଡ଼ଗର ପେଷନ୍ତି ବେଳ ନିର୍ଣ୍ଣୟ ପ୍ରମାଣେ ଲୋ ।୧୩।

 

କୋଇଲି ଢଳେ ମଥା ନଟେକିଛି ଆଗେ

ଢମ କହିବାର ଥାଉ ହୃଦୟ ସରାଗେ ଲୋ ।୧୪।

 

କୋଇଲି ଅଣହେଳା କରିବେ କି ମୋତେ

ଅନାୟତ୍ତେ ହୃଦ କିପଁ । ଅର୍ପିଲି ଉଷତେ ଲୋ ।୧୫।

 

କୋଇଲି ତରୀ ମୁହିଁ , ଧନ କର୍ଣ୍ଣଧାର

ତରିବି ଭାବିଲି ମହା ପ୍ରେମ ଅକୂ ପାର ଲୋ ।୧୬।

 

କୋଇଲି ଥରେ ଥରେ ଅବଶ୍ୟ ମୋ ଅଙ୍ଗ

ଥରେ ପଞ୍ଚପ୍ରାଣ, ଜୀବ ହୋଇବ କି ସଙ୍ଗ ଲୋ ।୧୭।

 

କୋଇଲି ଦାନୀ ତଥା ମାନୀ ତାଙ୍କପରି

ଦର୍ପ କର ଦର୍ପ ହାରୀ ସେ ଶ୍ରୀମୁଖ ଶିରୀ ଲୋ ।୧୮।

 

କୋଇଲି ଧନ ଜନ ତାଙ୍କ ଅପ୍ରମିତ

ଧବ ଆପେ ବୃହଷ୍ପତି ସମାନ ପଣ୍ତିତ ଲୋ ।୧୯।

 

କୋଇଲି ନାହିଁ ଭାଗ୍ୟ ବଳବାନ ମୋର

ନୋହିଲେ ସମିପୁ କଦା ନୁହନ୍ତି ଅନ୍ତର ଲୋ ।୨୦।

 

କୋଇଲି ପାଶୋରିବା ଭାବ ନୁହେ ସତେ

ପଲକେ ପ୍ରବଳେ ଖେଳେ ସେ ମୂର୍ତ୍ତି ପୁରତେ ଲୋ ।୨୧।

 

କୋଇଲି ଫାଟିଯାଏ ହୃଦୟ କଦନେ

ଫେରି ଚାହିଁ ବେକି ବାରେ ପ୍ରୀତିହୀନ ଜନେ ଲୋ ।୨୨।

 

କୋଇଲି ବରଷେ ଆଶାୟୀ ପ୍ରାଣେ ଚାହିଁ

ବନ୍ଧୁ ବିରହ ତ ଭାଙ୍ଗି ନ ପାରିଲି ମୁହିଁ ଲୋ ।୨୩।

 

କୋଇଲି ଭାବନାରେ ନମିଳେ ଆନନ୍ଦ

ଭାଷି ଗଲି ପ୍ରେମ ପୟେ ଲଭି କି ବିଷାଦ ଲୋ ।୨୪।

 

କୋଇଲି ମନ୍ଦ ହୃଦ ନବୁଝେ ସର୍ବଥା

ମନ୍ଦାର ମଣ୍ତିତା ମାଏ ନାଶିବେ ଅବସ୍ଥା ଲୋ ।୨୫।

 

କୋଇଲି ଯତି ମନ ମୋହନ ସୁନ୍ଦର

ଯଦି ନପାଇବି ପ୍ରାଣେ ନାହିଁ ଆଶା ମୋର ଲୋ ।୨୬।

 

କୋଇଲି ରମାକାନ୍ତ କଲେ ସତେ କୃପା

ରତ ଥିବି ଦିବା ନିଶି ନ ବହିବି କୃପା ଲୋ ।୨୭।

 

କୋଇଲି ଲଘିଂ ନପାରିଲି ସେ ବଚନ

ଲଲାଟ ଲେଖନ କେବା କରିପାରେ ଆନ ଲୋ ।୨୮।

 

କୋଇଲି ବାରିବେ କି ସେ ବିରହ ବ୍ୟଥା

ବରି ଅହର୍ନିଶି ପଦେ ଲଗାଇବି ମଥା ଲୋ ।୨୯।

 

କୋଇଲି ଶରଣ ଗଲି ମୁଁ ତାଙ୍କଠାରେ

ଶଶାଙ୍କ ସୁନ୍ଦର ପ୍ରକାଶିବେ କୃପା ମୋରେ ଲୋ ।୩୦।

 

କୋଇଲି ଷଡ଼ଦଶ ବୟସେ ଏ ଦଶା

ଷଷ୍ଠୀ ଦେବୀ ବର କିବା ହେବ ଲୋକହସା ଲୋ ।୩୧।

 

କୋଇଲି ସରିବକି ଦଶା ଦୁର୍ବି ପାକ

ସୁମରିଣ ପୀତବାସ ଲଭିବି ପ୍ରେମିକ ଲୋ ।୩୨।

 

କୋଇଲି ହର ଯେବେ ନହରିବେ ଦୁଃଖ

ହାରିବି ଜୀବନ ଧ୍ରୁବ କଳଙ୍କ ବିମୁଖ ଲୋ ।୩୩।

 

କୋଇଲି କ୍ଷୀରସିନ୍ଧୁ ଯେ ପ୍ରବୁ ଆସନ

କ୍ଷମା କରିବେ ସେ ମୋତେ ଭଣଇ ରତନ ଲୋ ।୩୪।

 

 

( ସୁମନ ସୌରଭ ଗର୍ଭିତ ସମୀରେ- ବୃତ୍ତରେ)

ଧିକ ଏ ଜଗତେ ଲାଞ୍ଛନା ପୂରିତ ଜନ୍ମ କିପାଁ ଦେଲା ବିହିରେ (ଭବେ) ଘୋଷା ।

 

ବିହି ଅବିଚାରେ ହୀନ ଭାଲରେ

ଅସହ୍ୟ ଯାତନା କେହିରେ ,ଭାବେ

ଯା ରେ ପାଇ ସୁଖୀ କ୍ଷିତ , ଭବେ

ମତି , ଅନୁଭବି ଜାଣେ ଯେହିରେ ।୧।

 

ଅହରହ ପ୍ରାଣ ଦଗ୍ଧ ବିଷଣ୍ଣ ,

ଅବସନ୍ନ ଭାବ ଯେହିରେ , ଭବେ

ବିହି ବାମ , ବୃଥା ପ୍ରାଣ ଦେହ ଧନ

ପରିତୋଷେ ଯାପେ କେହିରେ ଭବେ ।୨।

 

ଆତୁର ଏ ଛାତି ସହି ଅକୀର୍ତ୍ତି

ଜୀବନରେ ମୃତ ସେହି ଭବେ ।୨।

ପ୍ରେତରାଜ , ବାସ ଭଜ , ଅତିସଜ ,

ବରଂ ନୋହୁ କଳଙ୍କର ଦେହିରେ , ଭବେ ।୩।

 

ଅବିରତ ଯାହା ଶୁଣି ଉତ୍ସାହା

ଅନିଚ୍ଛୁକେ ଯାଏ କାହିଁରେ , ଭବେ

ସେ କରମ , ବାମକୁ ତ ଯଦୁନାଥ

ବିନୀତେ ପ୍ରଣତି ବିହିରେ , ଭବେ ।୪।

 

ବନ୍ଧୁ ବିରହେ

 

ଗତ ଦ୍ଵିତୀୟାଧିକ ଦିବସ ସହି

ମଣୁଛି ଆପେ ଉପକୃତ ନହୋଇ ଗୋ ।୧।

 

ପୋଷିଛୁ ଧନ ଯେଉଁ ଅଭାବ ମନେ

ଶ୍ରବଣମାତ୍ରେ ଚିତ୍ତେ ଦୁଃଖ ଆଚ୍ଛନ୍ନେ ।୨।

 

ସପ୍ତ ଦିବସ ବନ୍ଧା ମିଥ୍ୟା ପ୍ରେମରେ

ସେ ରାତ୍ର ଶେଷେ ନଦେଖିବୁ ନାଥରେ ଗୋ ।୩।

 

ଖୋଜିଲେ ନପାଇବୁ ଭବ ମଧ୍ୟରେ

ଚରଣ ଧରେ ମୁଁ ଯେ ଶରଣ ତୋରେ ।୪।

 

ନ ଭସାଅ ନିରାଶ ଜଳେ ନାଗରୀ

ଦିନାନୁ ସାରେ ସଦା ଥିବି ଆଦରି ଗୋ ।୫।

 

ନତୁ ସପ୍ତାହ ନିଶି ଶେଷେ ପ୍ରଳୟ ,

ବୈଧବ୍ୟ ବ୍ରତ ଆଚରିବୁ କି କହ ଗୋ ।୬।

 

କେତେ ତ ପ୍ରାଣଚିନ୍ତା କାହିଁ ଉଭେଇ

ଗଲାଟି କାଳଶ୍ରୋତା ନିଏ ଭସାଇ ଗୋ ।୭।

 

ଯାହା ଚିନ୍ତଇ ମନେ ହୀନ ମାନବ

ଆଚରନ୍ତି ଈଶ୍ଵର ତା ପରାଭବ ଗୋ ।୮।

 

ଯାଉଛି ପ୍ରିୟେ ନାହିଁ ଚିନ୍ତା ସନ୍ତାପ

ନୋହିବୁ ଚିନ୍ତିତେ ତୋ ମନେ ଯେ ରୂପ ଗୋ ।୯।

 

ତାର ସଦବିଧାନ କର ପ୍ରେୟସୀ

ସେବିବୁ ସେ ଜନନୀ ଦୁଃଖିନୀ ଅତି ଗୋ ।୧୦।

 

ଦିଅ ମେଲାଣି ଧନ ଚିର କାଳକୁ

ନୋହୁ ଅଯଶ ଆଗ ଏ ମୋ ଆତ୍ମାକୁ ଗୋ ।୧୧।

 

ନୁହ କୁଳଟା କର ସୁଖେ ନିବାସ

ତୋ ନାଥ ମରୁ ନଦେଖୁଣୁ ତୋ ଦୁଃଖ ଗୋ ।୧୨

 

ମଧ୍ୟେ ଦିବସ ଦୁଇ ହେଲା କଣ୍ଟାକ

ନ ଜାଣିମେ କେହି ମୋ ଅନ୍ତରହିତ ଗୋ ।୧୩।

 

କହୁଯା ଥିଲି ସେହି ଅଗମ୍ୟ ବନ

ଦେବେ ସୁଗତ ମୋରେ ଋଷି ମଣ୍ତନ ଗୋ ।୧୪।

 

ଲୁଚିବ ଜୀବ ସତ୍ୟବାଦୀ କାୟାରେ

ତୋ ଘେନି ହେବି ସତ୍ୟବାଦୀ ସଂସାରେ ଗୋ ।୧୫।

 

ଦେବେ ସଦ୍ ଗତି ମୋରେ ଶ୍ରୀଭବାନ

ଆଶ୍ରିବି ଧ୍ୟାଇ ତାଙ୍କ ଜୀବ ଜୀବନେ ରେ ।୧୬।

 

କହିବି ପ୍ରଭୁ ପଦ୍ମଗନ୍ଧା ପଦ୍ମିନୀ

ହେବ ମୋ ପ୍ରିୟା ଜନ୍ମ ଜନମେ ପୁଣି ହେ ।୧୭।

 

ନ ଦିଅ କେଭେ ତାରେ ମୋ ପର ପତି

ପାଇବି ଜନ୍ମେ ଜନ୍ମେ ମୋକୁନ୍ଦ ଦନ୍ତୀ ହେ ।୧୮।

 

ଶେଷେ ମିନତି ଧନ ଚାରୁ ଚରଣେ

ନୋହୁ ଦୁଃଖିତ ତୋ ମାନସ ମୋ ବିନେ ଗୋ ।୧୯।

 

ଦେଖଇ ନେତ୍ର କାଳ ସର୍ପ ସତତ

ଆଗତ ଘେନି ଯିବା ପାଇଁ ଜୀବିତ ଗୋ ।୨୦।

 

ସମସ୍ତ ସ୍ମରି ସ୍ମରି ପ୍ରାଣ ପ୍ରେୟସୀ

ଯେ ଇଛା ତାହା କର ଘେନି ମିନତି ଗୋ ।୨୧।

 

ସ୍ଵଭାବେ ତ ପଦ୍ମ ନୀ ପଦ୍ମ ଚରଣେ

ବିନତି ସଦା ବରିଥିବୁ ସ୍ମରଣେ ଗୋ ।୨୨।

 

ପୋଡ଼ୁ ଯାଦବ ଇନ ହୀନ କରମ

ତା’ ପକ୍ଷେ ବରୀ ସୁଖ କର କାନନ ଗୋ ।୨୩।

 

ପ୍ରେମ ସଙ୍ଗୀତ

ଉଲ୍ଲିଖିତ ବୃତ୍ତ

 

ଅନୁ କ୍ଷଣେ କାଳ ହୁଏ ଯୁଗସରିରେ ସହଚରି ।ଘୋଷା।

ଅଶନେ ଶୟନେ ଦାନେ , ନବଳଇ ମତି କେଣେ ,

ଅବା ସୁବେଶ ଭୂଷଣେ

ଦ୍ୱିରଦ ରଦ ଶୟନେ , ସୁତଳପ ହେଲାଣି ବଇରୀରେ ସହଚରି ।୧।

 

ସାରଙ୍ଗ ରଦ ପଲଙ୍କେ , ପ୍ରିୟା ସଙ୍ଗେ ପ୍ରିୟାଳାପେ

ଖେଳାକାଳେ ପ୍ରମୋଦକେ ,

ଭାସନ୍ତି ଯେ ଅବିରତେ , କା ଉତ୍ସଙ୍ଗେ ନେବି ବିଭାବରୀରେ ।୨।

 

ହେଳେ ହର-ଅରିବାଧା , ବରସି ପୀରତି ସୁଧା ,

ଖଣ୍ତିବ କେତା ଆସ୍ପର୍ଦ୍ଧ ।

ମରମେ ପ୍ରେମ ବଡ଼ବା , ଅବିରତେ ଦୁଃଖେ ହୃଦ ଭରିରେ ।୩।

 

କାନ୍ତ କଳାକର ମୁଖ , ଲୋକି ମୁଁ ନିରତ ସୁଖ

ଭୋଗୁ ଥିଲି ସେ ଆଲେଖ୍ୟ ।

କେ ଦେବ ଲେଖି ପ୍ରତ୍ୟକ୍ଷ୍ୟ ପୂଜିବି ମୁଁ ମୁଦେ ହୃଦେ ଧରିରେ ।୪।

 

ଯା ହେବାର ହେଉ ନିତି , ସେବିବ ଶିବଦମ୍ପତି

ଶୁଣି ଉମା ଉମାପତି ,

ଜୀବ ଜୀବନ ଝଟତି , ଭେଟାଇବେ ସନ୍ତାପୁଁ ଉଦ୍ଧରିରେ ।୫।

 

 

( ନାହିଁ ମୋ ଗତି ତୋ ବିନାରେ କୁନ୍ଦରଦନା ବୃତ୍ତରେ )

ଏତିକି ତୋ ପଦେ ଘେନାରେ ମହୀ ମଣ୍ତନା ।ଘୋଷା।

 

ସ୍ୱର କୋପ ଅନଳ ,       ପୁଣି ତା ଅଭିଚାର

ମାର୍ଗଣେ ଦିଏ ଯାତନାରେ ।୧।

 

ମୋ ନୟନ ସମ୍ପତ୍ତି , କି ଘେନି ଏ ବିପତ୍ତି

ବିହିଛୁ କହ ସୁମନାରେ ।୨।

 

ଭଙ୍ଗୁର ଭବର ବାଦ , ଜାଣୁନିକି ପରମାଦ

ଅଧିକ ପ୍ରଳାପ ସିନାରେ ।୩।

 

ନୃଶଂସ ନୃମଣି ପରି କର ତୁ ନେଉ ଓଟାରି

ମୋହନା ହେଲୁ ବିମନାରେ ।୪।

 

ବିକା ମୁଁ ତୋର ପୟରେ ପୁଣି ତୋ ସ୍ନେହ ରଜ୍ଜୁ ରେ

ଗୁମ୍ପିତ ହୋଇଛି ସିନାରେ ।୫।

ମୋ ପ୍ରାଣ ପରଶ ମଣି       ଯାଦବେ ସ୍ନେହ ଚାହାଣି

ପକାଅ ମୁଦେ ଶୋଭନାରେ ।୬।

 

 

( ଅନୁକ୍ଷଣେ କାଳ ହୁଏ ଯୁଗସରି ସହଚରି ବୃତ୍ତରେ )

କେ ପାଶେ ବସିବ ଆସି ପ୍ରେମେ ରସିରେ ମଦାଳସି ! ଘୋଷା ।

 

ଉତ୍ତରୀୟକୁ ଆଦରେ ,      ଅଙ୍ଗେ ଜଡ଼ାଏ ଯେ ସ୍ନେହରେ

ଏବେ କାହା ସନ୍ନିଧିରେ

ନେବ ଦିନ ସେ ସୁଖରେ ମଜ୍ଜାଇବ କେହି ହସି ରସିରେ ।୧।

 

ଅତନୁ ଦଣ୍ତୁଛି ତନୁ             ଫୁଲ ଆଶୁଗ ପତନୁ ,

ହୀନମାନ ଦିନୁ ଦିନୁ

ଭଜିଲାଗି ଏ ମୋତନୁ ରସ ସିନ୍ଧୁ ସେହି ସିନା ଗତିରେ ।୨।

 

ଦର୍ପକ ଦର୍ପକୁ ମୋର ,      ରୋଷଭରେ ତତପର

ଉଷତେ କରେ ସଂହାର

କାନ୍ତହିଁ ମାର୍ଗ ନିସ୍ତାର , ପ୍ରାଣପକ୍ଷି ମୁଖ ଯୁଗ୍ମ-ଅକ୍ଷିରେ ।୩।

 

ତୁଟିବ କିପରି ବାଧା ,      ବିଲୋକ ନୟନ ଆଭା ,

ସୁନ୍ଦର ଆନନ ପ୍ରଭା

ଯାଦବାଗ୍ରତେ ସର୍ବଦା , ଚିତ୍ରୁ ଅଛି ହଜୁ ଅଛି ଧୃତିରେ ।୪।

 

( ନାହିଁ ନାହିଁ ରେ ମିତ ସଙ୍ଗତୁ ଲୋଡ଼ନା ବୃତ୍ତରେ )

ଲବେ ମାତର ପ୍ରିୟେ ନୋହୁଛି କରୁଣା । ପଦ ।

 

ଜୀବ ପଛେ ଯିବ ମୋର       କାଟିବି କି ପ୍ରୀତିଡ଼ୋର ?

ସୁମନା ମୋହନା ମୋହେ , ଆଉ ପକାନା ପ୍ରିୟେ ।୧।

 

ନୁହ ଦାସର ଅରାତି ,      ଅସର ହେବଟି ରାତି ,

ଭଚିତ ତୋରେ ମାଗୁଣି       ରହୁ ମୋ ଘେନା ।୨।

 

ସମ୍ଭାଳ ଜୀବନ ଗୋରି !      ତୋ ସେବକ ପଦେ ବରି

ଏବେ ଗଲାଣିଟି ସରି       ସେ ସ୍ନେହ ବିନା ।୩।

 

ବିଲୋକି ଅପୁର୍ବ କାନ୍ତି ,      ଶୋଭା କମଳାର ଭାନ୍ତି

ଉପୁଜିବ , ଚିତ୍ତେ ଚିନ୍ତି       ମରିବ ସିନା ।୪।

 

ସୁରଙ୍ଗ ଅଧରୁ ବାରେ       ସୁଧାଧାରା ପତ୍ୟାଶାରେ

ନିରତ ଯାଦବ ଚିନ୍ତି       କରେ ପ୍ରାର୍ଥନା ।୫।

 

( ପ୍ରାଣ ସଙ୍ଗିନୀରେ ନେତ୍ରାନନ୍ଦ ପସରା , ଏହି କୃଞ୍ଜେ ଥିବେ ପରା ବୃତ୍ତରେ )

ଆସ ମୋହିନୀରେ ବିଶ୍ଵସାର ଶୋଭନା , ସରିଗଲିରେ ନବୀନା । ଘୋଷା ।

 

ହେଲେହେଁ ତୋର ସେବକ କିପାଁ ପ୍ରାଣେ ଦକ ଦକ

ନଜାଳ କାମପାବକ ଦିଏ ଯନ୍ତ୍ରଣା ।୧।

 

ଭଜୁଥିବୁ ତୁହି ଗୋରି ! କି କହେ ଅଧିକ କରି ,

ଯୁବାସିନା ବଜ୍ର ସେହ୍ନା ପରାଣ ଘେନା ।୨।

 

ଯେ ନ ଜାଣିଛି ଶୃଙ୍ଗାର ଶିଙ୍ଗାରେ ରଟନ କର

ଦେଲେ ଏହି ଯୁବାକୁଳ କଣ୍ଟକ ସିନା ।୩।

 

ପାଇ ମହା ସମ୍ପତ୍ତିକି ନ ଲଭେ ଯେ ବଲ୍ଲଭୀ କି

ଚକ୍ଷୁ ହୀନର ଦର୍ଶନ ହେବ ଉପମା ।୪।

 

ତୋ ବିନା ଦୁର୍ଲଭ ଆନେ ନ ଲୋକେ ନୟନ କେଣେ

ତୁହିମାତ୍ରେ ଏ ଜୀବର ବର ପ୍ରତିମା ।୫।

 

ନୟନ ନିମିଷେ ହୀନେ ରଚିଲେ ବିହି ଯତନେ

ସାର୍ଥ କଲୁ ସେ ବିଧିକି ପ୍ରେମ ପ୍ରତିମା ।୬।

 

ଦ୍ଵିଜ ଯଦୁନାଥ ଗିର ଭାଷେ ଚକ୍ର ଦମ୍ପତିର

ବିଚ୍ଛେଦ ନିଶି ଆସରପୁରୁ କାମନା ।୭।

 

 

( କାମନା ପୂର୍ଣ୍ଣକାରୀ ଗଜାନନ ବୃତ୍ତରେ )

ମରେ ମୁଁ ଝୁରି ଝୁରି ପ୍ରିୟାବିନା ।ପଦ।

 

ନିତମ୍ଵ ଲମ୍ଵି ତ କୁଞ୍ଚିତକୁନ୍ତଳା ମାନସ ମୋଦକାରୀ ।୧।

 

ଶ୍ରୀଫଳ ବିଜିତ ସୁନ୍ଦରୀ ବକ୍ଷୋଜା ଧୈର୍ଯ ବଇରୀ ।୨।

 

ଚଞ୍ଚରୀକ ପଦ ଡ଼ୋଳା ନୀଳୋତ୍ପଳ ପୁଂସ ବିବେକହାରୀ ।୩।

 

ସଜ ସରୋଜାନନୀ ପୀୟୁଷଭାଷିଣୀ ସୁମରି ବିମ୍ଵାଧରୀ ।୪।

 

ଅବିରତ ସ୍ମରି ଦଶାନନ ଅରି ସଂସାର ସିନ୍ଧୁତରୀ ।୫।

 

ସେ ଦେବ ସୁଚିତ୍ତେ ଯଦୁନାଥ ଦୃତେ ଭେଟାଇବେ ନାଗରୀ ।୬।

 

 

( ପ୍ରାଣ ସଙ୍ଗିନୀ , ଭଲା ଭୁଲିଲୁ ତା ପ୍ରୀତିରେ ବୃତ୍ତରେ )

ପ୍ରାଣ ସଙ୍ଗିନୀ ଧରି ମୁଁ ନରପାରେ ଧୃତି ଗୋ ।ପଦ।

କେ କାହା ଅନ୍ତର ବ୍ୟଥା       ବୁଝି ପାରଇ ସର୍ବଥା

କେ ଖଣ୍ତିବ ମୋ ଦୁର୍ଗତି ଗୋ ।୧।

 

ମୋ ଆଗେ ନାଚଇ ନିତି       ଶ୍ୟାମ ଲପନ ତା ପ୍ରୀତି

ଦେଉଛି ହୃଦ କରତି ଗୋ ।୨।

 

ଯେବେ ଶ୍ୟାମ ସଙ୍ଗ ନାହିଁ       କିଫଳ ଜିଇଣ ସହି !

ଘୋଷୁ ଜଗତ ଅକୀର୍ତ୍ତି ଗୋ ।୩।

 

ଘରେ ନଣନ୍ଦ ଗଞ୍ଜଣା       ଏଥୁ ଅଧିକ ବେଦନା

କେମନ୍ତେ ସହଇ କ୍ଷିତ ଗୋ ।୪।

 

ଯଦୁନାଥ ଭାଷେ ଗୀର ସଖୀତୁ ନୁହ ଅଧୀର

ଶ୍ୟାମ ଘେନିବେ ମିନତି ଗୋ ।୫।

 

ରାଗ ବଙ୍ଗଳା ଶ୍ରୀ

 

ଦିନେକ ଦିନାନ୍ତେ             ମାତି ଖେଳା ରସେ

ଗଲି ପ୍ରାଣ ପ୍ରିୟା ପାଶ

ଦେଖିଲି ଚାନ୍ଦିନୀ             ନିଶିରେ ଚାନ୍ଦିନୀ

ମଣ୍ତିଛି ନାଗରୀ ଈଶ ।

ବରାନନୀ ଇନ୍ଦୀ-            ବରୋପମ ନେତ୍ରେ

ମନ ମୀନ ଗଲା ଲାଖି

ବିଲୋକନ୍ତେ କାମ             ମନାସି ଅକାମ

କଟାକ୍ଷ ବଡ଼ଶି ଟେକି ।

ପଛୁଁ ଅପସରି             ପ୍ରିୟା ପ୍ରିୟୋନନ

ଧରନ୍ତେ ଅଲକ୍ଷ୍ୟେ କରେ ,

କର ଏଡ଼ିବାକୁ             ପ୍ରସାରେ ମୃଣାଳ

ନାଳସ୍ଥ କୋମଳ କରେ

ସୁଲେକେଶ୍ଵରେ             ମତି ପ୍ରମୋଦରେ

ଲଭିଲେ ଯେ କାଳେ ସୁଧ ,

କର କର ସ୍ପର୍ଶେ             କଲି ସରଗର

ହୀନ ପୀୟୁଷକୁ ନିନ୍ଦା

ନବପଲ୍ଲବିତ            ପତ୍ରାବଳୀ ଚୂତ

ଯେସନେ କୋମଳତର

ପ୍ରିୟାକର କର             ସ୍ପରଶୁଁ ଜାଣିଲି

ବିଶେଷେ କୋମଳ ତର

ଏ ରହସ୍ୟ ଲୋକି             ଗଲେ ସଞ୍ଚାରିଏ

ନିଜ ନିଜ ପୀଠ ଛାଡ଼ି

ଶଶୀଶେଖର ଲୋକନେ       ଦେବେ ଯଥା

ଗଲେ ନିଜ ପଥ ହୁଡ଼ି ।

ଏହି ଅବକାଶେ             କରି ମୁକ୍ତକର

ରହିଲି ତା ପୃଷ୍ଠ ପଟେ

ଲେଉଟି ଚାହାନ୍ତେ             ମାର “ମାର ମାର”

ଶବ୍ଦକୁ ଉଚ୍ଚାରେ ଉଚ୍ଚେ ।

ଦେଖି ଦ୍ଵିଜରାଜ-            ମୁଖୀ ଦ୍ଵିଜରାଜ

ଜବେ ପାଶେ ଉଭା ଆସି

ମୁଖ ଅବନତ             କରି ବକବତ

ଉଭା ହେଲା ମୁକ୍ତକେଶୀ ।

ମୁଁ ଯାଉ ପାଶକୁ             ଅପସରୁ ଥାଏ

“ଏକି ବିପରୀତ ରୀତି”

ବୋଲି ପଚାରନ୍ତେ             ଭାଷେ ପ୍ରକାରନ୍ତେ

ପୁଷ୍ପ ସମୟକୁ ଭୀତି ।

ଏତେ କହି ମଥା             ନୁଆଁଇଁ ଭୂତଳେ

କରନ୍ତେ ଅକ୍ଷି ନିମଗ୍ନ-

ମୁହିଁ ଏହା ଦେଖି             ପୁଛି ଲିରେ ସଖି

ବହୁ କିପାଁ ଅଭିମାନ !

ଅଭିମାନ ନୃହେ             ଏ ତୋର ବଚନ

କର୍ଣ୍ଣେ ତା ଅମୃତ ସମ

ଅମୃତର ସମ             ନୁହଇ ପରାଣ-

ମୃତେ ସଞ୍ଜୀବନୀ ଦାନ !

ଏତେ କହି ବୀଣା             ଜିଣାବାଣୀ ଠାରୁ

ଆଣି ହେଳେ ସିଉକାର ,

କର ସଂପୁଟରେ             କର କରି ଖରେ

ଗମିଲି କେଳି ମନ୍ଦିର ।

ଆନନ୍ଦ ପ୍ରବଳେ             ପୁରୁଷ ଲତାଦି

ଯାହା ଚତୁ ଷଷ୍ଠ୍ୟକାର

ଭିଆଇଲି ସଖୀ             ହେଲା ମନେ ସୁଖୀ

ସ୍ଵେଦ ବିନ୍ଦୁ ରେ ଜର୍ଜର ।

ରତାନ୍ତେ ତ୍ଵରିତେ             ଚତୁରୀ ନିସାନ୍ତେ

ମନ୍ଦିରୁ ହେଲା ବାହାର ,

ତନୁ ବିଲଗରୁ             ଜାଣିଲି ଯା ଲାଗି

ନିଦ୍ରା ପଳାଏ ଏ ସବର

ଶୃଙ୍ଗାର ରସର             ଜାଣନ୍ତି ମାଧୁରୀ

ସୀତା ହୃଦୟ ଚନ୍ଦନ

ସଦା ସେ ଚରଣ             କରେ ସୁମରଣ

ଲଭିବାକୁ ନାରୀରାଣ ।

 

ରାଗ କଉସିକ

( ମୁନିବର ବାଣୀରେ ଗାଇବ )

 

ବିଦେଶେ ନାୟକ ରହି

 

ନବ ନୀରଦକୁ ଚାହିଁ

ଭାଳଇ ଏମନ୍ତ ମନେ

 

ଘନ ଆଗମେ ଯେ ।

ଗ୍ରୀଷମ ଶେଷେ ପ୍ରକଟ

 

ହେଲାଣି ଆସି ପ୍ରାବୃଟ

ଏକାଳେ ବିଦେଶାଗମ

 

ହେଲା ବିଷମ ଯେ ।

ଗୃହ ଅନ୍ତରାଳେ ରହି

 

କି କରୁ ଥିବଟି ସହି

ଧରିବି କେମନ୍ତେ ଦେହୀ

 

ଧୃତି ହଜଇ ଯେ ।

ଦୁର୍ଦ୍ଦିନ ଦିନ ଦମନ

 

ନକଲା କିପାଁ ବିଧାନ

ବିହି ହୋଇଲାଣି ବାମ

 

ମୋର କରମ ଯେ ।

ଶିବ ସେବି ଅନୁ ବ୍ରତେ

 

ଲଭିଥିଲି ଧନ ତୋତେ

କୃପଣ ରକ୍ଷିତ ଧନ

 

ପରି ତୁ ପ୍ରାଣ ଗୋ ।

ବିଧିଟି କୃପଣ ଚୌର

 

କୋଟି ତପେ ସଞ୍ଚିବାର

ଧନ ହରିଛି ଯତନେ

 

ମନାସି ମନେ ଗୋ ।

ଝୁରି ଝୁରି ଅବିରତ

 

ଦର୍ପ କାର୍ଣ୍ଣବେ ନିରତ

ଭ୍ରମେ ମୋ ପ୍ରେମ ତରଣୀ

 

  ଦିଗ ନ ଗଣି ଗୋ ।

ତୀରେ ଲଗାଅ ଛଇଲା

 

ନ ତୁ ବୁଡ଼ିଲାଟି ଭେଳା

ରସିକେ ଘୋଷି ବେ ନିତି

 

ତୋ ଅପକୀର୍ତ୍ତି ଗୋ ।

କେ ଦେବ ଉଦନ୍ତ ଆସି

 

କର୍ଣ୍ଣେ ପୀୟୁଷ ବରଷି

ମୋସ୍ଥିତି ରହିଲା ଦୂରେ

 

ଅବିଧି ବରେ ଗୋ ।

ଶତ୍ରୁ ମୁଁ ନେହେ ବିଧିର

 

ଅବିଧି କିପାଁ ବିଚାର

ଭିଆଇ ବିହିଲା ବାଦ

 

ଘୋର ପ୍ରମାଦ ଗୋ ।

ଜଳଯୋଗେ ତରୁଗଣ

 

ହେଲେ ଅତି ହୃଷ୍ଟମନ

ପଦ୍ମି ନୀରେ ସୁଶୋଭନ

 

ହେଲାଣି ବନ ଗୋ ।

କାହିଁ ସେହି ପ୍ରଣୟିନୀ

 

କାହିଁ ମୋ ହୃଦ ସଙ୍ଗିନୀ ?

ସଡ଼ିଲି କଦନେ ନିତି

 

ଗାଇ ତା ଗୀତ ଯେ ।

ନବଜଳେ ପୂରି ସର

 

ଦିଶେ କେତେ ଢଳ ଢଳ

ତନ୍ମଧ୍ୟେ ସାରଙ୍ଗ ଖେଳେ

 

ସାରଙ୍ଗ ତୁଲେ ଯେ

ଚିର ତୃଷାର୍ତ୍ତ ଚାତକ

 

ଲୋକି ନବ ପୟୋମୁକ

ପ୍ରିୟାକୁ ମୁଦେ କହିଲା

 

“ଭାଗ୍ୟ ଦିଶିଲା ଗୋ” ।

ଗହନେ କୁରରୀଗଣ

 

କରୁଛନ୍ତି ବିଚରଣ

ଶିଖରୀ ଶିଖରେ କରୀ

 

କରିଣୀ ଧରି ଗୋ ।

କେଉଁ ନିଆଳିକୁ ଅଳି

 

କହେ ଆଲିଙ୍ଗନ କରି

ବିରହୀ ମନୋଚ୍ଚାଟନ

 

ଦୁର୍ଦ୍ଦିନାଗମ ଗୋ ।

କେଉଁଠାରେ ତରୁରାଜି

 

ବାତେ ଅସ୍ଥିରେ ଗରଜି

କହେ ଧିକ ନରାଧମ

 

ବାମା ବିହୀନେ ଗୋ ।

ହଂସରାଳି ସୁଖେ କେଳି

 

କରୁଛନ୍ତି ସରେ ପୁରି

ଦିବ ଚନ୍ଦ୍ରାଲୋକେ ଯଥା 

 

ରାଜେ ତାରକା ଗୋ ।

ଘନ ଯୋଗେ ଘନ ଘନ

 

ଥରେ ଦିଶ ଅପଘନ

କହେ କି ତରୁଣୀହୀନ

 

ଧିକ ତରୁଣ ଗୋ ।

କେତେ କାହାର ଗଞ୍ଚଣା

 

ସହିବିରେ ଚନ୍ଦ୍ରାନନା

କରୁଛନ୍ତି କି ଲାଞ୍ଛିତ

 

ନିଷାଦ ଭୂତ ଗୋ ।

କୃପାନୟୀ କୃପା ବିନା

 

ଭାଷିଲିରେ ସ୍ମେରାନନା

କେତେ ଦିନେ ମନୋରଥ

 

ହେବି ପୂରିତ ଗୋ ।

ହେ ରାମ କାମସୁନ୍ଦର

 

କିଞ୍ଚିତରେ କୃପା କର

ଭେଟାଅ ବାନ୍ଧବୀବର

 

ଯଦୁନାଥର ହେ ।

 

( ଦ୍ଵିତୀୟା ଯାମିନୀରେ ମୋ ପ୍ରାଣସହୀ ବୃତ୍ତରେ )

 

ରତନ ପାଇ ନ ପାଇଲାର ପରି

ମଣି ବର୍ଜିତ ଫଣି ସମ ବିଚରି ଯେ ।

 

ବିଲୋକେ ଯହିଁ ତହିଁ ନାହିଁ ସୁପଥ

ଅଭାଗ୍ୟବଶୁଁ ଶୃଷ୍କ ସୁଖ ପ୍ରପାତ ଯେ ।

 

ପ୍ରଣୟ ସୂତ୍ରେ କରେ କରକୁ କରି

ଭୋଗିଲି ସୁଖ ଦିନେ ସ୍ଵରଗଶିରୀ ଯେ ।

 

ସ୍ଵର୍ଗ ସମ୍ପଦ ତୁଛ ମଣିଲି ଯହିଁ-

ପୀରତି ମୋହମନ୍ତ୍ର ଦିଏ ଲଗାଇ ଯେ ।

 

ଜୟୁଁ ଲଭଇ ପରାଜୟରେ କୃତୀ

ଏଥୁଁ ବହୁ ସୁଖ କି ଦେବେ ଲଭନ୍ତି ଯେ ।

 

ସେ ରସ ଗର୍ଭ ଭାଷକରି ତୃପତି

ପୁଣି କି ଶୁଣିବି ମୁଁ ବନ୍ଧୁ ନବସପ୍ତ ବୟସେ

 

କଲାଣି ପଦାର୍ପଣ ଇଷ୍ଟ ଆଶୀଷେ ଯେ ।

ନାହିଁ ମୋ ଭୟ ଆଉ ଭିନ୍ନ ଭାବନେ

ଯାପିବି ଦିବା ନିଶି ବନ୍ଧୁ ସଙ୍ଗମେ ଯେ ।

ଭିନ୍ନ ନୋହିବ ଅଙ୍ଗୁ ଅଙ୍ଗନିକର

ସବିଶେଷେ ପୀରତି ଭିକ୍ଷୁ ମୁଁ ତାର ଯେ ।

ଊଣା ନୋହିବ ଅନୁଗ୍ରହ କିଞ୍ଚିତେ

ଯିବ ସୁଦିନେ ଦିନ ମହା ଉଷତେ ଯେ ।

ଏତିକି ଭିକ୍ଷା ବନ୍ଧୁ ଚାରୁ ଚରଣେ

ଚିର ପ୍ରେମପିପାସୁ ଥାଉ ସ୍ମରଣେ ଯେ ।

 

ପତ୍ର

ରାଗ ମଙ୍ଗଳ

(ବୀରହିଣିର ପ୍ରେମ ପତ୍ର)

 

ପ୍ରାଣେଣ ତବ ପ୍ରେମରୀତି-ସୁମରି ମରେ ନିତି ନିତି ।

( ତଳଲିଖିତ ପଦ୍ୟର ପ୍ରଥମ ଧାଡ଼ି ଗୁଡ଼ିକର ପ୍ରଥମ ଅକ୍ଷର କାଢି ନେଲେ ଉଲ୍ଲିଖିତ ଭାବ ହେବ )

 

ପ୍ରାଣ ମାତ୍ର ଅଛି ପିଣ୍ତେ ଯାହାଙ୍କ ପ୍ରସାଦେ

ପରାଣ ସବିତା ପାଶେ ଲେଖେ “ମୁଦ” ମୋଦେ ।

 

ନେଲେ ଜୀବ ଅନୁଚରେ ମୀନକେତନର

ନିକଟେ ପୀରତି ବାନା ଉଡ଼ାଇ ଊର୍ଦ୍ଧ୍ୱର ।

 

ଶବଣ ତବ ଚରଣ ବିନା ନାହିଁ ଆନ

ଶର୍ବରୀ ଯାପନେ ସିନା ତୁମ୍ଭେ ନିବନ୍ଧନ ।

 

ତରୁରୁହ ମୁହିଁ ତବ ତୁମ୍ଭେ ମହୀରୁହ

ତବ ବିନା ତ୍ରିପୁରାରି ଅରି ବହେ କୋହ ।

 

ବରଷିବ ନିକି ପ୍ରୀତି ସୁଧା ଭାବପୁଞ୍ଜ

ବପନ କରିଛି ହୃଦେ ଅନୁରାଗ ବୀଜ ।

 

ପ୍ରେୟସୀର ପ୍ରାଥମିକ ପ୍ରେମ ଯେତେ ମନେ

ପଢୁଥିଲେ , କର ବିଜେ ଦିବ୍ୟ ଅବଧାନେ ।

 

ମାନସିକ ‘ମାର’ ବୋଲି ଦଣ୍ତୁଛି ଅବଳା

ମାରିନାହିଁ ଜାଣେ ଯେଣୁ ଅବଧ୍ୟ ଅବଳା ।

 

ରିକ୍ତା ଦିବାନିଶି ନାଥ ଜାଗୁଅଛି ପ୍ରାଣେ

ରହସ୍ୟେ ଚରଣେ ଲାକ୍ଷା ଦେଲ କି କାରଣେ !

 

ତିରୋହିତ ହେବ ଯେବେ ଥିଲ ମନେ ପଞ୍ଚି !

ତ୍ରାସପ୍ରଦ ହେଲା ସିନା ଅଲୀକ ପୀରତି !

 

ସୁଷମା ରାଜ୍ୟେ ସୁଷମ ତବ ସେ ମୂରତି

ସୁଧାଂଶୁ ବିଲୋକି ମୂର୍ତ୍ତ ଲଭିବ ବିକୃତି ।

ମରକତ ମାଳା କିପାଁ ଥିବି ହୃଦେ ଧରି

ମାଳିନୀ ଭଜିବ ସିନା ତବ ସଙ୍ଗ ଝୁରି ।

ରୀତି ନୀତି , ପ୍ରେମ , ପ୍ରୀତି ଜାଗୁଛି ଅନ୍ତରେ

କ୍ରୀଡ଼ା ସାଧନ ଦ୍ଵିରଦ ରଦ ପଲଙ୍କରେ ।

ମହା ଆଡ଼ମ୍ଵରେ କେଳି ସଦନେ ସୁମନେ

ମହା ସୁଖେ ଥିଲି ବସି ପଡ଼ୁ ଅଛି ମନେ ।

ରେଚନ ବଲା ପ୍ରଦ୍ୟୁମ୍ନ ସ୍ଵର୍ଗୀୟ ସମ୍ପଦ

ପ୍ରେମ ଭଞ୍ଜେ ହେଲା ରତ ନ ଲଭିଲା ଖେଦ ।

ନିୟତି ନିୟୋଗ କେବା କରିପାରେ ଭିନ୍ନ

ନାଥ ତୁମ୍ଭ ଦିନେ କେତେ ସହିଲି କଷଣ

ତିରୋଧାନ ତବ ଯେବେ ଅଛି ଏ ଜୀବନେ-

ତିଷ୍ଠି ନାହିଁ ଏ ଜୀବନ ସଂସାର ଗହନେ ।

ନିରତେ ଜପୁଛି ତବ ନାମ ହୃଦନ୍ତରେ

ନୟନ ସମ୍ପତ୍ତି ପତି ବିରାଜ ସତ୍ଵରେ ।

ତିଷ୍ଠିଛନ୍ତି ସର୍ବେ ଅତ୍ର ଆବାସେ କୁଶଳେ ।

ତରଣୀ-ବାନ୍ଧବ ପଦେ ଥାଉ କାଳେ କାଳେ ।

ଚରଣାଶ୍ରିତା

ଶ୍ରୀମତି

 

( ଜାଣି ନଥିଲି ଯେ ମୁଁ ତୁମ୍ଭ କପଟ ରୀତି ବୃତ୍ତରେ )

 

ଜାଣି ନଥିଲି ଯେ ବନ୍ଧୁ ବିରହ ଜୀବନେ ,

ମୋ ପ୍ରୀତି ରତନ ହେଲୁ ଅପ୍ରସନ୍ନ ଚାହିଁ ଭିକ୍ଷୁ ବନ୍ଧୁ ଜନେ ।ପଦ।

ମୁଁ ମନାସୁଥାଇ ମାନସେ ମୋହର ବିଚକ୍ଷଣା ତୋ ଚରଣେ ,

ଯହିଁ ବିଲୋକଇ ନିରେଖଇ ତବ ସୁଶ୍ରୀମୁଖ ଭୂଅଙ୍ଗନେ ।

ଏକ ପରମାଦେ ନିଷ୍ପ୍ରଭେ ବିଷାଦେ ଚିରନ୍ତନ ଆଚରଣେ ,

ଦେଲୁ ଜଳାଞ୍ଜଳି ପୀରତି ଅଞ୍ଜଳି ଖେଳେ ମାତି ରାତି ଦିନେ ।

ନୁହେ ଯୁକ୍ତ ମନ ! ଅସମେ ସମାନ ଗୁରୁ ଲଘ ତୁଳା ଦାନେ ,

ସ୍ଥାପିଲେ ଯତନେ ରହଇ କି ସମେ ଜଡ଼ିଗଲୁ ମହାଭ୍ରମେ ।

ନୋହୁ ଉପପତି ସୁଲଭେ ବିପତ୍ତି ଯାଉ ତୁଟି ସୁଶୋଭନେ ,

ନୋହୁ ଉଣା ଲବ ଏ ସୁହୃଦ ଭବ ନଢାଳ ପୀରତି ଆନେ ।

ଯୌବନ ପୁଷ୍ପିତ ଶୋଭା ସମନ୍ଵିତ ବଲ୍ଲରୀ ଅତି ଯତନେ

ଟେକିଛି ମସ୍ତକ ହୁଏ ମନେ ଦକ ନ ଛେଦ ବିଛେଦ ବାଣେ ।୫।

ଶେଷେ ମୋ ମିନତି ଅଶେଷ ସମ୍ପତ୍ତି ଲଭୁଥାନ୍ତି ଅନୁକ୍ଷଣେ

ପରମାଦ ହୃଦୁଁ ତୁଟନ୍ତାରେ ବନ୍ଧୁ ! ଅନୁଗ୍ରହ ଦରଶନେ ।୬।

 

( ଶ୍ରୀବତ୍ସ ଲାଞ୍ଚ୍ଥନ ଦେବ ମୋ ହୃଦ ଗଗନେ ବୃତ୍ତରେ )

 

ଘେନରେ ରମଣୀମଣି ସବିନୟ ବାଣୀ

ମଦନ୍ତର ପଦ୍ମାକର ବିକର ପଦ୍ମିନି ।ଘୋଷା।

 

କି ଭାବ ବଶରେ ରୋଷ,      ଆଦରୁ ସୁନ୍ଦରୀ ଈଶ !

ଏ ଭବ ଭବନେ ତୁ ମୋ ଭୁବନ ମୋହିନୀ

ପ୍ରମଦାରଣ୍ୟ ଶୋଭିନୀ ,      ପ୍ରମୋଦାରଣ୍ୟ ରାଗିଣି

ଉତ୍ସଙ୍ଗେକ ବିଳାସିନି ମୋ କାମନନ୍ଦିନି ।

 

ନିଶି ଦିନ ପଞ୍ଚଶର ,       ନୁହେ ତୋ ସଙ୍ଗୁ ଗୋଚର

କି ମାତର ଦୋଷ ଅବିଦିତ ବରବର୍ଣ୍ଣିନି ।

 

ବିଜ୍ଞ ବୁଝି ଦୋଷ ମନେ       ଆଚରେ ଦଣ୍ତ ସୁମନେ

ବିହିବାରେ ତଥା ଶାସ୍ତି ପ୍ରେମ-ଖଣି-ମଣି ।

 

ଅଲକ୍ତ ରଞ୍ଜନେ ସେବା ,      ନକଲି କି ବୋଲି ଅବା ,

ଏ ରୁଷା , ଆସ , ମୋ କାମ , ପ୍ରେମ-ତତ୍ତ୍ଵଜ୍ଞାନି

 

ସେବାରେ ଆଜହୁଁ ରତ ,            ଥିବିରେ ଅନବରତ

ଏ ପ୍ରତୀତ କର ଦୂର ମନୁ ଏ ମାଗୁଣି ।

 

( କହିଲେ ଲାଜ , ଯା ଦେଖିଲି ଆଜ ବୃତ୍ତରେ )

 

ପ୍ରେୟସୀ ମୋର ରହିଲା ବହୁଦୂର

କି ଭାଳୁଥିବ ବାଳା ବିଲୋକି ପୟୋଧର । ଘୋଷା ।

 

ବିଧି ଭିଆଣ ଦିନ ଦୁର୍ଦ୍ଦିନ ଯାର ,

କବଳେ କାମୀ ଜନେ ନାହିଁ ନିସ୍ତାର ।

 

ଆଉଯିବ କି ମନୁ ଗତ ବାସର ,

ମାଗୁଁ ମେଲାଣି ଦେଲା ମୋ ଗଳାହାର ।

 

ଭାଷିଲା ଗଦଗଦେ “ମନୁ ଅନ୍ତର,

ନୋହିବଟି” ବଚନ ନୁହେ ପାଶୋର ।

 

ମୁଖ ରାଜୀବ ଆହା କି ମୋହକର ,

ଜିଣେ ହେଳେ ଯୁଗଳ କୃତ ମନ୍ଦର ।

 

ଶୁଣି ଘନ ଗର୍ଜ୍ଜନ ଆକୁଳେ ଯାବ ,

ଉପୁଜେ ଦର ଥିବ କାହା ପାଶର ।

 

ତେଜୁ ଥିବ ମୋ ବିନା ନୟନୁ ନୀର ,

କାଟୁ ଥିବ ମରମେ ନିର୍ଦ୍ଦୟସ୍ମର ।

 

ଜୀବ ବିହୀନେ ପିଣ୍ତେ ନିହିଁ ବିକାର ,

ନିନ୍ଦିବ ଜୀବ ନିରନ୍ତର ସଂସାର ।

 

ଜୀବନେ ଥିଲେ ଧନ ମନାଇଁ ହର ,

ମାଗି ବି ହେବି ନାହିଁ ଆଜହୁଁ ଦୂର ।

ତେଜ ଜୀବ ଜୀବନ ଏ ଗୁମାନ

ନ ଦେଉ ପରାଭବ ମଦନ ହୀନ , ଏ ଗୁମାନ । ପଦ ।

 

ଅଲକ୍ଷ୍ୟେ ଅନ୍ତରେ ଆଚରେ କୂଟ

ହରବର ଦର୍ପକ ନାରୀ ମୁକୁଟ ।

 

ହୃଦରୁଷ ପ୍ରାନ୍ତରେ କି ମନ୍ଦାକିନୀ

ସୁଶୀତଳା ନିର୍ମଳା ତଟିନୀ ରାଣୀ ।

 

କି ଲାଗି ସୁହୃଦୟା ପ୍ରକାଶୁ ରୋଷ

ତୋର ଜାଣୁ ତ ପର ନୁହେ ଏ ଦାସ ।

 

ନ ପୋତ ରେ ସର୍ବ ଥା ମଥା ଭୂତଳେ

ଦିଏ ଯା ମର୍ମ୍ମ ବ୍ୟଥା ବଚନେ ବଳେ ।

 

କର ସୁଦୟା ରସ ଉଦୟା ତୋର

ଦାସ ଜନେ କିଞ୍ଚିତ କୃପା ବିତର ।

 

( କହିବାକୁ ଲାଜ , ସଖି ଯାହା ହେଲା ଆଜରେ ବୃତ୍ତରେ )

ନ ଥିଲା ତ ମନେ , ବନ୍ଧୁ କିପାଁ ପୀଡ଼ୁ ସ୍ଵପନରେ । ପଦ ।

 

ବନ୍ଧୁ ଏ ସମ୍ଵୋଧିବା       ଅଧିକାର କେ ଅବା

ଦେଲା , ବ୍ୟବଧା ହୋଇ ବହୁଦିନୁ ,

ରହିଲୁ ତ ନିମଜ୍ଜି  ନବ ବାନ୍ଧବେ ମଜ୍ଜି

ଦେଲୁ ବରଜି ନିତ୍ୟ ସଖା ମନୁ ।

 

ଏ କି କ୍ରୂର ଆଚାର       ନୋହି ତେବେ ସୁସ୍ଥିର

କରୁ ଅସ୍ଥିର ସାରା ବିଭାବରୀ ,

ଲଭୁ କି ଅବା ଯଶ !             ଆହତ ବାକ୍ୟେ ବଶ-

କରିବା ତିଳେ ନୁହଇ ବିଶୋରି ।

 

ମୁହଇ ତ ଉଚିତ  କି ଆଶେ ଜୀବନ୍ମୃତ

କରାଉ ପରାଣ ମୁହୁର୍ମୁହୁ ?

ବନ୍ଧୁ ତୋରେ ଶରଣ             ଗଲଟି ପଞ୍ଚବାଣ –

ବାଣୁ ଉଦ୍ଧର ସହି ନୁହେ ଦାଉ ।

 

ଯାଇ ତ ଥିଲା ଭାଜି             ପୁଣି କିପାଁ ଅରଜି

ଆଣୁ ଅଳୀକ ପ୍ରୀତି ସ୍ଵପ୍ନାଗମେ ,

ନ ଆସ ଆଉ ଘୋର  ନିଶୀଥିନୀରେ ମୋର-

ସମୀପେ , ଏ ମୋ ଭିକ୍ଷା ତୋ ଚରଣେ ।

 

Unknown

ରାଗ-ବଙ୍ଗଳାଶ୍ରୀ

 

ଜାଣି କେ ପାରଇ  ମରମ ବେଦନା

ପରାଣ ସୋଦର ବିନା ,

ଜଳୁ ଥିବ ଦୁଃଖେ  ହୃଦ କାହୁଁ ପୁଣି

ହେବ ସେ ଉଷତମନା !

 

ଦାବି ଅଗ୍ନି ରୂପେ  ହୃଦୟ ଭିତର

ଜଳଇ ଦୁଃଖ ଅନଳ ,

ନାହିଁ ସେ ପରାଣ  ସୋଦର କରନ୍ତା

ଶାନ୍ତି , ସିଞ୍ଚି ସ୍ନେହ ଜଳ !

 

ଅପକଟ ସ୍ନେହ - ଚିର ମଧୁ ମୟ

ଆଭାସୁଥିଲା ଯାଠାରେ ,

ଅବିରତେ ରତ  ବହୁ ଭାବ ବିତ୍ତ

ଥାଏ ଦାନ କରିବାରେ ।

 

ସେ ସ୍ନେହ ସରସୀ  ମଧ୍ୟେ ମୁଁ ବିଳସି

କାସାରାଶାୟୀ ସାରସ-

ସଦୃଶ ବିହାର  କରେ ଲଭି ସ୍ଥିର

ମାନସେ ମହା ହରଷ ।

 

ହୃଦ ମୋ ସୋଦର  ଯେହ୍ନେ ପାରାବାର

ଧୀର ତେମନ୍ତ ଗମ୍ଭୀର ,

ନ ଥିଲା ଆରାମ  ଅଲୀକ ପ୍ରୀତିର

ତିଳେ ହେଲେ ସେ ହୃଦର ।

 

ନାହିଁ ନାହିଁ ବନ୍ଧୁ  ଯିବାଯାଏଁ ଜୀବ

ନ ଲୋଡ଼ିବି ତୋର ସଙ୍ଗ

ଆଶ୍ଵାସେ ଯେ ଜନ  ବିଶ୍ୱାସରେ ବିଷ

ଦେବ ତାରେ କି ପ୍ରସଙ୍ଗ ?

 

( ପ୍ରାଣ ସଙ୍ଗି ନୀରେ ନେତ୍ରାନନ୍ଦ ପସରା-ବୃତ୍ତରେ )

ଶୁଭ ପ୍ରଭାତରେ ନବ ବନ୍ଧୁ ମିଳନ- ନୁହେ କିବା ଅଭିରାମ ।ଘୋଷା ।

କାହିଁ ସୁଦୂରେ ସ୍ଵସ୍ଥାନ ,       କହିଁ ବନ୍ଧୁ ବାସସ୍ଥାନ

ଅପ୍ରତିହତ ଏ ବିଧି ବାଧ୍ୟ ନିୟମ । ୧।

 

ଖେଳେ ସେ ସ୍ନେହ ସମ୍ପତି        ଭୀତ ଯେ ବିରୋଧେ ଗତି

ମାତୁ ଥାଆନ୍ତା ନିବର୍ତ୍ତି କି ଏତେ ଦିନ ! । ୨।

 

ଖୋଜି ଲୋଡ଼େ ଯେ ପୀରତି             ସେ ତା ଆଗେ କି ସମ୍ପତ୍ତି

ସଙ୍ଗେ ସଙ୍ଗେ ଅତର୍କିତେ ଦିଏ ଦର୍ଶନ ।୩।

ସଦା ତତ୍ପର ଯେ ଦାନ             ସ୍ନେହ ଧନ ଅନୁକ୍ଷଣେ

ପାରେ କି ଜୀବନେ ମୂର୍ଚ୍ଛି ପ୍ରେମ ପ୍ରତିମ ? ୪।

 

ସଦା ରୁଚି ସେ ପୀୟୁଷ            ପିଇ ନ ଲଭେ ଯା ତୋଷ

ବାଳୁ ବେଳ ଅସରାସେ ଏ ପରିଣାମ ।୫।

 

ଅଦୃଷ୍ଟ ଏ ସମାଗମ             ରହୁ ବନ୍ଧୁ ଏ ସମ୍ମାନ

ଦିନେ ଦିନେ ହୃତ୍ନନଳିନେ ଏ ନିବେଦନ ।୬।

 

( କାନ୍ତ ବିନା ଦିବା ରଜନୀ-ସଜନୀ କୋଟି ଯୁଗସମ ହେଲାଟିରେ ବୃତ୍ତରେ )

ଯା ଦେଖିଲି ଆଜ ସରୋଜ-ବଦନୀ ସ୍ଵପନେ ଉତ୍ସଙ୍ଗ ଶୟନରେ । ଘୋଷା ।

 

ଅପରୂପ ନୋହିଥିଲେ ସୋହାଗିନୀ

ଅନୁରୂପ ବିହି ଦେଇଥିଲା ଆଣି

କ୍ଷଣିକ ଉଷତେ ନିତେ ନିସତେ ରତ ପ୍ରେମରସେ ବିଜନରେ ।୧।

 

ଦିଶେ ଯେହ୍ନେ ମଜ୍ଜା ମୁକୁରେ ସ୍ଵବିମ୍ଵ

ଧନୀ ଗଣ୍ତେ ଲୋକେ ଏ ମୋ ପ୍ରତିବିମ୍ଵ

ବିହ୍ଵଳରେ ଦତ୍ତ ଘନ ଚୁମ୍ଵ ନଦରେ ନଆଣେ ମଦନରେ ।୨।

 

ମାତ୍ର ଆହା ନିଶି ଶେଷେ ସୁସ୍ଵପନ

ଅନ୍ତର୍ହିତେ କ୍ଷିନ୍ନ ଯା ହେଲା ଏ ପ୍ରାଣ

ଶତଧା ବିଦୀର୍ଣ୍ଣ ପାପ ଅପଘନ ଲଭିନିକି ଏଡ଼େ କଷଣରେ ।୩।

 

ନାହିଁ ଆଶା ପ୍ରାଣେ ସେ ନବିନା ବିନୁ

ନିସୁ , ଜୀବନ , ଯଉବନ ତନୁ ,

ଆହା ସେ ପୀରତି ଲତାମୁ ଳୋତ୍ପାଟି କି ଲାଭ ଲଭିଲା ଲଳନାରେ ।୪।

 

ନ ଗଲା ଏ ଜୀବ ତା ସଙ୍ଗେ ଉଭେଳ ,

ଜୀବନ୍ତ ଯାତନା ଦେଲା କାହିଁ ପାଇଁ !

ନିରତେ ଗାଇ ତା ପ୍ରୀତି ନାମାବଳୀ ବୁଲୁଥିବି ଭବ ବାବନାରେ ।୫।

 

ସତେ କି ଯତି ମୋହିନୀ କଳାବତୀ

ମଣ୍ତିବ ଅଭାଗା ଉତ୍ସଙ୍ଗ ଜଗତୀ

ଅନିଚ୍ଛା ବିରୁଦ୍ଧେ ଯାବତ ଜୀବତେ ପଶନ୍ତା ଚରଣେ ଶରଣେ ।୬।

 

( ଆଜ ଦେଖିଲିରେ ନବୀନ ବୟସୀ ବାଳା ବୃତ୍ତରେ )

 

କେଳୀ କୁଶଳାରେ ଆଗତ କି ଶୁଭଦିନ ।

ଅତି ନିର୍ଯ୍ୟାତନା ନିର୍ମମ କଷଣ ହେଲା କିବା ଅବସାନ ।ଘୋଷା।

 

ଲଭୁନିକି ଭୀତି ଯାହାକରେ ସ୍ଥିତି ଦଣ୍ତ ଶମନଇ ସମ

ସ୍ଵଭାବେ ଅବଳା ହୃଦୟେ ସରଳା ଅସାହସିକ ବିଧାନ ।

 

ନୁହେ କି ଗୋବିନ୍ଦ ସ୍ଵଜନ ସମ୍ପଦ ବିନାଆନେ ଢାଳିମନ

ଅତୀତ ଗୌରବ ପୁତର୍ବଶୋଦ୍ଭବ ନଭାବୁ ଗୋ ମନେ ପୁଣ ।

 

ସେ କି ଗୋ ସୁନ୍ଦରୀ ସର୍ବ ଶୋଭାଶିରୀ ତବନେତ୍ର ଅନୁପମ

ହେଲେହେଁ ତଦ୍‌ବତ ନୋହେ ଉପଯୁକ୍ତ ତୋଉତ୍ସଙ୍ଗ ସଙ୍ଗସମ

 

ପତି ପରାରାଧ୍ୟ ଦେବତା ନଜାଣି ଦଣ୍ତଧରେ ସ୍ଵଚ୍ଛପ୍ରେମ

ପ୍ରତିଦାନେ ଯଶ କିବା ଲଭୁ ଲେଶ ବିଧିର କି ଅବିଧାନ !

 

ସ୍ଵଭାବେ ଚପଳ ନାରୀମନ ଚୋର ବିଟ ପୁରୁଷ ଲକ୍ଷଣ

ବିଶେଷେ ବିବେକ ବୈରି ପ୍ରେମ ରୂପ କି ଅଭିନବ ଯୌବନ ।

 

ଏ ବାକ୍ୟ ମହତ ନୁହଇ ଅଳୀକ ଅନୁନୟ ନିବେଦନ

ଗ୍ରହଣେ ଚଞ୍ଚଳା ଅଟୁ ତ କୁଶଳା ନାହିଁ କି ଗୋ ଅଭିମାନ

 

ଏ ଆରତି ମାତ୍ରା ନଟଳାଇବେକି ତୋର କୃପା ସିଂହାସନ ?

ନପଡ଼ୁ ପ୍ରମାଦ ଜୀବଧବ ପଦ କର ସଦା ଅନ୍ଵେଷଣ ।

 

ନତୁ ସଖୀ ନୀଳାଚଳନାଥ ଖେଳା ନୋହୁ ମନୁ ବିସ୍ମରଣ

ବିବିଧ ପ୍ରବନ୍ଧେ ମାତି ପ୍ରେମ ରଙ୍ଗେ ହେଉ ଅରିଷ୍ଟ ପୂରଣ ।

 

ଘେନ ମୋ ମିନତି ଚାରୁ କୁନ୍ଦଦନ୍ତୀ କର ଆତ୍ମୀୟେ ବରଣ ।

ବିଶେଷେ ଯାଦବ ସୂତ ବଂଶୋଦ୍ଭବ ଥାଉ ମାନସେ ସ୍ମରଣ ।

 

( କାହିଁକି ପରିବର୍ତ୍ତନ ଏହି ଜୀବନେ ବୃତ୍ତରେ )

 

ସତେ କି ଚିର ବିରହେ ଯିବ ମୋ ଦିନ

ଚନ୍ଦ୍ରାବଳୀ ତନୁ ଭାଳି ସୁତନୁ କ୍ଷୀଣ ।ଘୋଷା

ନିଦ ନ ଆସେ ରଜନୀ             ଏକା ତାହା ଚିନ୍ତା ଘେନି

ଚାହେଁ ଯେ ଦିଗେ ତା ଦିଶେ ସୌମ୍ୟ ବଦନ ।

ଆହା ସେ ସୁଶ୍ରୀ ମୂରତି ,            ଚାହିଁ ନିରନ୍ତର ଛାତି

ଫୁଲିବାର ଭୁଲିବି କି ଭରମବର୍ଣ୍ଣ ।

ନୀରରୁଦ ନେତ୍ରାନିଧୁ            ବନେ ନ ଲଭିଣ ମଧୁ ,

ନାମତା ପୁନରାବର୍ତ୍ତୁ ଯିବ ମୋ ଦିନ ।

ବିହେ ବିଦେହ ସନ୍ତାପ  ପ୍ରଳୟ ତା ଅନୁରୂପ

ବିଧୁ ବଦନୀ ବିଧୁରେ ବାଳିଶ ସମ ।

ମିଶିବା ବେଳୁଁ ଚତୁର  ନୟନ ଲଭେ ଆତୁର

ବାରି ବାରିଜ ନୟନା ଗଲି ଶବଣ ।

ସବିଶେଷେ ନିଧୁବନ  କୁଶଳା ପଦେ ବେଦନ

ଯାବକ ତୁଲ୍ୟ ଯାଦବ ତୋ ଚିରନ୍ତନ ।

 

( ସରି ଯିବେ ଜୀବନେ କିଶୋରୀ ହେ ବଂଶୀଧାରୀ ବୃତ୍ତରେ )

କାହିଁ ତେଜି ତୋରେ , ବସିଛି ମୁଁ ଭାଳିରେ ରସବଲ୍ଲୀ । ଘୋଷା।

 

ଭୀମରମ୍ୟ ବନ ଭୀତିଦ ପ୍ରମାମ ଚତୁଷ୍ପଦଙ୍କର ଖ୍ୟାତ ଲୀଳାସ୍ଥନ

ଅଦୃଶ୍ୟ ଜୀବନେ ନୟନେ ନୂତନେ ଅସୀମ ସେ ବନସ୍ଥଳୀରେ ।

 

ତା ସଙ୍ଗମେ ପ୍ରାବୃଟ ଦର୍ଶାଇ ବିକଟ ଦଶନ, ମାରି ସେ ସତ୍ତ୍ଵର କୁହାଟ

ବିଦ୍ୟୁତ ନିରତ ଘନ ଘନ ନୃତ୍ୟକରେ ଦମ୍ଭେ ଦେଇ ବଳିରେ ।

 

ଭୁବିଧର ବୃନ୍ଦ ବିବୁଧେ ବିବାଦ ଆଚରି ସହନ୍ତି କରକା ସମ୍ପଦ

ବନ୍ଧ ସହିଷ୍ଣୁତା ଲୋକି ଚିତ୍ତମୋଦ , ଅନୁପମ ତୋରେ ତୁଳିରେ ।

 

ଖଶ୍ରୁତ ସ୍ତନିତ ତୁଲେ ମୋ ଭାବିତ କ୍ଷଣସ୍ଥାୟୀ ସାରା ସୃଷ୍ଟିତ ତଦ୍ରୂପ

ଏଥେଁ ତହୁଁ ଭାବେ ଏ ମୋ ଅସ୍ଥାୟିତ୍ଵ ନିରାଶା କି ନୋହେ କଳିରେ ।

 

ବିଲୋକେ ପ୍ରତ୍ୟକ୍ଷେ ମୃତ ବିଭଙ୍ଗିମା , ଏପର୍ଯନ୍ତ ସଖି ସମସ୍ତ ବଡ଼ିମା

ଅଭିମାନ , ନାମ କି ଭାବ ଭାବନା , କୀର୍ତ୍ତି ସ୍ମୃତି ଏକ ତା ଭଳିରେ

 

ପ୍ରପଞ୍ଚର ସଖୀ ବିଭତ୍ସ ବିଭବ ଅନୁଭବୀ ବିନା ଜାଣେ କି ତା ଭାବ

ନିୟତ ବିବଶେ ଅଳୀକ ସରବ ବୃଥା ମୋହେ ହେଉ ଭାଳିରେ ।

 

ନୋହୁ ବାହ୍ୟରାମେ ତୋ ଚିତ୍ତ ଜଡ଼ିତ ଅନୁସର ସଦା ପଦ ଯଦୁନାଥ

ପତି ପରାରାଧ୍ୟ ଅମର ,ଯଥାର୍ଥ ନଦେବୁ ତିଳେ ବୈଶୋରିରେ ।

 

( ଲେଖକ କୈଣସି ପ୍ରଦେଶ ଯାଉଥିବା ବେଳେ ଶବ ଚିତା ଲୋକନ କରି ବ୍ୟକ୍ତ କରି ଅଛନ୍ତି । )

 

( ବାର ବିଳାସିନୀ ଉପଲକ୍ଷେ )

( ଡ଼ର ନାହିଁ କି ହେ ପରତରୁଣୀ ହରଣୁ ବୃତ୍ତରେ )

 

ଜାଣି ନଥିଲି ଯେ ବାରଅଙ୍କ ବିଳାସିନୀ

ବିଭୁତି ସ୍ଥାନକ ପରାୟେ ଗରଳ ମୁଖେ ଦେଲା ନିତମ୍ଵିନୀ ।ପଦ।

 

ସୁବିଦିତ ସତେ ଆଗହୁଁ କିଞ୍ଚିତେ ମୂର୍ତ୍ତିମନ୍ତ ଭୀମଫଣି

ଅନ୍ତରେ ନିବେଶି ଲୋଡ଼ଇ ଆଶ୍ଵାସି ଦେବି ପୟ ସ୍ଵୀୟମଣି ।

 

ବିଶେଷ ଆୟାସେ ପୟଦାନେ ଲୋକେ ପୂର୍ଣ୍ଣ ଜହରୋଦ୍ଗାରିଣୀ

ନୋହିଲା ସ୍ଵାୟତ୍ତ ପୀରତି ଗୁରୁତ୍ଵ ଜାଣିବକି ବାଗ୍ ଦୋଷିଣୀ ।

 

ସ୍ଵନାମ ମହତ୍ତ୍ଵ କଲା କଳଙ୍କିତ ବିଷ୍ଣୁ ଯା ସପକ୍ଷ ଜାଣି

ସେ ପୁଣି ବିଭବ ଲାଗି ହୀନପ୍ରଭ ଜନେ ସ୍ଵଚ୍ଛ ପ୍ରୀତିଦାନୀ ।

 

ନୀଚାଶୟାସନ୍ତ ହେଲାତ ମହତ ନ ହୋଇଣ ଅଭିମାନୀ

ନିନ୍ଦନେ କି ଅଛି କର୍ମେ ଯା ଲିହିଛି ବର୍ଣ୍ଣ ବେନି କୁଶପାଣି ।

 

ସ୍ଵଭାବ ସୁଲଭ ରୀତି ହାବଭାବ ବଚନ ରମ୍ୟ ତା ପୁଣି ।

ବିଲୋକିବା କାହିଁ ଅନବସ୍ଥି ତହିଁ ଭୀତିଦ ହୃଦୟ ମଣି ।

 

ତହିଁ ଅଭିଯାନ ପତଙ୍ଗ ଦହନ ପରା ଲୁଚେ ଯାହା ଘେନି

ହିଣ୍ତୀର ତୁଳନ ତା ପ୍ରୀତି ଭବନ ଦେବକି ବିଶ୍ଵାସ ବାଣୀ

 

ଦେଖେ ତାରେ ସତେ ସୌଷ୍ଠବ ଗର୍ବିତେ ତିଳେ ନବିଲୋକେ-କ୍ଷୋଣୀ

କରି ଭୁକ୍ତବତ କପିତ୍ଥ ତାଦୃଶ ନାହିଁ ନିଗମେ ତା ଶ୍ରୋଣୀ ।

 

ତେବେ ବାହ୍ୟ ସୌମ୍ୟ କିବା ପ୍ରୟୋଜନ ଜାଣୁ ଜାଣୁ ମନ ପୁଣି

ସେ ପାପ ପୀରତି ପଙ୍କେ ବୁଡ଼ିବାକୁ ଭୀତି ନଲଭୁ କି ଘେନି ?

 

ତହିଁ ଉପସର୍ଗ ଉପଦଂଶ ସାର କ୍ଷୟ ଜାତ ସ୍ପର୍ଶକ୍ଷଣି

ସେ ସାର ପ୍ରୀତିକି ଜୁହାରେ ଯଦୁକି ଦୂରହୁଁ ନଦେବ ପୁଣି ?

 

( ବଞ୍ଚିବକି , ଶାମ ବିନା ଏହି ଜୀବନେ ବୃତ୍ତରେ )

ବନ୍ଧୁ ମୋର –କାଲି ଶୁଦ୍ଧସ୍ନାନ କରିବ ବନ୍ଧୁମୋର

ଲଭୁଥିବା ଦୁଃଖ ହରିବ ।ଘୋଷା।

 

ତା ପ୍ରେମ ଘେନି ନୀରବେ ପ୍ରାଭବ ,

କେତେ ଲଭିଲେହେଁ ନାହିଁ (ମୋ) ସଦ୍ଭାବ ।

 

ଦିଶେ ଦିଶେ ଲୋକେ , ତା ହାବ ଭାବ

ସେ ମୋ ଗଳାନିଧି ସୁକଣ୍ଠୀରବ

 

ଆହା ମୃଗମଦ ସୁବାସ ଅଙ୍ଗ

ତାକୁ ଯାମିନୋଇ ଦେହେ ଜଡ଼ିବ ।

 

କାହିଁ ମୃଗାଙ୍କ , କାହିଁ କଇରବ

ସ୍ଫୁଟେ , ତୋଷୁଛିକି ପ୍ରେମ ବିଭବ ।

 

ଅଗଣିତ ତାରାଳୀରେ ବିବୁଠାବ

ମାତ୍ର ଚନ୍ଦ୍ରବିନୁ କେ ଶୀତଳ ଦେବ ।

 

ପ୍ରାବୃଟ ସେ , ମୁଁ ଜୀବଞ୍ଜୀବ ଭାବ,

ସୁବାସ ବେରୁଁ ପ୍ରସରୁଥିବ ।

 

କେ ଜାଣି କି ବିହିଛି ପଦ୍ମ ଭବ

ଏ ସମ୍ଭୋଗୁଁ କି ପରମାଦ ହେବ ।

 

ଜୀବ ପଛେ ଯାଉ , କେ ତେଜେ ଭାବ

ଯଦୁନାଥ ଦାସତ୍ଵରେ ତା ଥିବ ।

 

ରୁତୁ ବଳୟ

ବସନ୍ତ

 

(୧)

ବସନ୍ତ ଋତୁ ରାଜ ପଦବୀ ତୋରେ

ବିହିଲା ଯେହୁ ଧନ୍ୟ ସେ କବିବରେ ।

ମୋହିନୀ ଦିଗ୍ ମଣ୍ତଳୋଦ୍ଭାସୀ ତୋ ମୂର୍ତ୍ତି

ସୁଷମା ଲୋକି କବି ଗାଏ ତୋ ଗୀତି ।

 

(୨)

ସାର୍ଥକ ତୋର ନାମ “ମଧୁ” ଜଗତେ

ପୁଲକିତ ବସୁଧା ତବ ଆଗତେ ।

ଆସ୍ଵାଦୁ ନାହିଁ ଯେହୁ ମଧୁ ବୈଭବ

ମ୍ରିୟମାଣ ଥିଲେ ହେଁ ତାହାର ଜୀବ ।

 

(୩)

ପ୍ରଚଣ୍ତ ଶୀତ ଶେଷେ ତୋ ଆବିର୍ଭାବ

ଜଡ଼ ପ୍ରକୃତି ଛଟା କି ଅଭିନବ ।

ପ୍ରସ୍ଫୁଟିତ କଞ୍ଚନ ମାଧବୀ ଆଦି

କୁରୁବକ ବକୁଳ ଶୋଭା ସମ୍ପାଦି ।

 

(୪)

ତୋ ଆଗମେ ତୁଷାରଭୀତା ପଦ୍ମିନୀ

ଲୋକନେ ତୋ ଲଳିତ କାନ୍ତି ମୋହିନୀ ।

ମଳୟାନିଳ ମନ୍ଦ ମନ୍ଦ ହିଲ୍ଲୋଳେ

କମ୍ପାଏ କଳେବର ଚିନ୍ମୟ ଭୋଳେ ।

 

(୫)

ତୋ ଆଗମେ ଭାସ୍କର ଚଣ୍ତିମା ପାତ

ସୂଚକ ସେ ସିନ୍ଦୂର ମୁଣ୍ତୀର ଋତ ।

ଦିଗନ୍ତ ବ୍ୟାପ୍ତ ଆହା କିବା ମଧୂର !

ଧନ୍ୟ ବ୍ରହ୍ମାଣ୍ତ ନାଥ ତବ ବେଭାର ।

 

(୬)

ପୁଷ୍ପଗୁଛ ପାଟଳା କାନନ ଭୂମି

ବିଧୁନିତ ଅଟବୀ କବିକି ଘେନି ।

ମଧ୍ୟେ ମଧ୍ୟେ ହଳଦି ବସନ୍ତ ସ୍ଵନ

ଜଣାଏ ଭବେ ତୋର ଅଭିନନ୍ଦନ ।

 

(୭)

ତିଳେଇ ଶ୍ଵେତ ଧାତକୀର ପାଟଳେ

ପ୍ରସ୍ଫୁଟିଣ ସେ ବେନି ପୁଷ୍ପ ସଙ୍କୁଳେ ।

ରକ୍ତ ପାଟଳ ସଂମିଶ୍ରଣ ସ୍ତବକ

ଅଶୋକ ଶୋଭାଭରେ ହରେ ବିବେକ ।

 

(୮)

ସୁନାରୀ ବୃକ୍ଷ ପୁଷ୍ପ ଶ୍ରେଣୀ ସୁପୀତ

ସୁଷମେ କରେ ଅଟବୀ ଶବଳିତ ।

ରକ୍ତ ରକ୍ତକ ବନେ ଏ ଶୋଭା ଦିଶେ

ପ୍ରକୃତି ରାଣୀ ହରିତ ଶାଢୀ କି ସେ !

 

(୯)

ପୁଷ୍ପିତ କୁଞ୍ଚେ ଫୁଲ ଚୁଇଁ ର ସ୍ୱନ

ହରଇ ଆହା ଜନ ନୟନ ମନ ।

ବସନ୍ତ ଭବେ ତୋର ଶୁଭ ଆଗମ

ଜାଣି ବିରାଜେ ଶିରୀ ଲୀଳା ଅସ୍ଥାନ ।

 

(୧୦)

ବସନ୍ତେ ଉଷା ଆହା କି ମନୋହର

ନବୀନ କିଶଳୟୁଁ ଚୂତ ବୃକ୍ଷର ।

ମୁକ୍ତାମାଳା ଚୁଳନ ତୁଷାର ପାତ୍ରେ

ଭବେ ଆନନ୍ଦ ଅଶ୍ରୁ ପାଦପ ନେତ୍ରେ ।

 

(୧୧)

ସର୍ବତ୍ର ଆମ୍ଵକଷି ବାସ ବିତରେ

ଗିଗନ୍ତ ପ୍ରଧ୍ଵନିତ ସ୍ପକୂଳନରେ ।

ବରତିଆ ନିସ୍ଵନ ସ୍ଫୁଟ ହେଲାଣି

ଧନ୍ୟ ଋତୁ ରାଜନ ତୋ ପ୍ରେମ ଜାଣି ।

 

(୧୨)

ସର ସମୂହରେ ଫୁଟି କୋକନଦ

ପ୍ରସ୍ଫୁଟିତ କଲାଣି ଶେଭା ସମ୍ପଦ ।

ଦନେ ବନେ ପୁଷ୍ପିତ ନାଗକେଶର

ଧମକ ମଳୟର ହିଲ୍ଲୋଳେ ଯାର ।

 

(୧୩)

ଦିଗନ୍ତି ବ୍ୟାପୀ ସୁସୌରଭ ସତତ

ବିକିରଣେ ସେ ବ୍ୟସ୍ତ , ବିଚାରେ ଚିତ୍ତ ।

ନଶ୍ଵର ନର ତଥା ଭୂ ସ୍ରଷ୍ଟା ମଧ୍ୟେ

ବିକାଶଇ ନିଶ୍ଚୟ ପ୍ରୀତି ଅବାଧେ ।

 

(୧୪)

ଉଭେଇ ଯାଏ କାହିଁ ଚିତ୍ତ କଳୁଷ

ଉଚ୍ଛୃଙ୍ଖଳ ଅଶାନ୍ତି ଭାବ ବିଶେଷ ।

ଦେଖୁ ଦେଖୁ ଯେ ବିଭୁ ଅସ୍ତିତ୍ଵେନସ୍ତି

କରଇ ନାହିଁ ମୂଢ ତା ସମେକ୍ଷିତି ।

 

(୧୫)

ବସନ୍ତାରମ୍ଭେ ବାଗୀଶ୍ଵରୀ ପୂଜନ

ସନ୍ଦର୍ଭ ଶ୍ରୀ ବସନ୍ତ ପଞ୍ଚମୀ ଦିନ ।

ଶ୍ଵେତାମ୍ଵର ଶ୍ଵେତାବ୍ଳାସନ ଶ୍ରୀ ବାଣୀ

ହୃଷ୍ଟ ପୂଜନେ ରତ ବାଳକ ଶେଣୀ ।

 

(୧୬)

କି ବାଳ ପ୍ରୌଢ଼ ବୃଦ୍ଧ କି ଅବା ଯୁବା

ଜ୍ଞାନ ଉନ୍ନତି ଅର୍ଥେ ଭାରତୀ ସେବା

କରଣେ ରତ, ଅଜ୍ଞାନବର ଯହିଁ

ବାଲ୍ମିକୀ କବୀନ୍ଦ୍ର ପଦବୀ ଲଭଇ ।

 

(୧୭)

ଭୂରେ ଗରିଷ୍ଠ ଭରମ ପ୍ରସୂ ଭୂମି-

ଭାରତେ କବିକୁଳ ଜନ୍ମେ ଯା ଘେନି ।

ସେହି ଭାରତୀ ଲବ କଟାକ୍ଷପାତେ

ଶ୍ରୀହର୍ଷ କାଳୀଦାସ କୀର୍ତ୍ତି ପ୍ରକଟେ ।

 

(୧୮)

ଭବଭୂତ୍ୟାଦି ମହା କବିମଣ୍ତଳୀ

ବାଗ୍‌ଦେବୀ ବରେ ମହା ପ୍ରତିଭାଶାଳୀ ।

ପୀୟୁଷ ନିଶ୍ୟନ୍ଦିନୀ କବିତା କୁଞ୍ଜେ

ବିହରନ୍ତି ଅଦ୍ୟାପି ଜୀବନ୍ତେ ଭବେ ।

 

(୧୯)

କଣାଦ, କାଣ୍ଵ, ପାଣିନୀ, କତ୍ୟାୟନ-

ବୁଦ୍ଧ ଗୌତମ ଆଦି ମହର୍ଷିଗଣ ।

ଭବେ ଭାସ୍କର ସମଜ୍ଞାନ ଜଗତେ

ଜ୍ଞାନରଶ୍ମି ବିକୀର୍ଣ୍ଣେ ନାମ ପ୍ରଖ୍ୟାତ ।

 

(୨୦)

ପଞ୍ଚମୀ ଅନ୍ତେ କୃଷ୍ଣ ଚତୁ ଦେଶୀ-

ଦିନ ଆଗତ ଭବେ ଭବଙ୍କ ରାତ୍ରୀ ।

ଘନୀଭୂତ ନିବିଡ଼ ତମସେ ଧରା

କୁସ୍ରଷ୍ଟା ତମ ଜନପଦ ଏ ପରା ।

 

(୨୧)

ସୁଖ ଆଶା ପ୍ରବୃତ୍ତି ଯାର ହୃଦୟେ

ବିଶେଷ, ଖ୍ୟାତ ଧରାରେ ତେଜପ୍ରିୟେ ।

ଗଠିତ ଯା ହୃଦୟ ନିରାଶ ଦୁଃଖ

ଉପାଦାନେ ତାହାକୁ ନିଶୀଥ ସୁଖ ।

 

(୨୨)

ଏକାକୀ ସେ ଯେହେତୁ ଦେଖେ ଅନନ୍ତ

ନୀଳିମାମୟ ଶୂନ୍ୟ ଦେଶେ ଦିଗନ୍ତ

ପ୍ରସାରିତ ସେ ଗାଢ ନୀଳିମାମୟ

ଗଗନେ ସଂଖ୍ୟାହୀନ ଜ୍ୟୋତିଷ୍କଚୟ ।

 

(୨୩)

କି ଏକ ଅପ୍ରକାଶ୍ୟଭାବ ଉଚ୍ଛ୍ୱାସେ

ସେତିକିବେଳେ ମନଃ ପ୍ରାଣ ତା ଭାସେ ।

ବିଦିତ ଏଥୁଁ ସୁଖ ବିଶେଷ ଊଣା

ଫଳେ ଦୁଃଖ ସେ ସୁଖ ଆଗମ ସିନା ।

 

(୨୪)

ଆହା ଏହି ନିବିଡ଼ ତମସ୍ଵିନୀରେ

ସକଳ ଶିବାଳୟ ଆଲୋକମାଳେ ।

କରିଣ ଆଲୋକିତ ନରେ ଜାଗର

ଦେଇ ସେବନ୍ତି ଶିବ ସଉଜାଗର ।

 

(୨୫)

ବସନ୍ତ ତୋ ରାଜତ୍ଵେ ପୁଣ୍ୟ ଉତ୍କଳେ

ବିଭିନ୍ନ ସ୍ଥାନେ ବହୁ ପରବ ଚଳେ ।

ଗ୍ରାମେ ଗ୍ରାମେ ବିଦିତ ଦୋଳଉତ୍ସବ

ସବିଶେଷେ ଶ୍ରୀକ୍ଷେତ୍ରେ ମହା ସନ୍ଦର୍ଭ ।

 

(୨୬)

ଅବୀର ରାଗେ ସୁରଞ୍ଜିତ ଅସଂଖ୍ୟ

ସଦୁତ୍ସାହିତ ଆସ୍ୟ ଅଳ୍ପ ସଦୃଶ ।

ଭୁବନେଶ୍ଵରେ ଅଶୋକାଷ୍ଟମୀ ମେଳା

କରେ ଅଜସ୍ର ନର ନାରୀ ସଙ୍ଖୋଳା ।

 

(୨୭)

ପ୍ରସିଦ୍ଧ ଅଷ୍ଟାଶୋକ କଳିକା ପାନେ-

ସ୍ଵ ଅଙ୍ଗେ ବ୍ୟାଧି କଦାପି ନ ଆକ୍ରମେ ।

କି ବାଳ ବୃଦ୍ଧ ତେଣୁ ପାନେ ଉନ୍ମତ୍ତ

ଏ ବିଧି ଯେଣୁ ପୂର୍ବାଚାର୍ଯୁ ରକ୍ଷିତ ।

 

(୨୮)

ମଧୁ ପାର୍ବଣ ମାଧ୍ୟ ରାମ ନବମୀ

ଉତ୍ସବ ସ୍ଥାନେ ସ୍ଥାନେ ଦେଖା ଦେଲାଣି ।

ସର୍ବତ୍ରହିଁ ଈଦୃଶ ଉତ୍ସବ ଖ୍ୟାତ

ଧନ୍ୟ ତୋ ଆଗମନେ ଋତୁ ସାମନ୍ତ ।

 

(୨୯)

ବିସର୍ଜି ପୁରାତନ ଆଣୁ ନୂତନ

ବସନ୍ତେ ତୋ ଏ ଅଭ୍ୟାସ ଚିରନ୍ତନ ।

ନେଇ ପ୍ରକୃତି ପୁରାତନ ସମ୍ପତ୍ତି

ଦାନେ ତତ୍ପର ତୁ ନୁତନ ବିଭୁତି ।

 

(୩୦)

ତୋର ଆଗମେ ଜୀବ ରାଜ୍ୟେ ଭୁଜଙ୍ଗେ

ତେଜି ଜୀର୍ଣ୍ଣ କଞ୍ଚୁକ ନୂତନ ରଙ୍ଗେ ।

ତମ୍ପ ଗୋକ୍ଷୁର ଆଦି ନାଗ ପ୍ରଭୃତି

ଶୋଭିବା ସଙ୍ଗେ ସେ ଭୀଷଣ ହୁଅନ୍ତି ।

 

(୩୧)

ଈଦୃଶ ସମାରୋହେ ବସନ୍ତ ଭବେ-

ରାଜତ୍ଵ ଶେଷେ ଧରା ରୌଦ୍ର ପ୍ରଭାବେ ।

ଅତି ଭୀଷଣ ଆକୁଳିତ ସର୍ବତ୍ର ,

ଧନ୍ୟ କି ଧାତା ତୋ ବିଧାନ ବିଚିତ୍ର ।

 

ଗ୍ରୀଷ୍ମ

 

(୧)

ରୁକ୍ଷଦୃଶ୍ୟ ସହିତ ମହା ଗ୍ରୀଷମ

କାଳ ଆଗତ ଭବେ , ଯାର ମଧ୍ୟାହ୍ନ

ପ୍ରଚଣ୍ତ ରୌଦ୍ରେ ଅତି ଆକୁଳ ମତି

ହଳଦୀବସନ୍ତ ଯେ ଭୀତେ କୂଜନ୍ତି ।

 

(୨)

ଦୂର ବିସ୍ତୃତ ସରିତ୍ପତି ପୁଳିନ

ଗିଗ୍ ବଳୟରେ ମୃଗତୃଷ୍ଣା ନର୍ତ୍ତନ ।

ଏ ଦୃଶ୍ୟେ ଭବ ରଙ୍ଗମଞ୍ଚ ପୂରିତ

କ୍ରମଶଃଭବେ ଏହି ଭାବ ଘୋଷିତ ।

 

(୩)

ସାରଙ୍ଗ ରବେ ମୁଖରିତ କାନନ

ଶୁଭେ ନବୀନ ଚକ୍ରବାକର ସ୍ଵନ

ଧରିତ୍ରୀ ତୃଣ ଶୂନ୍ୟ ଦଗ୍ଧ ପ୍ରତୀତ

ସୌରାଜ୍ୟେ ପ୍ରଜାହୀନ ରାଷ୍ଟ୍ର ଯେମନ୍ତ ।

 

(୪)

ମଧ୍ୟାହ୍ନ ରଜ , ଶୁଷ୍କପର୍ଣ୍ଣ ଏ ବେନି

ବହେ ଉତ୍ତପ୍ତ ଘୂର୍ଣ୍ଣି ବାତକୁ ଘେନି ।

ସାଧାରଣେ ସେ ବାୟୁ ଖଣ୍ତିଆ ଭୁତ

ବୋଲି ଏ ସଂସାରରେ ବା ନାମ ଖ୍ୟାତ ।

 

(୫)

ଗ୍ରୀଷ୍ମ ଅପର ନାମ ନିଦାଘ ସତ

ନିଷ୍ଠୁର କଠୋର ପୁଣି ଦୁର୍ନି ରୀକ୍ଷ୍ୟ

ରୁକ୍ଷ ଦୃଶ୍ୟାବଳୀରେ ଦିଗ ଦିଗନ୍ତ

ହୁଅଇ କି ଭୀଷଣେ ପରିପୂରିତ ।

 

(୬)

ଭବେ ପରିବର୍ତ୍ତନ ନିତ୍ୟ ଘଟଣା

ପ୍ରକୃତି ଦେବୀ ନବ ବେଶ ଭୂଷଣା ।

ଆଗତ ଭବରଙ୍ଗ ଭୂମିରେ ନବ

କଲେ ଆରମ୍ଭ ଅଭିନୟାଭିନବ ।

 

(୭)

ନିଦାଘର ମଧ୍ୟାହ୍ନେ ଶ୍ଵାନ ପଙ୍କତି

ଉତ୍ତାପ ପ୍ରପୀଡ଼ନେ ବ୍ୟାକୁଳ ଅତି ।

ସାରଙ୍ଗ - ଚାତକ

ଆର୍ଦ୍ର ଲୋଳ ରସନା କାଢି ଧକେଇ

ହେଲେଣି ଛାୟାସ୍ଥାନେ ଆଶ୍ରୟ ନେଇ ।

 

ସ୍ନିଗ୍ଧଛାୟା ଶୀତଳ ପାଦପ ମୂଳେ

ଗୋଗୋଷ୍ଠ, ମେଷ ଛାଗ ଗ୍ରୀଷ୍ମ ଉତ୍ତାଳେ

ବ୍ୟଥିତ ଶୟାନେ ବା ଦଣ୍ତାୟମାନେ

ସରବେ ନିଦ୍ରାସୁଖ ସମ୍ଭଗେ ମନେ ।

 

ଦୂର ବିସ୍ତୃତ ତପ୍ତ ନଦୀ ସୈକତ

ମରୀଚିକାରେ କ୍ରୀଡ଼ କରିବା ବତ ।

ନେତ୍ର ଆଗତ ବ୍ୟତିବ୍ୟସ୍ତ କେ କେତେ

ଆହରଣେ ଅପକ୍ଵଚୂତ ବାଳକେ ।

 

(୧୦)

ଅତି ଶୀତଳ ଚାୟା ଲତାନ୍ତରାଳେ

ନାନା ପତଙ୍ଗ ପୁଣି ପାର୍ବତୀ ଖେଳେ ।

ଏକାଳେ ଶ୍କେଷ୍ମାଶ୍ରିତ ଗାୟକ ସ୍ଵର

ପ୍ରାୟେ ଶୁଭେ ଅଟବୀ କବିର ସ୍ଵର

 

୧୧

ରସିକର ସଧବ ପ୍ରାୟ ସରସୀ

ମହିଷୀ ଆଲିଙ୍ଗନେ ଯାଉଛି ଦିଶି ,

ନିମଜ୍ଜି ତାର୍ଦ୍ଧ କୃଷ୍ଣ ପୃଷ୍ଠ ସମୂହ

ଦିଶେ କି ସେ ମର୍ମର ପ୍ରସ୍ତର ଚୟ !

 

୧୨

ସରିତ ହେଲା ଜରତୀର ସଦୃଶ

ରଜନିକରେ ଦେବ ଦୀପ ଅଦୃଶ୍ୟ ।

ବିରହୀ ଚିତା ପ୍ରାୟ ବନ ଅନଳ

କଲେଣି ଦିଶେ ଦିଶେ ଦିଶି ଆକୁଳ ।

 

୧୩

ସର୍ବତ୍ର ବନ ସଂନିକଟ କେଦାରେ

ଡ଼ାକୁଅ ଶସ୍ୟ ନିଜ ଶୋଭା ବିସ୍ତାରେ ।

ପଲାଶୀ ପତ୍ରହୀନେ ରତାନ୍ତ ନାରୀ

ସମାନ ଦିଶେ , ନାହିଁ ସୌନ୍ଦର୍ଯ ଶିରୀ ।

 

୧୪

ଅଶ୍ଵତ୍ଥ ବଟ ନବ ପଲ୍ଲବେ ସ୍ନିଗ୍ଧ

ହରିତ ବର୍ଣ୍ଣେ କରେ ନୟନ ମୁଗ୍ଧ ।

ବିଦିତ ଏଥୁଁ ଚୈତ୍ର ବୈଶାଖ ସତ

ପଲ୍ଲବ ଶ୍ୟାମଧନେ ପ୍ରଧାନ ମାସ ।

 

୧୫

ପ୍ରାତେ ମାରୁତ ମାହ ପ୍ରୀତିର ବାସ

ବହେ ଘେନି ପାଟଳୀ ଶିରୀଷ ବାସ

ସୁରୋଦୟ ଏକାଳେ ମହାଶୋଭନ

ଦିଶେ ସେ ରମ୍ୟ କୋକନଦ ସମାନ

 

୧୬

ବେତ୍ର , ଭଇଞ୍ଚ , ଶକଟ ବାଟୁ ଆଦି

ଫରିକି ଲତା ବରି ଶୋଭା ସମ୍ପାଦି ।

ନବ ପଲ୍ଲବେ ତୋର ଉଷା ହିଲ୍ଲୋଳେ

କି ବା ସୁଷମେ ଆହା ନିରତେ ଦୋଳେ ।

 

୧୭

ଘୋର ଆତପେ ବନ୍ୟ ଜରି ଭୁମିରେ

ଚକ୍ରି ଭକ୍ଷଣେ ବ୍ୟସ୍ତ ବରାହବାରେ ।

ଶୂକର ତଥା ସମ ଭାବେ ଉଷତ

ମଧ୍ୟାହ୍ନେ କପୋତର ବିଷର୍ଣ୍ଣରୁତ

 

୧୮

ଶୁଭେ ହଳଦୀବସନ୍ତ ଆର୍ତ୍ତ ସ୍ଵର

ଆତପ ତାପେ ସନ୍ତାପିତ ଶରୀର ।

ବନ୍ଧୁର ସ୍ରୋତସ୍ଵିନୀ ସୈକତ ତଟ

ଧବଳ କ୍ଷୀରକୋଳି ପୁଷ୍ପେ ଶୋଭିତ ।

 

୧୯

କାମିନୀ କୁସୁମର ସୁସୌରଭରେ

ଚତୁର୍ଦ୍ଦିଗ ଚହଟି ବାସ ପ୍ରସରେ

ପ୍ରସ୍ଫୁଟି ଭଦପ୍ରିୟ ପୁଷ୍ପଗବୀଶ

ଆଚ୍ଛନ୍ନେ ନଦୀ ତଟ ଦିଶେ କି ଈଶ !

 

୨୦

ଦିଶେ ଦିଶେ ଦାବାଗ୍ନି ଜ୍ଵଳି କାତର

କଲାଣି ବନଭୂମି ରୁଦ୍ର ବାସର

କାଳେ ଦୁର୍ଦୃଶ୍ୟ ସର୍ବତ୍ର ଧୂମାୟିତ

କରେ ନିଶି ଅନ୍ଧାରେ ବନାଲୋକିତ ।

 

୨୧

ବନଭୁମି ପଲ୍ଵଳେଶି କାରୀବାର

ପଡ଼ନ୍ତେ ଦୃଷ୍ଟି ଦେଖି ଯାକୁ କାତର

ଆସନ୍ତେ ଚତୁଷ୍ପଦାଦି ପୟଃପାନେ

ପଡ଼ନ୍ତି ମୃତ୍ୟୁମୁଖେ ସନ୍ଦେହହୀନେ ।

 

୨୨

ବନେ ଦାବାଗ୍ନି ହେଲେ ଭୀଷଣତର

ହୁଏ ବାତାୟୁବାର ମହା କାତର

ପଳାଇ ବହ୍ନି ମୁଖୁଁ ନୃଶଂସ ବ୍ୟାଧ

ହସ୍ତେ ଅର୍ପନ୍ତି ପ୍ରାଣ ହୋଇଣ ବାଧ୍ୟ ।

 

୨୩

ଘନ ତମସେ ବ୍ୟଗ୍ରେ ରୁଷ ପଙ୍କତି

ଆସେ ପକ୍ଵ ମହୁଲ ଖାଦନେ ପ୍ରୀତି

ହେଲେହେଁ ଆହା ଡ଼ାଳି ପ୍ରରିଧି ମୁଖେ

ପଡ଼ି କାତରେ ଜୀବ ମୁଞ୍ଚନ୍ତି ଦୁଃଖେ ।

 

୨୪

ପଣା ସଂକ୍ରାନ୍ତି ଉତ୍ସବ ଘରେ ଘରେ

ହେଲାଣି ଆତପ ପ୍ରଥମ ବାସରେ

ନବ ପୁଲକେ ଭରା ନିରାଡ଼ମ୍ଵର

ପ୍ରାଣ ଉଷତ ଆଜ ଗ୍ରାମଦାସୀର ।

 

୨୫

ଗ୍ରାମ୍ୟ ପଣ୍ୟବିଥିକା ଦରିଦ୍ର ବାସ

ଧନ ବୃଦ୍ଧ ସୌଧରେ ଆନନ୍ଦୋଚ୍ଛ୍ୱାସ

ନବ ବର୍ଷର ଆଦ୍ୟ ଦିନ ନିଶ୍ଚିତ

ଧରା ନାଚଇ ଲଭି ମହା ଉଷତ ।

 

୨୬

ପ୍ରାତେ “ବନବାସିଆ” ବାରିଦଶେଷ

ଗମେ ଆକାଶେ କ୍ଷିପ୍ରେ ନାହିଁ ତା ଶେଷ

ଅଯୋଧ୍ୟାଧିପ ଯେବେ ରାମ ନୃମଣି

ଗଲେ ମହାରଣ୍ୟେ କୌଶଲ୍ୟା ଜନନୀ ।

 

୨୭

ଆରାଧି ସହସ୍ରାକ୍ଷେ ସୁବରପ୍ରାପ୍ତ

ପଥ ଲଘଂନେ ରାମ ପ୍ରଚଣ୍ତ ତାପ

ବୀରଣେ ସ୍ଵଳ୍ପ ଘନାଳିରେ ଆଚ୍ଛାଦି

ତାପ ହରଣେ ହେବ ତାପେ ବିବାଦୀ ।

 

୨୮

ତେଣୁ “ବନବାସୀଆ ମେଘ” ତା ନାମ

ଗ୍ରୀଷ୍ମ ପ୍ରଭାତେ ଦିଶେ ଯେହୁ ସୁଷମ

ପ୍ରଦୋଷେ ଅତର୍କିତେ ବାରିଦାଚ୍ଛନ୍ନେ

ହୁଏ କରକାପାତ ବୃଷ୍ଟି ସଘନେ ।

 

୨୯

ତା ସଙ୍ଗେ ଚପଳାର କ୍ଷଣେ ଚପଳ

ଦର୍ଶାଏ ଭବେ ଜୀବ ତାଦୃଶ ଖେଳ

ପଥିକର ବିପଦ ଆହା ଏକାଳେ

ଅବର୍ଣ୍ଣନୀୟ କବି ବଚନ ବଳେ ।

 

୩୦

ସ୍ତନିତ ଘନ ଘନ ଶ୍ରବଣେ ତାର

ବିଚାରେ ପ୍ରାଣ ନ ରହିବ ଶରୀର

ବରଷା ଅନ୍ତେ ପ୍ରକୃତିର ବଦନ

ଦିଶଇ ପ୍ରଫୁଲ୍ଲିତେ ସ୍ଫୁଟ ସୁମନ ।

 

୩୧

ସିକତା ସ୍ତୁପେ ଆରକ୍ତ ସ୍ଵର୍ଣ୍ଣବର୍ଣ୍ଣେ

ପକ୍ଵ ଲଙ୍କାମ୍ଵ୍ରଜନ ନୟନ ରମେ ।

ପ୍ରଖର ରୌଦ୍ର ପ୍ରାବୃଟ ସଂନିକଟ

ହେଲାଣି ଚାତକର ରବ ପ୍ରକଟ ।

 

୩୨

ବରଷାଶ୍ରୟ ଲାଗି କାକ ବକାଦି

ସଘଞ୍ଚେ ପଲାଶୀରେ ବାସ ସମ୍ପାଦି ।

ବାସ ଅପୂର୍ବ ଏ କାଳରେ ବାୟାବି

ନିର୍ମାଣଇ ଭବିଷ୍ୟ ବରଷା ଭାବି ।

 

୩୩

ଯେଉଁ ଦିଗୁଁ ଯେ ବର୍ଷ ସୁବୃଷ୍ଟି      ହେବ

ତା ବିପରୀତେ ବାସ ଦ୍ଵାର ବିହିବ ।

ପତତ୍ରୀ ହେଲେହେଁ ମାନବ ଅଗମ୍ୟ

ଜାଣିବାରେ ଭବିଷ୍ୟ ହୁଅନ୍ତି କ୍ଷମ ।

 

୩୪

ଏଥିଲାଗି ବାୟାର କେବେ କି ଯାଏ

ବାଆ କଲେ ତା ବାସ ଦୋହୋଲୁ ଥାଏ ।

ସମୀଚୀନ ଏ ଉକ୍ତି ସର୍ବତୋ ଭାବେ ।

ସୁନିଶ୍ଚିତ ସାର୍ଥକ ପ୍ରତ୍ୟକ୍ଷ ଭବେ ।

 

୩୫

ଏ ଅନ୍ତେ ଆତପର ଉତ୍ସବ ଈନି

ଚନ୍ଦନଯାତ୍ରା ଉତ୍କଳର ବିଭିନ୍ନ ।

ସ୍ଥାନରେ ଅନୁଷ୍ଠିତ ଯା ନୀଳାଚଳେ

ସୁସମ୍ଭାରେ ପ୍ରଖ୍ୟାତ ବଚନ ବଳେ ।

 

୩୬

ଘଞ୍ଚ ନଗରୀ ବହୁ ନର ମିଳନେ

ତା ଆଡ଼ମ୍ଵର ମଉଳିକତା ପୂର୍ଣ୍ଣେ ।

ଚନ୍ଦନ ସରସୀ ସେ ନରେନ୍ଦ୍ର ଯହିଁ

ଚତୁର୍ଦ୍ଦିଗେ ଅପୂର୍ବ ଶୋଭା ରାଜଇ

 

୩୭

ପ୍ରଦୋଷରେ ଘେନି ମୃତ୍ତିକା କଲଶ

ନରଙ୍କ ସନ୍ତରଣ ବିଚିତ୍ର ଦୃଶ୍ୟ

ସୁବାସ ଅଗୁରୁରେ ଲେପି ସୁ ଅଙ୍ଗ

ସୁମନ ମାଳା ଘେନି ସୁମନ ସଙ୍ଗ ।

 

୩୮

ଏହି ଆନନ୍ଦେ ଭବ ଯାତନା କ୍ଳିଷ୍ଟ

ନାହିଁ ନରର ଦୁଃଖ ସତ୍ତା କିଞ୍ଚିତ ।

ଜଗତନାଥଙ୍କ ବିଜୟ ପ୍ରତିମା

ଚାପେ ଶ୍ରୀ ମଦନମୋହନ ସୁଷମା ।

 

୩୯

ଲୋକି ବିଜେ କରାଇଁ ଭଉଁରି ବେଳେ

ସ୍ତବଧ ଶ୍ରୁତି ଗୀତ ବାଦ୍ୟ ଝଙ୍କାରେ ।

ତଥା ସମୁଲ୍ଲସିତ ଜନ ମଣ୍ତଳୀ

କେଳାହଳେ ହୃଦୟ ଉଠଇ ଫୁଲି ।

 

୪୦

ଆଗତ ଏଥୁଅନ୍ତେ ଶୀତଳଷଷ୍ଠୀ

ଶିତ ବିବାହ କରଣେ ଦ୍ଵିଜଗୋଷ୍ଠୀ

ଶାସନ ସମୂହରେ ବାହୁଡ଼ମ୍ଵରେ

ବର ଶୋଭନ ଯାତ୍ରା ଅନ୍ତେ ଶେଷରେ ।

 

୪୧

ଅଜସ୍ର ଉପସ୍ଥିତେ ବିବିଧ ବାଣ

ଲାଗେ ତହିଁ ରେ ଶ୍ରେଷ୍ଠହାବେଳୀ ନାମ

ଅଜ୍ଞାନ ବିଛା ହରଚଣ୍ତୀ ପ୍ରସାଦ

ବୈରି ଗଞ୍ଜନାଦି ମହା ମେଘନାଦ ।

 

୪୨

ଇତ୍ୟାଦି ବାଣନାଦେ ସ୍ତବଧ କର୍ଣ୍ଣ

ଭୂସୁର ବାର ତୁମ୍ଭ ସାହସ ଧନ୍ୟ ।

ଏ ସଭ୍ୟ ଯୁଗ ପ୍ରସାଦରୁ ତା ଲେପ

ପ୍ରାପ୍ତେ ତୁଟନ୍ତା ଚିତ୍ତୁ ଭୀତ ସନ୍ତାପ ।

 

୪୩

ପ୍ରବେଶ ଚମ୍ପକ ଦ୍ଵାଦଶୀ ଏ ଅନ୍ତେ

ରୁକ୍ମିଣୀ ଯେ ଦିନ ଶ୍ରୀକୃଷ୍ଣ ସଙ୍ଗତେ ।

ପ୍ରଣୟ ସୂତ୍ରବଦ୍ଧ ହୋଇ ଉଷତ

ପ୍ରାପ୍ତ ଅପ୍ରାପ୍ତ ଯେଉଁ ଜଗତନାଥ ।

 

୪୪

ଏ ଅନ୍ତେ ଦେବ ସ୍ନାନ ପୂର୍ଣ୍ଣିମା ଆସେ

ଉତ୍କଳ ପର୍ବେ ସେ ପ୍ରଧାନ ଦିବସେ ।

ବିଶେଷେ ପୁରୀକ୍ଷେତ୍ର ସ୍ନାନ ଦର୍ଶନ

ଆଶେ ଭାରତୁଁ ରୁଣ୍ତ ଅସଂଖ୍ୟ ଜନ ।

 

୪୫

ସମସ୍ତ ଜନପଦେ ଏ ଗ୍ରୀଷ୍ମ କାଳେ

ଲକ୍ଷିତ ଜଳାଭାବ ଅଳ୍ପାଧିକରେ ।

ସର ସରସୀ ନୀର ବିହୀନ ଦେଖି

ମୀନ ନୟନେ ବ୍ୟସ୍ତ କୈବର୍ତ୍ତ ତତି ।

 

୪୬

ଧୂସରାକାଶୁଁ ରବି ଦେବ ଜ୍ଵଳନ

ସମ କରୁଅଛନ୍ତି କର ବର୍ଷଣ ।

ପ୍ରଚଣ୍ଡ ତପ୍ତ ବାତେ ରଜନିକରେ

ସଙ୍ଗତେ ଶୁଷ୍କପୂର୍ଣ୍ଣ ଉଡ଼େ ପ୍ରଖରେ ।

 

୪୭

ଦର୍ଶାଇ ରୁକ୍ଷ ଦୃଶ୍ୟ ଶେଷ ଗ୍ରୀଷମ

ହୁଅନ୍ତେ ଶ୍ରୁତି ପ୍ରୀତି ଚାତକ ସ୍ଵନ

ସେ ସିନା ପ୍ରାବୃଟ ଆଗମ ସୂଚକ

ନିଶ୍ଚେ ଯେ କାଳ ସର୍ବ ଶସ୍ୟୋତ୍ପାଦକ ।

 

ବର୍ଷା

ରାଗ-ଆଷାଢ଼ଶୁକ୍ଳ ବାଣୀ

 

ଉପଗତ ହେଲା ବରଷା କାଳ ,      ଗ୍ରୀଷ୍ମ ଉପତାପେ ନଦୀ , ପଲ୍ଵଳ

ଶୁକ୍ଲ ଯେ କେଦାରାଦି ବନହୀନେ ,      ଲଭେ ନବ ପ୍ରାଣ ଘନ ବର୍ଷଣେ ।

ଜଳଦ ସତତ

ଗର୍ଜନେ ପ୍ରତିଧ୍ଵନିତ ଦିଗନ୍ତ ।୧।

 

ପୂର୍ବାହ୍ନେ ପ୍ରକଟ କାନ୍ତି କଜ୍ଵଳ ,       କଳାହକ ଚଳେ ଶିଖରୀ ଚୂଳ

ତା ଜୀବନ ଦାନୁଁ ସିକତା ଶୋଭୀ ,      ସ୍ରୋତସ୍ଵିନୀ ସରସ ରସେ ଦ୍ରବି

ପାରାବାର ଦିଗେ

ଲୋଡ଼ି ଠାବ ଗମେ ମହାନୁ ରାଗେ ।୨।

 

ଭିଆଇ ଅଟବୀ କବି କି ମୂକ ,      ସାମୁକ ହେଲେ ସଦା ମକ ମକ

ହର ହାରାହାର ଧୈବତ ଧ୍ଵନି ,      ଜଳଦେ ଜଳଦେ ଆର୍ତ୍ତ ମାଗୁଣି

ଚପଳେ ଚପଳା ,

ବିହେ ମେଘମାଳେ ନିରତ ଲୀଳା ।୩।

 

ସ୍ତନିତ ସତତ ହେଲା ଜନିତ ,            ଶ୍ରୁତି ଉପଗତେ କରେ ବିଭୀତ

ନବମେ ଦୂରେ ବିଲୋକିଣ କେକୀ ,      ନିରତେ ନୃତ୍ୟେ ତା କଳାପ ଟେକି

ଆହୁରି ଡ଼ାହୁକ ,

ରାବିଲେଣି କୁଞ୍ଜେ ହୋଇ ଉତ୍ସୁକ ।୪।

 

ଶିଳା ବନ୍ଧୁର ଶେଯେ ତରଙ୍ଗିଣୀ ,       ବହଇ ଉତ୍ତାଳ ତରଙ୍ଗ ଘେନି

ପୁଣି ବିବର୍ଷଣେ କରକାପାତ ,            ବିଶେଷରେ ସମାନ ଲୋଷ୍ଟ୍ରବତ

ବିଲୋକି ମରାଳେ ,

ଉଡ଼ିଗଲେ ମେରୁକୁ ସେ ଚପଳେ ।୫।

 

ଶଶୀ ଭାନୁ ଖରେ ଘନାଚ୍ଛାଦନେ ,      ଲୁଚି ରହେ ନିରତ ତେଜ ହୀନେ

ପୁଣି ନିଶିରେ ରୁକ୍ଷପନ୍ତି ଲୀନେ , ପୂରଇ ତା ସ୍ଥାନେ ଜ୍ୟୋତି ରିଙ୍ଗଣେ

ପଦ୍ମିନୀ ବିହୀନ ,

ଦିଶେ ସରସୀ ମହା ଅଶୋଭନ ।୬।

 

ବେନି ଶିଖର ସ୍ପର୍ଶି ସପ୍ତବର୍ଣ୍ଣ ,            ଘେନି ରାଜେ ମଘବା ଶରାସନ

ଠାବେ ଠାବେ ଶୈଳ ନୀଳ ବିଗ୍ରହେ , ଭାଷଇ ଶୁକ୍ଳାଭ ଅଭ୍ର ସନ୍ଦେହେ

ପରତେ ଏମନ୍ତ ,

ପୟଃ ଫେନେ ବିଷ୍ଣୁ ଅଙ୍ଗ ଶୋଭିତ ।୭।

 

ସତତ ଧରା ପାତରେ ପ୍ରପାତ ,       ଭୀଷଣ ରବେ ହୁଏ ଉତ୍ସଳିତ

ସେ ଧାରାପାତ ବିଭୀତେ ଶରଳ ,       ନିକର ସହନ୍ତି ଯେସନେ ଖଳ

ଭାଷ ସୁଜ୍ଞଜନେ ,

ସହନେ ସଦା ସମର୍ଥ ପ୍ରମାଣେ ।୮।

 

ବେନିକୁଳ ଲଘିଂ ସରିତ ଚାହିଁ ,      ପର ଅପର ଯାହାଠାରେ ନାହିଁ

ପଥିକ ନିକର ଆକୁଳ ମତି ,            ଶଙ୍କିତ ତରଣେ ନ ଥାଇ ଶକ୍ତି

ତହୁଁ ସେ ନିରାଶେ

ବାହୁଡ଼ନ୍ତି ସଦନେ ମହାତ୍ରାସେ ।୯।

 

ବେନିକୂଳେ ଗ୍ରାସେ ତୀର ବିଟପୀ ,      ପଡ଼ଇ ଉପୁଡ଼ି ଧୈର୍ଯ ନରଖି

ବିଲୋକେ ଶଇଳ ଉଭା ଅଟଳେ ,      ସୁଜନ ଯଥା ବର ବିପତ୍ତିରେ

ସୁସ୍ଥିର ନିୟତ ,

ସତିତ୍ଵ କି କାମୀ ଚାଟୁ ରେ ଭ୍ରଷ୍ଟ ।୧୦।

 

ରୁକ୍ଷ ନିଦାଘେ ରସା ଅଯତନ ,      ନବ ଦୁର୍ବାଦଳେ ଦିଶେ ଶୋଉନ

ବହୁ ନବ ପଲ୍ଲବ ପଲାଶୀରେ ,       ଜାତ ଅର୍କ ପାଦପ ତା ହୀନରେ

ଅଶୋଭା ଦିଶନ୍ତି

ଲୀନ ସ୍ଵରାଜ୍ୟେ ଯଥା ଦୁଷ୍ଟତତି ।୧୧।

 

ସର୍ବତ୍ର କଦମ୍ଵ ପ୍ରଷ୍ଫୁଟିତରେ       ଅପୂର୍ବ ଶୋଭା ମେଦିନୀ ବିତରେ

କୃଷକେ ଶସ୍ୟେ କାଶ୍ୟପି ସୁଶୋଭା , କର ନିବାର ତୋଳନେ ସେ ଲୋଭା

ଗୁଳ୍ମର ଗହଳେ

କଦା ପଥ ନଦିଶଇ ବିରଳେ ।୧୨।

 

ତେଜେ ସଲିଳ କୋକ ଜାୟାପତି ,      କାନନ ଜନ୍ତୁ ସଙ୍କୁଳ ସଂପ୍ରତି

ଭୁଜଙ୍ଗେ ଏକାଳେ ମହା ଭୀତିଦ ,      ନବ କଞ୍ଚୁକେ ତାର ଅବୟବ

ସର ସନ୍ନି କଟେ

ଭକ୍ଷଣେ ଦର୍ଦ୍ଦୁରଚାର ପ୍ରକଟେ ।୧୩।

 

ବନଘନେ ସର୍ବତ୍ର ସରାବିଳ             ଦିଶଇ ପାଣ୍ତର ତଥା ପଙ୍କିଳ

ତୀର ପଲାଶୀରେ ନପଡ଼େ ଛାୟା       ଦିନୁଁ ଦିନ ସଂବୃଦ୍ଧି ତାରକାୟା

ଯଥା ବହୁ ବିତ୍ତ

ଲଭି ଦରିଦ୍ର ହୁଏ ଗରବିତ ।୧୪।

 

ପ୍ରାବୃଟ ସେ ହିତ ସତ ଆନଙ୍କୁ       ଅହିତ ଅହି ପରା ବିରହୀଙ୍କୁ

କମୀ ମନୁଜେ ନିଶ୍ଚୟ ଦୁର୍ଦ୍ଦିନ ,      ହତ ହୁଏ ସାନମାନୁ ଦହନ

ଖର ସୁରତାପ ,

ନିଉନତା ଭଜି ଆଶ୍ରିଲା ଶୀତ ।୧୫।

 

ଆଗତ ଏକାଳେ ରଜ ସଂକ୍ରାନ୍ତି ,      ନିଦାନ ଯେ ଦିବସ କ୍ରୟବ୍ୟାପି

କୃଷି ଆଦି ଇତ୍ୟବସର କାର୍ଯ୍ୟ ,      ନିଷିଦ୍ଧ କରଣେ ପୂର୍ବୁ ନିଧାର୍ଯ୍ୟ

ସର୍ବଂସହାଙ୍କର

ବିଖ୍ୟାତ ଯେହୁ ବିଶ୍ରାମ ବାରେ ।୧୬।

 

ଅନନ୍ତ ଜୀବ ଲସ୍ୟାନନ୍ତଘାତ ,            ସହେ ପ୍ରତିଘାତ ବେଦନା ସତ

ଉତ୍କଳେ ପ୍ରାଣୀ ତହୁଁ ତ୍ରିଦିବସେ ,       ଲଭି ଅବସର ଶ୍ରାନ୍ତି ହରେ ସେ

ଧନ୍ୟ ଏହୁ ରୀତି

ନରମତି ଅନିର୍ବାର୍ଯ୍ୟଭିବ୍ୟକ୍ତି ।୧୭।

 

ଘୋର ତମିସ୍ରରେ ଘନ ଗର୍ଜନ       ସଙ୍ଗେ ସଙ୍ଗେ ବନାବଳୀ ପତନ

ସଙ୍ଗେ ବକ ଭେକ ଧାରାବାହିକ ,      ଶୁଣନ୍ତେ ରବ ପରାଣ ପୁଲକ

କଦମ୍ଵ ସୁମନେ

ଭମେ ମଧୁପ ଗୁଣୁ ଗୁଣୁ ସ୍ୱନେ ।୧୮।

 

ସିଙ୍ଗଳାଭାଷଇନ୍ଦ୍ର ଗୋପାବଳୀ ,       କୋମଳ ତୃଣେ ମହା ଶୋଭାଶାଳୀ

ଦିଗବଳୟ ବ୍ୟାପି ଶତ୍ରୁ କୋଦଣ୍ତ ,      ଦଣ୍ତ ତ୍ରିବର୍ଣ୍ଣ ରଞ୍ଜିତ ସୁଖଣ୍ତ

ଯହିଁ କେକାରବ

ମୁଖରିତ କରେ ବନ ବିଭବ ।୧୯।

 

ଅପରାହ୍ନେ ନବୀନା କାଦମ୍ଵିନୀ ,      ନୀଳାଙ୍ଗେ ଖରେ ଘନୀଭୂତ ପୁଣି

ତଟିନୀ ଆନପାର୍ଶ୍ଵେ ଦୂରବର୍ତ୍ତୀ ,       ଶୈଳାଳି ବୃଷ୍ଟିପାତେ ନଦିଶନ୍ତି

ଶୁଭ୍ର ଘନଶ୍ରେଣୀ

ତରେ କ୍ଷୀପ୍ରଗତିରେ ଖ-ସରଣୀ ।୨୦।

 

ବିହେ ଅଗତି ଯହିଁ ସଦାଗତି ,            ବିଟପ ବିନାଶି ଗଣିକା ପନ୍ତି

( ଜୁଇଲତା ମାନ )

ହସେ ସ୍ଵମନରେ ପୀତ ବଧୁଲୀ ,      ବିମଳ କଦମ୍ଵ କକୁଭ ଆଳୀ

( ଅର୍ଜ୍ଜୁନବୃକ୍ଷ )

କକୁଭ କଦମ୍ଵ ( ଦିଗବୃନ୍ଦ )

ମଳିନ ରଭସେ ହରାଇ ଦମ୍ଭ ।୨୧।

 

ଉଠୁ କଦଳୀ ( ତୃଣଗଜା ) ଅତ୍ୟନ୍ତ ଲାଳସେ ,

ଭକ୍ଷିଲେ କଦଳୀ ସଦା ରଭସେ ( ମୃଗ )

କାମେ ଦର୍ଦ୍ଦୁ ର ହରଷ ହୋଇଲା ,       ବର କୋଳେ ଗନ୍ଧ ବତୀ ଶୋଭିଲା

ବର କୋଳଦାରେ ,

ସହଜେ ଗନ୍ଧ ବତୀ ଶୋଭାହାରେ ।୨୨।

 

ମଧ୍ୟେ ମଧ୍ୟେ ଶରତ ଆଡ଼ମ୍ଵରେ ,      ସୁଷମା ଦର୍ଶାଇ ବାରିଦ ତଡ଼େ

ତ୍ର ଯାମା ଦିନେ ଦିନେ ସମୁଜ୍ଜ୍ଵଳ ,       ଜ୍ୟୋତିଷ୍କ ପୁଞ୍ଜେ ପୁଣି ସୁଧାକର

ଦିଶେ ସେ ବିମଳ

ଆଚରନ୍ତି କି ଘନମାନେ ଖେଳ ।୨୩।

 

ଶୀକ୍ଷେତ୍ରେ ଏକାଳେ ଗୁଣ୍ତିଚା ଶୋଭା ,       ବିହେ ସମସ୍ତ ମନଃପ୍ରାଣ ଲୋଭ

ବନଜାସନ , ଭବ , ବିଷ୍ଣୁ ଦେଖି ,       ଅଜସ୍ରାଗତ ସ୍ଵଜନ ଉପେକ୍ଷ

ଯେ ଚିନ୍ମୟ ପ୍ରେମେ ,

ସୁଭକ୍ତି ପୁଲକେ ତନ୍ମୟେ ଭମେ ।୨୪।

 

ଶେଷୋତ୍ସବ ପ୍ରାବୃଟର ଝୁଲଣେ       ସୀମା ନାହିଁ ତ ମନୁଜ ଦର୍ଶନେ

ପୂର୍ଣ୍ଣ ସୁଧାଂଶୁ ବାସରୁଁ ସମାପ୍ତ ,      ଜରତ ଜୀବନ ସମ ପ୍ରାବୃଟ

ଶରଦ ନୂତନେ

ଉପଗତ ଭବେ ନବ ଭୂଷଣେ ।୨୫।

 

ଶରତ

ରାଗ-ଚୋଖୀ

 

କୁହେଳୀ ନାଶୀ ଶରଦ       ଆଗମେ ନୀରଦ ଶଦ୍ଦ

ଦୁର୍ଘଟ ହେଲା ବିଶଦ , ଯାହା ସ୍ପର୍ଶନ

ଶେଷ୍ଠ ଭେଳା ଧୀବରୀ

ବରାହବାର ପୃଥ୍ଵୀ

 

ମାତ୍ର ବିକଶିଲା କାଶ             କୁସୁମ କ୍ଷୀର ସଂକାଶ

ଅମଳିନ ରବି ତାପ ଶୁଦ୍ଧ ଗଗନ

ନିଶିଥରେ ଦର୍ଦ୍ଦୁ ର ସ୍ଵର

ନିରତ କର୍ଣ୍ଣ ସ୍ପରଶେ ହେଲା ବଧିର ।୧।

 

ଅଯାଚିତ ସୁବର୍ଷଣ ,       ଯା ଯୋଗୁଁ ତଡ଼ ଗଗଣ

ପରିପୂର୍ଣ୍ଣେ କୁମୁଦ କହ୍ଲାର ଫୁଟଇ

ଉର୍ଦ୍ଧ୍ଵେ ନିର୍ମଳ ଶଶଙ୍କ             ତଳେ କୃଷକର , କ୍ଷେତ୍ର

ପୂର୍ଣ୍ଣ ସୁନ୍ଦର ପ୍ରାନ୍ତର ଯହିଁ ଦିଶଇ

ଜୀର୍ଣ୍ଣ ଶେଫାଳିକା ତାହାର

ଅଜସ୍ର ସୁମନ ଦାନେ ଅଛି ତର୍ପର ।୨।

 

ଉଦେ ଘନ କ୍ଷଣେ କ୍ଷଣେ             ଲୁଚେ ବର୍ଷାପତି ତେଣେ

ବିଚାରି ପରଖେ କିତା , କାନ୍ତାନୁରାଗ ?

ଅବା ରାହୁଗ୍ରସ୍ତ ହରି             ତରଣ ଭାବନା କରି

ପକାଇ ମେଘରେ ପଶେ              ଲଭି ଉଦ୍‌ବେଗ

ଏକାଳେ ସକଳ କେଦାରେ ,

ଶୁଭେ କୁଳବଧୂ ଗୀତ ସଦା ସୁସ୍ଵରେ ।୩।

 

ମଧ୍ୟେ ମଧ୍ୟେ ସୁଶୀତଳ             ଜଗତ ପ୍ରାଣ କେବଳ

ବହି ଆନୋଦ ବିଳସେ ଜନ ହୃଦୟ ।

ହରିତାୟମାନ ଶସ୍ୟ            କ୍ଷେତ୍ରେ ଭରତିଆରୁତ

ଶୁଭେ ବାରେ ବାରେ କର୍କଶତା ନିଶ୍ଚୟ ।

ବର୍ନ ଜନୀ ବିଧୁନ ନରେ

ନରସି ଗମେ ନିବାର ଆହରଣରେ ।୪।

 

ବଳକ୍ଷ ପକ୍ଷେ ସୁନ୍ଦର             ହୀରକ ସନ୍ନି ଭ ତାର

ତାରକା ରାଜି ଖଚିତ ବିଷ୍ଣୁ ପଦରେ ,

ପାତେ ଈକ୍ଷଣ ଜବନେ             ଉଦେ ଏ ଭାବ ସଘନେ

ଘୋଷେ କି ଖ-ବିଭୁଙ୍କ ବିରାଟତ୍ଵଭୁରେ

ନିଶ୍ଚିତତା ବସୁମତିରେ ,

ବସୁମତୀରେ ସୁକବି ବଚନହାରେ ।୫।

 

ଏକାଳେ ଜ୍ୟୋତ୍ସ୍ନା ବିଭବ             ବିଧୁ ପୀୟୁଷ ସମ୍ଭବ

କରେ ସର୍ବତ୍ରାଲୋକିତ କି ମନୋରମେ

ବେନି ଚତୁର ଋତୁର             ମଧ୍ୟେ ଶରତ ଆବର

ବପ୍ତା ମହୀଶ ଭାବୁକ ଭାବ ଭବନେ

ଗତ ବିବୁଧାଦ୍ରି ଶୋଭନ

ସପ୍ତାଶ୍ଵ ବର୍ଣ୍ଣନେ କବି ନିଶ୍ଚେ ଅକ୍ଷମ ।୬।

 

ପୁଣି କାହିଁ ସୋମ ଫୁଲ             ସ୍ଵ ସୁବାସେ କି ପ୍ରଫୁଲ୍ଲ

କରେ ମନୁଜ ବୀକ୍ଷଣେ ନୋହେ ଗୋଚର

ଯଥା ସାତ୍ଵିକ ମାନବ             ପାଇଲେହେଁ ବିଦ୍ୟା ସର୍ବ ,

ନଥାଇ ତିଳେ ପ୍ରୟାସ ନାମରେ ତାର

କିବା ପ୍ରାଣାରାମ ସୁଗନ୍ଧି

କିଣି ମନଃ ପ୍ରାଣ ତ୍ୱରା ନିଅଇ ବାନ୍ଧି ।୭।

 

ଚତୁର୍ଦ୍ଦିକ୍ଷୁ କଣିଅର             ଛୁରିଅନା ନାଗେଶ୍ଵର

ଗୁବାକ ପୁନ୍ନାଗ ଇଜ୍ଜ୍ଵଳ ବୃକ୍ଷ ବ୍ୟୁହ

ବଳାହକ ବାରି ଧୌତ            ଲଭି ଭଜେ ସୁଜୀବିତ

ନିବିଡ଼ ଧ୍ଵାନ୍ତ ରଚଇ ନିଶି ନିବାହ

ସ୍ଵଭାବରେ ଶରତଚନ୍ଦ୍ର

କରେ ଆଲୋକିତ କରେ ତାମସ ସାନ୍ଦ୍ର ।୮।

 

ତରଙ୍ଗିଣୀ ସୁବିସ୍ତୀର୍ଣ୍ଣ            ଯେହୁ ଅବ୍ଜ ବିନାଶନ

ଉରସେ ଅବ୍ଜକିରଣ ପାତେ ତା ଗାତ୍ର ।

ଏକ ବିଧୁ ବିଷ୍ଣୁ ପଦେ             ଶତ ଶତ ଏହା ହୃଦେ

କି ହୃଦୟ ସ୍ପର୍ଶି ଦୃଶ୍ୟ ଚିତ୍ତୋଚ୍ଚାଟକ

ପାଶ ସହକାର ଅଟବୀ

ଧୂସର ଆଲୋକେ ପ୍ରେତାବୟବ ଭାବି ।୯।

 

ସନାତନ ନିୟମରେ             ଜନ୍ମାଷ୍ଟମୀ ଘରେ ଘରେ

ପ୍ରତିପାଳିତ ବାସରେ ନୀରଦପନ୍ତି

ପୂର୍ବୁ ପ୍ରଚଳିତ ଯେଣୁ             ଆବୃତ ଗଗନ ତେଣୁ

ସହ ବାରିବର୍ଷଣେ ବହେ ସଦାଗତି

ଦେବ ଦେବୋଦ୍ଭବ ଶ୍ରବଣେ

ସୋତ୍କଣ୍ଠି ତ ନରନାରୀ ଗୁରୁଙ୍କ ସନେ ।୧୦।

 

ବାରେ ବେନି ପୁରସାର             ମୋହନ ଶ୍ରୀହରିଙ୍କର

ଅବତାର ଦିନ ବର୍ଷା ଗଭୀର ନିଶି

ଖଦ୍ୟୋତକାରୀ ଅଦୃଶ୍ୟ             ଭୀଷଣେ ତା ସମଦୃଶ୍ୟ

ଘୋରାନ୍ଧକାରେ ସୁସୁପ୍ତ ମଥୁରାବାସୀ

ଜାଗ୍ରତରେ କାରା ରକ୍ଷକ

ଅର୍ଗଳାବଦ୍ଧ ସେ ବସୁଦେବ ଜନକ ।୧୧।

 

ସଙ୍ଗେ ଅତ୍ୟନ୍ତ ବାତୁଳା             ଦେବକୀ ଭୀତି ବିହ୍ୱଳା

ମଧ୍ୟ ଯାମେ ଜନ୍ମ ଯେ ଜଗତ ଜୀବନ

ବିଲୋକି ନୀରଦ ନୀଳ  ତନୁ ନିନ୍ଦେ ନିଳୋତ୍ପଳ

ବିଶ୍ୱ ସଂରକ୍ଷକ ଯେହୁ ପରମବ୍ରହ୍ମ

ଦର୍ଶନେ କମଳ ଲୋଚନ

ଜାଗେ ହର୍ଷ ବିଷାଦ ବସୁଦେବ ମନ ।୧୨।

 

ଈଦୃଶ୍ୟ ଜନ୍ମ ଅଷ୍ଟମୀ             ଶେଷେ ଗଜାନନ ନମି-

ବାକୁ ଚତୁର୍ଥୀ ବାସରେ ବାଳାରାଧନେ

ପୂଜୋପକରଣ ନେଇ ସୁମନ ସମ୍ଭାର ଥୋଇ

ପୂଜନ୍ତି ଭକ୍ତି ତଦ୍ଗତେ ବିଦ୍ୟା ଆଦାନେ ।

ସର୍ବ ବେଣୁଁ ଗୁରୁ ସକାଶେ

ରତ ଆଦାୟେ ଯେ ଯାହା ଦିଏ ହରଷେ ।୧୩।

 

ସୋମନାଥ ସ୍ଵର୍ଣ୍ଣଚୂଡ଼             ବ୍ରତେ ନାରୀ ଏ ପ୍ରଗାଢ

ଭକ୍ତି ସରସେ ଦ୍ରବିତ ଚିତ୍ତ ନିଚୟ ।

ପରେ ପରେ ରାଧାଷ୍ଟମୀ             ବାମନ ଜନ୍ମକୁ ଘେନି

ଉତ୍ତାଳ ତରଙ୍ଗ ପରି ହୁଏ ଉଦୟ ।

ଦ୍ଵିତୀୟ ଯା ସୁନିଆଖ୍ୟାତ

ନବ ବରଷ ଆରମ୍ଭେ ପୂରା ସମ୍ରାଟ ।୧୪।

 

ପରେ ଭଗବତ ଜନ୍ମ             ପୁଣି ଦ୍ଵି ତୀୟାନଶନ

ତହୁଁ ହୈମବତୀ ପୂଜା ସୁସମାଗତ ।

ସଙ୍ଗେ ଜନକ ତର୍ପଣ             ସମାରମ୍ଭ ତା ଚରମ

କାଳ ମହାଳୟ ଅମାବାସ୍ୟା ବିଦିତ

ଦଶହରା ଷୋଡ଼ଶ ଯାମେ

ମହୋତ୍ସବାଗତେ ବସୁଧାଦ୍ଭୃତମାନେ ।୧୫।

 

ପୁର ଶାରଦୋତ୍ସବର             ଏ ବାସରେ ହିନ୍ଦୁନର

ବରେ ଦିଗ୍ ବିଜୟୋଲ୍ଲାସେ ବାହାରୁଥିଲେ ।

ସେ ଶିକ୍ଷାରେ ଉତ୍କଳର             ସଂପ୍ରତି ଭୁଦ୍ଭୃତେ ଚାର

ଘେନି ସଶସ୍ତ୍ରେ ବାହାର ମୃଗୟାଛଳେ

ମୁଖରିତ ମୁଖରବରେ

ଅଟବୀ ପ୍ରତି ନିନାଦେ ଉତ୍ତରଛଳେ ।୧୬।

 

କୁମାର ପୂର୍ଣ୍ଣିମାଗମେ             ତହୁଁ ଅନୃଢା ବାମାଏ

ଶରତ୍ନ ବିଧୁ ସଂପୃଜନେ ହେଲେ ତତ୍ପର

ଶରତ୍ନଜ୍ୟୋତ୍ସ୍ନା ପୁଲକିତ             ସୁଖ କଲ୍ଲୋଳ ପୂରିତ

ସରଳ ସ୍ନିଗ୍ଧ କୌତୁକ ହାସ୍ୟ ରସର

ସରେ ଦ୍ରବୀଭୂତ ସକଳେ

ଶୋଭା ଦର୍ଶନେ ଭାବୁକ ବଚନ ବଳେ ।୧୭।

 

ଶରତ ଲଷ୍ମୀ ସର୍ବତ୍ର             କଳ ହାସ୍ୟେ କଲ୍ଲୋଳିତ

ସରସଭା ବିଭାଷିତ ପୂତ ବିଭବ ।

ହୁଅନ୍ତେ ଅଦୃଶ୍ୟ ବର             ହେମନ୍ତ ଆଗମନର

ସୁଚନା ଦର୍ଶାଇ ସୁନୀଳୋତ୍ପଳ ନିଭ ।

ସୁଶୋଭିତ ରକ୍ତ ରକ୍ତକ

ହେଲେଣି ସରେ ଦର୍ଶକ ସୁଖ ଦାୟକ ।୧୮।

 

ହେମନ୍ତ

ରାଗ-ରାମକେରୀ

 

ଶରତ ଅନ୍ତରେ ହେମନ୍ତ ସମାଗମେ ସର୍ବତ୍ର

ବଳାହକ ଶୂନ୍ୟ ଆକାଶେ ସୌଷ୍ଠବେ ସୁରଞ୍ଜିତ

 

ହରିତାୟମାନ ଶସ୍ୟ ଯେ ରବି ଫସଲ ଆଦି

ବୋଳେ ବିଶ୍ଵମ୍ଭରା ଶୀଅଙ୍ଗେ କିବା ବନ ହଳଦୀ ।

 

ଜୀବନ ଆଦର ସର୍ବତ୍ର ନିବେଶିଲା ଦହନେ

ବିଷଦ ମୟୁଖ ପରାୟ ଆଶା ରବି କିରଣେ ।

 

ଭୂଧବ କୋଳିରେ ଲତିକା ତତିହରିତ ବର୍ଣ୍ଣ

ପୁଷ୍ପବତୀ ଯହିଁ ଉତ୍ନଫୁଲ୍ଲ ସେବତୀ ମନୋରମ ।

 

ଜଳାଇଲା ଦୀପ ଛଳରେ ହସନ୍ତୀକି ବାସରେ

ବାସର କ୍ଷୀଣତା ଭଜିଲା ନିଶି ବୃଦ୍ଧି କ୍ରମରେ ।

 

ଅମଳ ଅମ୍ଵର ହୋଇଲା ଅନିଳରେ ଅସ୍ନେହ

ଇନ୍ଦୁ ଅଗୁରୁରୁ ଆଦର ତୁଟି ବସନେ ସ୍ନେହ ।

 

ଦ୍ଵିତୀୟା ହିମାଂଶୁ ସନ୍ନିଭ ଅଗସ୍ତି ଚତୁର୍ଦ୍ଦିଗେ

ପ୍ରସ୍ଫୁଟିଲା କିବା ରଜତ କରବାଳ ସୁପ୍ରଭେ ।

 

ନିଶି ନିଦ୍ରାମେଳେ ଉନ୍ନତ ନରେ କଲା ସେ ନତ

ସସ୍ତ୍ରୀକି ଯୁବତୀ ପିଧାନେ କଲା ତନୁଚ୍ଛାଦିତ ।

 

କି କରୁଣ ସ୍ଵନେ କପୋତ ଡ଼ାକ ଦେଲାଣି ବନେ

ସତେ ହଜାଇଛି ତନୟ ଭୀମ ଭବାବ୍ଧି ବନେ

 

କଦା କୁଜ୍‌ଝଟିରେ ଅଟବୀ ହେଉଅଛି ଗୁପତ

ବିଭବ ବିହୀନେ ହେମନ୍ତ ଅହିପରା ଅହିତ ।

 

ସୁଭାଗ୍ୟ ଆଦରି ଶ୍ରୀହୀନେ ଜାନୁ ଆଲିଙ୍ଗନରେ

ବିତାଇଲେ ଦୁଃଖେ ତ୍ରି ଯାମା ଅବ୍ଜଜନିଗ୍ରହରେ

 

ଏକାଳେ ଉତ୍ସବ ଆଗତ ପିତୃ ଆହ୍ଵାନ କାଳ

ଦୀପାବଳୀ ଅମାବାସ୍ୟା ଯା ଖ୍ୟାତ ଏହି ଭୂତଳ

 

ତହିଁ କୁଟୀବାସୀ ସନ୍ନିଧୂଁ ହର୍ମ୍ମ୍ୟ ଭୋଗୀ ଆବର

ସର୍ବେ ଆଲୋକିତ କଲେଣି ପ୍ରଦୀପରେ ଅପାର ।

 

ଉତ୍କଳେ ସ୍ଵର୍ଗତ ଜନକ ଆହ୍ଵାନରେ ଏକାଳେ

ଏ ଆଲୋକ ଦାନେ ସରବେ ନିରତ ଘରେ ଘରେ ।

 

ପରେ ପରେ ଭୋଗୀ ଚତୁର୍ଥୀ ଅଳାଁ ନବମୀ ଆଦି

ଗୋବର୍ଦ୍ଧନ ପୂଜା , ଅଙ୍ଗନା ପର୍ବ ଆସେ ସମ୍ପାଦି ।

 

ତହୁଁ ଦେବ ଦେବ କୁମାର ସୁପବିତ୍ର ପୂର୍ଣ୍ଣିମା

ଦିନେ ଧନୀଙ୍କର ଅଜସ୍ର ଦାନେ ବୃଦ୍ଧି ଗାରିମା ।

 

ପୁଣି ତରୁଣୀ ଏ ଯାମିନୀ ଶେଷ ଯାମେ ସରସୀ

ମଧ୍ୟେ ରମ୍ଭା ବଳ୍କଳରେ ସେ ପୋତମାନ ଭସାନ୍ତି ।

 

ଏ ରୁତୁରେ ଚକ୍ରବାଳରେ ପୁର୍ଣ୍ଣ ଇନ୍ଦୁ ଉଦିତ

ତାର ପ୍ରତୀତ ଯେ ଆକାଶେ ରୌପ୍ୟ ଚକ୍ର ତବ୍ଦତ ।

 

ବାରିଦହୀନ ବିଷ୍ଣୁ ପଦେ ତାର ତାରକା ରାଜି

ସମୁଦିତେ କଲେ ମନୁ ଜୋଥ୍ଥାନ ପତନ ରାଜି ।

 

ଏକାଳେ ଉତ୍କଳ ପ୍ରସିଦ୍ଧ ଶରତ୍ରାସ ଉତ୍ସବ

ଶେଷ ଲଭେ ସବୁଠାରେ ଯା ବ୍ୟାପି ବିଧୁ ପ୍ରଭାବ ।

 

ତଦୁତ୍ତାରେ ଜ୍ୟେଷ୍ଠ ତନୁଜ ପରମାୟୁ ବର୍ଦ୍ଧନ

ପ୍ରଥମ ଅଷ୍ଟମୀ ଉତ୍ସବ ଉତ୍କଳେ ସମାସୀନ

 

ଜନପଦେ ଏତଦ୍ ଭିନ୍ମାନ୍ୟ ପର୍ବ ନୋହେ ଲକ୍ଷିତ

ପୁଣି ଆବରଣ ଷଷ୍ଠୀ ସେ ତହୁଁ ସୁସମାଗତ ।

 

ଜଗତ ଜୀବନ ଏ ଦିନେ ଅଙ୍ଗେ ବର ବସନ

ଆବୋରିବେ ହିମ ପ୍ରଭାବେ ପ୍ରାକୃତର ସମାନ ।

 

ମାର୍ଗଶିରେ ମହାଲକ୍ଷ୍ମୀଙ୍କ ଦିନେ ନର ସର୍ବତ୍ର

ଶିରୀ ସମ୍ପୁଜନେ ରତ ଯା “ମାଣବସା” ବିଦିତ ।

 

ସର୍ବ ସମ୍ପଦାଧିକାରିଣୀ ଅବେ୍ ଜୋପରି ଆସୀନ

ମହତ ମହିମା ଯାହାଙ୍କ ବର୍ଣ୍ଣ ତପ୍ତ କାଞ୍ଚନ ।

 

କରିବର ଧୃତ କଲଶ ସ୍ନାନାର୍ଥେ ନିର୍ବାଚନ

ଈଦୃଶ ଦେବୀଙ୍କ ସ୍ଵରୂପ ଭବନାରେ ନିମଗ୍ନ ।

 

ମାର୍ଗଶିର ପୂର୍ଣ୍ଣ ବିଧୁରେ ପଣ୍ତୁ ପୂର୍ଣ୍ଣିମା ଖ୍ୟାତି

କୌରବ ସମର ଅନ୍ତରେ ସର୍ବ ପଣ୍ତୁ ସନ୍ତତି ।

 

ଅକୂଳ ଅତଳ ସେ କୁରୁ ଅମ୍ବୁନିଧି ତରଣୀ

ପ୍ରତିମ ପତିତପ ବନେ ପୂଜୁ ଥିଲେ ସେ ପୁଣି ।

 

ନାମ ତହୁଁ “ପଣ୍ଡୁ ପୂର୍ଣ୍ଣିମା” ମହୋତ୍ସବେ ବିଖ୍ୟାତ

ବାସରେ ବାସରେ ସୁସମାରୋହେ ପ୍ରତିପାଳିତ ।

 

ଉଷା ପ୍ରାକ୍କାଳରେ କକୁଭ କୁହେଳୀରେ ଆବୃତ୍ତ

ଶୀତଳ ତୁଷାର କଣିକା ପ୍ରବାହକ ମରୁତ ।

 

କରେ ସର୍ବଜୀବେ ଆନତ ଯେହୁ ଉନ୍ନତ ଜନ

ନାମ ବିଧି ସୃଷ୍ଟ ସାର୍ଥକ ନିଶ୍ଚେ ଋତୁ ତୁହୀନ ।

 

ପୁଞ୍ଜୀଭୂତ ହିମ ବିନ୍ଦୁ ରେ ଔଷଧୀଶ ନିଷ୍ପ୍ରଭ

ଶୁକ୍ଲ ଯବନିକା ବିସ୍ତାର ଅଛି କି ପଦ୍ମ ଭବ

 

କୃଷକେ କେଦାର ସମ୍ପତ୍ତି ବିନିମୟେ ଯା ପ୍ରାଣ

ବିଦିତ ଆଦରେ ସ୍ଥାପିଲେ ଯେ ଯାହାର ସଦନ

 

ଈଦୃଶ ଶିଷ୍ୟ ପଟ ଗୁରୁ ଆହ୍ଵାନରେ ନିରତ

ଜ୍ୟେଷ୍ଠ ସାନୁଜରେ ହୋଇବା ପରି ସୁନିମନ୍ତ୍ରିତ

 

କାଳ ପ୍ରାୟ କାଳ ଶିଶିର ଉପଗତ ଭୂତଳେ

ହେଉ , ପଦ୍ମ ବନ ନାଶିଲା ଯଥା କରୀ ସବଳେ ।

 

ଶିଶିର

ରାଗ- ମଙ୍ଗଳ

 

ହେମନ୍ତର ଶେଷେ ହିମ ପତନେ ତୁହିନ

ସର୍ବତ୍ର ମନୁ ଜେ ଡ଼ାକ ଦିଅନ୍ତି ତୁ ହୀନ ।

 

ଶୁଭ୍ର ନଦୀ ସୈକତେ ଜୀବନ ନୀଳ ବେଣୀ

ସୌନ୍ଦର୍ଯ୍ୟ ସେ ସ୍ପର୍ଶେ ଯାହା ବିଷ ପ୍ରାୟ ମଣି ।

 

ପୀତବର୍ଣ୍ଣ ସର୍ଷ ପ ହରିତ ଇକ୍ଷୁ କ୍ଷେତ୍ର

କକୁଭ କଦମ୍ଵ ପୂର୍ଣ୍ଣେ ଦିଶଇ ବିଚିତ୍ର ।

 

ଦୀନବନ୍ଧୁ ପରାପତି ଥାଉ ସେ ପଦ୍ମିନୀ

ବଡ଼ ଦୀନ ବନ୍ଧୁ ଅଭାବରେ ମ୍ଳାନ ଧନୀ ।

 

ଶିଖରୀ ଗାଢ ନୀଳମା କୁହେଳୀରେ କିଛି

ପରିବୃତେ ଦିଶେ ମ୍ଳାନବାସ ପିଧାନିଛି ।

 

ଗୋଲାପ ସମ ଅର୍ଯମା ଅସ୍ତ ଶିଶିରର

ସୁଚେ ପୂର୍ଣ୍ଣ ଆଗମନ ଭାବୁକେ ବିଚାର ।

 

କାଳକଣ୍ଠ ଭରତିଆ ଦମ୍ପତି ସୁପ୍ରେମ

ଲଭିବା ସମ୍ପତ୍ତି ରବେ ମୁଖରିତ ବନ ।

 

ଅଗରା ବିଟପୀ ଏକାଳରେ ପୁଷ୍ପବତୀ

ଯାର ତଳ ଇଦ୍ର ନୀଳ ଭୂଖଣ୍ତ ପ୍ରତୀତି ।

 

ସହକାର ଶୋଭାକରୀ ବକୁଳ ଆଗମେ

ଚନ୍ତ୍ରୀକୃତ ପତ୍ରାବଳୀ ମହା ମନୋରମେ ।

 

ଶତବର୍ଗ ପୁଷ୍ପେ ପୁଷ୍ପବାଟୀ ତାରକିତ

କୁରୁକେ ପାଟଳୀ ସ୍ଥାନେ ସ୍ଥାନେ ହରିତ ।

 

ବନେ ଧବ ପିଅଳ ମୁକୁଳିରେ ବସନ୍ତ

ଆଗମବଦେ ଅର୍ପି ତା ଫଳ ସ୍ଵାଦୁଯୁକ୍ତ ।

 

ସରସୀ ଚୟେ ଅଗଣ୍ୟ ଚକୋର ଦମ୍ପତି

କ୍ରୀଡ଼ୁ ଛନ୍ତି ଲଭିଅର୍ଦ୍ଧ ସୁଖର ସମ୍ପତ୍ତି ।

 

ତୁଷାରର ପରାକାଷ୍ଠା ପାର୍ବତ୍ୟ ପ୍ରଦେଶେ

ସମଧିକେ ଦିଏ କ୍ଳେଶ ନିଃସଂଶୟ ବେଶେ ।

 

ଉତ୍କଳର ଶମ୍ଵର ଦଶମୀ ପର୍ବବର

ଜନେ ଏ ଦିନେ ପୂଜନ୍ତି ଭାସ୍ଵର ଭାସ୍କର ।

 

ତ୍ରିକାଳ ଉଷ ପ୍ରଦୋଷେ ମଧ୍ୟାହ୍ନେ ପୂଜନେ

ରତ ନରନାରୀ , ବିଧି ଶାସ୍ତ୍ରୋକ୍ତ ପ୍ରମାଣେ ।

 

ତତଃପରେ ଅସେ ପୁଷ୍ୟାରିଷେକ ପୂର୍ଣ୍ଣିମା

ଶ୍ରୀରାମ ଯେ ଦିନେ ଅଭିଷେକେ ଭ୍ରଷ୍ଟମନା

 

ବଂଶ ଅନୁଗତ ଧର୍ମ କୁଳ ଅନୁଗତେ

ଅଭିଷିକ୍ତ ସମାରୋହେ ରସାପତି ଯେତେ ।

 

ବକୁଳ ଅମାବାସ୍ୟା ତା ପରେ ସମାଗତ

ଚୂତ ମୁକୁଳର ଉଦ୍ ଗମ ଏ ଭାବେ ଖ୍ୟାତ ।

 

ଆମ୍ର ବକୁଳ ସୁବାସରେ ଜଗତ ନାଥ

ଘେନନ୍ତି ମସ୍ତକେ ତାର ଜୀବିତ କୃତାର୍ଥ ।

 

କିନ୍ତୁ ଆହା ବିଧୁନ୍ତୂଦ କୁହେଳିକା ଗ୍ରାସେ

ଅସ୍ତ ପ୍ରାୟ ଝଡ଼େ ଆମ୍ର ମୁକୁଳ ବିଧୁ ସେ ।

 

ବ୍ୟାଘ୍ର ସମ ମାଘ ଆସି ଆକ୍ରମନ୍ତେ ଜନେ

ବିନା ବିପ୍ଳବେ ଅରାତିବର ପ୍ରାୟମଣେ ।

 

ପୁଣ୍ୟମାସ ନାମ ଖ୍ୟାତ ପରମ ପଦବୀ

ପିପାସୁ ମୁମୁକ୍ଷୁ ଅବ୍ୟୟ ନିଃଶ୍ରେଣୀ ଭାବି ।

 

ସରସୀ ଉଷ୍ଣ ସଲିଳୁ ଯାମିନୀ ଅନ୍ତିମ

ଯାମେ ହୁଏ ମହା ଉପକାରୀ ଧୂମୋଦ୍ଗମ ।

 

ମାଘାବଗାହନକାରୀ ଅର୍ଥେ ଚକ୍ରଧର

ବିହିଛନ୍ତି ପରା ଉଷ୍ଣ ସୂଚନେ ଧୂମର ।

 

ମହାପୁଣ୍ୟ ମକର ସଂକ୍ରମଣ ବାସରେ

ତେଜି ତରଣୀ ଦକ୍ଷିଣ , ଉତ୍ତରେ ପ୍ରସରେ ।

 

ସର୍ବଦେବ ସନ୍ନିଧାନେ ମକର ତଣ୍ତୁଳେ

ପୂଜନ୍ତି ସରବେ ଯେ ଯାହାର ଭାଗ୍ୟବଳେ ।

 

କୋଣାର୍କରେ ମାଘମାସ ସପ୍ତମୀ ଦିବସେ

ଉପଗତ ବହୁ ଯାତ୍ରୀ ରତ୍ନାକର ଦେଶେ ।

 

ଅତ୍ୟଭୁତେ ସେହୁ ଚକ୍ରବାଳ ରେଖା ପରେ

ସୁରୋଦୟ ଦରଶନ ବିସ୍ମୟ ବିତରେ ।

 

ବିତାଡ଼ନ ଏଥୁ ଅନ୍ତେ ଶିଶିରେ ଆଚର୍ଯ

ପରବେଶ ହେଲା ଋତୁରାଟ ବସୁନ୍ଧରୀ ।

 

ପଞ୍ଚମ ସ୍ଵରରେ ଅଳି ମଙ୍ଗଳ ସଙ୍ଗୀତ

ଗାଇଲେ , ବାଇଲା ବୀର ତୂର ଝଙ୍କାରିତ

 

ମଳୟ ହିଲ୍ଲୋଳ ଚାର ସର୍ବାଗ୍ରେ ପ୍ରଚାର

କଲା ବିଜୟ ଘୋଷଣା ବସନ୍ତ ରାଜାର ।

 

ନବ କମଳିନୀମାନେ ହେଲେ ବିକସିତ

ଧବ ନାଗେଶ୍ଵର ପୁଷ୍ପ ଟେକେ ପାଟଛତ୍ର ।

 

ବିଧୁ ମୁଖୀ ବିନା ବିଦେଶୀରେ କି ତର୍ଜନା

ପ୍ରଷ୍ଫୁଟିତେ ନାଶିବିଟି ବୋଲେ ଛୁରିଅନା ।

 

ଅତି ରସମୟ ସାର ବସନ୍ତ ସମୟ

ପ୍ରବେଶେ ଲାଜେ ଉଭେଇ ଗଲେ ଋତୁଚୟ ।

 

ବିଭୁବରେ ଷଡ଼ ଋତୁ ବର୍ଣ୍ଣନେ ମୁଁ କ୍ଷମ

ହେଲି କୋବିଦେ ହେ ଦୋଷ ଏଥି ନ ଘେନିମ ।

 

ଜରତ ବିମ୍ଵ ଅଧର ଯେ ପଦ୍ମ ଲୋଚନ

ପତିତ ଜନ ଯାଦବ ପଶଇ ଶରଣ ।

 

ଏଣୁତେଣୁ

ନିଶୀଥ ଚିନ୍ତା

 

(୧)

ଅସ୍ତହେଲେ ବିବସ୍ଵାନ ପ୍ରତୀଶ ଆଶାରେ

ନିଶା ଯୋଷା ସମାଗତ ଅସ୍ଫୁଟେ ଧରାରେ ।

 

ପ୍ରଦୋଷ କାଳ ଶୀତଳ ମନ୍ଦ ସମୀରଣେ

ଝୁଲୁଛନ୍ତି ତରୁଲତା ଉଦ୍ୟାନେ କାନନେ ।

 

ବାସର ଯାବତ କର୍ମ ହୋଇଅଛି ଶେଷ

ବାହୁଡ଼ନ୍ତି ଜନେ ଏବେ ଶାନ୍ତିର ଆବାସ ।

 

ସରସୀ ଜଳେ ସାରସ ମୁଦିଛି ନୟନ

ନାହିଁ ଭ୍ରମର ଗୁଞ୍ଜନ କୋକିଳ କୂଜନ ।

 

ଗଗନ ମାର୍ଗେ ପତତ୍ରି ଗଣସମାଦରେ

ଉଡ଼ି ଯାଉଛନ୍ତି ସ୍ଵୀୟ ଆବାସ ଆଶାରେ ।

 

ଗୋଧନଗଣ ଘେନିଣ ଗୋପାଳ ନନ୍ଦନ

ବାହୁଡ଼ଇ କେଦାରରୁ ସୁସ୍ଵର ତୋଳିଣ ।

 

ବିପଣୀଗଣ ଆଲୋକ ମାଳେ ଆଲୋକିତ

ଲାଗିଅଛି କାରବାର ଜନସଂଖାତୀତ

 

କେ ଗୃହିଣୀ ପାଇଁ କିଣେ ସୁରଙ୍ଗ ଦୁକୁଳ

ସେ ଯେଣୁ ଅଟେ ତାହାର ପରାଣ ସମ୍ଵଳ ।

 

କେ କିଣେ ଖଣ୍ତୁଆ ପ୍ରାଣପ୍ରଣୟିନୀ ପାଇଁ

ତ୍ରିଯାମା ଯାପନେ ତାହା ବିନୁ ଅନ୍ୟ ନାହିଁ ।

 

ନଜାଣେ ପାମର ପିଣ୍ତୁ ଜୀବ ଯେବେ ଛାଡ଼ି

ପଳାଇବ ପ୍ରାଣ ପ୍ରଣୟିନୀ ଥିବ ପଡ଼ି ।

 

ପାପ ପିଣ୍ତେ ପ୍ରେମିକାର ପ୍ରେମ ନିବନ୍ଧନ

କାଟିବାର ରହୁ ଦୂରେ ନ କହେ ବଚନ ।

 

ମଣ୍ତିଲେ ଯାଇ ମଣ୍ତପ ବହି ଅନୁରାଗ

ସୁସ୍ନେହରେ କୋଳେ ତୋଳି ନେଉଥିଲା ଆଗ ।

 

ଏବେ ଲୋଟୁଛି ଧରାରେ ଫିଟୁଛି କୁନ୍ତଳ

ହଜୁଅଛି ଧୃତିଦେହେ ନ ରହୁଛି ବଳ ।

 

ବାହୁନି ବାହୁନି କେତେ କରୁଛି ବିକାଶ

ଅରି ଅନାଉଁ ଅରୀଷ୍ଟ ଦେବରେ ଅଶ୍ୱାସ ।

 

ଜବେ କୋଳେ ତୋଳି ଧର ପ୍ରସାର ତୋ ବାହୁ

ଜୀବପ୍ରପୀଡ଼କ ମାର ତ୍ରାସ ନାଶ ଯାଉ ।

 

ମଉନେ କିପାଇଁ ମଥା ନୁଆଉଁ ଭୂତଳେ

ଚରାଚର କେ କାହାର ନୁହନ୍ତିରେ ତିଳେ ।

 

ଅଛି କାଳ ମହୋଦଧି ଅତ୍ୟକ୍ତ ଗୋପନେ

ହୁଅନ୍ତି ତା ଗର୍ତ୍ତେ ସର୍ବେଲୀନ ଭାଗ୍ୟ କ୍ରମେ ।

 

ତା ଗର୍ଭେ ସମସ୍ତେ ସମ ନାହିଁ ବଡ଼ ସାନ

ନିର୍ଦ୍ଧନ , ଧନୀ , ଲଭନ୍ତି ଏକତ୍ର ଆସନ ।

 

ତୋପରି ପାପାତ୍ମାଗଣ ଭୋଗୁଥାନ୍ତି ଦଣ୍ତ

ନିରତେ ଦିଅନ୍ତି ଡ଼ାକ ରଖ ଆଦିକନ୍ଦ ।

 

ସେ କାଳେ ତୋ ଡ଼ାକ କେହି ନଶୁଣିବେ ତିଳେ

ତୁ ଯେଣୁ ହରିଲୁ ପରଦାରା ମର୍ତ୍ତ୍ୟତଳେ ।

 

ସେ ନାରୀ ପ୍ରୀତି ଆଚରି ମୋହିଲା ତୋ ମନ

ବେଳୁଁ ବେଳ ଦୃଢୁଁ ଦୃଢତର ହେଲା ପ୍ରେମ ।

 

କେତେ ଧନ ରତ୍ନ ତାକୁ ଦେଲୁ ଅକାତରେ

ସାଧ୍ଵୀ ଶୀରୋଭୂଷା ଯୋଷା ଥାଉ ସନ୍ନିଧିରେ ।

 

ଏରୀତି ଅନାଇଁ ଅନୁନୟ କେତେବାର

କଲା ତାହା ନ ଘେନିଲୁ ଅର୍ପିଲୁ ସତ୍ଵ ର ।

 

ମର୍ତ୍ତ୍ୟେ ଦେଲୁ ଯେତେ ଦଣ୍ତ ସୁରପୁରେ ତାହା

ଭୋଗୁ କହିବାକୁ ଆହା ନାହିଁ କାହା ରାହା ।

 

ନରାଧମ ଅଜ୍ଞାତରେ କଲୁ ଯେତେ ପାପ

କୃତପାପ ଖଣ୍ତନାର୍ଥ କର ଅନୁତାପ ।

 

ମାଗ ତ୍ରିଲୋକ ପାଳକ ଆଶୀର୍ବାଦ ଭିକ୍ଷା

କରପାପୀ ପରିତ୍ରଣ ମନ୍ତ୍ର ମନେ ଦୀକ୍ଷା ।

 

ଅଶେଷ ବ୍ରହ୍ମାଣ୍ତ ଯାହା ଆଜ୍ଞାରେ ଚାଳିତ

ଚିନ୍ତ ପାପ ନିବାରକ ହୃଦୟେ ସତତ ।

 

(୨)

କେ ଶୁଣିବ ମୋର ବାଣୀ ଦୀନ ହୀନ ଅତି !!!

କେତେ ବୁଝାଇଲେ ନ ବୁଝଇ ଯାର ମତି ?

ହୋଇ ନାରୀ ପ୍ରେମ ମନ୍ତ୍ର ଦୀକ୍ଷାରେ ଦୀକ୍ଷିତ

ଦୁକୂଳ ଧରି ଏକାନ୍ତେ ଗମିଲା ତ୍ଵରିତ ।

କେ ତୃପ୍ତ ନୋହିବ ଲୋକି ବିପଣୀ ବୀଥିକା

ନିର୍ଦ୍ଧନ ପ୍ରାଣେ ଯେ ସଦା ଦେଉଥାଏ ଦକା ।

ତହିଁ ଶୁଭେ ଦିବା ନିଶି ଶତମୁଖ ଗୋଳ

ନାନା ଜନପଦୁଁ ନାନାଜାତି ତହିଁ ଠୁଳ ।

କିଣୁଛନ୍ତି ଦ୍ରବ୍ୟମାନ ଅଭିରୁଚି ମତେ

ଫେରୁଛନ୍ତି ସର୍ବେ ଏବେ ରାତ୍ରି ଅର୍ଦ୍ଧ ଗତେ ।

ପ୍ରବେଶିବେ ସମାଦରେ ଶାନ୍ତିର ନିଳୟେ

ସୁତେ ଜଗିଥିବେ ବାଟ ପୁଲକିତ କାୟେ ।

ଭୁଞ୍ଜିବେ ତହୁଁ ବ୍ୟଞ୍ଜନ ସୁତ ଜାୟା ବଳେ

ଯାପିବେ ଶର୍ବରୀ ନିଦ୍ରା ଦେବୀଙ୍କର କୋଳେ ।

ନିଶ୍ଚିନ୍ତ ନିଶ୍ଚିନ୍ତେ ନିଶିଥିନୀ ପୁହାଇବେ

ବହୁ କୁଟମ୍ଵୀ ସମ୍ଵଳ ବିହୀନେ ସଡ଼ିବେ ।

ଗୁପ୍ତପାପ ରୋଗ ପଙ୍କେ ପଡ଼ୁଥିବ ନିତି

ଡ଼ାକୁ ନଥିବକି ଆର୍ତ୍ତେ ରଖ ଜନ୍ତୁପତି ।

ବ୍ୟାଧିଗ୍ରାସେ ଭବେ କେତେ ଭୋଗିଲ କଷଣ

ଏଥିରୁ ଉଦ୍ଧରି ଧର ପ୍ରଭୁ ଭଗବାନ ।

ତବ ପାଦପଦୁ ଜୀବ ମୁକ୍ତିର କାରଣ

ଯୁଗଳ ଚରଣ ସଦା କରୁଛି ସ୍ମରଣ

ତବ ଦାସଙ୍କର ଦାସ ତାଙ୍କ ଦାସପଣ

ଆଜ୍ଞା ହେଉ ମହାବାହୁ ପତିତୋଦ୍ଧାରଣ ।

ଚିନ୍ତା ଆକର୍ଷଣେ ମନ ସର୍ବଦା ନୀରସ

କିବା ପ୍ରତେ ହେବ ବୃନ୍ଦାରକଙ୍କ ଦିବସ ।

ଅସାହସିକ ଭାବନା ହୃଦେ ନିରନ୍ତରେ

ଜାଗେ ମନେ ଯେହ୍ନେ ହର୍ମ୍ୟ ବାୟୁମଣ୍ତଳରେ ।

ଭିଆଇବା ପାଇଁ ଚିତ୍ତ ଲଭୁଛୁ ଆଶ୍ଵାସ

ନ ଲଭ ଆଶ୍ଵାସ ବାବୁ ବିଫଳ ପ୍ରୟାସ ।

ଦୁଷ୍କୃତରେ ରତ ଯେବେ ଥିବୁ ନିରଂତରେ

ଲଭିବୁ ନାହିଁ ଏ ନର ଦେହ ଦେହାନ୍ତରେ ।

ସଡ଼ିବୁ କଦନେ ନିତି ଶମନ ଭବନେ

ରତ ଥିବେ ଅନୁଚରେ କ୍ରୂର ଦଣ୍ତଦାନେ

ଚିତ୍ରଗୁପ୍ତେ ସଂକ୍ଷିପ୍ତେ ତୋ ଦୁଃଖ ଗାଇବାକୁ

ନ ଦେବେ ସମୟ କ୍ରୂରେ ଟାଣିବେ ତଳକୁ ।

ଦଣ୍ତଦାନେ ପାରଗ ସେ କର ମାନ ଏଡ଼ି

ନ ପାରିବୁ ହେଳେ ତତେ ମାରୁଥିବେ ବେଢି ।

ନ ଆସୁ ଦୁରିତ ପାଶେ ଦୁରିତ ନାଶନ

ଚିନ୍ତି ଚିତ୍ତେ କୃତ ପାପୁଁ ଲଭ ପରିତ୍ରାଣ ।

ଭବୁ ପ୍ରଭୁ ମଧୁ ରିପୁ ନେବେ ତତେ ହେଳେ

ରଖିଥିବୁ ଧ୍ୟାନ ତାଙ୍କ ପଦେ କାଳେ କାଳେ ।

 

(୩)

ନିଶା ଆଗମେ ଭାଜିଛ ସର୍ବତ୍ର ଚହଳ

ଝିଲ୍ଲୀରବ ବିନା ଶୁଭୁ ନାହିଁ ମୁଖଗୋଳ ।

 

ନୀରବ ନିସ୍ପନ୍ଦ ଏବେ କାନନ ପ୍ରାନ୍ତର

ହେଉଥିଲା ଯେହୁ କୋଳାହଳେ ଟଳମଳ ।

 

ସର୍ବେ ନିଶୀଥିନୀ କୋଳେ ଲଭିଲେଣି ସ୍ଥାନ

ଶୁଭଇ ଦୂର କେଦାରେ ଶିବାମୁଖ ସ୍ଵନ ।

 

ବସି ଅଶ୍ଵଥି ପାଦପେ ଏକାନ୍ତେ ନିଶାରେ

ଝୁରଇ ରଥାଙ୍ଗୀ ପ୍ରିୟ ବିରଦ କାତରେ ।

 

ତେଣେ ସୁଦୂର ପ୍ରାନ୍ତରେ ବଟବୃକ୍ଷେ ରହି

ସୁମରି ମରେ ରଥାଙ୍ଗ ପ୍ରିୟା ଗୁଣ ଗାଇ ।

 

ଅଦୂରେ ଶ୍ମଶାନେ କ୍ଷଣେ କ୍ଷଣେ ଶିବା ରୋଳ

ଶୁଣି ତାର ପ୍ରତ୍ୟୁତ୍ତର ଦେଉଛି କନ୍ଦର ।

 

ଶ୍ରୁତିରେ ପଡ଼େ ସାଗର ଗମ୍ଭୀର ନିର୍ଘୋଷ

ତଟବାସୀ ଜନେ ଯେହୁ ଦିଏ ସଦା ତ୍ରାସ ।

 

ଶୁଭ୍ର ତାରକା ବେଷ୍ଟିତ ବିଧୁ ଅକାତରେ ।

ଢାଳୁଅଛି ସ୍ଵଚ୍ଛକରେ ଧାରେ ରସାପରେ ।

 

ଏକାଳେ ନ ଆସେ ନିଦ୍ରା ଶୟନେ ଉତ୍ତାନେ

ନିମେଷ ବିହୀନ ନେତ୍ରେ ଦେଖିଲି ସ୍ଵପନେ ।

 

ତଡ଼ିଲ୍ଲତାରୁ ଚଞ୍ଚଳ ପୁରତେ ଅମ୍ଵିକା

ଉଭା ଦେଖି ହୃଦନ୍ତରେ ପଶିଲା ଛନକା ।

 

ତହୁଁ ସାଷ୍ଟାଙ୍ଗେ ଭୂତଳେ ପ୍ରଣମିଲି ଜବେ

ରିପୁ ବିମର୍ଦିନ ମାତଃ କୁଶଳ ଆହବେ ।

 

ଭାଷିଲେ ଦେବୀ ସମ୍ଵୋଧି ଶୁଣ ଶୁଣ ବତ୍ସ !

ନୁହ ଘାରି ଭବ ଜଳେ ଏ ଅତି ବିଭତ୍ସ ।

 

ସଂସାର ବତ୍ସ ! ବିଷମ ପରୀକ୍ଷାର ସ୍ଥଳ

ସମନୋହେ ଏହି ଜୀବପଦବୀ ବନ୍ଧୁର ।

 

ସେ ପଙ୍କିଳ ଭବେ ବାବୁ ନ ଯାଅରେ ସଡ଼ି

ଚକ୍ଷୁଷ୍ମାନ ଚକ୍ଷୁହୀନ ପରାୟେ ଆଲୋଡ଼ି ।

 

କେବେ ହୃଦେ ପଡ଼ି ଦୁଃଖ କରାଏ ବାଳୀଶ ,

ହେଉ ହୀନମାନ କେହୁ ନ ଦିଏ ଆଶ୍ଵାସ ।

 

ସର୍ବେ ବତ୍ସ ଲୋଡ଼ୁଥାନ୍ତି ନିଜ ନିଜ ସୁଖ

କେ କିପାଁ କାହା ଆଗରେ ହୋଇବ ବିମୁଖ ?

 

ରୋଗୁଁ ଅନବରତରେ ପିପାସା ସଂଜାତ

ପଡ଼ିଥିବୁ ଜୀର୍ଣ୍ଣାବାସେ କେ ତୋଷିବ ଚିତ୍ତ ?

 

ନ ଲଭୁ ଏହୁ ଦୁର୍ଗତ ପୂଜ ହୃଦଗତେ

“ନମୋ ନାରାୟଣ ଲକ୍ଷ୍ମୀକାନ୍ତ ମହାମତେ”

 

ଆତୁର ନରକାତର ଗିର କୃପାନିଧି ।

ଶ୍ରବଣେ ତାରିବେ ହେଳେ ସଂସାର ବାରିଧି ।

 

ଡ଼ାକୁଛନ୍ତି ଅବିରତ ପୁଣ୍ୟବନ୍ତେ ପାଶେ

ତାଙ୍କଲାଗି କ୍ରୋଡ଼ମୁକ୍ତ ରଖିଛନ୍ତି ତୋଷେ ।

 

ତା ଲଭିବା ବାଞ୍ଚ୍ଥା ଯେବେ ଆଚରିଛୁ ମନେ

“ପୂଜ ପୁତପ୍ରାଣେ , ବିଘ୍ନ ନୋହୁ ତୋ ସାଧନେ” ।

 

ଏତେ କହି ଦେବୀ କାହିଁ ହେଲେ ଅନ୍ତର୍ହତା

ଭାଜିଲା ସହସା ନିଦ୍ରା ଲଭିଲି ମୁଁ ଚେତା ।

 

କାହିଁ ନିଶି ଥିନୀ କାହିଁ ସୂଖର ସ୍ଵପନ

ଜାଗୁଛି ହୃଦୟେ ଯେହ୍ନେ ଜାଗ୍ରତ ଘଟନ ।

 

ସ୍ଵପ୍ନ

 

ନିଶି ଅବସାନ ନୋହୁଛି ନ ପଡ଼ୁଛି ପଲକ

ପଡ଼ୁଛି ମାତ୍ରକ ଶ୍ରତିରେ ନିଶାଚରଙ୍କ ଡ଼ାକ ।

 

ସର୍ବତ୍ର ନୀରବ ନିସ୍ପନ୍ଦ ନିଶା ଘୋଷେ ଗମ୍ଭୀରେ

ଉପଗତ ହୁଏ ନିରତେ ଝିଲ୍ଲୀସ୍ଵନ ଶ୍ରୁତିରେ ।

 

ଦିବାନ୍ଧ ବିରତ ବିବାଦେ ବଟ ପ୍ରସୂନ ଅର୍ଥେ

କାହିଁ କେ ହୁଅନ୍ତି ବ୍ୟଥିତ ନିଶାବସାନେ ଚିତ୍ତେ ।

 

ପ୍ରିୟଭିନ୍ନେ ଅତି କାତର ସୁର ପୁନ୍ନାଗ ବନେ

ଝୁରଇ ବିରହେ ରଥାଙ୍ଗୀ ବସି ପଲ୍ଲବାସନେ ।

 

ପୟୋଧର ପୟେ ସର୍ବତ୍ର ପୂରି ଅଛି କେଦାର

ଶୁଭୁଅଛି ଘୋର ଦର୍ଦ୍ଦୁର ରବ ତହିଁ ମଧ୍ୟର ।

 

ବିଷାଦେ ମୁଦିଛି ନୟନ ନବବାଳା ପଦ୍ମିନୀ

ବାସରେ ତେଜିବ ବିରାଗ ରବି ଲୋକନେ ଧନୀ ।

 

ଜଳଧି ଗମ୍ଭୀର ନିର୍ଘୋଷ ଆସେ ଶ୍ରତି ଅୟନେ

ଘୋଷେ ବିରାଟ ବିଭୁଙ୍କ କିବା ସ୍ଵୀୟ ଭାଷଣେ ।

 

ସୁଦୁର କେଦାର ଶୁଭଇ ଟିପାବାଦ୍ୟ ନିନାଦି

କିନ୍ତୁ ହୃଦେ ଆଜି କାହିଁକି ପାଏ ହର୍ଷେ ବିଷାଦ ।

 

ଜାଣିଲି ଦେଖିଲି ସ୍ଵପନେ ନବ ତରୁଣୀ ମଣି

ମଣ୍ତି ଥିଲା ଅଙ୍କ ପଲଙ୍କ ମୋଦେ ବରବର୍ଣ୍ଣିନୀ ।

 

ଝଟକୁ ଥିଲା ତା ସୁକାନ୍ତି ନିନ୍ଦୁ ଥିଲା ଚପଳା

ପଦ୍ମେ ଖେଳନ୍ତି କି ଭ୍ରମର ଦିଶୁଥିଲା ତା ମେଳା ।

 

ତା କୃଷ୍ଣ କୃଞ୍ଚିତ କୃନ୍ତଳ ଲୋଟୁଥିଲା ଚରଣେ

ଚହଟୁ ଥିଲା ଯା ସୁବାସ ମୃଗ ମଦକୁ ଜିଣେ ।

 

ନାସା ତିଳପୁଷ୍ପ ନୟନ ଯୃଗ୍ମ ଅପ୍ରତିହତ

ଚାହିଁ କ୍ଷଣେ ଏଣୀ ଈକ୍ଷଣ କଲା ମର୍ମେ ଆହତ ।

 

ନିନ୍ଦୁ ଥିଲା ବିମ୍ଵ ପ୍ରସୂନ ହେଳେ ଗୋରୀଅଧର

ଫିଙ୍ଗୁଛି କୁତୁକେ ଅବୀର କିବା ଅଧରେ ସ୍ମର !

 

ସୁନ୍ଦରୀ ଚିବୁକ ନିନ୍ଦଇ ଚାରୁ ନାରଙ୍ଗ ଫଳ

କରୁଥିଲା ସ୍ତନ ଶ୍ରୀଫଳ ନାମ ହେଳେ ନିର୍ମୂଳ ।

 

ସୁଗଠନ ଅଙ୍ଗେ ଅଙ୍ଗୁଷ୍ଠି ଗନ୍ଧ ପ୍ରସୂନ ଛିଛି

କରୁଥିଲା ହେଳେ ସୁନ୍ଦରୀ ନାମ ନେଇଛି ବାଛି ।

 

କଟି ନିନ୍ଦୁ ଥିଲା ନିମିଷେ କେଶରୀ କଟି ହେରି

ଆଉ ଆଉ ଶୋଭାସୁ ଦେହା ଦେହେ ଥିଲେଟି ପୂରି ।

 

ହାଶୋଭା ସଦନା ନବୀନା ମମ ପ୍ରାଣ ସଙ୍ଗିନୀ

ଆସ ଥିଲା ସ୍ଵପ୍ନେ ସମୀପେ ସ୍ଵପ୍ନେ ମିଶିଲା ପୁଣି ।

 

କିପାଁ ଲଗାଇଲୁ ପୀରତି ଲତା ମୂଳୁଁ କରତି

ହେଳା ଯେବେ ଦେବୁ ସୁନ୍ଦରୀ ଥିଲୁ ମନରେ ନିତି ।

 

ଅଲୀକ ରସରେ ମାତିଲି ହଜାଇଲି ସୁଜ୍ଞାନ

ଅକାତରେ ଦେଲା ତାହାର ଢାଳ ନିର୍ମଳ ପ୍ରେମ ।

 

ଯହିଁ ଯେତେ ସୁଖ ନିହିତ ତହିଁ ତେତିକି ଦୁଃଖ

ଥାଏ ପ୍ରଚ୍ଛନ୍ନେଟି ଆବୋରି ଭବେ ଏହା ବିଦିତ ।

 

ବିଧିକି ବିଚାର ଯତନେ ଗଢି ଥିଲା ଅବଳା

ସୁନ୍ଦରୀ ସଂସାରେ ଭାଜନ ଇନ୍ଦ୍ର ପଦବୀ ବାଳା ।

ଥାଉ ମର୍ତ୍ତ୍ୟ , ସ୍ଵର୍ଗେ ନଥିବ ସମ ଏ ବରାରୋହା

ମଧୁପାନେ ବିମ୍ଵ ଅଧରୁ ହେଲି ବଞ୍ଚିତ ଯାହା ।

ନାରୀଭୂଷ ଏକେ ଉତ୍ତମା ଦ୍ଵିଜେ ପଦ୍ମିନୀ ନାରୀ

ଅତନୁ ସୁମନ ଆଶୁଗେ ଘାରି ହେଲି ସୁମରି ।

ଶୟନେ ସ୍ଵପନେ ଚେତନେ କି ବିବରଣ କାଳେ

ଚିନ୍ତି ଦ୍ରବୀଭୂତେ ହେଲେଣି ନିତି ମାର ଅନଳେ ।

କାହିଁ ମୁଖ ସ୍ଵପ୍ନ କାହିଁ ମୋ ହୃଦୟର ସଙ୍ଗିନୀ

ପଡ଼ି ଯାହା ପ୍ରେମ ଦୀକ୍ଷାରେ ହେଲି ଦୀକ୍ଷିତ ପୁଣି ।

ବାମା ନାମ କରି ତାରକ ସଦା ହୃଦ ଅନ୍ତରେ

ଜପୁଥିବି ପ୍ରୀତି ଅଞ୍ଜଳୀ ଦେଉଥିବି ଭକ୍ତିରେ ।

କେତେ ଦିନେ ଭକ୍ତ ଭକ୍ତିରେ ପ୍ରୀତି ଲଭି ଯୁବତୀ

ବର ଦେଇ ଯୁବ ବୃନ୍ଦେ ମୋ ଶିରେ ଟେକିବି ଛତି ।

ପରିଶେଷରେ ଏ ମୋ ମିନତି ବାଳା କଞ୍ଜ ଚରଣେ ।

ସୁମନୁ ନୋହିବ ପସୋର ଥିବି ସଦା ସ୍ମରଣେ ।

 

ସନ୍ଧ୍ୟା

( ଶ୍ରୀବତ୍ସ ଲାଞ୍ଚ୍ଥନ ଦେବ ମୋ ହୃଦ ଗଗନେ ବୃତ୍ତରେ )

ଆସୁ ଅଛି ଘୋଟି ଖରେ ଯାମିନୀ କାମିନୀ

ପୂଜିବ କି ଅର୍ଘ୍ୟେ ସନ୍ଧ୍ୟା ଦୂତୀ ବିଶ୍ଵ ବିନ୍ଧାଣୀ । ଘୋଷା ।

ଭାଜିଛି ବାସର ହାଟ ସର୍ବେ ସ୍ଵୀୟ ଗୃହାଗତ

ଭ୍ରମଣି ତେଜି ପତତ୍ରିଗଣ ନୀଡ଼େ ଗଲେଣି ।

ଅଟବୀ ତଟ ବୃକ୍ଷକେ ନିରୋଳ କପୋତ ଡ଼ାକେ

ହଜାଇଛି ଭବାର୍ଣ୍ଣବେ ଯେଣୁ ପୁତ୍ରମଣି ।

ରଥାଙ୍ଗ ରଥାଙ୍ଗୀ କାହିଁ ନିଶାଗମେ ଦୁଃଖୀ ହୋଇ

ହେଲେଣି ଅଲଗା ସ୍ଵୀୟ ଦୋଷ ଗୁଣି ଗୁଣି ।

ପାଦପେ ସାୟାହ୍ନେ ପୂତେ ପୂଜନ୍ତି କି ହୃଦଗତେ

ସର୍ବଗ୍ରାସି ନିଶୀଥିନୀ ବିଶ୍ଵଶାନ୍ତି ଦାୟିନୀ ।

ଆସ ହେ ସରବେ ମିଳି ବିଭାବରୀ ପଦେ ଚଳି

ଜଣାଇବା ଆତ୍ମ ଦୁଃଖ ଘେନିବେ କଲ୍ୟାଣୀ ।

( ଶ୍ରୀ ଶ୍ରୀ ଶ୍ରୀ ରାମଚନ୍ଦ୍ର ମର୍ଦ୍ଦରାଜ ଦେବଙ୍କ ଶୁଭପରିଣୟୋପଲକ୍ଷେ )

 

ରାଗ-ଚୋଖି

 

ଜୟ ଜୟ ବିଦ୍ୟା ଦାତ୍ରୀ       ବାଗୀଶ୍ଵରୀ ରୂପେ ଖ୍ୟାତି

ବନ୍ଦେ ଚରଣ ସମ୍ପ୍ରତି ଜ୍ଞାନ ବିହୀନ ,

ଉଦ୍ଦହ ରାମଚନ୍ଦ୍ରଙ୍କ            ବର୍ଣ୍ଣନା ଭିଳାଷେ ରଙ୍କ

ପରି ଯାଦବ ଆତଙ୍କେ ପଶେ ଶରଣ

ବଦମାତଃ ସୁପଦବାର

ପଠନ ଅଗମ୍ୟ ସ୍ଵଳ୍ପ ବିଦେ ଆବର ।

 

ଉତ୍ପତ୍ତିସ୍ଥିତ ପ୍ରଳୟ ,       କାରକ ଏକାନ୍ତ ପ୍ରିୟ ,

ସୁବିଦିତ ଏଣୁ ଲୟ , କରିଛି ତବେ ,

ମହତୀ ଆଶ୍ରା ବିଫଳେ ,       ନ ଫଳିଛି କେତେ ବେଳେ

ବ୍ୟାସ କାଳିଦାସ ବରେ ବିଜୟ ଭବେ

ବିବେକହିଁ ଏହି ଉଦିତ ;

ସେ ତାରକା ମୁଁ ଜ୍ୟୋତିରିଙ୍ଗଣ ନିଶ୍ଚିତ ।

 

ତୁଚ୍ଛ ହେଲେହେଁ ପ୍ରତିଭା ,      ନ ବିକାଶେ କିମ୍ଵା ପ୍ରଭା ,

ଜାଣି ନିଃସଂଶୟେ କଲି ଗୀତ ଚଚନା ,

ମଧୁଲିଟ ଉଚ୍ଛି ଷ୍ଟରେ ,       ଅମୃତ ଆଦରେ ସୁରେ ,

କରନ୍ତି ଯେମନ୍ତ ସାଧୁ ଜନେ ଭାବନା

କରି ଏ ଚରିତ୍ର ମଧୁର ,

ଶ୍ରୁତିମୁଖେ ପିଅ ତେଜି ଯେ ଦୋଷବାର ।

 

ଗଞ୍ଜାମର ଅଭିରାମ ,      ଆସ୍ଥାନ ଅଣ ଉପମ ,

ଖଲ୍ଲି କୋଟ ଖ୍ୟାତ ନାମ ଯେ ବସୁଧାର

ପ୍ରକୃତିର ପ୍ରେରଣାରେ ,      ମୁଗ୍‌ଧ ପ୍ରାଣ କ୍ଷଣକରେ

ଉପମା କି ଦେବା ସର୍ବ ଶୋଭା ଆଧାର

ମର୍ଦ୍ଦରାଜ ଶ୍ରୀରାମଚନ୍ଦ୍ର ,

ଏହି ଜନପଦାକାଶ ଉଲ୍ଲାସ ଚନ୍ଦ୍ର ।

 

ପିତୃହୀନ ବାଲ୍ୟୁଁ ମାତା ,       ଯତ୍ନେ ହେଲେହେଁ ରଖିତା

ଅସହ୍ୟ ବାଦ ବିରଚେ ଘୋର ଦୁର୍ବିଧି

ବିପନ୍ନ କରୁଁ ରତନ ,      କରି ସେ ପ୍ରତିଗ୍ରହଣ ,

ନେଲା ଚିର ବାଞ୍ଚ୍ଥିତ ଯେ ରତନ ନିଧି

ତହୁଁ ରାୟେ ସଶୋକ ମନେ

ସେବିଲେ ଭାରତୀ ରହି ଦୂର ଭବନେ ।

 

ଉଦେ ହେଉଥିବା ପୁତା       ଲିଭି ସବିଶେଷେ ମାତା

ସର୍ବ ବିଷାଦ ଦୁଶ୍ଚିନ୍ତା , ତେଜିଛି ମନୁ

କ୍ରମାନ୍ଵୟେ ବାଳଲୀଳା ,      ଅନ୍ତେ କର୍ଣ୍ଣବୋଧ ଖେଳା ,

ଇବ ବିଦ୍ୟା ଶିକ୍ଷାଳୟେ ନ ଭୁଲି ଅଣୁ

ବ୍ରତୋପନୟନ ଏ ଅନ୍ତେ

ଲୋକିଛି ଜନମ ଭୂମି ମହା ଉଷତେ ।

 

ଆଜି ପୁଣି ସେ ପୁତ୍ରର      ପ୍ରଣୟ ବିଧିରେ ବର

ସୁନ୍ଦରୀବର ସମ୍ଭାରେ ହେବ ବରଣ ,

ଅତ୍ୟନ୍ତ କୋମଳ ଚିର ,      ପୋଷିତ ସୁଭାବବାର ,

ଆଭାଷି ହୃଦେ ରାଜତ୍ଵ , କରେ ସ୍ଥାପନ –

( ଏଠାରେ ଜନ୍ମଭୂମି ଖଲ୍ଲି କୋଟକୁ ଉତ୍‌ପ୍ରେକ୍ଷା କରାଯାଇଅଛି )

ଆଶା ସଦା ସମଚ୍ଛୁକିତେ

 

ବିକାଶେ ନିଶି ବାସର ମହା ଜ୍ଜ୍ଵଳନ୍ତେ ।

ସୁତ ଅପ୍ରାପ୍ତ ବୟସ୍କ ,            ଯୋଗୁଁ ମାତା ପ୍ରଧାନିକ ,

ରାଜ କର୍ମଚାରୀ ରାଇ ଭାଷନ୍ତି ଜଣେ ,

ବାଳ ଦେଖୁ ଦେଖୁ ମାଥ ,             ତୋଳିବାରେ ମନୋରଥ

କଲାଣି ସୁରସାଗ୍ରହ , ନବଯୌବନେ ,

ବିଦ୍ୟାଭ୍ୟାସେ ତତ୍ପର ମତି

 

ଗୁଣି ଗଣ ଅଗ୍ରଗଣ୍ୟ ଗଣିକ ଅତି ।

ପରଂପରା ସାଂସାରିକ ,-            ର ବିରୋଧିଅନିଚ୍ଛୁକ ,

ଦେଖୁଛି ତ ତୁମ୍ଭେ ମୌନ , ସରଦ ସମେ

ସଭୁ ମୋ ସର୍ଥେ ବୀର ,             ଲୋକେ ଖ୍ୟାତ ହରିହର

ଲିଭାଇଲା ମନ୍ଦ ବିଧି ଆଶା ଜ୍ଜ୍ଵଳନେ

କହିଥିଲା ପରା ମୋହରି ,

 

ପୁତ୍ରର ବିବାହ ଭାର ସିନା ତୁମ୍ଭରି ।

ସର୍ବ ମଧ୍ୟେ ଲୌକିକର ,            ପ୍ରତାପ ଲାଗି ପ୍ରଖର ,

ଜାଣୁଛି କାର୍ଯ୍ୟ ତୁମ୍ଭର ହେଉଛି ଅତି ,

ସ୍ଵଭାବେ ତ ବିଶ୍ଵନାଥ             ମହତ ଗୁଣେ ଗରିଷ୍ଠ,

କିବା ଅବିଦିତ ତାରେ , ବିସ୍ମୟେ ଚିନ୍ତି

ବୁଝ ପତ୍ରୀ ସ୍ଥାନ ବିଶେଷେ

 

ସୌନ୍ଦର୍ଯ ବୁଦ୍ଧି ଏକତ୍ର , ସୁସମାବେଶେ ।

ବିଶ୍ଵନାଥ ବ୍ରହ୍ମା ଏହି ରାଜଧାନୀର ପୁରାତନ ଓ ପ୍ରଧାନତମ

କର୍ମଚାରୀ ଅଟନ୍ତି । ଏ ବ୍ୟକ୍ତି ସ୍ଵର୍ଗୀୟ ହରିହର ମର୍ଦ୍ଦରାଜ ଦେବଙ୍କର

ବିଶେଷ ପ୍ରିୟପାତ୍ର ଥଲେ । ସମ୍ପ୍ରତି ତଦ୍ରୁପ ।

ଲଭି ଆଜ୍ଞା ଜନନୀର ,            ଶ୍ରୀମାନ ଚନ୍ଦ୍ର ଶେଖର ,

ନାମ ପ୍ରଖ୍ୟତ ଦେଶର , ତାଅନ୍ଵେଷଣେ ,

ସମସ୍ତ ଭୁପତି ବଂଶ ,             ବିଲୋକିଣ ହୀନ ଆଶ ,

କାହିଁ ନମିଳିଲା ସମେ , କନ୍ୟା ରତନେ ,

ବିଧିବାଧ୍ୟ ନିର୍ବନ୍ଧ ଥିଲା ,

 

ଅତୁଳ ସୁନ୍ଦରୀ ଜେମା ଷୋଡ଼ଶ କଳା ।

କର୍ଯ କନ୍ୟା ନିର୍ବନ୍ଧନ ,            ପ୍ରତ୍ୟାଗତ ବିଚକ୍ଷଣ ,

ସରଭସେ ଆୟୋଜନେ ହେଲେ ତତ୍ପର

ପ୍ରଧାନ ମନ୍ତ୍ରୀ ପ୍ରଭୃତି             ଅଗ୍ର ସର ଚମୂପତି ,

ମାଜିଲେ ନିଜ ନିଜ ର ଯାତ୍ରା ସମ୍ଭାର

ବିଧିମନ୍ତେ ନିୟୋଗମାନ

 

ଯେ ଯାହା ଦତ୍ତ ସଶସ୍ତ୍ର , ହସ୍ତେ ଉଚ୍ଛନ୍ନ ।

ଶୁଭେ ଏ ବାରତା ଲଭି ,             ଜନପଦ ଦେବ ଦେବୀ

ଉଦ୍ୟତ ପ୍ରସ୍ଥାନ ଲାଗି ରାଜଗହଣେ ,

ବାଲୁକେଶ ଅମରେଶ ,            ବାହୁତି , ଶ୍ରୀ ଜଗନ୍ନାଥ ,

ଆଉ ଅପ୍ରକାଶ୍ୟେ ମହା ଉଷତ ମନେ ,

ପଥ ପ୍ରଦର୍ଶକ ରୂପରେ

 

ଚଳନ୍ତି ସର୍ବେ ଷୋଡ଼ଶକଳା ନବରେ ।

ବସି ସର୍ବେ ବାଷ୍ପଯାନେ ,            ଯେ ବାୟୁ ଗତି ନଗଣେ

ସମାସୀନେ ଭଦ୍ରାସନେ ରାୟେ ଚିନ୍ତନ୍ତି

ଆପ , ବହ୍ନି ପ୍ରଖରତା ,            ବଶୁଁ ଯାନ ତେଜ ଚିନ୍ତା

ପ୍ରବେଶିଲା ଦୃଢେ ଚନ୍ଦ୍ର ହାସ ବସତି ,

ଚିତ୍ତୋଚ୍ଛନ୍ନ ଲାଳସା ଉଦେ ,

 

ମାର ଶର ବୈଶ୍ଵାନର ବିଭେଦେ ହୃଦେ ।

କରବାଳ ପୁର ଉପ ,            ସ୍ୱର୍ଗ ଯାନେ ବିନେ ନୃପ

ନିର୍ଦ୍ଦିଷ୍ଟ ସ୍ଥାନାଭିମୁଖେ ଗମନୋଦ୍ୟତ

ଯଥା ସମୟେ ସଙ୍କେତ ,            ଲଭି ଯାନ ଚଳେ ଦୃତ

ପଥେ କାର୍ଯାଳୟ ସ୍ଥିତ , “ଟାଟା” ବିଦିତ

ବିଭବଖିଳ ଭାବତର ,

 

ଲୌହ ନିର୍ମିତୋପାଦାନେ ଖ୍ୟାତି ଯାହାର ।

କ୍ରମାନ୍ଵୟେ ତିନି ଯାନ             ବଣ୍ଠାନ ଲଘିଂ ରାଜନ ,

ଉପଗତ       “ସି ନି” ନାମା ନଗରବରେ

ଉତ୍ତରନ୍ତେ ସଗହଣେ             ବିଜେ ରାୟେ ସୁଖାସନେ

ଭାବି ଶ୍ଵଶୁର ମନ୍ତ୍ରଣେ ସ୍ଥିତ ସମ୍ଭାରେ

ଭାବନ୍ତି ପ୍ରତ୍ୟୁତ୍ପନ୍ନମତି

 

ମହି ମଧ୍ୟେ ସୁରପୁରୀ କିବା ଉତ୍ପତ୍ତ ?

ନୃପ ନବର ତୁଳନେ             ତ୍ରିପିଷ୍ଟପ ହେବ ସମେ

ଯହିଁ ଦିବୌକସବାରେ ସ୍ୱପରିବାର

ଲୋକି ଖଲ୍ଲିକୋଟ ଧରା             ପୁରୁହୂତ ଦୁଃଖହରା

ଉଦ୍‌ବେଳେ ସନ୍ତୋଷାର୍ଣ୍ଣବ ଭୂଦ୍ଭୃତଙ୍କର

ଭାବେ ହରତୋଷେ ଜୀବନ

 

ଲଭି ମୂର୍ତ୍ତିମନ୍ତ ହୋଇଲାକି ମଦନ ? ।

ବଳୀ ବଳିଷ୍ଠରେ ଧାର୍ମି            କରେ ଯୁଧିଷ୍ଠିର ଦାନୀ

ମଧ୍ୟେ କର୍ଣ୍ଣ ଖ୍ୟାତି ମାନେ ମାନ ଗୋବିନ୍ଦ

ଅଶ୍ଵାରୋହଣେ ମିହିର            କବିମଣେ ଗଣେଶ୍ଵର

ଗତିରେ ଭୀମ ସମୀର ଗୀତ ନୀରଦ

ଧନୁର୍ଦ୍ଧରେ ଶ୍ଵେତବାହନ

 

ଗଦା ଯୁଦ୍ଧେ ବୃକୋଦର ପରି ବିକ୍ରମ ।

ଏ ଅରି ହରି ରାଶିରେ             ବୁଧ ଏ ରୌଦ୍ର ରସରେ

ଶାନ୍ତିରେ ଚନ୍ଦ୍ରମା ବିଭତ୍ସ ଗ୍ରହବରେ

ହାସ୍ୟରେ ମନ ବିଦିତ             ଭୀଷଣେ ତମ ପରିତ

ଅଦ୍ଭୁତେ ମଙ୍ଗଳ ସତ ଶୂର କୃପରେ

କବିପଣ କରୁଣେ ବହି

 

ନିଶ୍ଚେ ବୀର ରସେ କେତୁ ପ୍ରାୟେ ରାଜଇ ।

ଚିନ୍ତି ଈଦୃଶ ରାଜନ             ମୋଦେ ସରଣି ବରଣ

ହେଜି ନନ୍ଦିନୀ ସୁକର୍ମ ବହିଲେ ତୋଷେ ।

ବସାଇ ମଣ୍ତପୋପରେ             ଯା ଶୋଭା ବାକ୍ୟେ ନସରେ

ବର ସରୋଜୁନୀ ତୁଳ ହେବ ତୁଳନ୍ତେ

ତମାଳ କେଶୀ ଏ ଚାମର

 

ପୁଷ୍ପ ଗୁଚ୍ଛେ ଶୋଭିତ ଏ ମୁକ୍ତା ଗୁଚ୍ଛର ।

ସେ ବିମ୍ଵ ଅଧରୀ  ଏ ବିଦ୍ରୁ ମାଧରି ପରି ହେରି

ସେ ସୁଦନ୍ତୀ ଏହୁ ଯେ ହୀରକ ରଦନୀ ,

ସେ ମଙ୍ଗଳ ବେଗେ ସଜ             ଏ ପୂର୍ଣ୍ଣ କଲଶେ ଓଜ

ସେ କସ୍ତୂରି ଚିତ୍ରକେ ଏ ମୋତି ଚିତ୍ରିଣୀ

ଅନ୍ୟାନ୍ୟ ତା ଶୋଭା ଭିଆଣ

 

ବର୍ଣ୍ଣନେ ଅକ୍ଷମ ଲେଶ ଚତୁର୍ବଦନ ।

ତଥି ବସୁମତୀ ପତି ,             ରହନ୍ତେ ଉପମା ଭାତି

ତ୍ରେତା ଯୁଗେ ନର ନାରାୟଣାବତାର

ଲକ୍ଷ ବସୁଧା ଭୃତରେ             ଦାନେ ଅପମାନ ତାରେ

ଭଙ୍ଗି ଭବଧନୁ ହେଳେ ସୀତା ପ୍ରାପ୍ତିର

କାଳେ କି ଉତ୍ସବ ଏମନ୍ତ

 

ବିଜେ ସ୍ଵପ୍ରଭା ବିଗ୍ର ହେ ଜାନକୀ କାନ୍ତ ।

ଶଙ୍ଖ , ସ୍ଵର ଶଙ୍ଖ ତୂରୀ ,            ପଟ୍ଟହ କର୍ଣ୍ଣାଳ ଭେରୀ

ମୁରୁଜ , ଡ଼ିଣ୍ତିମ , ବେଣୁ ,ତଳ , କଂସାଳ-

ଦୁନ୍ଦୁଭୀ , ବଲ୍ଲକୀ , ଚମ୍ପା ,            ବଜ୍ରଘୋଷେ ହୃଦ କମ୍ପା

ଝରା ଝରା ଜଗଝମ୍ପା ଆଦି ମର୍ଦଳ

ଜ୍ଞାତି ଲଭି ମାହେନ୍ଦ୍ର ବେଳ

 

ମଙ୍ଗଳ ଗୀତ ଗାଆନ୍ତି ଗଣିକାକୁଳ ।

ମୁଖ ଡ଼ିଣ୍ତିମ ଏ କାଳେ             ଶୁଭେ ରାଜ୍ଞୀ ହଂସପୁରେ

ଶ୍ରୁତି ଉପଗତେ ଭୁପ ଭାବନ୍ତି ମତି

ରାଜ୍ୟ ବିହୁନେ ରାଜନ             ସର୍ବ ସମ୍ମେତେ ମଦନ ,

ଟଙ୍କାରିଣ ଶରାସନ ମୋ ଶୁଭ ଈଛି

ସରୋଷେ କି ଦୃଢେ ଆସୁଛି

 

କାନ୍ତା ବଜ୍ର ସେହ୍ନା ହେବା ନ ଜାଣେ କିଛି ।

ଚିନ୍ତନ ବେଳେ ବିହ୍ଵଳେ             ପୁନନାରୀ ବାର ମେଳେ

ଇନ୍ଦିରା ପରି ସନ୍ଦର୍ଭେ ଜେମା ଆଗତ

ଲବଣ ଚଉଁରି ବେଳେ             ଦ୍ୱିଜେ ରାଜ ଜେମା ସ୍କନ୍ଧେ

ଅର୍ପିଲେ ସତ୍ଵର ନୃପ ଯଜ୍ଞୋପବୀତ

ଭୂସୁରେ ସେ ସମୁଚ୍ଛେ କିତେ

 

ଆରମ୍ଭିଲେ ବେଦୋକ୍ତ ଯା ବିବାହ ଶାସ୍ତ୍ରେ ।

କ୍ରମାନ୍ଵୟେ କାନ୍ତାକାନ୍ତ            ନାମ ସେ କଲେ ଉଦିତ

ଯଥା ସୀତା ସୀତାକାନ୍ତ ସୁଗ୍ରୀବ ତାରା

ଗୌତମ ଅହଲ୍ୟା ଯଥା             ମନ୍ଦୋଦରୀ ଦଶମଥା

ଅରୁନ୍ଧତୀ ବଶିଷ୍ଠ ମହଋଷି ହୀରା

ଏ ଲକ୍ଷ୍ୟ ସମୀଚୀନ ବୋଲି

 

କର କୁଶବନ୍ଧେ ବାନ୍ଧ ହୋମ ଆଚରି ।

କବି ଉପମେୟ ନାରୀ -            ବେଳ ତୁଲେ ହୃଦ ତୋଳି

ଅନୁପମ ମଣି ବୀତିହୋତ୍ରେ ନିକ୍ଷେପ

ତହୁଁ ଜେମା ତାତ କମ୍ଵୁ             ମଧ୍ୟେ ପୂର୍ଣ୍ଣ କରି ଅମ୍ଵୁ

ଭାବନେ ଏ ସମର୍ପିଲେ ସାଗ୍ରହ ଚିତ୍ତେ

ଈଦୃଶ ପ୍ରଣୟ ବିଧାନ

 

ଭାଜିଲା ବିଧି ବିଧାନ ସୁସମାପନ ।

ଅନ୍ତେ ନିର୍ଦିଷ୍ଟ ନିର୍ଘଣ୍ଟ  କ୍ରମେ ଖଲ୍ଲିକୋଟ ରାଟ

ଗମନୋଦ୍ୟତ ନିର୍ମିତ ସଭା ମଣ୍ତପେ

ରାଜା ଆଗମନ କାଳ             ଜ୍ଞାନେ ସେବକେ ତତ୍କାଳ

ଯଥା ସାଗର ଉଦ୍ଦେଳ ପରି ପଲକେ

ମୁଖରବେ ମୁଖର ଅତି

 

ଯଥେଚ୍ଛାରେ ଇତସ୍ତତଃ ସର୍ବେ ଭ୍ରମନ୍ତି ।

ସସଂଭ୍ରମେ ନୃପନାଥେ             କରି ରିପୁଦ୍ଵାର ପଥେ

ବିଲୋକି ସଘନେ ବାଜେବାଦ୍ୟ ସନ୍ଦୋହ

ବୈଦ୍ୟୁତିକ ଆଲୋକରେ             ଅସ୍ତ ତମସ ପଟଳେ

ସ୍ଥିତ ଶତ ରାଜା ବିଧୁ ଗରବାପହ

ବାଦ୍ଦ୍ୟ ଗଣ ସ୍ଥାନ ବିଶେଷେ

 

ବିହାୟସେ ଗତି କୃଶ ଜ୍ୟୋତିଷ୍କ ହସେ ।

ବୀର ଡ଼ାକ ବାହୁଷ୍ଫୋଟ            ଅସ୍ତ୍ର ଝନ୍ ଝନ୍ ପ୍ରକଟ

ପଦାତିଙ୍କ ଅଟ୍ଟହାସ କେଳି ବିଲୋକି

ସାଶ୍ଚର୍ଯେ ଷୋଡ଼ଶ କଳା             କି ପୁରୁଷ କି ଅବଳା

ହୃଦେ ଆଧିପତ୍ୟ କଲା ବର ପିରତି

ଜୀବନେ ନୂତନ ସନ୍ତୋଷ

 

ଅଜ୍ଞାତୁ କି ହେବ ଭାବି ଭୟ ଜବସ ।

ଏ ବିଧିରେ ସମାଗତ             ସଭା ମଣ୍ତପେ ଭୂଦ୍ଭୃତ

ସମାସୀନ ଭଦ୍ରାସନେ ସସୁହୃଦରେ

ଯଥା ସ୍ଥାନେ ପାତ୍ରମନ୍ତ୍ରୀ             ତିଷ୍ଠନ୍ତେ ପ୍ରଜାପଙ୍କତି

ରାଜ ଅନୁଗ୍ରହ ଦତ୍ତ ଆସନ ପରେ

ଗରବେ ବଲ୍ଲକୀ ଜିଣି

 

କଣ୍ଠେ ଗାଆନ୍ତି ସଙ୍ଗୀତ ମନ ମୋହିନୀ ।

ତହିଁ ବିବୁଧେ ଅକ୍ଷୟ             ଲାଳସା ଧନେ ତନ୍ମୟ

ଭଜି କାବ୍ୟ ବିନିମୟେ ଲଭିବା ଇଛି

କହେ କେହୁ ବର କବି             ମହାରାଜ ସ୍ଵସ୍ତି ଲଭି

ବର୍ତ୍ତନୁ ତବ ଆନନେ ନୃତ୍ୟେ ଭାରତୀ

ସେ ଲାସ୍ୟ ଦର୍ଶନ ଲାଳସୀ

 

ତବ ସ୍ନେହାନୁବନ୍ଧନେ ଚଞ୍ଚଳା ଆସି ।

ବିଲୋକନ୍ତି ବିଷ୍ଣୁ ପଦେ             ଅଜସ୍ର ଜ୍ୟୋତିସ୍କ ବୃନ୍ଦେ

ତବ କୀର୍ତ୍ତି ପାଦପ କଳିକା ବେଭାରେ

ପୂର୍ବୁଁ ତହୁଁ ଏକ ପୁଷ୍ପେ             ଔଷଧୀଶ ପ୍ରଷ୍ଫୁଟିତେ

ନିର୍ଗତ ପୀୟୁଷ ମୋଦ ମେଦିନୀ କରେ

ମୁକୁଳିତେ ସକଳ ମହୀ

 

କିଶୋଭା ଧରିବି ଚିତ୍ତେ ଚିନ୍ତି ନୁହଇ ।

ରାଜନ ତବୋପାର୍ଜିତ             ବିଶୁଦ୍ଧ ଯଶ ହୀରକ

ଗ୍ରଥନେ ନିର୍ମଳ ହାର ଗୁଣ ରଜ୍ଜୁରେ

ବିଧାତା ବିଚାରି ଚିତ୍ତେ             ଛିଦ୍ର ହୀନ ଗୁଣ ଯୁତେ

ବିମନେ ବିୟୁତ ମାର୍ଗେ ପକାନ୍ତେ ଭୂରେ

ସେ ହୀରକ ତାରକା ଖ୍ୟାତ

 

ଗୁଣ ରଜ୍ଜୁ ସୌଦାମିନୀ ନାମେ ବିଦିତ ।

ତବ କୀର୍ତ୍ତି ପୟୋନିଧି            ତରଙ୍ଗ ସୌମ୍ୟ ବିରୋଧି

ଅଙ୍କଯୁକ୍ତ ଶଶାଙ୍କ କି ହେବ ତୁଳନ

ତବ ଅରି କରି ଅରି ଦ୍ଵାର ଦୁର୍ବାସାର୍ତ୍ତେ ହେରି

ବୁଭୁକ୍ଷୁ ଶଶକ ଯେବେ ଆସେ ବହନ

ବିଧୁ ଅଙ୍ଗୁ ସମ୍ଭବେ ଯଦି

 

ତୁଳନେ ତୀର ନୋହିବ କେ ପ୍ରତିରୋଧୀ ।

କବି କବିତା ଚାତୁରୀ             ଈଦୃଶୀ ଭୂପାଳ ହେରି

କଲେ ସାର୍ଥ ମନୋରଥ ବିବୁଧ ବଂଶ

ପୁଣି ଦୀନ ଦରିଦ୍ରରେ             ସୁରତରୁ ପରକାରେ

ବିମୁକ୍ତ ଅର୍ଥ ଭଣ୍ତାର ଯାର ସତତ

ବିଶେଷେ ଯାଚଜ୍ଞା ଯାଚକ

 

ପୂର୍ଣ୍ଣ କରିବାରେ କର୍ଣ୍ଣ ସମ ଦାତୃକ ।

ବହୁ ଆମୋଦ ଉଷତେ             ଚତୁର୍ବାସର ପର୍ଯନ୍ତେ

ମହା ମହା ତୋଷ ନଦେ ଭାଷି ସକଳେ

ଭୂପତି ନବ ଦମ୍ପତି  ଲଭି ସୁପ୍ରେମ ସମ୍ପତ୍ତି

ବିତିଲା ବାସର ରାତି ମହା ସଫଳେ

ଜାଣି ନୃପ ପ୍ରତ୍ୟାବର୍ତ୍ତନ

 

ଦେଲେ ଯୌତୁକ ଷୋଡ଼ଶ କଳା ରାଜନ ।

ରାଜ୍ୟ ସ୍ଵନାମ ପ୍ରସିଦ୍ଧ            ରାଜା ସୁଦ୍ଧା ଏବଂ ବିଧ

ଦେବା ଯୌତୁକ ସମ୍ଭାର ବାକ୍ୟେ ନସରେ ।

ଧନଦ କୋଷ ସମାନ             ରତ୍ନକୋଷ ଅକଳନ

କ , ହୟ , ହରିହୟଯ ନ ତୁଳରେ

ଦେଇଛନ୍ତି ଅପରିମିତ

 

ବୃଦ୍ଧ ଭୂପତିଙ୍କ ଯେଣୁ ସରଳ ଚିତ୍ତ ।

କୋଟୀ ପରିମିତ ବାସ             ପେଟିକାରେ ସୁସଜ୍ଜିତ

ସୁବାସ ଅତର ପେଟିକା ମନୋହର

ଏ ବିଧିରେ ଦାନ କରି             ଭୂଷଣେ ଭୂଷିତ କରି

ଦେଇ ବହୁ ପରିଚାରୀ ଭାଷନ୍ତି ଗୀର

ଯାହାକୁ ଜଗତ ମୋହିନୀ

 

ଅର୍ପିଲି ତୋଷି ବି ତାକୁ କିଦେଇ ପୁଣି ।

ହିମାଳୟ ଭୁବିଧର  ନନ୍ଦିନୀ ପ୍ରାଣ ଈଶ୍ଵର

ଲଭିଲେ ଅମ୍ଵିକା ଇଚ୍ଛା କି ଅଛି ଆଉ ?

ଯା ଆଦେଶେ ବୃକ୍ଷା ପଦ             ଭୋଗେ ଅବ୍ୟୟ ସମ୍ପଦ

ସେ ପୁଣି ଭ୍ରମେ ଶ୍ମଶାନେ ଆଶ୍ଚର୍ଯ ଏହୁ

ଏ ବିଧିରେ ନୃପେ ପ୍ରବୋଧି

 

ଭିଆଇଲେ ସଗହଣେ ପ୍ରୟାଣ ବିଧି ।

ନିର୍ବିଘ୍ନେ ଜନମ ଭୂମି             ସଗହଣେ ନୃପମଣି

ବିଶେଷେ ହୃଦୟ ମଣି ତୁଲେ ବିଲୋକି

ସର୍ବାଙ୍ଗ ଉଠେ ଉଲ୍ଲାସି             ସନ୍ଦର୍ଶନେ ଯଥା ଶଶୀ

ଚନ୍ଦ୍ରମଣି କଇରବ ଯେମନ୍ତ ତୋଷି

ଯାବତାଦ୍ୟ ଦୁଃଖ ବିଶୋରି

 

ଲଭିଲେ ଅଲେଖ ସୁଖ ସୌଭାଗ୍ୟ ଶିରୀ ।

ଚିର ଅଶ୍ରୁ ସିକ୍ତ ମୁଖ             ପୋଛି ମନୋମତ ସୌଖ୍ୟ

ଲଭି ନଲଭିଲା ବତ୍ସ ବିରହ ବାଧା

ଦୁସ୍କର ପ୍ରଖର କରେ             ଯଥା କଣିକା ତୁଷାରେ

ଯାଆନ୍ତି ଉଭେଇ ହରେ ତା ଆସ୍ପର୍ଦ୍ଧା

ଦୁଃଖ ପଛେ ସୁଖାଗମନ

 

ଧନ୍ୟ ବିଧାତା ତୋହର ବିଧି ବିଧାନ ।

ତେଜି ସ୍ତମ୍ଭ ସ୍ଵେଦ କମ୍ପ            ପ୍ରଳୟ ଅଶ୍ରୁ ରୋମାଞ୍ଚ

ସ୍ଵରଭଙ୍ଗ ବିବର୍ଣ୍ଣ ଏ ଅଷ୍ଟ ସାବିକ ।

ସପ୍ତଯୋଗ ସୁସମୃଦ୍ଧି             ଲଭି ସୁଆଶା ସମୃଦ୍ଧି

ବଶେ ବିଧୁରତା ଆଦି ଅନ୍ତରହିତ

ବାର ଧୃତ ବାର ପତୀତ

 

ଉଦ୍‌ବେଳ ବା ନର୍ମ ବୀଚି ନଭଃ ଚୁମ୍ଵିକ ।

ଈଦୃଶ ମହୀ ସମ୍ଭାରେ             ମତ୍ତମହୀଶମ୍ଵ ପୁରେ

ବୃକ୍ଷଶ୍ରେୟ ବୃକ୍ଷଶ୍ରେୟ ଲଭିଲେ ଭାଗ୍ୟେ

ପ୍ରଜାପୁଞ୍ଜ ସମସ୍ଵରେ             ନିବେଦେ ବିଭୁ ପୟରେ

ପର ସଂସାର ବିଭୂତି ଭୋଗିଣ ମୋଦେ

ଦୀର୍ଘ ଜୀବେ ଭୂପ ବର୍ତ୍ତନ୍ତୁ

 

ଉତ୍ସାହ ସପତ୍ନୀ ଦୁଃଖ ଭାର ହରନ୍ତୁ ।

ଭୂସୁରେ ବସୁଧା ଭୃତ             ସ୍ମରି ଚରଣ ସୈକତ

ପ୍ରମାଣେ ଶ୍ଳୋକ ବେଦୋକ୍ତ ଶିବ ବେଭାରେ

ଭାଷିଣ ବିପ୍ଳବ ଘନ             ନାଶନାସ୍ତ୍ର ବିକର୍ତ୍ତନ

କାମଧେନୁ ଆଶା ପୂରାକାଶେ ବିଶ୍ଵରେ

ଭବାବ୍‌ଧି ତାରଣେ ସୁସେତୁ

 

ବ୍ରହ୍ମପଦରେଣୁ ତବେ ସୁଶ୍ରୀ ଅର୍ପନ୍ତୁ ।

ବୁଧବାର ଉତ୍ତମାଙ୍ଗ             ତାର ମଣି ଅତି ତୁଙ୍ଗ

ମହତ ପଦବାଚ୍ୟ ଶ୍ରୀ ଶ୍ରୀରାମଚନ୍ଦ୍ର

କୃତେ ସ୍ଵନାମ ପ୍ରସିଦ୍ଧ             ସଦା ପରିକରବଦ୍ଧ

ନିତ୍ୟ ଜୟଲକ୍ଷ୍ମୀ ସପକ୍ଷକ ପାରୀନ୍ଦ୍ର

ଅଜସ୍ର ଶରୀର ଜୀବନ

 

ଯେହୁ ଭବେ ହେଉ ଯଶ ତା ଚିରନ୍ତନ ।

ଜନପଦ ଦେବ ଦେବୀ             ସ୍ଵକାର୍ଯେ ବାଧା ନଲଭି

ସମିତ କରି ବିହିଲେ ଶୁଭ ଆଶୀଷ

ଭୂସୁରା ଭାସ୍କର କର             ପରି ବିସ୍ତୃତ ରସାର

ପ୍ରକୀର୍ତ୍ତିତ କୀର୍ତ୍ତିବର ଯାର ସରସ

ଲଭୁ ସେହୁ ଦୀର୍ଘ ଆୟୁଷ

 

ନୋହୁ ଯାଚକା କର୍ମଣ୍ୟ ତହୁଁ ନିରାଶ ।

ବିଶେଷେ ଯାଚକ ପଦେ             ଭୂଷିତ ଯାଦବ ମୋଦେ

ଧୀ ବିସ୍ତୃତି ଆଶା ପୂରଣାଶେ ଭାବନ

କଳ୍ପତରୁ ତଳେ ବସି             ହୋଇଛି କେ ଉପବାସୀ

ନିର୍ବାଣ ପାଇ ମୁମୁକ୍ଷୁ ଈଚ୍ଛେ କି ଆନ

ତଥା କଥାଏ ସୁଶୋଭନ

 

ନତିଷ୍ଠୁ କଟାକ୍ଷୁଁ ଦୂରେ ସଦା କିଞ୍ଚନ ।

ଖଲ୍ଲି କୋଟ ରାଜା ଶ୍ରୀ ଶ୍ରୀ ରାମଚନ୍ଦ୍ର ମର୍ଦ୍ଦରାଜ ଦେବଙ୍କ ରାଜ୍ୟ ପ୍ରାପ୍ତ୍ୟୁତ୍ସବ

ଉପଲକ୍ଷେ ରଚିତ ।

 

Unknown

ରାଗ- ରସକୁଲ୍ୟା

 

ଭଦ୍ର ସପତମୀ ନିଶି ସ୍ମରଣେ ସ୍ମରଣୀୟ ସଦା ରାଜେ ସୁଷମେ

ସ୍ଵର୍ଗାୟ ହରିହର ମର୍ଦ୍ଦରାଜ ବିଦିତ ତାହାଙ୍କ ବିଜ୍ଞ ତନୁଜ

ଖଲ୍ଲିକୋଟ ନୃପଙ୍କର ଯେ

ଏତେ ଦିନେ ଆଜି ଜନ୍ମଭୂମି ଲଭି ଯିବ ସେ ଦୁଃଖ ପାଶୋର ।୧।

 

ଦ୍ଵାରା ବାସେ ଭୂପ ଅଶେଷ ଶ୍ରମେ ବାଣୀବରେ ଲଭି ବିଦ୍ୟା ଉତ୍ତମେ

ପ୍ରଜା ସୁପାଳନେ ତତ୍ପର ଅତି ଯୋଗ୍ୟ ଦେଖି ଦେବେ ରାଜ୍ୟ ସମ୍ପତ୍ତି

ମହାମାନ୍ୟ ସରକାର ଯେ

ଅତଳ ବିତଳ ସୁତଳକୁ ଭେଦି ପ୍ରଖ୍ୟାତ ଖ୍ୟାତି ଯାହାର ।୨।

 

ଖଲ୍ଲିକୋଟ ଧରା ଶୋଭା ପସରା ଦୃଷ୍ଟିପାତେ ମହା ଶୋକ ପାଶୋରା

ନାନା ବାଦ୍ୟ ରାଜି ନାଦେ ପୂରିତ ସଂଖ୍ୟାହୀନ ମୁଖେ ହୋଇ ମିଳିତ

ମହାକୋଳାହଳ ମୟ ଯେ

ଏତେଦିନେ ମାତା ପୁତ୍ର ପାଇ ଅବା ଭଜିଛି ଅତି ତନ୍ମୟ ।୩।

 

ଅଦୃଶ୍ୟ ଜୀବନେ ଯାହାର ଯେହୁ ଲଭେ ମହାମୋଦ ସାକ୍ଷାତ ପାଉଁ

ଅଜସ୍ର ଆଲୋକ ମାଳେ ଲପନ ଦିଶଇ ପୁଷ୍ପିତ ଅବ୍‌ଜ ସମାନ

ଦିବ୍ୟ ଭୂଷାମାନ ଥାଇଯେ

ରୁଚିରେ କିଅବା ତୁଷାର କଣିକା ରଙ୍ଗେ ସୁରଞ୍ଜିତ ଦେହୀ ଯେ ।୪।

 

ଜାଣି ରାଜନ ସନ୍ଧ୍ୟା ଆଗମନ ଉତ୍ସବେ ସରବ ନିୟୋଗମାନ

ଯେ ଯାହା ସଂନ୍ୟସ୍ତ ଶସ୍ତ୍ର ହସ୍ତରେ ପାଛୋଟି ଆଣିମେ ନୃପେ ସତ୍ଵରେ

ଶୁଭେ ଚାଲ ଚାଲ ନାଦ ଯେ

ପ୍ରତିଧ୍ଵନି ଛଳେ ପୁନରା ବୃର୍ତ୍ତୁଁ ତା କରେ କନ୍ଦର ନିନାଦ ଯେ ।୫।

 

ଦିବ୍ୟାଲୋକେ ଦେବ ବୃନ୍ଦ ମଧ୍ୟରେ ରାଜନ୍ତିକି ହରି ସ୍ଵପ୍ରତିଭାରେ

ନୋହିଲେ କଶ୍ୟପ ମୃତ ଅବନୀ ଅମାନାଶେ ତେଜଃ ପୁଞ୍ଜ ପାବନୀ

ପ୍ରକାଶମାନ କି ତେଜ ଯେ

ଗୁଣୀ ଏକାତ୍ମଜ ସଙ୍ଗେ ନିର୍ଗୁଣଙ୍କ କୋଟୀଏ ନୁହନ୍ତି ଧାର୍ଯ୍ୟ ଯେ ।୬।

 

ଉଠେ ଖଲ୍ଲି କୋଟ ଧରା ଉଛୁଳି ସୁସମ୍ଭାର ଦେଖି ନୃପ ମଉଳି

କୋଟୀ ପ୍ରଜା ପ୍ରାଣ ଶ୍ରେଷ୍ଠ ଧମନୀ ଆଶାପୂରକାଶେଷ ସୁଖଦାନୀ

ମର୍ଦ୍ଦରାଜ ରାମଚନ୍ଦ୍ର ଯେ

ନିରାଶାମାନିଶାନ୍ଧ ର ଦୁରୀକୃତେ ଶ୍ରେଷ୍ଠାନନ୍ଦଦାୟୀ ଚନ୍ଦ୍ର ଯେ ।୭।

 

ନୋହିଲେ ବା ମୂର୍ତ୍ତିମନ୍ତ ପ୍ରଦ୍ୟୁମ୍ନ ଆସନ୍ତି ବିଜୟେ ସେ ଶୋଭାବନ

ସ୍ଵଭାବ ସୁନ୍ଦରେ ଆକୃଷ୍ଟ ପ୍ରାଣ ବିଲୋକି କାମିନୀ ମୋହନ କାମ

ତୃପତିର ଅବସାଦ ଯେ

ଦେବା ଆଉ ଯେତେ ବିଲୋକିଲେ ତେତେ ଦିଶେ ପୂର୍ଣ୍ଣ ଅଭିନବ ।୮।

 

ଏକାଧାରେ ଗୁଣ ରୂପ ବିଶିଷ୍ଟ ଉଭୟେ ଏକତ୍ର ଲଭିବା କଷ୍ଟ

ଭାଗ୍ୟବାନ କୃତ କାର୍ଯେ ଭୂପତି ଲୋକି ନ ଲଭେକେ ତୃପତି ମତି

ଗୁଣିଗଣ ଅଗ୍ରଗଣ୍ୟ ଯେ

ପରଜା ପଙ୍କତି ହୃଦୟ କୁମୁଦ ଉଲ୍ଲାସକୁ ଚନ୍ଦ୍ର ସମ ଯେ ।୯।

 

ସୁନିର୍ମିତ କ୍ରୀଡ଼ା ପ୍ରାନ୍ତରେ ସଭା ମଣ୍ତପ ପୂର୍ବହୁଁ ନୟନ ଲୋଭା

ବିଜେ ତହିଁ ରାୟେ ପ୍ରଜାବୃନ୍ଦରେ ଶୋଭା କି ବର୍ଣ୍ଣିବା ବାକ୍ୟେ ନସରେ

ଦେବଗଣେ କି ସୁଧର୍ମା ଯେ

ପୂର୍ଣ୍ଣ ପ୍ରତିଭାତ ସ୍ଵପ୍ରଭା ବିଗ୍ରହେ ସ୍ଵଭାବେ ବିଚିତ୍ର କର୍ମା ଯେ ।୧୦।

 

ତହିଁ ସୁଆଶୀଷ ଭୂସୁର ବାରେ ଉଚ୍ଚାରିଲେ ଉଚେ ମଧୁର ତରେ

ପ୍ରଜାବୃନ୍ଦ ସ୍ଵନେ ସୁସମାରୋହେ ପ୍ରବେଶନ୍ତେ ସଭା ଶେଷେ ନିଳୟେ

ହର୍ମ୍ମ୍ୟୁ ହୁଳହୁଳି ନାଦ ଯେ

କଲେ ରାଜସେବୀ ବଳ ସୁଲଳିତେ ବହିଣ ଚିତ୍ତେ ପ୍ରମୋଦ ଯେ ।୧୧।

 

ଈଦୃଶ ଭବନେ ରାଜଦମ୍ପତି ଲଭି ସୁଆଶୀଷ ପାଳନ୍ତି କ୍ଷିତି

ଯା ପ୍ରତାପେ ପୁଣ୍ୟ ଜନେ ସମ୍ମଦେ ନିବସନ୍ତି ରାଜ୍ୟେ ସ୍ଵର୍ଗ ସମ୍ପଦେ

ତସ୍କରବୃନ୍ଦୁଁ ବଞ୍ଚିତ ଯେ

ଚିତ୍ର ତହିଁ କିବା ଯହିଁ ନିଶି ଦିବା ରାମଚନ୍ଦ୍ର ପ୍ରତିଭା ତ ଯେ ।୧୨।

 

ଏତିକି ରାଜନେ ମୋହବେଦନ କର୍ଣ୍ଣେ ଜପେ କଦା ନୋହି ପ୍ରସନ୍ନ

ସାମ , ଦାନ , ଭେଦ , ଶାସ୍ତି ଏମାନ କାର୍ଯ ରୂପେ ଯଥା କ୍ରମ ବିଧାନ

ବିହି ବାରେ ତତଃପର ଯେ

ଥିଲେ ବିଶ୍ଵମ୍ଭରା ମନ୍ଦିରେ ଉଡ଼ିବ ଯଶଃ କେତନ ଆବର ଯେ ।୧୩।

 

ମାତ୍ର ନୃପନାଥ ସଦା କିଞ୍ଚନ ପରଜା ପାଳନେ ନିବେଶି ମନ

ସୁସ୍ଥ କାଳେ କରି ଧନ ଗ୍ରହଣ ମହତ ଅଭାବେ ଆଚରି ଦାନ

ଯଶ କୀର୍ତ୍ତି ପ୍ରସରୁ ରସାରେ ହେ

ତବ ସମେ ଅନ୍ୟ ନୃପ ତୁଳନାରେ ପଡ଼ନ୍ତୁ ଗାର କାସାରେ ହେ ।୧୪।

 

ଲୋକି ଏ ଆଚାର ଭୂପ ମଣ୍ତଳୀ ମଣ୍ତନ୍ତୁ ଆପେ “ନୋହିବା ତା ଭଳି”

ସୁପ୍ତ ଗଉରବ ପିତା ମହଙ୍କ ତବ ଖ୍ୟାତି ଲଭି ହୋଇ ଉତ୍ସୁକ

ହେଉ ପୁଣି ଜାଗରୁକ ହେ

ଅଜ୍ଞାନ ତିମିର ଧ୍ଵଂସେ ରବିକର ପରା ପଥ ପ୍ରଦର୍ଶକ ହେ ।୧୫।

 

ବିଷ୍ଣୁ ପଦେ ଥାଇ ଦେବ ନିକର ବିହନ୍ତୁ ସଦାଶୀର୍ବାଦ ମନ୍ତର

ନିର୍ଦ୍ଦିଷ୍ଟ ଜୀବନ ନବ ଦମ୍ପତି ଭୋଗି ମହାମୋଦେ ପାଳନ୍ତୁ କ୍ଷିତି

ବିତୁ ସୁଖେ ସଦା ଦିନ ଯେ

ରତ ଥାଇ ନୃପ ଚିରନ୍ତନ ବିଭୁ ସେବାରେ ଥିବେ ତନ୍ମନ ଯେ ।୧୬।

 

( ଆଧୁନିକ ଯୁଗ ଉପଲକ୍ଷେ ରଚିତ )

 

ମୁଖରବେ ପରି ପୂରିତ

ବସୁନ୍ଧରା ସମ୍ପ୍ରତି

ଜାଣିଲି କିପାଁଇଁ ଯତନ

ହିନ୍ଦୁ ଏକବ ଜାତି ।୧।

 

ସ୍ମରି ଚିର ସୁପ୍ତ ଗୌରବ

“କର୍ମ” ଆବିର୍ଭା ବନେ

ଉଠିଛି ସମଗ୍ର ଭାରତ

ଭୂମି ନରା ମନ୍ତ୍ରଣେ ।୨।

 

ନବୀନ ଉତ୍ସାହ,ଅଦମ୍ୟ

ସୁସାହସେ ଗଠିତ

ପୂର୍ବ ଜ୍ୟୋତି ବେନି ଜାତିର

ଆନନେ ବିକଶିତ ।୩।

 

ବେନି ଆଜି ଅଭି ମିଶ୍ରିତ

ନାହିଁ ବାରଣ ତହିଁ

ଯିବ ଦିନ ବିନା ଆଶ୍ରୟେ

ସର୍ବେ ଅଛନ୍ତି ଧାଇଁ ।୪।

 

ପୃଷ୍ଠ ରକ୍ଷକ ଏମାନଙ୍କ

“କର୍ମ” ପ୍ରଖ୍ୟାତ ବୀର

ବଶୀ କରଣେ ଯା ମନୁଜ

ବଚନ ମୁଗ୍ ଧତର ।୫।

 

ଭେଦି ତନ୍ତ୍ରୀ ତନ୍ତ୍ରୀ ଅହିଁସା

ଅତ୍ୟୁତ୍ତମ ଧରମ

ମାର୍ଗେ ଚଳିକର ଆମୋଦେ

ସ୍ଵୀୟା ଭୀଷ୍ଟ ପୂରଣ ।୬।

 

ରୁଗ୍ ଣ ଜରାଜୀର୍ଣ୍ଣ ବଚନା ମୃତେ

ଲଭି ଜର୍ଜର

ଉଠେ ଶୁଣି କର୍ମ ଆହ୍ଵାନେ

ସୁନୀତିର ଆକର ।୭।

 

ସର୍ବସ୍ଥାନେ ସମେ ଆଦୃତ

କର୍ମ ଅମୀୟ ବାଣୀ

ମ୍ରିୟମାଣ ଅନବସ୍ଥିତ ଚିତ୍ତ

ଅଭୟ ଦାନୀ ।୮।

 

ଦେଖଇ ସମଗ୍ର ଭାରତ

ଆଜି କର୍ମ ସେବାରେ

ତତ୍ପର ସ୍ଵପ୍ରଭା ବିଗ୍ରହେ

ପୂର୍ବ ଭାବ ସୁମରେ ।୯।

 

ମାତ୍ର ଆହା ମହା ଦାମ୍ଭିକେ

କେତେ କ୍ରୂର ବଞ୍ଚକେ

“କର୍ମ” ସେବୀ ବୋଲି ଚିହ୍ନାଇ

ହୋଇଲେହେଁ ସେ ଆପେ ।୧୦।

 

ବିଶୋରି କର୍ମର ଅହିଁସା

ଶାନ୍ତି ସାର ଧରମ

ଆଲୋଡ଼ି ଅଶାନ୍ତି ରକତ

ପାତେ ବଳାନ୍ତି ମନ ।୧୧।

 

ନ ଜାଣନ୍ତି ମାତ୍ର ପାପିଷ୍ଠେ

“ଶ୍ରେଷ୍ଠ” ଶ୍ରେଷ୍ଠ ଗରିମା

ସସାଗରା ପୃଥ୍ଵୀ ଯାହାର

ଘୋଷେ ସାର ମହିମା ।୧୨।

 

ସପ୍ତବର୍ଷ ବିପକ୍ଷୀୟରେ

ଯା ପ୍ରତାପ ଶତଘ୍ନୀ

ବିଦାରେ ଅରାତି ହୃଦୟ

ଯେହ୍ନେ ଯୁଗାନ୍ତ ଅଗ୍ନି ।୧୩।

 

ସର୍ବ ଜନପଦେ ବିଦିତ

ଶ୍ରେଷ୍ଠ ସମ୍ରାଟ ଖ୍ୟାତି

ତାରେ ବାଦ ରଚି ଲଭିବ

ଫଳେ ମହା ଦୁର୍ଗତି ।୧୪।

 

ନିର୍ନିମେଷେ ଅବଲୋକିବ

ନିମେଷକେ ବିଧ୍ଵସ୍ତ

ହେବ ଯା ବିଚିତ୍ର ପ୍ରତାପେ

ସ୍ଵର୍ଣ୍ଣପ୍ରସୁ ଭାରତ ।୧୫।

 

ଦେଖୁଛି ଭାରତେ ବିହୀନ

ଅର୍ଥ ଶସ୍ତ୍ର ଆବଳୀ

ପାଦ କୁଦି ବାଦ ରଚିବା

ନିକି ମହତ ଭଳି । ।୧୬।

 

ଚାଲ ଧର୍ମ ମାର୍ଗେ କର୍ମର

ଶ୍ରେଷ୍ଠ ଜିଣିବ ଜବେ

ସର୍ବଜୀବ ସୁଖ ନିମିତ୍ତ

ଚିନ୍ତି ହୃଦୟ ଲବେ ।୧୭।

 

ତେଜି ଈର୍ଷା ଅହଙ୍କାରାଦି

କର୍ମ ବାକ୍ୟେ ପ୍ରସର

ସ୍ଵଳ୍ପ ପାଇଁ କୋଟୀ ପ୍ରାଣର

ତୋଟି ଚିପି ନମାର ।୧୮।

 

କର୍ମମାର୍ଗ ଉଦଯୋଗୀର

ଧର୍ମ ପ୍ରାପତି ଭଲେ

ଧର୍ମ ସୁଖ ମୁଖୁଁ ନିଶ୍ଚିନ୍ତ

ହେବେ ବାନ୍ଧବେ ଭଲେ ।୧୯।

 

ସାମ , ଦାନ , ଭେଦ ପଶ୍ଚାତେ

ଶାସ୍ତିରଟି ବିଧାନ

ଶ୍ରେଷ୍ଠ ଶତଗୁଣେ ଅଧିକ

ତୁମ୍ଭଙ୍କୁ ବଳୀୟାନ ।୨୦।

 

ଘୃଣ୍ୟ କର୍ମ ତେଜି କର୍ମର

ମର୍ମ ଆଶ୍ରୟ କରି

ସସାଗରା ବସୁମତୀରେ

ଭଡ଼ୁ ଯଶ ସବୁର ।୨୧।

 

ଶେଷେ ଚିରଭିକ୍ଷା ପ୍ରଭୁଙ୍କ

ସଦା ପଦ ପଙ୍କଜେ

ଲଭି କର୍ମ ଦୀର୍ଘ ଜୀବନ

ଅନୁସରୁ ସ୍ଵମାର୍ଗେ । ।୨୨।

 

କାର୍ଯ ସିଦ୍ଧି ସଦା ଉଦ୍ ଯୋଗେ

ଅବନୀରେ ବିଦିତ

ଲଭି ସୁଆଶୀଷ ଈଶଙ୍କ

ନୋହୁଁ ତହୁଁ ବଞ୍ଚିତ ।୨୩।

 

ଅହେୟ କୀରତି ଭାରତ

ଇତିହାସେ ଜ୍ଵଳନ୍ତେ

ସ୍ଵର୍ଣ୍ଣାକ୍ଷରେ ପ୍ରତିଭାତିବ

ଧରା ଥିବା ପର୍ଯନ୍ତେ ।୨୪।

 

ଚିନ୍ତା

ରାଗ କଳହଂସ କେଦାର

 

ଚିରନ୍ତନ ସଙ୍ଗିନୀ ତୁହି ଲୋ ଚିନ୍ତା

ତୋ ଆବିର୍ଭାବେ ଆସେ ସୁବିବେକତା

କରୁ କୁତ୍ସିତ ମତି ମହା ନିର୍ମଳ

 

ଦେଖେ ତୋ ସମ ଭବେ ସ୍ଵଳ୍ପ ବିରଳ

ଖେଳୁ ମହତ ମନେ ଯେ ପରିମାଣେ ।

ମହା ଗରୀବ ଚିତ୍ତେ ମହା ସମ୍ମୋଦେ

ତା ତହୁଁ ଉଚ୍ଚାସନ ଲଭୁ ତା ହୃଦେ ।୨।

 

କେତେ ଅକଳିତ ସ୍ମୃତି କାହିଁ ଉଭେଇ

ଯିବା ତୋ ସୁକଲ୍ୟାଣେ ମନେ ନାଚଇ ।

ସୁଖ ଦୁଃଖ ତୋ ବରେ ସମ ପ୍ରମାଣେ

ରାଜେ ଚିର ତୃଷିତ ମାନବ ପ୍ରାଣେ ।୩।

 

ସର୍ବତ୍ର ଆଶା ଚିର ତୋ ସହଚରୀ

ଖେଳେ ଜଳଦେ ଯଥା ବିଦ୍ୟୁଦ୍ଦଲ୍ଲରୀ ।

ତା ବିଚ୍ଛେଦେ ତୋ ତନୁ ସଦା ଅପୂର୍ଣ୍ଣ

ଛାଡ଼ିଛି ଯୋଗ୍ୟ ବିଧି ବାଧ୍ୟ ନିୟମ ।୪।

 

ନାହିଁ ଏମନ୍ତ ଜନ ତୋ ସଙ୍ଗ ବିନା

ବୋଲାଉ ଅଛି ଭବେ କେ ମହାମନା ?

ମହତକର୍ମା ସ୍ଥାପିଛନ୍ତି ଯେ ତତେ

ରଖନ୍ତୁ ଯୁଗେ ଯୁଗେ ଚିର ଜୀବିତେ ।୫।

 

ଜଡ଼ ସଦୃଶ ସର୍ବେ ତୋର ଅଭାବେ

ବିଶେଷେ ଅର୍ପୁମତେ ପ୍ରଭାବ ଶୁଭେ ।

ସର୍ବଦା ସେବି ତତେ ପରେ ଭାରତୀ

ପଦେ ନିବେଶି ପ୍ରାଣ ଅର୍ପିଛି ମତି ।୬।

 

ସଦୁଚ୍ଛାହାଳଂକୃତ ସଦା କିଞ୍ଚନ

ଜୀବନେ ରସ କର ସୁନୀତି ମାନ ।

ଦେଇଛୁ ଚିନ୍ତା ଚିର ପୋଷିତା ମୋର

ହତାଶ ହୃଦେ ଜବେ ସାନ୍ତ୍ଵନା ବର ।୭।

 

ବିଦ୍ୟା ସାଗରେ ଏ ମୋ କଳ୍ପନା ନାବ

ଲଭିଣ ହତାଶର ବାତ୍ୟା ଭୈରବ ।

ଡ଼ୁବିବା ବେଳେ ଏକା ଭରସାତୁହି

ତ୍ରାହି ତ୍ରାହି ନଦେଖେ ତୋ ବିନୁ କେହି ।୮।

 

ବିଧାତା ବାମ ଦେଖି ବିଭୁ ନିଷ୍ଠୁ ର

ହେଲେ ସେବକ ହେବ ଆଉ କାହାର ?

କେବଳ ତୋ ସହାୟେ ଭାରତୀ ସେବି

ଦୁସ୍ତର ଭବସିନ୍ଧୁ ମୁଁ ତରିଯିବି ।୯।

 

ଏକା ସମ୍ଵଳ ବିହୀନର ପରାଣ

ପରିଣାମର ପକ୍ଷପାତିନୀ ସମ ।

କଦା ନୋହିବୁ ଚିନ୍ତା ଏ ନିବେଦନ

ସର୍ବଦା ସ୍ମୃତିପଥେ ଥିବୁ ସ୍ମରଣ ।୧୦।

 

ସକଳେଶ୍ଵରଙ୍କଠାରେ କାର୍ତ୍ତିକପୂର୍ଣ୍ଣିମା

( ରାଗ-ରାମକେରୀ)

 

(୧)

ମର୍ଦ୍ଦରାଜ ବଂଶେ ପାଳିତ ଖଲ୍ଲି କୋଟ ନବର

ମଥାମଣି ମାତା ଗଞ୍ଜାମ ତୁଲ୍ୟ ରାଜେ ରୁଚିବ ।୧।

 

ବିସ୍ତାରିତ ସ୍ଥାନ ବିଶେଷେ ଯାର ଶିଳ୍ପ ଗରିମା

ଝର ଝର ନାଦେ ନିର୍ମଳ ଝର ଘୋଷେ ମହିମା ।୨।

 

ଅଜସ୍ର ଈଦୃଶ କୀରତି ମାଳା ମେଖଳା କରି

ପିନ୍ଧିଛି ନାଗରୀ ଭୂଷଣେ ସୁବିଭୂଷିତ କରି ।୩।

 

ଉତ୍ତରଶା ପ୍ରାଚୀ ପରିତା ରାଜେ ଅସଂଖ୍ୟ ନଗ

ତା ତୀରେ ବିଜୟେ ସକଳେଶ୍ଵର ମହାନୁଭବ ।୪।

 

ତହିଁ ଶିବ ସୁତ ମାସରେ ଦୁଜେ ରାକା ଦିବସେ

ସମାଗତ ଯାତ୍ରୀ ଅସଂଖ୍ୟ ଶମ୍ଭୁ ପୂଜା ଲାଳସେ ।୫।

 

ଶୁଭ ଯୋଗେ ଆଜି କାର୍ତ୍ତିକ ରାଜା ସମୁପସ୍ଥିତେ

କୃପଣ ସଞ୍ଚିତକୁ ଧନ ବ୍ୟୟ ସୁବ୍ୟବସ୍ଥିତେ ।୬।

 

ତହିଁ ସ୍ଵଚ୍ଛମନା ସୁଧନ ବିନିମୟେ ଧରମେ

କିଣା ବିକା ଯହିଁ ସକଳେଶ୍ଵର ମହା ଈଶାନେ ।୭।

 

କେତେ ସଂକୀର୍ତ୍ତନ କରିବି ଯା ମହିମା ଅପାର

ଅଷ୍ଟ ଅଣିମାଦି ବିଭ୍ରମେ ଦତ୍ତ କୃପା ଯାହାର ।୮।

 

ସେ ଶମ୍ଭୁ ପୁରତେ ପଲକେ ରୁଣ୍ତ ଅସୀମ ଜନ

ନାନା ମତେ ଯେବା ଆଶାୟୀ ଆଶା କରେ ପୂରଣ ।୯।

 

ପଡ଼ି ଏ ସଂସାର ଅନ୍ଧାର ମହା କୁହୁକେ କେହି

ଦିନେ ହେଲେ ବିଶ୍ଵମ୍ଭରଙ୍କ ନାମ ସୁମରେ ନାହିଁ ।୧୦।

 

ଦେଖେ ସେହି ଆଜି ସକଳେଶ୍ଵର ମହା ମହିମ

ବାଞ୍ଛେ ଭବ ମରୁ ତରିବି ଆଶ୍ରି ବିଭୁ ଚରଣ ।୧୧।

 

(୨)

ଆଜ ପୁଣ୍ୟକ୍ଷେତ୍ରେ ଆଗତ ଅଗଣିତ ମୁରତି

ଅଙ୍ଗେ ଅଙ୍ଗେ ପ୍ରତିଫଳିତ ପରଂ ବ୍ରହ୍ମର ଜ୍ୟୋତି ।୧୨।

 

ଆବର ଦେଖଇ ତତ୍ରତ୍ୟ ସୁବିପୁଣି ବୀଥିକା

ସମ୍ଵଳ ବିହୀନ ପରାଣେ ଆଣେ ଆଣେ ଯେ ମହା ଦକା ।୧୩।

 

ତହୁଁ ନରେ ଔପହାରିକ ସ୍ଵୀୟ ଶକ୍ତ୍ୟନୁସାରେ

ନିବେଦନ୍ତି ଈଶେ ନକ୍ଷତ୍ର ଶୋଭା ପୟରେ ।୧୪।

 

ଏତେ ତେତେ ଅକଳନା ସେ ନର ଶିରଃ ସାଗର

ପରିଣତେ ପୁଣ୍ୟସ୍ଥଳୀ ସେ କାହିଁ ତା ପଟାନ୍ତର ? ୧୫

 

ମାନବ ଅଭୀଷ୍ଟ ସିଦ୍ଧି ଦକ୍ଷଣେ ନାମ ସ୍ମରଣ

ଏଡ଼େ ପ୍ରଭାବନ୍ତ ଦେବେଶେ କାହିଁ ଛାଡ଼ିବ ମନ ? ୧୬

 

ବହୁ ଜାତି ଅଭି ମିଶ୍ରିତ ନାହିଁ ବାରଣ ତହିଁ

ବୃଦ୍ଧ , ବାଳ , ଯୁବା , ବନିତା ସଂଖ୍ୟା ନୁହଇ କହି ।୧୭।

 

ଦେବ ଦେବେଶଙ୍କ ପାଦୁକ କୁଣ୍ତ ଜଳର ପଣା

ଅତକିର୍ତେ ଚାଖି ରାଜାଙ୍କ ଯହିଁ ବିବେକ ବଣା ।୧୮।

 

ଶକଳେଶ୍ଵରଙ୍କ ପାଦୁକ କୁଣ୍ତ ଜଳରେ ପଣା ହୋଇ ପ୍ରଭୁଙ୍କ

ଜନୈକ ସକଳେଶ୍ଵରଙ୍କ ସେବାକାରୀ ବିମନେ

ତେଜି ମାତୃ ମାଟି ଆଶ୍ରିଲା ଜୟପୁର ରାଜନେ ।୧୯।

 

ତହିଁ ଧୂଳଟୀଙ୍କ ଅପାର ଅନଶ୍ଵର କୀରତି

ଗାଉଥିଲା ଜନେ ଆଣିଲେ ଘାଉଡ଼କୁ ତା କତି ।୨୦।

 

କରାଳ କୁଟିଳ ଭୁଜଙ୍ଗ ଦଂଶିଥିଲା ଶରୀରେ

ତୋ ପ୍ରଭୁ ମହିମା ବିସ୍ରାର କର ବୋଲୁ ତାହାରେ ।୨୧।

 

ଭାଷେ ସେବାକରୀ ଦେଖହେ ପ୍ରଭୁ ପ୍ରତ୍ୟକ୍ଷ ପଣ

ଅବିଳମ୍ଵେ ଉଠି ବସିବ ମୃତ ନିର୍ଜୀବ ଜନ ।୨୨।

 

ଏହା କହି ଜବେ ଶିକତା ଶକ୍ତି ତଥା ଶଙ୍କର

ନିର୍ମାଣିଣ ମହା ସମ୍ମୋଦେ ଢାଳେ ଜଳ ଅପାର ।୨୩।

 

କହେ ପ୍ରଭୁ ସକଳେଶହେ ଉଡ଼ୁ ନାଶୀ କେତନ

ତବ ସୁପ୍ରସାଦେ ଜୀବନ ଲଭୁ ପୁଣି ଏ ଜନ ।୨୪।

 

ସ୍ଵଦେଶରେ ପୂଜ୍ୟ ରାଜନ ଖ୍ୟାତି ପୂଜ୍ୟ ସର୍ବତ୍ର

ଯା ତହିଁ ଉଭୟେ ମିଳିତ ତହିଁ କିବା ବିଚିତ୍ର ? ୨୫

 

କିବା ବର୍ଣ୍ଣିବି ମୁଁ ପ୍ରଭୁଙ୍କ ମହୋଜ୍ଜ୍ଵଳାତି ପ୍ରଭା

ତା ତହୁଁ କଣିକେ ଲଭିଣ ଉଠି ବସୁ ହେ ଯୁବା ।୨୬।

 

ଏହା କହୁଁ କହୁଁ ସହସା ଉନ୍ମୀଳିତ ନୟନ

ନିଦ୍ରାନ୍ତେ ଗମଇ ଯଦୃଚ୍ଛା ତଥା ପକ୍ଷୁ ପତନ ।୨୭।

 

ଚେତି କହେ ଯୁବା ବିହ୍ଵଳେ ଗଲି ବହୁତ ଶୋଇ

କିପାଁ ସର୍ବେ ରୁଣ୍ତୀଭୂତ ମୋ ପାଖେ କହ ବତାଇ ? ।୨୮।

 

ଏମନ୍ତ ଶୁଣନ୍ତେ ଉଠିଲା କୋଳାହଳ ମହାନ

ଜୟ ସକଳେଶ ବୋଲିଣ ସର୍ବେ ଧଇଲେ ତାନ ।୨୯।

 

ଭୋଗ ହେଲା ପରେ ଏଡ଼େ ସ୍ଵାଦୁ ହୁଏ ଯେ ତାହା ଇତର ପଣାଠାରୁ

ସର୍ବତୋଭାବେ ଉତ୍କୃଷ୍ଟ । ଏହା ସୁପ୍ରସିଦ୍ଧ । ।୩୦।

 

ବିଦ୍ୟୁତ ବେଗେ ଏ ସୁ ବାର୍ତ୍ତା କି ନଗର କି ଗ୍ରାମେ

ଶତମୁଖୀ ଶ୍ରୁତିକୁହରେ ପ୍ରବେଶନ୍ତେ ସୁସମେ ।୩୧।

 

ଗାଇଲେ ସରବେ ସକଳେଶ୍ଵର ଅମୃତ ଗୀତି

ଯେ ଯେତେ ଭଜଇ ତେତିକି ଫୁଲ ଉଠଇ ଛାତି ।୩୨।

 

ଲୋକି ଏ ପ୍ରତ୍ୟକ୍ଷ ପ୍ରମାଣ ଜୟପୁର ରାଜନ

ଖଞ୍ଜିଲେ ରଜତ ଭରସେ ଯୋଡ଼ା ସମ୍ଭାରମାନ ।୩୩।

 

ଯେ ପ୍ରଭୁ କ୍ଷଣିକ ସୁଦୃଷ୍ଟି ମହାଭାଗ୍ୟ ଅଜାଡ଼ି

ଦିଏ ଆଭାଷଇ ଆସେକି ସିନ୍ଧୁ ଲହରି ମାଡ଼ି ।୩୪।

 

ଏହି ମତ ନତ ମସ୍ତକ ବହୁ ନର ଶେଖର

ଲଭି ସ୍ଵୀୟ ଅଭିଳଷିତ ଦତ୍ତ ସକଳେଶ୍ଵର ।୩୫।

 

ଥାଉ ଆନ ମହା ବିଷମ ରୋଗେ ଚିର ଆକ୍ରାନ୍ତ

ରୋଗୀ ଆଶ୍ର ତାଙ୍କୁ ଲଭଇ ସୁଖେ ତହୁଁ ବିମୁକ୍ତ ।୩୬।

 

ଫଳାଫଳ ଭକ୍ତ୍ୟନୁସାରେ ତହୁଁ ଲଭେ ସେବକ

ଭକ୍ତି ବିହୀନର କରମେ ହୁଏଟି ବା ବହୁକ ।୩୭।

 

ବିଶମ ଭକତି ତରଣୀ ସ୍ଵଳ୍ପାଭାବ ଲହରୀ

ଘାତେ ଡ଼ୁବିଯାଇ ନିରାଶ ସିନ୍ଧୁ ଆଶ୍ରୟ କରି ।୩୮।

 

ନାହିଁ ଦିନୁଦିନ ବୃଦ୍ଧିତ୍ଵ ଯଦି ଲଭିବ କ୍ରମେ

ନିରାତଙ୍କେ ଉପଗତ ସେ ସୁଖ ସାଯୁଜ୍ୟ ଗ୍ରାମେ ।୩୯।

 

ଏହିଟି ଭକ୍ତି ର ବିଷମ ସ୍ମରଣୀୟ ସୁଗତି

ଜାଣୁ ଜାଣୁ ହଜାଇଲେ କି ନ ଲଭିବ ଦୁର୍ଗତି ।୪୦।

 

ଭବ ଭୀମ ତରଙ୍ଗିଣୀର ନିରାପଦ ତରଣୀ

ମୃତେ ସଞ୍ଜୀ ବନୀ ଭକତ ସଦାନନ୍ଦ ଦାୟିନୀ ।୪୧।

 

ତାରେ ଆଶ୍ରି ଅବହେଳନେ ଭୀମ ଭ୍ରମି ବେଷ୍ଟିତ

ଭୟଙ୍କର ଭବ ତାରଣେ ଏକା ସେହି ସମର୍ଥ ।୪୨।

 

ସେହି ଦେବ ଦେବ ଯାଦବ ସଦା ନତ ମସ୍ତନ

ଶ୍ରବଣେ ଗୁହାରି ଫେଡ଼ିବେ ପରା ଦୁଷ୍କୃତ ଯାକ ।୪୩।

 

ବନ୍ଧୁ ବିରହ

 

ରହିଛି ବହୁଦୂରେ ପ୍ରାଣ ବାନ୍ଧବୀ

ରମଣୀମଣି ତୋରେ କି ନିବେଦିବି ?

 

ରହଣି ହେଲା ସ୍ଵଳ୍ପକାଳ ତୋ ସ୍ଥାନେ

ରଙ୍ଗ ଅଧରୁ ମଧୁ ଧାରା ଶ୍ରବଣେ ।

 

ରହିତ ହେଲି ଯାହା ପବି ପତନ

ନୋହିଲା ଶିରେ କିପାଁ ପରାଣ ଧନ ।

 

ରାମନେତ୍ରୀରେ ପ୍ରତ୍ୟକ୍ଷରୁ ଉଷତ

ଲଭିବାଭିଭାଷଣେ ନୁହେ ବର୍ଣ୍ଣିତ ।

 

ରମଣୀୟ ତୋ ଚାରୁ ପକ୍ଷୁ ପତନ

ବିଲୋକି ଧନ କ୍ଷଣେ ତୁଟେ ଚେତନ ।

 

ରଭସେ କିଣି ନେଲୁ କଟାକ୍ଷପାତେ

ଲଭିବା ଦୁଃଖ ଏଣେ ବିଲୋକେ କି କେ ।

 

ରସି କାବର ଧବ ବିଧୁ ନନରେ

ସୁମରିବୁ କିଞ୍ଚିତ ଦୂର ବନ୍ଧୁରେ ।

 

ରହିତ ସଙ୍ଗୁ କଲେ ଅହିତ ବୋଲି

ହେଳେ ଭାବନା ନାହିଁ ପ୍ରାଣ ସଙ୍ଖାଳି ।

 

ରଙ୍ଗାଧରାରେ ଅଙ୍ଗ ଦେଇଛି ତତେ

ଅନଙ୍ଗ ପୀଡ଼େ ବାରେ ନ ଚାହୁଁ ମତେ ।

 

ରଜନ୍ୟାଗମେ ସଖୀ ଶୟନାଗାରେ

ହୃଦେ ରାଜଇ ଜବେ ସୁମୂର୍ତ୍ତି ଖରେ ।

 

ରହିଛି ଚିତ୍ତ ତୋରେ ମାତ୍ର ତୁ ଦୂରେ

ଭାବେ ଭେଟିବି ସତେ ନିଶି ନସରେ ।

 

ରମା ରମଣ ହର ଧାତା ଶପଥ

ଘେନି କହଇ ସଖୀ ତୁ ମୋ ଜୀବିତ ।

 

ରହିଛି ଚାହିଁ ବିଦ୍ୟା ଅଧ୍ୟୟନରେ

ନିପୁଣ ଯେଣୁ ପ୍ରତି ଭାଷ ପତ୍ରରେ ।

 

ରକାର ଆଦ୍ୟ ବର୍ଣ୍ଣେ ରପର ଧନ

ବିନୀତ ଭାଷ ତୋ ଆନନ୍ଦ ବର୍ଦ୍ଧନ ।

 

ରଖିଥିବୁ ସୁସ୍ନେହ ତୋ ଦାସ ଜନେ

ସତତ ଯଦୁନାଥ ଥାଉ ସ୍ମରଣେ ।

 

କିପାଁନିସ୍ତେଜ ନିଭ ମଣିଲା କନକାଭ ଦେହା ଜୀବନ ସଙ୍ଗୀରେ

( ବୃତ୍ତରେ)

ବିହି ଏ ଦୁର୍ଦ୍ଦନେକି             ପଞ୍ଚାସ୍ୟ ଉଦରୀକି

ବଞ୍ଚାଇ ନେଲା ସ୍ଥାନୁରେ ।ଘୋଷା ।

 

ପଙ୍କଜ ଲପନାର             ଗୁଣ କେଉଁ ଦିନର

କେତେ ଭାବିବା ସାର ନ ବିଶୋରଇ ମନୁରେ ।୧।

 

ପ୍ରପଞ୍ଚ ରୀତି ତହିଁ             ବନ ଅଞ୍ଜଳୀ ବିହି

ସଞ୍ଚାରି ପେଶେ ଆହା ଭାଗ୍ୟ ମୋ ଉଭେ ଯେଣୁରେ ।୨।

 

କଂଜାତି ନୟନାକୁ            ରଞ୍ଜାଇଣ ଚିତ୍ତକୁ

ସମଜାଇ ନ ଦେଲି ନ ରସେ ମୋରେ ଅଣୁରେ ।୩।

 

ଚୁମ୍ଵିତ ପଦ୍ମ ମୁଖ       ଭୋଗେ ସୁଖ ହେତୁକ

ବିଡ଼ିଆସିକ୍ତ ଓଷ୍ଠ ବଳଇ ପ୍ରଭାରୁଣୁ ରେ ।୪।

 

ମଞ୍ଜୀର ସୁଶୋଭିତ       ପଦ ଅଲକ୍ତ ସିକ୍ତ

ତ୍ରିବଳୀଯୁକ୍ତ ମଧ୍ୟ ଭାଗତ ପରମାଣୁ ରେ ।୫।

 

ଲଲାଟ ପଟତାର       ଅଷ୍ଟମୀ ଚନ୍ଦ୍ରାକର

କପୋଳ ଫାଳମାର ଫରୀ ଏ ଅନୁମାନୁରେ ।୬।

 

ଧନ୍ୟ କୁଟିଳ ବେଣୀ       ନିନ୍ଦେ ସରଘା ଶ୍ରେଣୀ

କିବା ମନସି ଜର ନୀଳ କେତନ ଜାଣୁ ରେ ।୬।

ତେଜି ସେ ଶୋଭାଙ୍ଗିନୀ       ସୁନ୍ଦରୀ ଶିରୋମଣି

ହୁଏ ମରମ ହାଣି ଉଦ୍ଧରିବି କି କାମୁଁ ରେ ।୮।

ଶାନ୍ତି ରସ ଆସ୍ଵାଦ       କାର୍ତ୍ତିକାଶ ବିଶଦ

ଶୋଭା ଶ୍ରୀବତ୍ସ ହୃଦ ନାହିଁ ଗତି ସେ ବିନୁ ରେ ।୯।

ବାହ୍ୟ ପ୍ରେମରେ ମନ      ନୁହ ତିଳେ ନିମଗ୍ନ

ଆସନ୍ନ ମୁକ୍ତି ଦେବେ ଦେବତା ଯେହୁ ସ୍ଥାଣୁ ରେ ।୧୦।

 

ଜୀବନାନୁ ଚିନ୍ତନ

 

ରେ ଚିତ୍ତ ! ତେଜି ମୋହ ଜ୍ଞାନ ନୟନ

ଫେଡ଼ି ଦେଖ ଏ ଭବ ନଶ୍ଵର ଜନରେ ।

ପତିତ ସର୍ବେ ମହା ମାୟା କବଳେ

ଚକ୍ଷୁଷ୍ମାନହିଁ ନୟନହୀନୁ ବଳେରେ ।୧।

 

ଗମଇ ଜୀବ ପ୍ରବାହିନୀ ଅଚିରେ

କାଳାର୍ଣ୍ଣବ ଉଦ୍ଦେଶେ ମହା ଗମ୍ଭୀରେ ରେ ।

ନାହିଁ ବିରାମ ତାର ସମେତେ ଆୟୁ

ବିଗତ ଲଭେ ତିଳେ ନ ଜାଣେ କେହୁ ରେ ।୨।

 

ଜୀବ ସଙ୍ଗତେ ଅନୁ ଭୋଗିବା ସୁଖ

ଯାଏ ଉଭେଇ କାହିଁ ସ୍ମରଣେ ଦୁଃଖ ରେ ।

ଦିଏ ଯା ବୃଥା ନର ହେରି ଅତୀତେ

ଅନୁଚିନ୍ତନେ ବ୍ୟଥା ଲଭେ ନିସତେ ରେ ।୩।

 

କାଳ ଆଗତେ ପିଣ୍ତୁଁ ପରାଣ ତେଜି

ଯିବା ବିଲୋକି ମନୁଜ ବ୍ୟଥା ଭଜି ରେ ।

ରୋଦେ ଯା ନାହିଁ କାହିଁ ମୂଢତା ସମେ

ମାୟା କୁହେଳୀ ଆଳି ଭବ ଭବନେ ରେ ।୪।

 

ଆତ୍ମା ତ ସଦା ଅବିନାଶୀ ବିଦିତ

ଶରୀର ତଥା ମୃଣ୍ମୟ ପିଣ୍ତ ବତ ରେ ।

ବୈଦ୍ୟୁତିକ ସଂଯୋଗେ ଜ୍ଵଳେ ଯେସନ

ଆଲୋକି ତଥା ଜୀବ ଶରୀରେ ଜାଣ ରେ ।୫।

 

ପ୍ରବେଶନ୍ତେ ସେ କାମ ରୋଷାଦି ଧରି

ନର ଜୀବିତ ହୁଏ ମାୟାରେ ଘାରି ରେ ।

ବିଗତେ ପିଣ୍ତୁଁ ପ୍ରାଣ ସ୍ଵଜନେ ଆହା

ରୋଦି ନିରତ ବିନାଶନ୍ତି ଉତ୍ସହା ରେ ।୬।

 

ଅଜ୍ଞାତ ଯେଣୁ ସେ ସମୟାନୁଯାୟୀ

ଉପେକ୍ଷି ପୁରାତନ ଘଟ ଜୀବହିଁ ରେ ।

ଘଟ ନବୀନେ ପ୍ରବେଶଇ ସୁଗମ

ଅନନ୍ତ ଆଶା ସଂବର୍ଦ୍ଧିତ ତା କ୍ରମେ ରେ ।

ନଲୋ କ ଯାର ଶେଷ ସୀମା କିଞ୍ଚିତ

ପୂରଣେହେଁ ଜବସେ ହୁଏ ବର୍ଦ୍ଧିତ ରେ ।୮।

 

ପ୍ରତ୍ୟକ୍ଷ ଭୂତ ପର୍ଣ୍ଣ କୁଟୀ ବାସରେ

ଅର୍ଜ୍ଜୁନେ ବହୁ ବିତ୍ତ ଚିତ୍ତ ପ୍ରସରେ ରେ ।

ତଥା ଚ ହେମ ରତ୍ନ ଉଷ୍ଣୀଷେ ମଣ୍ଡୀ

ହେବା ଭୂଭୃତ ଆଶା ନପାରେ ଖଣ୍ତି ରେ ।୯।

 

ତହୁଁ ବିଭବ ବନ୍ତ ବହୁ ବିଭବ

ଆଶେ ଅସର ଆଶା ଦେଖଇ ସର୍ବ ରେ ।

କିଞ୍ଚିତେ ଏ ତ ସସାଗରାଧିପତି

ହେଲେହେଁ ଆନ ଜନପଦେ ଆସକ୍ତି ରେ ।୧୦।

 

ସୁବିଦିତ ତ ଏଥୁଁ ଆଶା ଅସର

ନ ଦେଖେ ମାତ୍ର ତଥି ଶାନ୍ତି ନିକର ରେ ।

ପ୍ରତ୍ୟକ୍ଷ ଯେ କିରୀଟ ମଣ୍ତିତ ଆଜି

କାଲି ସେ ପଥ ଯାଚକ ବେଶ ସାଜି ରେ ।୧୧।

 

ଗୃହୀମାତ୍ରକେ ସର୍ବେ ବିଶ୍ଵମ୍ଭରାରେ

ତାଙ୍କ ଜୀବିତ ସିକ୍ତ ଅଶାନ୍ତି ନରେ ରେ ।

କି ବିଭବ ଭୋଗୀ କି ତା ହୀନ କହ

ଆବଦ୍ଧ କରି ରଖିଛି ମାୟା ମୋହ ରେ ।୧୨।

 

ମନୁଜ କାର୍ଯାବଳୀ ସର୍ବ ଅଚିର

ବ୍ୟାପେ ସୁକୀର୍ତ୍ତି ସିନା ସର୍ବଂସହାର ରେ ।

ପଞ୍ଚଶିଷ୍ଟ ଗୋଷ୍ଠୀରେ ଅଭାବ ଯାର

ନାମ ଅସର୍ଥ ଜୀବ ତୁଚ୍ଛ ଶରୀର ରେ ।୧୩।

 

ସର୍ବ ଅଶାନ୍ତିମୟ ଭବ ଭବନେ

କର୍ମକ୍ଷେତ୍ରେ ଅଥବା ଇହଜୀବନେ ରେ ।

ଜୀବିକା ପାଇଁ ଆଲୋଡ଼ିତ ସତତ

ନଦେଖେ କାହିଁ ତଥି ଶାନ୍ତି ତିଳେ ତ ରେ ।୧୪।

 

ବିରାଜେ ଶାନ୍ତି ଆହା ତପୀସ୍ଵଠାରେ

ଷଡ଼ାରି ସମୂହ ଯେ ହେଳେ ନିବାରେ ।

ତା ସହ ପୂର୍ଣ୍ଣ ବ୍ରହ୍ମ ଭାସ୍ୱର ତେଜେ

ରାଜେ ସେ ସିନା ପୂର୍ଣ୍ଣ ବ୍ରହ୍ମକୁ ଭଜେ ରେ ।୧୫।

 

ବିଭେଦିତ ନପାରେ ଅଶାନ୍ତି ତହିଁ

ଜନପଦୁଁ ବଞ୍ଚିତ କାନନେ ଯେହି ରେ ।

ଆଶ୍ରମେ ଆଶ୍ରି ବିଧୁ ପଦାବ୍‌ଜ ଲୋଡ଼ି

ଲଭେ ଅଚିରେ ବ୍ରହ୍ମାଣ୍ତ ସ୍ଵାମୀ ହରି ରେ ।୧୬।

 

ଅଜ୍ଞାନ ତିମିରେ ଯେ ଅନ୍ଧ ସତତ

ଜ୍ଞାନ ଅଞ୍ଜନ ଦାତା ଯେହୁ ନିଶ୍ଚିତରେ ।

ଈଶ ପ୍ରତ୍ୟୁତ ବିଦିତ ଗୁରୁପାଦେ

ଚିତ୍ତ ନିବେଶି ଈଶ ଲଭ ପ୍ରମୋଦେ ରେ ।୧୭।

 

ଧରିତ୍ରୀ କାରାଗାରେ ପଡ଼ି ନ ଭୁଲ

ବିଲୋକୁ ଚିତ୍ତ ତାର ପ୍ରତ୍ୟକ୍ଷ ଫଳରେ ।

ନଦେଇ ସୌଖ୍ୟ ପ୍ରତ୍ୟୁତ ଦିଏ ଦୁଃଖ

ଭୁଲେ ଯେ ପଡ଼େ ମୁଦିତ ସେ ମୂର୍ଖ ରେ ।୧୮।

 

ଅଚଳା ରଙ୍ଗାଳରେ ସର୍ବ ସୁଆଙ୍ଗ

ଜୀବ ନିର୍ଜୀବ କି ସ୍ଥାବର ଭୁଜଙ୍ଗ ରେ ।

ଯେ ଯାର କାର୍ଯାବଳୀ ଲୀଳାରେ ମତ୍ତ

ଏ ଭବ ଖେଳା ଶେଷେ ହେବେ ଗୁପତ ରେ ।୧୯।

 

ରେ ଚିତ୍ତ ଶିକ୍ଷା ଦିଅ ତୋ ରସନାକୁ

ସୁମିଷ୍ଟ ଭକ୍ଷ୍ୟ ସଦା ଅର୍ପୁ ଯାହାକୁ ରେ

ଦେବେ ସେ କିସ ପ୍ରତି ଦାନେ ମରଣ

କାଳେ ଡ଼ାକିବି ଟିକି ହେ “ନାରାୟଣ” ।୨୦।

 

ତେଣୁ ମାଦକୀ ଚିତ୍ତ ଈଶେ ଭକତି

କରି କର ଯାଚଞା ଆତ୍ମା ସୁଗତି ରେ ।

ଭକ୍ତି ବିଶ୍ଵାସ ଘେନି ଲଭିବୁ ଇହ

କି, ପରକାଳେ ସାଯୁଜ୍ୟ ମୁକ୍ତି କହ ରେ ।୨୧।

 

କେଳି କଲ୍ଲୋଳିନୀ

 

( ଦ୍ଵିତୀୟା ଯାମି ନୀରେ ମୋ ପ୍ରାଣ ସହି – ବୃତ୍ତରେ )

 

“କୃପା ସରସୀ ”ଯୋଗ୍ୟ ଭାରତୀ ଯାରେ

କୃତ ପ୍ରଣୟୀ ନତି ପ୍ରତିବାସରେ ଯେ ।

କମନୀୟ ଅଟବୀ କବି ଭାରତୀ

କରୁଣା ଊଣା ପ୍ରାଣେ ପାରେ କି ବର୍ତ୍ତି ଗୋ ।

 

କରମ ହୀନ ଦୀନବନ୍ଧୁ ତୋ ଦାସ

କଳ୍ପେ ଯଥାର୍ଥ ସାର୍ଥ କିବା ପ୍ରୟସ ଗୋ ?

କେଳି କୁଶଳାଖ୍ୟା ବିଶେଷରେ ଖ୍ୟାତ

କର୍କଶ ସ୍ମର ଦରେ ଲଭି କି ଭୀତ ଗୋ ?

 

କଲବଲ କରେ ବତୀଶ ନିଶି ରେ

କର ରଭସେ ଶାସ୍ତି ସୁମନେ ତାରେ ଗୋ ।

କୁତ୍ସାକୁ ଡ଼ରୁ ଦୂଷଣର କିପାଇଁ

କେ ତାହା ସମ ଅନୁଭବୀ ଜାଣଇ ଗୋ ?

 

କୁମୁଦ ବନ୍ଧୁ ବନ୍ଧୁ ମୁଖ ମୟୂଖ

କୃପାଳୁ ସାହା ଯାର କାହିଁଛି ଦୁଃଖ ଗୋ ?

କଟାକ୍ଷ କମଳାକ୍ଷ ନିକ୍ଷେପିବାରୁ

କଦନ ମନମଥ ତୁଟୁ ମନରୁ ଗୋ ।

 

କମଳିନୀ ମୋଅଙ୍କ କମଳା କରେ

କଳ୍ପବଟ ତୁ ହୃଦ ପୁଷ୍ପ ବାଟୀରେ ଗୋ ।

କେବଳ ଦ୍ରାକ୍ଷା ମଧୁ ମଧୁର ରସେ

କେ ନଦିଏ ବାରେ ତୋ ଅଧର ପାଶେ ଗୋ ?

 

କର୍ପୁର ଚୂର ଲକ୍ଷ୍ୟ ନୋହିବ ତହିଁ

କିପାଁ ଆନେ ମାନସ ରସିବ ଯାଇ ଗୋ ?

କକୁଭାମ୍ଵର ମୋହିନୀରେ ଭିକ୍ଷୁକେ

କଦା ଭକ୍ଷକ ନୋହିବାର ବର କେ ଗୋ ?

 

କହିବିନି କି ତେବେ ବର ଚତୁରୀ

କୃ-ମଧ୍ୟେ ମହୀଯଶ ଯିବ ପ୍ରସରି ଗୋ

କରେ ରୂପା ଜୀବାରେ ସଦା ମିନତି

କଦା ନତେଜ ତୋର ଯାଦବ କତି ଗୋ ।

 

ରାଗ- ବଙ୍ଗଳା ଶ୍ରୀ

 

ଲୋକେ ନୟନ             ପିତୁଳା କେଳି କଳା-

ପ୍ରବଳା କଳାବତୀରେ

ସ୍ଵସ୍ଥ ସାରସ୍ଵତ             ନିର୍ମଳ ଦୈବତ

ପରାଚକ୍ଷୁ ପୁରତରେ ।

 

କି ଆସେ ମାନସେ             ଉପମ ର ତୁଲ୍ୟ

ନାହିଁ ତ ତୁଲ୍ୟ ବିଶ୍ଵରେ

ବିଶ୍ଵ ଶୋଭା ସାର             ବିହି ବିଶ୍ଵଧାତା

ବହେ ବିପ୍ରକାଶ ମୋରେ ।

 

ନୁହେ ଅନୁରୂପ            ଜ୍ଵଳନ୍ତ କନକ

ଦେଇ ଚିର ତୃଷାର୍ତ୍ତରେ

ଅନ ଅନୁଭବେ             ଅରିପରା ହାତୁଁ

ପ୍ରତିଗ୍ରହି ବା ଝାତିରେ ।

 

ଅମଳ କମଳ             ସଦୃଶ କମଳ

କମନୀୟ ଆନନରେ

ବଞ୍ଚକ ନେତ୍ର             ଖଞ୍ଜରୀଟ ତହିଁ ରେ

ବିକସଇ ରଞ୍ଜନରେ ।

 

ମନେ ସରୁ ମଧ୍ୟା             ନ ମଣେ ଅଭାବ

କଦାଚିତ ତା ଚିତ୍ତରେ

ଅଙ୍ଗ ହିରଣ୍ୟ             ଆଭରଣ ଯୋଗରେ

ନଶୋଭେ ଯୋଷା ଭୂଷାରେ ।

 

ସୁଷମା ସମା             ଲାବଣ୍ୟ ଶୋଭା ସର

ଗତେ ବରଟା ସ୍ଥବିରେ

ବର ନିତମ୍ଵା             ବହନ ତାମରସ

ବିକାଶେ ନିଶି ଦିବାରେ ?

 

ବି ବରଧିତ             ହେଉ ଥାଇ ନତୁଟି

ସର୍ବଦା ସେ ପ୍ରେମନୀରେ

ସମ୍ପ୍ରତି ବିରହୀ             ଆସ୍ଵାଦନତାହି

ବିହୀନେ ଦୁଃଖ ବିଧୁରେ ।

ଆଘାତ କରୁଛି             କରାଳ ସଦୃଶ

ରତିବର ଫୁଲଶରେ

 

ବରତିବି କେହି             ତା ବିଛେଦେ ମୁହିଁ

ମନେ ଅସ୍ଥିରତା ଘାରେ ।

ମୃତେ ଦହେ ଦେହୀ       ଅନଳ ତା ବିନା

ଜ୍ଵଳଇ କାମ ଅଗ୍ନି ରେ

 

ବିଶେଷେ ଅନ୍ଧାର             ଦିଶଇ ବ୍ୟୋମାଦି

ଏକା ଚିନ୍ତା ପ୍ରବଳରେ ।

ଯା କେଶ ତୁଳନେ             ତମାଳ ବଲ୍ଲରୀ

ଘନ ତମ ନଦରରେ

 

ବିଭେଦ ରୂପେ             ଅସମାନେ ବିଛେଦେ

କୁନ୍ତଳ ଶୋଭୀ ବିଶ୍ଵରେ ।

ଅବରଣୀୟ             ତା ରୂପ ମାଧୁରୀ

ବିହି ସୃଷ୍ଟି ଶୋଭା ସାରେ

 

ନିମେଷେ ନପାରେ             ବିଶୋଇ କିଶୋରୀ

ମଣି ପ୍ରେମ କଣିକାରେ ।

ବିଷାଦ ନିଷାଦ             ଯିବଟି ଉଭେଇ

ମହା ପ୍ରେମ ତାଡ଼ନାରେ

 

ଅବଲୋକି ସଖୀ             କି ସୁଖ ନିର୍ମାଖୀ

ଲଭେ ଆହା ବିହିବରେ !

ମୁଗ୍‌ଧ ଆନନୀର             ସିତମୁଖେ ନାହିଁ

ବିଦିଗ୍‌ଧ ବିଦେହ ତ୍ରାସ ।

 

ବିମୋହିତ ସଦା             ନୋହିବ କେ ଭବେ

ବିଲୋକି ଲଭି ପ୍ରୟାସ ।

ଆଜି ଜଗତୀରେ             ଜଗତ ନୋହିବି

ହେଉଣ ଥିଲା ସୁବେଶ

 

ବିଲୋକୁଁ ତରକି             ସୁଲକ୍ଷ ଲକ୍ଷଣୀ

ପାଞ୍ଚେ ମନେ କିବା ପାଞ୍ଚ ।

କହି ନୁହଇ ତା             ନେତ୍ର ପରାକ୍ରମ

ଯା ବିଦ୍ୟୁଗତି ହୃଦୟ

 

ଭେଦି ତନ୍ତ୍ରୀ ତନ୍ତ୍ରୀ             କରେ ପରାଲୀଳା

ପ୍ରମାଣ ନିରତିଶୟ ।

ମୃଣାଳ ନାଳୁଁ             ସୁକୋମଳ ପୟରେ

ବଦ୍ଧ ଯା ଅଙ୍ଗ ନିଚୟ

 

ବାଞ୍ଚ୍ଥଇକି ବିଷ୍ଣୁ             ପଦ ପ୍ରାପତିରେ

ଯେ ଭୋଗ ବିରସମୟ

କିବର୍ଣ୍ଣିବି କେତେ             ଅବରଣନୀୟ

କାନ୍ତି ଚାରି ଆନନରେ

ସେହି ଯୋଷା ଭୂଷା       ହିରଣ୍ୟ ସଦୃଶ

ଲୋକୁ ସୁଖେ ଯାଦବରେ ।

 

( କାରୁଣ୍ୟ କରନ୍ତି ରାମ ବୃତ୍ତରେ )

 

କି ଅପୂର୍ବ ସୁଖେ ସୁଖୀ ଆଜି ଏ ପରାଣ

କରାଇଲା କି ଚିନ୍ତନେ ବିହି ସୁଘଟଣ

କନକାଙ୍ଗୀରେ

କଲି କେତେ ଆଶା ତୋହ ଲାଗିରେ ।୧।

 

ଖଣ୍ତପରଶୁ ବନ୍ଦିଣ ଖଣ୍ତତପେ ପାଇ

ଖଟୁ ଯେହ୍ନେ ମୋ ସୁକୃତ ସଦ୍ୟଫଳ ହୋଇ

ଖଞ୍ଜରୀଟରେ

ଖଟେ ଯୁଗ୍ମ ନେତ୍ରେ ହେବ ଯୋଟରେ ।୨।

 

ଗଜରିପୁ ବାହିନୀ ସେ ଶଙ୍କର ମୋହିନୀ

ଚାଋ ଗର୍ଭକ ସଦୃଶ ଦେଲେ ତତେ ଆଣି

ଗୋଟା ଚିନ୍ତା ରେ

ଗଲା ଜଳି ଏ ମୋ ବିବେକତାରେ ।୩।

 

ଘଡ଼ିଏ ଅନ୍ତର ବଶେ ଲଭେଟି କାତର

ଘୋଟିଅଛି ମହାଚିନ୍ତା ଦୂଷିତ ହୃଦର

ଘଟସ୍ତନାରେ

ଘଡ଼ିକେ ସଂହର ତାକୁ ସିନାରେ ।୪।

 

ଅଣହେଳା କରିନାହିଁ ଦିନେ ହେଁ ସ୍ମରଣେ

ଅନାୟତ୍ତେ କେବେ ଅବା ମର୍ଯାଦା ବିହୁନେ

ଏଣୀ କ୍ଷଣାରେ

ଅବମାନନା ନ କର ଜାଣିରେ ।୫।

 

ଚଟୁଳ ଆନନୀ ଚିତ୍ର ନୁହେ ବିଚାରଇ

ଚାନ୍ଦିନୀ ନିଶି ରେ ଚାନ୍ଦିନୀ ଶୋଇଥାଇ

ଚତୁର୍ବର୍ଗରେ

ଚଞ୍ଚଳେକ୍ଷଣୀ ତୁ ସୁଖ ସ୍ଵର୍ଗରେ ।୬।

 

ଛଡ଼ାଛଡ଼ି ବିଧି କିବା ଲହିଛି ବିଧାତା

ଛିଦ୍ରେଶୟ ସୁସାଦୃଶ୍ୟ ପାଶେ ଉପଗତା

ଛଦ୍ମେ କାଳରେ

ଛପିଛି ନେବଟି ଧରି ବାଳରେ ।୭।

 

ଜୀମୂତ ବାହନ କିବା ଭୋଗଇ ସମ୍ପଦ

ଯେ ଅପରିପକ୍ଵ ସୁଖେ ଏଡ଼େ ପରାଭବ

ଜୀବଧନରେ

ଜୀବେଶ ତୁ ସବୁ ମତେ ଜାଣରେ ।୮।

 

ଝଗଡ଼ିଲି କେତେ ସଖୀ ଝସକେତୁ ତୁଲେ

ଝଞା ତପ୍ତ ନିଶୀଥରେ ଶଶଧର କରେ

ଝିଙ୍କା ଝିଙ୍କି ରେ

ଝୁରି ଝୁରି ମରିବି ଆଶ୍ଲେଷିରେ ।୯।

 

ନାରୀ ମୋ ସୁଦାଟକ ଏ ହୃଦ କଷଟିରେ

ନି ମଷ ବର୍ଷଣେ କି ଜ୍ଵଳନ୍ତ ରୂପଧରେ

ନୀରଜାକ୍ଷୀରେ

ନୟନ ପିତୁଳା ତତେ ଲେଖିରେ ।୧୦।

 

ଟିକକ କଥାରେ ଏଡ଼େ ମାନ ତୁ ନଧର

ଟଳିବ ବିଲୋମେ ଘଟ କଥାତ ଆଖର

ଟାଣ ପଣରେ

ଟଳି ନ ଯାଇ ଯେ ତୋ ଶରଶରେ ।୧୧।

 

ଠକି ନ ଯୋଗାଇ ଜୀବ ଧବେ କଦାଚିତେ

ଠିକେ ଅବା ନଜାଣଇ କେ ଜୀବ ଜଗତେ

ଠଣ ମୁହିଁ ରେ

ଠିକେ ଯଦୁନାଥେ ରଖ ତୁହିରେ ।୧୨।

 

ଡମ୍ଵୁରୁ ମଧ୍ୟା ମୋ ଦର୍ଭହାସୀ ଘେନ ମନେ

ଡ଼ରି କି ଯୋପେ କେ କାଳ ସ୍ନେହାଧୀନୀ ସନେ

ଡ଼େଙ୍ଗୁରା କରେ

ଡ଼ୁବାଇବ ବଜାଇ ବିବେକରେ ।୧୩।

 

ଢାଳେ ନ ଢାଳିଲେ ତୋ କଟାକ୍ଷ କୃପାବାରି

ଢଳି ପଡ଼ିବଟି କାୟ ନିରତ ସୁମରି

ଢମନୋହିରେ

ଢଗବ୍ରାତ ବୃତ୍ତଜୀବ ଏହିରେ ।୧୪।

 

ଅନେକ ଯାତନା ସହ୍ୟଶୀଳ ଦେହୀ , ଭୀରୁ

ଅତୀବ ଆରତେ ତେଣୁ ଅଶ୍ରୁ ଶ୍ରବିବାରୁ

ଅନ୍ୟ ଭଙ୍ଗିରେ

ଅନୁଭବ ନୁହଇ ସୁସଙ୍ଗୀରେ ।୧୫।

 

ତନୁ ତନୁ ତମ ଚିନ୍ତାବଶୁଁ ଅନୁଦିନୁ

ତୃଷିତ ଚାତକ ସ୍ଥାୟୀ ସୁଧାଧାରା ଯେଣୁ

ତରୀ ମୋରରେ

ତରଣେ ସମ୍ଵଳ ପ୍ରେମ ନୀରରେ ।୧୬।

 

ଥୋଇ ତତେ ହୃଦ ସରୋରୁହ ପରେ ସୁଖେ

ସ୍ଥବିର ଭାବରେ ଲୋକେ ସୁମୁଖ ନିରତେ

ଥୟେ କହରେ

ଥିବ ନାହିଁ ତୋପରି କେ ଭବେରେ ।୧୭।

 

ଦୁର୍ଦ୍ଦିନେ କେ ବହେ ଦମ୍ଭ ଦର୍ଭ ହାସୀ ବିନେ

ଦୃକ୍ ପାତ ନ କରେ କେ ବିରହୀ ଭୁବନେ

ଦରୀଭୂତରେ

ଦମ୍ଭହା ପ୍ରଳୟ ଉପଗତରେ ।୧୮।

 

ଧରଷି ପାରେକେ କେହି ଧୂର୍ଜଟୀ ରମଣେ

ଧୃତ ଯାରେ ତା ବିହୁନେ ଭୋଗେ କି ତା ଆନେ ?

ଧରା ଶୋଭୀରେ

ଧାତା ବରେ ସିନା ତତେ ଲଭିରେ ।୧୯।

 

ନୀରରୁହ ନେତ୍ରା ଲାଗି ନିରତ ଚିନ୍ତନ

ନିଳୟ ହୃଦକୁ ସ୍ଵଚ୍ଛ ସ୍ଫଟିକ ସୋପାନ

ନବରଙ୍ଗୀରେ

ନଦେ ଲଭୁଥିବା ସୁଖ ଭାଙ୍ଗିରେ ।୨୦।

 

ପୀନ ପୟୋଧର ପର୍ବ ଶର୍ବରୀଶ ମୁଖୀ

ପାଳିବୁ ନିକି ତା ନାଥ ହେଲେହେଁ ନିର୍ମାଖୀ

ପ୍ରାଣ ପ୍ରିୟାରେ

ପ୍ରାଣହୁଁ ତୁ ପ୍ରିୟା ଜାଣ ଏହାରେ ।୨୧।

 

ଫୁଲରୁ ନୋହିତୁ ଫୁଲ କୋଦଣ୍ତ କବଳେ

ଫେରି ପୁଣି ଫିଙ୍ଗିବୁକି ତରୁଣ ମଣ୍ତଳେ

ଫନ୍ଦା ସର୍ବେରେ

ଫଳିତ କରିବେ ନିକି ଭବେରେ ।୨୨।

 

ବନ୍ଧୁ ଜୀବ ଅଧରା ବିରହ ବରହୀରେ

ବାଳୀଶ ଭାବି ବିଧୁର କରୁ କି ବିଚାରେ

ବିମ୍ଵାଧରୀରେ

ବାରେ ଶିବ ସେବି ତତେ ବରିରେ ।୨୩।

 

ଭାବେ ମୋହୀ ହେଲେହେଁ ଭରମ ବରନା

ଭଦ୍ର ହୃଦ ଭଦ୍ରାସନେ ନାହିଁ କେ ତୋ ବିନା

ଭାଗ୍ୟ ଧରରେ

ଭୁବିଧର କଚାଡ଼ୁ ମାଥରରେ ।୨୪।

 

ମଞ୍ଜୁ ମଦନ ଶଳାକା ହୃଦ ପଞ୍ଜରୀର

ମଞ୍ଜରୀ ଉତ୍ତମ ରତ ଆଶା ପାଦପର

ମହୀ ଶୋଭୀରେ

ମନସିଜ ରସେ ଗଲି ଦ୍ରବିରେ ।୨୫।

 

ଯତୀନ୍ଦ୍ର ମୋହିନୀ ତୁତ ସ୍ଵଭାବେ ଶୋଭନା

ଯାଦବ ନାଥେ କଟାକ୍ଷେ ବାରେ ଚାହୁଁ କିନା

ଯୋଗୀ ବେଶେରେ

ଯବି ଗାଇ ନାମ ଦେଶେ ଦେଶେରେ ।୨୬।

 

ରସସ୍ମୃତି ପ୍ରବୀଣାରେ ରଭସେ କରୁଣା

ରଜନୀ ଦିବସେ କଲେ ହେବଟି ଫୁରୁଣା

ରଙ୍ଗାଧରାରେ

ରହିତ ଆଶାୟୀ ପ୍ରାଣ ପୁରିରେ ।୨୭।

 

ଲହୁଡ଼ି ମୋ ବେନି ଅନ୍ଧ ଚକ୍ଷୁ ର ପ୍ରେୟସୀ

ଲଭିଛି ଜାଣିଲି ମୋ ସୁକୃତ କୃତରାଶି

ଲାଭାଲାଭରେ

ଲଭିବାକୁ ଥିଲା କର୍ମେ ଯୋଗରେ ।୨୮।

 

ବାମଦେବ ଦାମ ବାମେ ବହି ମହା ରୋଷ

ବରଷେ ସାୟକ ବିଭତ୍ସ ଅନବରତ

ବଜ୍ର ସେହ୍ନାରେ

ବାରଣ ବିପଦୁଁ ତାରୁ କିନାରେ ।୨୯।

 

ଶମ୍ପା ଗେରୀ ଶଉରୀ ଶୁଅନୁ କମ୍ପା ଲଭି

ଶାଶ୍ଵତ ଦଗ୍ ଧ ଶରୀର ଶୀତେ ଗଲା ଦ୍ରବି

ସୁଶକୁନରେ

ଶିବ ସଦାମତେ ପରସନ୍ନରେ ।୩୦।

 

ଷଡ଼ ବଦନ ବତ୍ସଳ ପଞ୍ଚ ଆନନଙ୍କୁ

ସଦା ଭଜେ ମୋ ଅଶିବ ଜବେ ନାଶିବାକୁ

ସଦାଶାନ୍ତ ଯେ

ସୁମରି କରିବେ ରିଷ୍ଟ ହତ ଯେ ।୩୧।

 

ସଦା କଦା ନମାଗଇ ତୁଛ ପିଣ୍ତ ପ୍ରତି

ସବିଶେଷେ ଜୀବେ କେଭେ ନଦେବେ ଦୁର୍ଗତି

ସଦା ଶିବ ଯେ

ସଦା ଥିବେ କରଣେ ମୋ ଶିବ ଯେ ।୩୨।

 

ହରିହର ନାମ , ମନ୍ତ୍ରେ ସୁମନ୍ତ୍ର ସ୍ମରଣେ

ହରିଣ ଦୁଷ୍କୃତି ବୁଦ୍ଧି ଧୀରା ଅବିଚ୍ଛନ୍ନେ

ହରି ଭାବେ ଯେ

ହରୁ ଦିବା ଯାମିନୀ ସମ୍ମୋଦେ ଯେ ।୩୩।

 

କ୍ଷିପ୍ରେ ଗମେ ସଦା ଆତ୍ମା ନିର୍ଦ୍ଦିଷ୍ଟ ଆସ୍ଥାନେ

କ୍ଷରେ ତଥା ପରମାୟୁ ସମେ ଏକାରଣେ

କ୍ଷମା ନିଧି ହେ

କ୍ଷେତ୍ର ଲାଭ ଦେବ କାଳେ ବିଧିରେ ।୩୪।

 

ରାଗ-ବଙ୍ଗଳା ଶ୍ରୀ

ଶ୍ରୀ ତାରିଣ୍ୟୈ ନମଃ

 

ଗଞ୍ଜାମର ପୁଣ୍ୟ ଯୋଗ୍ୟ ସ୍ରୋତସ୍ଵିନୀ ଋଷି କୁଲ୍ୟା ନାମେ ଯାର

ଦକ୍ଷିଣାଶା ପ୍ରାଚୀ ପରି ରାଜେ ରୁଚି ଶ୍ରୀ ଶ୍ରୀ ତାରିଣୀ ଭୂଧର ।

 

ଉପମା ଅସେ କି ଶତ୍ରଅରି ଡ଼ରେ ମହା ଭୟ ବହି ମନେ

ଭୁବିଧର ଶ୍ରୀ ଶ୍ରୀ ତାରିଣୀ ସନ୍ନିଧି ଲଭିକି ରାଜେ ସୁମନେ ।

 

ବର ଯାଇ ଯୁକ୍ତ ଯା ପୀଠ ମହତ୍ତ୍ଵ “ସ୍ତନପୀଠେ” ଅଭିହିତ

ସାଧକର ଶୁଭ ପ୍ରଦ ପ୍ରଣାଣିତ ଯୁଗେ ଯୁଗେ ବାଞ୍ଚ୍ଥାବତ ।

 

ତାରେଣୀ ଶିଖରୀ ଉତ୍ତରେ ସୁସ୍ଵର ନୋହି ନାମ ଅନର୍ଥକ

“ପୁରୁଷ ଉତ୍ତମ” ବହିଛି ଯେ ନାମଭାବେ ଆବର ସାର୍ଥକ ।

 

ପୁଷ୍କର ଚୁମ୍ଵି ଭୁବିଧର ତୀରେ ଯା ରାଜେ ପଲ୍ଲୀ ସ୍ଵୀୟ ନାମେ

ସୋହାଗ ମାନ ସେ ନିବସନ୍ତି ଦେବୀ ସେବକେ ତଦୀୟ ଗ୍ରାମେ ।

 

ଉତ୍ତରେ ମସ୍ତକ ତୋଳି ରାୟପୁର ଘୋଷେ ସ୍ଵାତୀତ କୀରତି

ସର୍ବ ଜୀବ ଦେହେ ଦେବୀ ପ୍ରଭା ଆହା ଖେଳେ ଚପଳେ ଝଟତି ।

 

ସେ ଶୈଳ ଅନତି ଦୂରେ ରାଜେ ରୁଚି ଆଖ୍ୟା ଖରିଡ଼ା ଲଭିଣ

ଦେବୀ ସ୍ଥାପୟିତା ଜନମି ଥିଲେ ଯେ ବସୁ ପ୍ରହରାଜ ନାମ ।

 

ପ୍ରବାଦେ ବିଦିତ ବସୁ ପ୍ରହରାଜେ ସ୍ଥାପି ଶ୍ରୀ ତାରା , ତାରିଣୀ

ଗାଇବାରେ ତାଙ୍କ ଯଶ ଜନପଦ ସମୂହ ହୋଇଛି ଋଣୀ ।

 

ଅରାଧନ୍ତେ ଦେବୀ ମହା ଭକ୍ତିଭରେ ପାଇଲେ ବର ଭୂଦେବ

ଦୁର୍ଲଭତା ତିନି ଲୋକେ ଲଭିବାକୁ କିବା ନର ନାକଦେବ ।

 

ଦେବୀ ଆଜ୍ଞାମତ ତ୍ରିଦିବ ପର୍ଯନ୍ତ ଅଙ୍ଗ ପରଶୁ ପଥର

ଛୁଇଁଲେ ଈପ୍‌ସିତ ସ୍ଥାନେ ପରିଣତ ଶୁଦ୍ଧ ସୁବର୍ଣ୍ଣ ଆକର ।

 

ସୁବିଦିତ ଏଥୁଁ ସମ୍ଵଳ ବିହୀନ ପରାଣର ପରିଣାମ

ଭୋଗିଥିଲେ ପ୍ରହରାଜେ , ଆଶା ଭାବେ ଯାନ୍ତେ ଦେବୀରେ ଶରଣ ।

 

ତେଣୁ ସୁପଚୁରେ ଇଛାମତ ଯେବେ ଭରମ ଚିର ବାଞ୍ଚ୍ଥିତ

ହେଲା ଅଙ୍ଗ ଆହା ତ୍ରିଦିବ ପର୍ଯନ୍ତ ମହାପ୍ରଭା ସମନ୍ଵିତ ।

 

ଈଦୃଶ ଯେ ଦେବ ସେବ୍ୟ ବେୀଦ ଦୟା ତୃଷ୍ଣା ତୃଷ୍ଣା ବାରିତା

ସ୍ଵପ୍ରକାଶ ପାଇଁ ଆନ ଦେହେ ଯାଇଁ ନୋହିବେ କି ଆବିର୍ଭୂତା ?

 

ତେଣୁ ସୁଦୟାଦ୍ରେ ଚିଟିରାମେୟାରେ ବ୍ରହ୍ମପୁର ଅଧିବାସୀ

ସୁପ୍ରନ୍ନେ ଦେଲି ବିହିଲେ ଅନୁଜ୍ଞା ନିର୍ମାଣେ ପାବଛ ରାଶି ।

 

କାରୁ କଉଶଳ କହ ହେବ କି ତ ଭୁଜଗ କୁଟିଳ ଗତି

ପରା ପଡ଼ି ଅଛି ସୋପାନ ଆବଳୀ ସ୍ଥାପି ଅନଶ୍ଵର କୀର୍ତ୍ତି ।

 

ସ୍ଵପ୍ରଭା ବିଗ୍ରହେ ଧନ୍ୟ ରାମଚନ୍ଦ୍ର ! ଦେବୀ ଆଜ୍ଞା ଶିରେ ଧରି

ଲଭିବାକୁ ଗତି ସଦ୍‌ବ୍ୟୟକୁ ଭକ୍ତି ବିନିମୟରେ ଆଚରି ।

 

ସ୍ଥାପି ଯାଇଛ ଯେ କୀର୍ତ୍ତି ତରଙ୍ଗିଣୀ ତା ତୀରେ ମୁମୁକ୍ଷୁ ଜନେ

ମହାନନ୍ଦେ ଦେବୀ ଦରଶନ ଲିପ୍‌ସୁ ଆଶ୍ରିଥାନ୍ତି ପଥଶ୍ରମେ ।

 

ତୁମ୍ଭେଟି ଉଦର ହୃଦୟରେ ଗାର ନାହିଁ ଅତଃପର ଭବେ

ଜୀବନ୍ମକ୍ତି ପଥ ଅନୁସରିବାକୁ ପଶ୍ଚାତ୍ପଦ ମୂଢ ସର୍ବେ

 

ମହାଜନ ଆଖ୍ୟା ତୁମ୍ଭରେ ଭୂଷିତ ସ୍ଵଭାବେ ମହାମହିମ

ଦେବୀ ଦତ୍ତ ବୁଦ୍ଧି ନଥିଲେ କି ଏଡ଼େ ସାର୍ଥକାମେ ଗଳେ ମନ?

 

ଧନ୍ୟ ତୁମ୍ଭ ଚିରନ୍ତନ ସ୍ନେହସିକ୍ତ ଅମୃତ ପାବଛ ଗୁଛ

ଆଶ ତରୁ ପଲ୍ଲବିତେ ସୁହୃଦୟ ମନ୍ଦାକିନୀ ଧରା ସ୍ଵଚ୍ଛ ।

 

ସ୍ତରେ ସ୍ତର କିବା ଉଠଇ ଲହରି ପ୍ରତିଭେଦ ସ୍ଵୀୟ ବକ୍ଷୁଁ

ଧ୍ଵଂସି ଆସଇକି ବିଶ୍ଵଗ୍ରାସୀ ଭୀମ ଦାନବ ଜୀବ ବୁଭୁକ୍ଷୁଁ ।

 

ଈଦୃଶ ଅଜସ୍ର ଧନିକ ସୁହୃଦ ମଣ୍ତଳୀ ଯାର ସେବକ

ପରି ଖଟିଥାନ୍ତି ଶ୍ରୀପଦ ପଙ୍କଜେ ଭକ୍ତି ପ୍ରୀତି ଅନୁରୂପ ।

 

ସେ ଶିବ ମୋହିନୀ ଶାନ୍ତି ସ୍ଵରୁପିଣୀ କୁଜବାରେ ମହୋତ୍ସବ

ଚୈତ୍ରେ ବିଘଟିତ ଯାପୂଜା ମହତ ଦିଶେ ଯେହ୍ନେ ଅଭିନବ ।

 

ନିରୀହ ଅସଂଖ୍ୟ ଅଜାରକ୍ତ ପିଇ ରଙ୍ଗେ ଲପନ ରଞ୍ଜିତ

ମୃତ୍ୟୁ ନୁହେ ସେହି ଜୀବ ମୁକ୍ତିମାର୍ଗ ଖଡ଼ଗେ ପ୍ରତିଫଳିତ ।

 

ଧନ୍ୟ ଅଜବାର ! ଦେବୀ ଏ ଆବର ତୁମ୍ଭରେ ଋଣୀ ସରବେ

ଚିର ଅଭିପ୍ରେତ ଜଠର ଯାତନା ନିବାର ଝାସି ଗରଭେ ।

 

ପରପାଇଁ ଆତ୍ମବଳି ଦାନ ଏବେ ଦେଖୁଛୁତ ପ୍ରତ୍ୟକ୍ଷରେ

ଅମର ଆବାସେ ସମାଦରେ ହେବ ଆସନ ସର୍ବ ଉପରେ ।

 

କେତେ ନିବେଦନ ଆତ୍ମ ମୁକ୍ତି ଇଛି ସ୍ଵଜୀବନେ ନାନା ମତ

ଉତ୍ସର୍ଗନ୍ତି ଦେବୀ ପଦତଳେ ଲଭିବାକୁ ସ୍ଵୀୟ ଅଭିପ୍ରେତ ।

 

ଇଚ୍ଛା ଅରୁଣୁରୁ ସୁଧାପାନ ଯେବେ ସ୍ଥିରେ ଚପଳା ଲିଙ୍ଗନ

ଚୁମ୍ଵିବାକୁ ସୁଧାକର ହେମ ଫୁଲ ଗନ୍ଧ ଲଭିବାକିୁ ମନ ।

 

ପିକଠାରୁ କଥା କେଷ୍ଟେ ନଷ୍ଟଗିରି ଆବୃତ ଶୈଳ କମଳେ

ଚମ୍ପକ ଭ୍ରମର ମେଳ ମହୀ ଉଦ୍ଦୀପିତ ତାରକା ମଣ୍ତଳେ ।

 

ବିନ ମେଘେ ବର୍ଷା ଅସମ୍ଭବ ଯଥା ତଥା ଦେବୀ ଆଜ୍ଞାବାର

ବର୍ତ୍ତମାନ ଭୂତ ଭବିଷ୍ୟେ କଦାପି ନୋହିବ ଭିନ୍ନ ଆକାର

 

ଈଦୃଶ ସ୍ଵପ୍ରଭା ବିଗ୍ରହେ ଜଗତ କରି ମହା ଉଦ୍ଦୀପିତ

ଶତ ଶତ ଦେବୀ ସେବୀଙ୍କ ନିରତ ଡ଼ାକେ କରି ସମାଦୃତ ।

 

ସେ ମହାନ ସ୍ଵନେ ହୀନ ଭକ୍ତି ହୀନ ପଡ଼ିବକି ନାମେ ଗାର ?

ଲତଦକି ଯଶ ଯାହା ସ୍ଵପ୍ରକାଶ ରୂପ ଖେଳେ ଅଚଳାର ।

 

ସେହି ଦେବୀ ପଦେ ନିବେଶି ମସ୍ତକ ହୀନ ନର ଜନ୍ମୁ ପାରି

କରିବାକୁ ଚିର ଦିନ ଯଦୁନାଥ କରେ ଆରତ ଗୁହାରି ।

-----

ଶ୍ରୀ ଶ୍ରୀ ଶ୍ରୀ ରାମଚନ୍ଦ୍ର ମର୍ଦ୍ଦରାଜ ଦେବଙ୍କ ଜିଲ୍ଲାବୋର୍ଡ଼ ଅଧିପତି ପଦ

ପ୍ରାପ୍ତ୍ୟୁତ୍ସବ ଉପଲକ୍ଷେ ରଚିତ ।

 

ରାଗ-ଆଷାଢ଼ଶୁକ୍ଳ

 

ସୁଦିବସ ନିଶି ଶେଷେ ଆଗତ ଉତ୍ସହ କଲ୍ଲୋଳ ଲୋଳେ ସର୍ବତ୍ର

କି ଅବିନଶୀ ଉଷତେ ଏଧରା ବାସୀ କି ଜୀବ ସାରା ଆତ୍ମହରା

ପୁଲକ ଉତ୍ସ୍ଵାସ

ପ୍ଲାବନ କରେ ଚରାଚର ଆସ୍ୟ      ।୧।

 

ଖଲ୍ଲି କୋଟ ଷ୍ଫୁଟାଟ୍ଟହାସ୍ୟେ ଫୁଲି ନାଚେ ମହାନୁରାଗେ ପ୍ରାଣଭୁଲି

ହୃଦ ଧଇର୍ଯ୍ୟ ନୋହୁଛି ସମ୍ଭାଳି ଯେଣୁ ତା ସୁତ ନୃପତି ମଉଳି

ସୁଯୋଗ୍ୟ ସମ୍ପ୍ରତି

ଭୂରେ ଉଚାସନାଧିକାର ପ୍ରାପ୍ତି ।୨।

 

ବୁଦ୍ଧି ପୋତ ସଦା ବିଦ୍ୟା ସାଗରେ ବହୁ ଦିନୁ ଭୂପ ଭସାଇବାରେ

ସହୁତ୍ସାହ ତରଙ୍ଗେ ତରଙ୍ଗିତ ନାତି କ୍ରମି ବାଧ୍ୟା ବିଘ୍ନ ବହୁତ

ଭୀମ ନିରାଶବ୍‌ଧି

ବାତ୍ୟାନୂଭୋଗେ ନଥାଇ ଅବଧି ।୩।

 

ରମ୍ୟେ ଶେଷସୀମା କୂଳେ ପ୍ରବେଶ ଅର୍ଥୀ ବ୍ୟର୍ଥ ସାର୍ଥ ସ୍ଵଳ୍ପ ପ୍ରତୀତ

ରାଜନ ମଣି ତହୁଁ ଭାଗ୍ୟବାନ ସତତ ବାଗୀଶ୍ଵରୀ ସୁପ୍ରସନ୍ମ

କୃପାବଳେ ଯାର

ଲଭିଲେ ଭୂଭୃତ ଯୋଗ୍ୟାଧିକାର ।୪।

 

ସାର୍ଣ୍ଣବ ବସୁମତୀ ସାରାଖ୍ୟତମ ମନୁ ଭବଇଁରେଜ ରାଜବ

ଯା ଅନୁଗ୍ରହେ ହୀନ ବଳୀୟାନ ଲଭେ ନର ନିଗ୍ରହେ ହୀନକର୍ମ

ସଦାଶୟ ଅତି

ଦେଲେ ରାଜା ରାମଚନ୍ଦ୍ରେ ବିଭୂତି ।୫।

 

ସମୁପଯୁକ୍ତ ନୃପସୁତ ଗଣ ହେଲେହେଁ ମାତା ଗଞ୍ଜାମର ପ୍ରାଣ

ଜନନୀ ବାଞ୍ଚ୍ଥା କେ ପୂର୍ଣ୍ଣ ନକଲେ ତା ଖଲ୍ଲିକୋଟ ରାଟ ଶୁଭେଥିଲେ

ଜିଲ୍ଲା ଅଧିପତି

ଅଧିକାର ପ୍ରାପ୍ତେ ତୁଟେ ଆସକ୍ତି ।୬।

 

ବିଶେଷେ ଭୂପ ଭୂରେ ସମ୍ମାନିତ ହେବାରେ ଉତ୍ସହିତ ନାଗରିକ

ନୃପନୁ ଗତ କର୍ମ ଚାରିବାର ବିହିଲେ ସେ ତ୍ସୁକେ ଉତ୍ସବର

ଘେନି ରାମଚନ୍ଦ୍ର

ଚିତ୍ତ କୁମୁଦ ଉଲ୍ଲାସକୁ ଚନ୍ଦ୍ର ।୭।

 

ବାସରେ ଶୋଭାଯାତ୍ରା ଭିଆଇଲେ ବିବର୍ଣ୍ଣନେ ଯାହା ବଚନ ବଳେ

ଯାତ୍ରା ସମ୍ଭାର କେତେ ପ୍ରକାଶିବି ଛତ୍ରିଶ ନିୟୋଗ ଜାଗ୍ରତେ ସେବି

ପରିକର ପରି

ବିରାଜନ୍ତି ଯା ଚରଣ ଆଦରି ।୮।

 

ନୃପ ଉତ୍ତମ ଯହୁଁ ସୁରୋପମେ ରାଜିଲେ ହେମମୟ ସୁଖାସନେ

ଧଇଲେ ବାହକେ ସଭୟ ଚିତ୍ତେ ସାବଧାନ ଯହିଁ ଖୁଣ୍ଟିଆ ଡ଼ାଳେ

ଚୋପଦାର କୀର୍ତ୍ତି

ବନ୍ଦନେ ଭାଷଇ ଏହୁ ଭାରତୀ ।୯।

 

ବିଭୋ ଉଭୟ ରାଜ୍ୟ ଅଧୀଶ୍ଵର ବିଭୋ କୀରତିମନ୍ତ ପୁରନ୍ଦର

ବିଭୋ ଆକାଶ ସିନ୍ଧୁ ହୃଦବାନ ବିଭୋ ରମଣୀ ନୟନ ମଦନ

ଅଣିମାଦି ଦାତା

ବିଭୋ ଆମ୍ଭ ଦେବାର୍ଚନ ଦେବତା ।୧୦।

 

ବିଚିତ୍ର ତା ଗୁଣ ଅଛଇ ଯେତେ ଶେଷ ଶେଷ ମୁଖେ ବର୍ଣ୍ଣିବି କେତେ

ମହା ଶୋଭା କରି ସୁଧା ଭଣ୍ତାର ଅବିନାଶୀ ଆନନ୍ଦ ରସପୁର

ପରଜା ପଙ୍କତି

ହୃଦୟାବ୍‌ଜାରଣ୍ୟ ଅର୍ଯମା ଭାତି ।୧୧।

 

ଈଦୃଶ ମାଗଧ ସୁତ ବର୍ଣ୍ଣନେ ବର୍ଣ୍ଣନେ ଅସର ଶାନ୍ତ ଲେଖନେ

ପୂର୍ବୁଁ ନିମନ୍ତ୍ରିତ ସେନାନୀଗଣ କରି କରେ ଆୟୁଧ ଆସ୍ଫାଳନ

ପରସ୍ପରେ ମିଳି

ସମର ଛଳେ କରୁଥାନ୍ତି କେଳି ।୧୨।

 

ତଦୀୟ ରମ୍ୟାଳୟେ ଏହିପରି ଆଦରେ ପ୍ରବେଶି ନର କେଶରୀ

ସାଶୀର୍ବାଦ ସର୍ବଜନୁଁ ଲଭି ଉଷତ ହ୍ରଦେ ହୃଦ ଗଲା ଦ୍ରବି

ତହୁଁ ସନମାନେ

ବିଜୟେ ନଗର ପରିଦର୍ଶ ନେ ।୧୩।

 

ଗହଣେ ଗମିବା ଜନକେ କଳି ପାରିବ ? ନର ଶିରାର୍ଣ୍ଣବ ଭଳି

କ୍ରୋଶାର୍ଦ୍ଧ ବିସ୍ତୀର୍ଣ୍ଣ ଭାବେ ନିଘଞ୍ଚ ପଦାତି କରେ ଭୂଷା ବିଭୂଷିତ

ଝଲକନ ମାତ୍ରେ

ଚପଳେ ରବିକର ଖେଳେ ଗାତ୍ରେ ।୧୪।

 

ଶେଷେ ପ୍ରବେଶନ୍ତେ ସମାରୋହରେ ନବରେ ଭୂପ ଶ୍ରୀବୃଦ୍ଧି ଅର୍ଥରେ

ହର୍ମ୍ୟେ କାମିନୀ ଉତ୍ସୁକେ ବଦନ ଡ଼ିଣ୍ତିମ ବଜାଇ ହେଲେ ପ୍ରସନ୍ନ

ସର୍ବେ ଆଶୀର୍ବାଦ

କହିଲେ ନୃପ ଭୋଗନ୍ତୁ ସମ୍ପଦ ।୧୫।

 

ବସୁଧାପତି ଅନୁ ମତି ଘେନି ବିଦାୟ ନେବାବେଳେ ପ୍ରଜାଶ୍ରେଣୀ

ବଚନ ରଚନ ସୁଧା ମଧୁର ଲଭି ଦୀର୍ଘାୟୁ ଦଣ୍ତଧର ରେ

ବର୍ତ୍ତି ଚିରକାଳ

କରନ୍ତୁ ଆମ୍ଭ ଈପସିତ ସଫଳ ।୧୬।

 

ଭାଷିତ ଆମ୍ଭର ପରାଣ ପରା ସତ୍ୟେ ହୁଅନ୍ତୁ ସେ ଦୁଃଖ ପାଶୋରା

ବେଳୁଁ ବେଳ ଶ୍ଵେତାଙ୍ଗେ ସମ୍ମାନିତ ହେଉ ସର୍ବନ୍ତ୍ର ସୁକୀର୍ତ୍ତି ପ୍ରଥିତ

ଦେହେ ଛାଇ ଯଥା

ବିତୁ ଜୀବନ ଶୁଷମେ ସର୍ବଥା ।୧୭।

 

ଅଳି ସୁମନ ଯେ ପୀରତି ଥାଇ ପ୍ରଜା ରାଜ୍ୟାଧିପେ ତଭାବ ରହି

ମହା ଦୁର୍ଭିକ୍ଷେ ବିହି ପ୍ରାଣଦାନ ନିଃସ୍ଵମୂଳେ ଦେଇ କୃପା ନୟନ

ହୃଦ ଉଲ୍ଲାସିତ

କରଣେ ରମଣୀୟ ଚନ୍ଦ୍ର ସତ ।୧୮।

 

ଆଶ୍ଚର୍ଯ ଅତି ଅବ୍‌ଜଜ ନିୟୋଗ ଦୁଃଖ ଅନ୍ତେ ମହାସୌଖ୍ୟ ସମ୍ଭୋଗ

ମାତ୍ର ଚିରନ୍ତନ ଗାଢେ ସ୍ଥାପନ ଅର୍ଥେ ବିଭୁ ପଦାବ୍‌ଜେ ନିବେଦନ

ପୁରୁଷାନୁ କ୍ରମେ

ରହୁ ମାନ ନଶ୍ଵର ଭବଧାମେ ।୧୯।

 

ସେହି ଭୂପାଧିପେ ଚିର ଆଶ୍ରିତ ଯଦୁନାଥ ଜୀବ ବଡ଼ କୃତାର୍ଥ

ବାଣୀବରେ ସ୍ଵତଃ ପ୍ରସରେ ବାଣୀ ବର୍ଣ୍ଣନେ ଅସାଧ୍ୟ କୀର୍ତ୍ତି କାହାଣୀ

ରାମଚନ୍ଦ୍ରଙ୍କର

ନାମ ସାର୍ଥ ଜୀବ ସାର୍ଥ ଶରୀର ।୨୦।

 

( ପ୍ରାଣ ସଙ୍ଗିନୀରେ ନେତ୍ରାନନ୍ଦ ପସରା-ବୃତ୍ତରେ )

ଜୀବ ଜୀବନରେ ନେତ୍ର ଚିତ୍ର ପ୍ରତିମା ତୁହିକି ମୋ ସୁଖ ସୀମା ।ଘୋଷା ।

 

ଭରମେ ହେଁ ଅବହେଳେ             ଭରମ ବରନା ତିଳେ

ନବିଲୋକେ କେତେବେଳେ ସାର ସୁସମା ।୧।

 

ବିଶ୍ଵ ଶୋଭା ସାରେ ସାର             ଲୋକି ଶ୍ରୀମୁଖ ମିହିର

ବିକାଶ ଆଶା ପୁଷ୍କର ନକର ଚୂନା ।୨।

 

ମୂର୍ତ୍ତିମତୀ ରତି ସତୀ             ଗଞ୍ଜେ ଚପଳା ସୁକାନ୍ତି

ପ୍ରତିଭାତି ତହିଁ ପ୍ରୀତି କରେ ଭଙ୍ଗିମା ।୩।

 

ବିନିମୟେ ତୁଚ୍ଛଧନ             ଲଭିଛି ଜୀବ ଜୀବନ

ସୁନ୍ଦର ସମ୍ପ୍ରତି କିବା ଦେବା ଯନ୍ତ୍ରଣା ।୪।

 

କାମି କାମ କଳ୍ପତରୁ             ପରାଖ୍ୟାତରେ ରମ୍ଭୋରୁ

କାମିନୀ ଧରଣୀ ତଳେ ଜଗତ ଜିଣା ।୫।

 

ଆଗ କିଣି ପ୍ରାଣ ହୃଦ             ମହା ଅନୁରାଗ ପ୍ରଦ

ବାକ୍ୟେ ପ୍ରବୋଧିବା କିବା ନୋହେ ଭାବନା ।୬।

 

ଶତ୍ରୁ ପାରାବାର ବେଢି             ରାଜେ ଜୀର୍ଣ୍ଣ ଦୁର୍ଗ ଭଳି

କ୍ଷଣ ଅଭାଦେ ତୋ ଟଳି ପଡ଼ିବ ସିନା ।୭।

 

ମୋ ମାନସ ମାନସର  ନିରତାଶାୟୀ କାସାର

ସାର ବରଟା ସୃଷ୍ଟିର ନାହିଁ ଉପମା ।୮।

 

କିଞ୍ଚିତେ ପ୍ରମଦାବର  ବର ଅଭୀଷ୍ଟ ଆବର

ବିତରଣେ ତତଃପର ହୁଅ ସୁମନା ।୯।

 

ଦୁର୍ଲ୍ଲଭ ଯା ତିନି ଲୋକେ  ସୁଲଭେ ପ୍ରାପ୍ତ ତ୍ରୁଟିକେ

ବଲ୍ଲଭ ପଦର ଭବେ ବଡ଼ ଗରିମା ।୧୦।

 

ଜଗବନ୍ଧୁ ସେବେ ଜୀବ  ବନ୍ଧୁର ଚିତ୍ତେ ଅଭାବ

ଅନ ଅନୁଭବୁ ଜବ ତୁଟୁ ବେଦନା ।୧୧।

 

( ଜାଣି ନଥିଲି ଯେ ବନ୍ଧୁ ବିରହ ଜୀବନେ ବୃତ୍ତରେ )

କଥା ଯଥାର୍ଥ ଯେ ସ୍ତ୍ରୀରତ୍ନ ମୋ ଜୀବଗତ । ପଦ ।

ଚାଟୁ ପଟଳୀରେ ଅନୁକୂଳ ନୋହି ରହିବା ଲଜେ ବରତି

 

ବଳେ ଆଣୁ କୋଳେ ,            ନାସ୍ତି କଲା କାଳେ

କି ଭୋଗ ଭୋଗୀ ସମ୍ପତ୍ତି ।୧।

 

କୃଚ ଉତ୍ତୁଙ୍ଗିମା             ଦିଶେ ତା ସୁସମା

ଇନ୍ଦ୍ରିୟାଦି ସୁଖ ଦାତ୍ରୀ ।୨।

 

ରଚିଲେ ଜବସେ        ନିଧୁବନ ରସେ ,

ଘୁଞ୍ଚଇ ଲାଜେ ବରତି ।୩।

 

ଏତେକାଳେ ବିହି             ଭାଲେ ଥିଲା ଲିହି

ନୋହିଲେ ନୋହୁ କୀରତି ।୪।

 

ତେଜି ପାରିବି କି             ପ୍ରେମନିଧି ମୋର

ଅନ୍ତରେ ରହିଛି ଲାଖି ।୫।

 

ଶୟନେ ଅଶନେ             ସ୍ଵପନେ ତା ରୂପ

ବିଲୋକେ ନେତ୍ର ସମ୍ପତ୍ତି ।୬।

 

ସେହି ପରା ମୋର             ଗଳାବର ହାର

ତାର ଯେ ମୁଁ ପ୍ରାଣପତି ।୭।

 

ସମ୍ପଦେ ବିପଦେ             ବାସଦାନେ ମୋଦେ

ନାହିଁ ସାହସ ବିକସି ।୮।

 

ପିତୃ ମାତୃ କୁଳ             ଦୃଷ୍ଚି ଯା ଜଞ୍ଜାଳ

ଆବର୍ତ୍ତେ ଲଜ୍ଜାରେ ଶଙ୍କି ।୯।

 

ଆହା ଚାରୁଭୁରୁ             ମୋର ପ୍ରିୟଗୁରୁ

ଜୀବ କି ଲାଗି ତେଜିବି ।୧୦।

 

ସବିଶେଷେ ଯଦୁ             ନାଥ ତ କୃତାର୍ଥ

ଲଭୁ ତୋ ଅଙ୍ଗ ସଙ୍ଗଟି ।୧୧।

 

ଆତ୍ମ ପରିତାପ

( ଦ୍ଵିତୀୟା ଯାମିନୀରେ ମୋ ପ୍ରାଣସହି ବୃତ୍ତରେ )

( କ ଠାରୁ କ୍ଷ ପର୍ଯ୍ୟନ୍ତ )

 

କୁସଙ୍ଗ ଲିପ୍ତ ଫଳ ବିଭୋଗେ ଦେଖ

କି କର୍ମ ପରାଭବ , ଭବେ ପ୍ରତ୍ୟକ୍ଷ ଯେ ।

 

ଖଣ୍ତନ୍ତି ସୁଖ ଦୁଃଖ ପଡ଼ି ବିଭ୍ରମେ

ମାୟା ବଳେ ଭବନେ ଜୀବଗଣେ ଯେ ।

 

ଗଭୀର , ତୃଣଗୁଳ୍ମ ବନ୍ତ , ମଶକ –

ପୂର୍ଣ୍ଣ ଭବଗର୍ଭ ଯା ଜୀବନାଶକ ଯେ ।

 

ଘୋର ଜଞ୍ଜାଳେ ଜୀବ ପଡ଼ି ଭ୍ରମଇଁ

ଧନ ବିନିମୟେ ସେ ଜୀବନ ଦେଇ ଯେ ।

 

ଅଣହେଳା ନ କରେ ଦାରା ସୁତରେ

ଅଭିମାନ ବହି ଭବ କାରାଗାରେ ଯେ ।

 

ଚାହେଁ ଯେ ଦିଶେ ଶୁଣେ ଅପ୍ରିୟ ଭାଷ

ଚଳଇ ଘେନି ପାପୀ ନର ଆଦେଶ ଯେ ।

 

ଛଦ୍ମ ସେ ମରୀଚିକା ଯା ଜଳମଣି

ଛଟକେ ଭ୍ରମେ ଗମେ ତାହା ନ ଜାଣି ଯେ ।

 

ଜାଣୁ ଜାଣୁ ନିଷ୍ଫଳ କରମ ପଥେ

ଜଡ଼ି ଭ୍ରମଇ ସେ ଉଦର ଆୟତ୍ତ ଯେ ।

 

ଝଗଡ଼ ହୋଇ କରେ ସଞ୍ଚୟ ଧନ

ଝଟେ ହରନ୍ତେ ଦସ୍ୟୁ ନିଷ୍ଠା ରାଜନ ଯେ ।

 

ନିର୍ବେଦେ ସଂଭାବନେ ସେ ଜୀବନୃତ

ନିରତେ ଭାବେ ଦେବେ କୁଟୁମ୍ଵେ ସ୍ଵାସ୍ଥ୍ୟ ଯେ ।

 

ଟାକି ମନ୍ଦର ସମ କରମ ବାଞ୍ଛି

ଟାଣ ଧନ ଅଭାବେ ହଟିଣ ଘୁଞ୍ଚି ଯେ ।

 

ଠିକେ କୁଟୁମ୍ଵୀ ନାନା କର୍ମରେ ଘୁରି

ଠୁଳେ ନ ପାରେ ଜଠରାଗ୍ନି ନିବାରି ଯେ ।

 

ଡ଼ର ଲଜ୍ଜା ବିହୀନେ ଜନେ କୌପୀନ –

ଡ଼ୋର ନିଦ୍ରା ଘେରନ୍ତେ ସଂସାର ଶୂନ୍ୟ ଯେ

 

ଢମ ନୁହେ ଶୃଗାଳ ଶବେ ଯେସନ

ଢାଳେ ଦେଖନ୍ତେ କରନ୍ତି ଛିନ୍ନଭିନ୍ନ ଯେ ।

 

ଅନାୟତ୍ତେ କୁଜନ ଭ୍ରମେ ତଦ୍ଚତ

ଅତ୍ୟାସକ୍ତେ ପଡ଼ିତ , ଜୀବ ପୀଡ଼ିତ ଯେ ।

 

ତହିଁ ବିବେକ ହୁଡ଼ି ମୋହ ଆବର୍ତ୍ତେ

ଥୟ ବିହୁନେ ନର ଶମନ ଭେଟେ ଯେ ।

 

ଦର ବିହୁନେ ନୀଚାସକ୍ତେ ତା ମତି

ଧରି ମାରନ୍ତେ ଆଶା ପ୍ରାଣ ତା ନାସ୍ତି ଯେ ।

 

ନର ଲଭଇ ତହୁଁ ଯେ ଅପମାନ

ପ୍ରାଣ ପ୍ରୟାଣ ତୁଲେ ତାହା ସମାନ ଯେ ।

 

ଫୁଟି ପଡ଼ଇ ଶ୍ରମେ ବରଷା ବାଡେ

ବହୁ କେଶ ଲଭଇ ସ୍ଵ ଅନାୟତ୍ତେ ଯେ ।

 

ଭ୍ରମଇ କାହିଁ ବା ମାତି ବ୍ୟବହାରେ

ମହା କୁତ୍ସିତ ବିତ୍ତ ଘେନି ଆନରେ ଯେ ।

 

ଯୁକ୍ତିହୀନ ବିବାଦ ଭିଆଇ ବୃଥା

ରସାରେ ହେଲେ, ଅର୍ଥହୀନ ଅବସ୍ଥା ଯେ ।

 

ଲୁଚାଇ ଆନେ ଦେଇ ସର୍ବ ସମ୍ପତ୍ତି

ବ୍ୟବହାରେ ନ ପାଇ ଚୋରି କରନ୍ତି ଯେ ।

 

ଶକ୍ତ୍ୟଧିକ କଷଣ ଲଭନ୍ତି ତେବେ

ଷଡ଼ଅଷ୍ଟଭୁବନ ଶୂନ୍ୟ , ତା ଆଗେ ଯେ ।

 

ସନ୍ତାପ ତା ଭାବନେ , ମୋହରେ ଜଡ଼ି

ହୁଅଇ ଦୀନ , ନୀଚ ଯୋନିରେ ପଡ଼ି ଯେ ।

 

କ୍ଷମ ନୁହଇ ଆଉ ମନୁଜ ଜନ୍ମେ

କ୍ଷିତିରେ ନୀଚା ସକ୍ତଫଳେ ବିଷମେ ଯେ ।

 

ପରିପନ୍ଥି ଭାବ ବହିବୀର ପଣେ

ଜିଣନ୍ତି ସାରା ଧରା ମୋର ଏ ଜ୍ଞାନେ ଯେ ।

 

ରଚି ଦ୍ଵଦ ଆହବ ଯୁଦ୍ଧେ ନିହିତ

ନୁହେ କି ବୃଥା ଆଶ ଅପ୍ରତିହତ ଯେ ।

 

ମାତ୍ର ଆହା ସନ୍ନ୍ୟାସୀ ଯେ ସୁଖ ଭୋଗେ

ସ୍ଵପ୍ନେହେଁ ନ ଲଭନ୍ତି ସେମାନେ କେବେ ଯେ ।

 

କୁନାରୀ ଭୁଜଲତା ପାଇ ଆଲିଙ୍ଗି

ନ ଜାଣେ ପାପୀ , ଯହିଁ ପାଷାଣ୍ତେ ସଙ୍ଗୀ ଯେ ।

 

ମଧୁ ପାନେ ମୋହିତ ସୁଜ୍ଞାନ ହୀନ

ବିହନ୍ତି ଯେ ଅସହ୍ୟ ପ୍ରାଭବମାନ ଯେ ।

 

ନ ସହି ରସାଦେବ କୁଳେ ତା’ ବାସ

ବିଲୋକି ପ୍ରାୟଶ୍ଚିତ୍ତ ବ୍ୟଥିତ ଚିତ୍ତ ଯେ ।

 

ମଳିନତା ପ୍ରାପତେ ତା’ ନିନ୍ଦାରାଜି

ମାତଇ ପୁଣି ନୀଚେ ସ୍ଵକୀୟା ତେଜି ଯେ ।

 

ଭୁଲଇ ଜୀବଦିଶା ସାର ଉଦ୍ଦେଶ୍ୟ

ଗମି ପ୍ରବୃତ୍ତି ମାର୍ଗେ ଅପାର କ୍ଲେଶ ଯେ ।

 

ନିବୃତ୍ତି ସରଣୀତ ମହା ଦୁର୍ଗମ

କୃତାର୍ଥାନୁ ସରଣେ ଜୀବ ଜମନ ଯେ ।

 

ସର୍ବ ବିଷୟ ରସୁ ସୁଦୂରେ ରହି

ପରମ ତୁଷ୍ଟି ଲଭ ଶ୍ରୀ ହରି ଧ୍ୟାୟି ଯେ ।

 

ସମନେତ୍ରେ ବିଲୋକ ସର୍ବଜୀବରେ

ଗାଉ ଜିହ୍ଵା ଅନନ୍ତ ମୁକୁନ୍ଦ ହରେ ହେ ।

 

ମଧୁ ମଧୁରେ ସେହି ଶ୍ରୀହରି ନାମ

ନ ପୁନର୍ଜଗତକୁ ଯେହୁ କାରଣ ଯେ ।

 

ଜ୍ୟୋତି ରୂପ ନିବିଷ୍ଟ ଚିତ୍ତରେ ଧ୍ୟାୟୀ

ଯାଉ ଜୀବନ ପଛେ ଶୋଚନା ନାହିଁ ଯେ

 

ବିତରିବେ ସଦ୍‌ଗତି ସେ ବିଶ୍ଵନାଥ

ଜଡ଼ ଯା’ ତେଜେ ଜୀବ ଲଭେ, ଯଥାର୍ଥ ଯେ ।

 

ଯଦୁନାଥ ସେ ଦେବେ ଚିର ଆଶ୍ରିତ

କୁଗ୍ରହ କରିଦଣ୍ତ କେଶରୀ ମତ ଯେ ।

 

ବିଷାଦାଷ୍ଟକ

 

ଶୁଣାଅ କରଣା ବାଣୀ କି ବନ୍ଧୁ

ମୋରେ ଏ ନିଗ୍ରହ କାହିଁକି ଘୋଷା ।

 

କି ଯୋଗେ ଚତୁର ଚକ୍ଷୁ ହେଲାକି

ପ୍ରତିକୃତି ହୃଦେ ରହିଛି ଲାଖି ।୧।

 

ବିଶୁଦ୍ଧ ମୁଁ ମୁଗ୍‌ଧ ତୋ ପ୍ରେମଲୋକି

ରଖାଇ ଦେଲୁତ ଅଧର ଭୂତି ।୨।

 

ତୁହିସିନା ଜୀବ ନେତ୍ର ସମ୍ପତ୍ତି

ଅଯଶକୁ ଲବେ ନାହିଁ ମୋ ଦୃଷ୍ଟି ।୩।

 

ବିହି ଯାହା ବିହିଥିବ ହେବଟି

ଦୁଃଖ ପ୍ରତିରୋଧେ ଲଭେ ନିର୍ମାଖି ।୪।

 

କି ଲଭୁ ଯାତନା ଜୀବେ ବିହିକି

ଏକାବେଳେ ରୋଧେ ଜୀବ ଗତିକି ।୫।

 

ନାହିଁ ବିରୋଧ ଦୁଷ୍କୃତେ ବୋଲଟି

ତୁ ମୋ ଅନ୍ତଃସାର ବୋଲି ମଣିକି ।୬।

 

ଆଶା ଜୀବଥିବା ଯାକ ଅଛଟି

କୃପାହୀନେ , ଶୂନ୍ୟ ଧବ ନାମଟି ।୭।

 

ନାହିଁ ମୋ ନିଜରେ ଏଡ଼େ ସ୍ନେହଟି

ସାଧୁ ଯଦୁନାଥ ତୋ ସେବକଟି ।୮।

 

ଆତ୍ମ ସାନ୍ତ୍ଵନା

( ଦ୍ଵିତୀୟା ଯାମି ନୀରେ ମୋ ପ୍ରାଣ ସହି ବୃତ୍ତରେ)

 

ଗୁରୁ ଗବେଷଣାରେ ବିଭ୍ରମ ଚିତ୍ତ

ବିଷୟ ଭୋଗ ଘେନି ନୁହେ ଜୀବିତ ଯେ ।

 

ପ୍ରାପ୍ତି ଯେହୁ ସୁଭକ୍ତ ତାରେ ସୁଗମେ

ନିତ୍ୟ ଶୁଦ୍ଧ ବ୍ରହ୍ମ ଯା ବଦେ ନିଗମେ ଯେ

 

ଏଠାରେ ଆପଣାର ସ୍ତ୍ରୀକି ଉତ୍‌ପ୍ରେକ୍ଷା କରାଯାଇ ଅଛି ।

ସମଚିତ୍ତ , ଅକ୍ରୋଧ , ଶାନ୍ତ ସୁହୃଦ

 

ନାହିଁ କେଭେଁ ଏମନ୍ତ ନରେ ପ୍ରମାଦ ଯେ ।

ପଡ଼ିଲେହେଁ ବିଷୟ ବିଳେ ସଜ୍ଜନ

 

ନତେଜଇ ସତ୍କାର ସେ ସାଧୁଜନ ଯେ ।

ଷଡ଼ଇନ୍ଦ୍ରିୟ ନାଶେ ମନୁଜାଧମ

 

ଇଚ୍ଛି ବିଷୟ ପାପ କରେ ଅସୀମ ଯେ ।

ପ୍ରମତ୍ତ ଉତ୍ସୃଙ୍ଖଳୁଁ ପ୍ରାଭବ ଲଭି

 

ମହା ନୈରାଶ୍ୟସରେ ରହଇ ଦ୍ରବି ଯେ ।

ସ୍ଵୟଂ ଚେତନା ଯେବେ ନଜାଣେ ହୃଦେ

 

ପତିତ ସେ ଅଜ୍ଞାନ କର୍ମର ବନ୍ଧେ ଯେ ।

ମୋହିତ ବିଷୟରେ ସଦା ମୈଥୁନ

 

ସୁଖେ ନିବେଶି ଚିତ୍ତ କେ ସ୍ମରେ ମନ ଯେ ।

ନାହିଁ ସୌଖ୍ୟ ପ୍ରତ୍ୟୁତ ବିଶେଷେ ତାପେ

 

ବର୍ଦ୍ଧିତ ସଙ୍ଗେ ସଙ୍ଗେ ଅସର ପାପେ ଯେ ।

ରମଣୀ ଅହଂକାର ଖଣି ବିଦିତ

 

ଯା ଘେନି ମୁଖ ଦୁଃଖ ଦ୍ଵିନ୍ଦାଦି ଜାତ ଯେ ।

ତୃଷ୍ଣା ନରଖ ଚିତ୍ତ କିଞ୍ଚିତ ତହିଁ

 

ବିଷୟୁଁ ସ୍ଥିତି ଦୂରେ ବିହି ବାଞ୍ଚ୍ଥଇ ଯେ ।

ବିଶୁଦ୍ଧ ଗୁରୁ ବିଶେଷେ ଜଗଦ୍‌ଗୁରୁ

 

ଭଜ ସୁଚିତ୍ତ ନିସ୍ତରିବୁ ଭବରୁ ଯେ ।

ଫଳେ ଆଶାନୁଯାୟୀ ଯେ କାମ୍ୟ କର୍ମ

 

କାରଣ ସେହି ଚିତ୍ତ କୁ ପୁନର୍ଜନ୍ମ ଯେ ।

ଅର୍ପି ନିଷ୍କାମ ଭାବେ ଫଳ ବିଭୁରେ

 

ଲଭି ତୁଷ୍ଟି ପାଇବୁ ସାଯୁଜ୍ୟ ଖରେ ଯେ ।

ଶ୍ରବଣ ସୁପବିତ୍ର ଶ୍ରବଣେ ନାମ

 

ଜିହ୍ଵା କରତୁ ସାର୍ଥ ଗୁଣ କୀର୍ତ୍ତନ ଯେ ।

ଲୋକି ଶ୍ରୀପତି ଲଭ ନେତ୍ର ସମ୍ପତ୍ତି

 

ବିତୁ ଏମନ୍ତ ଚିତ୍ତ ବାସର ରାତି ଯେ ।

ତେଜି ବିଦ୍ଵେଷ ଜୀବେ ରଖ ସମତା

 

ଅପାର୍ଥିବ ଦେହେ ତୋ ନୋହୁ ମମତା ଯେ ।

ଅଧ୍ୟାତ୍ମ ଶାସ୍ତ୍ରାଭ୍ୟାସେ ବାକ ସଂଯମ

 

କରି କରତୁ ବ୍ରହ୍ମଚର୍ଯ ପାଳନ ଯେ ।

ନିର୍ଜନରେ ଏକାନ୍ତେ ବିଲୋକ ଯହିଁ

 

ବିଭୁ ପ୍ରତିଭା ସବୁଠାରେ ରାଜଇ ଯେ ।

ସେ ସର୍ବ ପ୍ରେମକାରୀ ପ୍ରେମ ଆଲୋଡ଼ି

 

ରହ ମୁମୁକ୍ଷୁ ହୋଇ ପଦାବ୍‌ଜ ଭିଡ଼ି ଯେ ।

ବଳବନ୍ତ ତୋ ପ୍ରେମ ହୋଇବ ଯେବେ

 

ସ୍ଵୟଂ ବିଶ୍ଵରୂପ ତୋ ହୃଦେ ରାଜିବେ ଯେ ।

ଜନ୍ମ ବିଲୋକୁ ଯେତେ ତୋଷ କି କହି

 

ପାରିବକି କଳି ସେ ଜୀବନ ଥାଇ ଯେ ।

ମାଗେ ତ ଚିତ୍ତ ! ତୋର ଈପ୍‌ସିତ ବର

ନହୋଇବାକୁ କଦା ଶ୍ରୀପଦୁଁ ପର ଯେ ।

 

ଆତ୍ମୋପଦେଶ

( ଦ୍ଵିତୀୟା ଯାମିନୀରେ ମୋ ପ୍ରାଣ ସହି ବୃତ୍ତରେ )

 

ବିଭ୍ରମୁଁ ଚିତ୍ତ କିପାଁ ଥୟେ ନରହି

ବିହେ ଯା ବିଚେତନା ଆଚର ତାହି ରେ ।୧।

 

ବହନ କର ଦୂର ମହା କୁଚିନ୍ତା

ବଡ଼ ସେହିଟି କ୍ଷୀଣ କରଣେ କର୍ତ୍ତା ଯେ ।୨।

 

ବିଚିନ୍ତିତ ବିଶେଷ କି ଲାଗି ହେଉ ?

ବୃକ୍ଷା ନୀରସ ଜୀବେ କି ସୁଖ ପାଉ ?।୩।

 

ବଇର ନୋହି କାହାର ସରବେ କ୍ରୁଦ୍ଧ

ବେଗେ ଜୀବନ ଯାଉ ଏ ଶେଷ ସଧ ଯେ ।୪।

 

ବ୍ୟବହାରେ ନଦେଖେ କାହାକୁ ଭଲ

ବରଣ୍ୟେ ଗୃହପତି ଯେ ସେହି ଶଲ୍ୟ ଯେ ।୫।

 

ବିଷଦେ କି ବର୍ଣ୍ଣିବି ଆନ ଆଚାର

ବାରେ ତ ଦେଖିଥିବୁ ଦ୍ଵନ୍ଦ ବାସର ଯେ ।୬।

 

ବିବଶ ତନୁ ହେଲା ସଦା ଚିନ୍ତନୁ

ବର ବିପତ୍ତି ନ ତୁଟିଲାରୁ ତନୁ ଯେ ।୭।

 

ବିବେକ ସୁମନ୍ତ୍ରୀକୁ ଘେନି ସଙ୍ଗତେ

ବିବେଚନା କରରେ ହୃଦୟେ ଆପେ ଯେ ।୮।

 

ବଡ଼ ଦୁର୍ଦ୍ଦଶା ଘେନି ବର କାମନା

ବିଫଳ ବୋଲି ଜାଣୁ ଜାଣୁ ସୁମନା ଯେ ।୯।

 

ବିନ୍ୟସ୍ତ କରି ଭାଗ୍ୟ ଦେବେ ପ୍ରଶଂସା

ବସିବୁ କରି ଇଷ୍ଟ ତୋଷେ ତପସ୍ୟା ।୧୦।

 

ବହନ ତେବେ ସିଦ୍ଧ ହୋଇବ ବାଞ୍ଚ୍ଥା

ବିଷୟ ଗର୍ତ୍ତପାତୁ ବର୍ତ୍ତବ ଇଚ୍ଛା ଯେ ।୧୧।

 

ବିଭ୍ରମ ହୀନେ ଚିତ୍ତ ଭାବି ଦେଖ ତ

ବାଞ୍ଚ୍ଥା ସିଦ୍ଧିରେ କେ ସନ୍ତୋଷ ନୋହେ ତ ।୧୨।

 

ବଳେ ଦଳିଣ କ୍ରୁର କର୍ମ ଜୀବିତେ

ବହନ ଭସାଇଲା ଗଭୀର ସ୍ରୋତେ ।୧୩।

 

ବହିବା କେତେ ଆଧିପତ୍ୟ ଏହାର

ବିଶ୍ଵମ୍ଭରାରେ କାଳ କାଟିବା ଘୋର ।୧୪।

 

ବଳିଶ ତହୁଁ ବାସକୃତ ବିଭାଗ

ବିଶେଷେ କୌଟିମ୍ଵିକେ ପଡ଼େ ବିପଦ ଯେ ।୧୫।

 

ବୁଭୁକ୍ଷୁ ସଦାଶାନ୍ତି ଅଶନ ବିନୁ

ବଡ଼ କି ଉପକାର କରିବେ ଘେନୁ ରେ ।୧୬।

 

ବଧିର ବିଜ୍ଞ ହୋଇଲେହେଁ ଯେ ସିଦ୍ଧି

ବସୁଧା ଦେବେ ସ୍ଥିତି କୃତେ ପ୍ରସିଦ୍ଧି ଯେ ।୧୭।

 

ବିନା ଆତ୍ମ ତୃପ୍ତି ରେ ଭବ ବିଜନେ

ବୀଥୀ ନପାଇ ପଡ଼ିଲେହେଁ କଦନେ ଯେ ।୧୮।

 

ବର ବଧିର ବତ ନଶୁଣେ ଲବେ

ବିଚାର ଆନର ଡ଼ାକ କି ଶୁଣିବେ ଯେ ।୧୯।

 

ବିଧିବଶୁଁ ହୋଇଲେହେଁ ଭାବିଜ୍ଞାତା

ବିସ୍ମରଣ କରାଇଦିଏ ବୃଦ୍ଧତା ଯେ ।୨୦।

 

ବିଧାତା ପ୍ରତିକୁଳ ନାହିଁ ସଦ୍‌ଜ୍ଞାନ

ବିହିବାକୁ ଅନିଛା ସୁତେ ସମ୍ମାନ ଯେ ।୨୧।

 

ବୋଲିବା କିପାଁ ଦେବେ ଉତ୍ସାହ ଶେଷେ

ବ୍ୟୟ ସ୍ଵଳ୍ପ କରଣେ ବାକ୍ୟ ପ୍ରକାଶେ ଯେ ।୨୨।

 

ବହୁତ ଧନ୍ୟବାଦ ଈଦୃଶ ଜନେ

ବ୍ୟସ୍ତ ଯେ ନାମ ଖ୍ୟାତ ଲୋପ କରଣେ ଯେ ।୨୩।

 

ବାଗୀଶ ବୋଲନ୍ତି ସେ କିପରି ସତେ

ବିନାଶିବାକୁ କୀର୍ତ୍ତି ଜାତ ଯେମନ୍ତେ ଯେ ।୨୪।

 

ବିବଶ ତନୁ ତନୁ ଅନୁ ଚିନ୍ତନୁ

ବିଶ୍ଵେ ନ ଦେଖେ ଆଶା ପୂରଣେ ଅଣୁ ରେ ।୨୫।

 

ବାରିବେ ତୋ ଆତୁର ଭକ୍ତ ଅଧୀନ

ବ୍ୟାପିବ ତ ସର୍ବତ୍ର ଭବେ ତୋ ଜ୍ଞାନ ।୨୬।

 

ବାଣୀ ଭଣ୍ତାରେ ରଖି ତୋର କବନ

ବୋଲାଇବୁ ଜଗତେ ତୁ ମହା ଧନ୍ୟ ।୨୭।

 

ବୋଲେ ଯଦୁନାଥ ତୋ କରମ ଊଣା

ବିଚାର କି ନକରେ ବିହିବି ମନା ରେ ।୨୮।

 

ରେ ମାନସ କି ଘେନି ନିନ୍ଦ କର୍ମକୁ

ଯେଉଁ ସ୍ଥାନେ ଅର୍ଥ ପ୍ରତୀତିର ବାଧାଧିକ ସେ ସ୍ଥାନମାନଙ୍କୁ ରେ

 

ଆବୋରି ଥାଉ ତୁ ସବୁ ମୋର ବୋଲି କେହି ନଆସେ କାର୍ଯକୁ

ଛଟପଟ ହେଉ ହୃଦୟ ଆକୁଳେ ନଶୁଭେ କାହାଶ୍ରୁତିକୁ ରେ ।୧।

 

ଶ୍ରୁତିଛନ୍ତି ଡ଼େରି ସବୁରି ଗୁହାରି ଶ୍ରବଣେ ମହା ମୋହକୁ

ନପୁଣ ଶୁଣନ୍ତି ମୋ ଆରତି ଢତି ଆଉ କେ ହେବ ସାହାକୁ ।୨।

 

ତେଡ଼େ ପ୍ରଭୁ ହୋଇ ନଚାହିଁଲେ ସେହି ତୃଦୃପେ କିବା ଆଶକୁ

କରି ତ ମାନସ ପାଉଅଛୁ ପାଶେ ଲଭିବୁ ଦୁଃଖ ଦଶକୁ ।୩।

 

ତେବେ ଥାଇ ଆଶ ସ୍ଵଦେଶେ ନରେଶ କରିବେ ସନମାନକୁ

ଅବିଭୋଗେ ତାହା ଲଭୁଅଛୁ ଯାହା ଏବେ ନିରାଟ ଦୁଃଖକୁ ।୪।

 

କହେ ଯଦୁନାଥ ଭାବିଣ ଆରତ ନୋହିଲେ ଯେବେ ସାହାକୁ

ଆରତ ନାଶନ ପ୍ରଭୁ ଭଗବାନ ଶୁଣିମେ ନିଶ୍ଚେ ଡାକକୁ ।୫।